• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

denguprayer
ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା

ଜଗତସିଂହପୁର  : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେପଟେ ଗ୍ରାମବାସୀ ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ […]

  • Tuesday, 20 July 2021
accident
ବାଇକକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତା ଶିଉଳି ନିକଟରେ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନନଗର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଓ ବର୍ତି ଗାଁର ନାରାୟଣ ଖୁଣ୍ଟିଆ। ମାର୍ବଲ କାମ କରିବାକୁ ବାଇକରେ କମରପଦା ଯାଉଥିଲେ। ତେବେ ଶିଉଳି ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ […]

  • Tuesday, 20 July 2021
loot
ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ବିଧାତା ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି। ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ୩ ଜଣ ବନ୍ଧୁକ ଧରି ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ପେଟ୍ରୋଲ ପମ୍ପ୍ ମ୍ୟାନେଜର ଆହତ ହୋଇଛନ୍ତି।  ଲୁଟେରାମାନେ ସ୍ଥାନୀୟ […]

  • Tuesday, 20 July 2021
mahakalapara-up
ମହାକାଳପଡ଼ା ଥାନା IIC ନିଲମ୍ବିତ

କେନ୍ଦ୍ରାପଡା : ମହାକାଳପଡ଼ା ଥାନା IIC ନିଲମ୍ବିତ। ମହାକାଳପଡ଼ା ଥାନା IIC ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ସସ୍‌ପେଣ୍ଡ କରିଛନ୍ତି ଡିଜିପି। ମହାକାଳପଡା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଅବିନାଶ ପାଇଟଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୋବାଇଲ ଚୋରି ଅଭିଯୋଗରେ ଗତକାଲି ଅବିନାଶକୁ ଗିରଫ କରାଯାଇଥିଲା। ପୁଲିସର ସୂଚନା ଅନୁସାରେ ରାତିରେ ଶୌଚ ହେବା ବାହାନାରେ ସେ ଥାନାରୁ ଦୌଡ଼ି ପଳାଇ ଥିଲା। ବହୁ ଖୋଜାଖୋଜି ପରେ ବି କୌଣସି […]

  • Tuesday, 20 July 2021
cuttack
ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ହେବ ନିର୍ବାଚନ

କଟକ(ଗୌତମ ପଣ୍ଡା): ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୱାନ୍ ବାର ୱାନ୍ ଭୋଟ୍ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ। ଏହି ନିୟମ ଅନୁସାରେ ଜଣେ ଆଇନଜୀବୀ ଏକାଧିକ ବାରରେ ସଦସ୍ୟ ଥିଲେ ବି ଗୋଟିଏ ବାରରେ ଭୋଟ୍ ଦେଇପାରିବ। ଏହା ସମସ୍ତ ଆଇନଜୀବୀଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।

  • Tuesday, 20 July 2021
cot-2-up[
ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ

ଉମରକୋଟ : ଉମରକୋଟରେ ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ। ଗାଁକୁ ରାସ୍ତା ନ ଥିବାରୁ ୧୦୨ ଅାମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଫଳରେ ୨ କି.ମି ଖଟିଅାରେ ଅାଣିବା ବେଳେ ବାଟରେ ପ୍ରସବ କଲେ ପ୍ରସୂତି। ଗତକାଲି ସନ୍ଧ୍ୟାରେ ଝରିଗାଁ ବ୍ଲକ୍ ଫୁପୁଗାଁ ପଞ୍ଚାୟତ ତରାଯୋଡ଼ି ଗାଁର ମନସାଏ ସାନ୍ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କ ପ୍ରସବ ବେଦନା ହୋଇଥିଲା । ବର୍ଷା ସାଙ୍ଗକୁ କାଦୁଅ ରାସ୍ତା ଲାଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପାରିନଥିଲେ । ଖରାପ […]

  • Tuesday, 20 July 2021
dog
ପାଗଳା କୁକୁର କାମୁଡ଼ାରେ ୧୨ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇସ୍ପାତ ନଗରୀ ରାଉରକେଲାରେ ପାଗଳା କୁକୁର ଆତଙ୍କ। ଷ୍ଟିଲ ପ୍ଲାଣ୍ଟ ପରିସରରେ କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟିଲ୍‌ ପ୍ଲାଣ୍ଟ ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ୍ ବିଭାଗ ପାଖରେ ୨ଟି ପାଗଳା କୁକୁର କିଛିଦିନ ହେଲା ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ପ୍ଲାଣ୍ଟ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି।    

  • Tuesday, 20 July 2021
bam
ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର:(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଲମ୍ବା ଧାଡ଼ିରେ ଆସି ଲୋକେ ମା’ଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପା ଅର୍ଥାତ ଦେଶୀ ବେହେରା ମା’ଙ୍କ ମନ୍ଦିରକୁ ଯାଇ ଡାକରା ଦେଇଥିଲେ। ଏହାପରେ ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ ପଟୁଆର ସହ ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମା’ଙ୍କୁ ପୂଜା କରିଥିଲେ। ତେବେ […]

  • Tuesday, 20 July 2021
accident
ଅଜଣା ଗାଡ଼ି ଧକ୍କାରେ ଶଗଡ଼ିଆଙ୍କ ମୃତ୍ୟୁ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ଶଗଡ଼ିଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ (୫୩)। ଆଜି ଭୋର ସାଢ଼େ ୫ଟାବେଳେ ସୁଗ୍ରୀବ ଶଗଡ଼ ନେଇ ନିଜ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଅଜଣା ଗାଡ଼ି ତାଙ୍କ ଶଗଡ଼କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ ଅନ୍ୟଟି ଆହତ […]

  • Tuesday, 20 July 2021
fire
ଜଳିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏକ ଟ୍ରକ୍ ଜଳି ଯାଇଛି। ସମ୍ବଲପୁରରୁ ଅନୁଗୋଳ ଆସୁଥିବା ବେଳେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟ ଏକ ଟ୍ରକ ସହ ଧକ୍କା ହେବା ଫଳରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। […]

  • Tuesday, 20 July 2021
died
ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ

ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍‌ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।

  • Tuesday, 20 July 2021
123
ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ କିଶୋରନଗର ଥାନା କଳାବେଡା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଏବେବି ଦୁଇ ଗାଡି ମଝିରେ ଫଶି ରହିଛନ୍ତି। ସକାଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହଯୋଗୀ […]

  • Tuesday, 20 July 2021
death
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ଜରାସିଂହା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ କୁମାର ସାହୁ(୩୧)। ଦୁର୍ଘଟଣା ପରେ ଗାଁ ଲୋକେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା

  • Tuesday, 20 July 2021
arrest
ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଗିରଫ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରମୋଦ ଦାସ ଏବଂ ଅରୂପ ପୃଷ୍ଟି। ଏହାକୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ୍‌ ଜବତ କରିଛି। ଗତ ମଙ୍ଗଳାବାର ରାତିରେ ରାମଚନ୍ଦ୍ରଙ୍କୁ କିଛି ଲୋକ ଘରୁ ଡାକି ନେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟାକାରୀମାନେ ରାମଚନ୍ଦ୍ରଙ୍କ ଦୁଇଟି […]

  • Tuesday, 20 July 2021
salapur
ଟ୍ରକ୍‌ ଧକ୍କାରେ ଦୁଇ ମୃତ, ଜଣେ ଆହତ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତାରିତୋ-କୋଟିଲୋ ଠାରେ ଟ୍ରକ୍‌ ଧକ୍କାରେ  ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଦାଇଲୋର ଗାଁର ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଜ୍ୟୋତି ଓ ଦିଲ୍ଲୀପ ଏକ ବାଇକ୍‌ରେ ବୀଲହାଟକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଆହତ ଶ୍ରୀକାନ୍ତ ଅନ୍ୟ […]

  • Tuesday, 20 July 2021
JP-NADDA-UP
ଅାୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ଓଡ଼ିଶାବାସୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ଠିକ୍ ନୁହେଁ। ଏହି ଯୋଜନାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାନଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ଆଜି ବାଲେଶ୍ୱରରେ ଭୁବନେଶ୍ୱର ଏମ୍‌ସ୍‌ର ସାଟେଲାଇଟ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ହିତାଧିକାରୀ ଆନ୍ତଃରାଜ୍ୟ ସ୍ତରରେ ଚିକିତ୍ସା ସୁବିଧା ପାଇପାରିବେ। ଅର୍ଥାତ ଗୋଟିଏ ରାଜ୍ୟର ରୋଗୀ ଅନ୍ୟ […]

  • Tuesday, 20 July 2021
puri
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ଶୈଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଏବଂ କଳା ଆଦି ପାରମ୍ପରିକ ରଙ୍ଗରେ ଶୃଙ୍ଗାର ହୋଇସାରିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଲସି ଉଠିବ। ଶ୍ରୀଜଗନ୍ନାଥଙ୍କ ଏହି ବେଶ ଶ୍ରେଷ୍ଠ ନୀତି ମଧ୍ୟରେ […]

  • Tuesday, 20 July 2021
death
ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର:(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଆଗରେ ଶବ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି। ସାଉଡ଼ି ଗାଁର ଜଣେ ଶିଶୁ କନ୍ୟାଙ୍କ ମୁଣ୍ଡରେ ଟ୍ୟୁମର ହୋଇଥିଲା। ତେଣୁ ଗତ ବୁଧବାର ଦିନ ପରିବାର ଲୋକେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଗତକାଲି ଡାକ୍ତର ଟ୍ୟୁମର ଅପରେସନ କରିଥିଲେ। ତେବେ ଅପରେସନ ପରେ ସନ୍ଧ୍ୟାରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ରାତିରେ […]

  • Tuesday, 20 July 2021
teacher--8
ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ

ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ଗତ ୧୬ ତାରିଖରୁ ଶହ ଶହ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ […]

  • Tuesday, 20 July 2021
death-in-salepur-up
ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ?

କଟକ  : ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। କଟକ ସାଲେପୁର ଥାନା ଖଣ୍ଡଗାଁର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଓ ସଂପର୍କୀୟ ଦିଅରଙ୍କ ମୃତ ଦେହ ମିଳିବା ପରେ ଏବେ ଗାଁରେ ଚର୍ଚ୍ଚା।  ବୁଧବାର ରାତିରେ ଗାଁର କ୍ଷୀରୋଦ ବେହେରାଙ୍କ ଘରକୁ ପଡ଼ୋଶୀ ଭଞ୍ଜ ପାତ୍ର ଯାଇଥିଲେ। ଏହି ସମୟରେ କ୍ଷୀରୋଦ ସ୍ତ୍ରୀ ତୁଳସୀ ଓ ଭଞ୍ଜଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖି ବାହାରୁ କବାଟ ଦେଇ ତାଲା ପକାଇ ଦେଇଥିଲେ। ଏନେଇ […]

  • Tuesday, 20 July 2021
aiims3
ବାଲେଶ୍ୱରରେ ହେବ ଏମ୍‌ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ

ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍‌ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ ଖୋଲାଯିବ, ଯାହାଫଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅାଯିବ। ବର୍ତ୍ତମାନ ଏହି ସେବା ଡିଅାରଡିଓ ଭିତରେ ମିଳୁଥିବାବେଳେ ନିଜସ୍ୱ ଗୃହ ନିର୍ମାଣ ହେଲେ ସୁଫଳ ମିଳିବ ବୋଲି […]

  • Tuesday, 20 July 2021
unnamed
ଖରା ପାଇଁ ସତର୍କତା: ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ବନ୍ଦ

ଭୁବନେଶ୍ୱର: ବଢୁଛି ତାତି। ଅସହ୍ୟ ଖରାରେ ହନ୍ତସନ୍ତ ରାଜ୍ୟବାସୀ। ଏଥିପାଇଁ ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶ୍ରମିକମାନେ ଆଉ କାମ କରିପାରିବେ ନାହିଁ। ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର OSDMA ପକ୍ଷରୁ ହିଟ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ୱେବ […]

  • Tuesday, 20 July 2021
accident
ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା

କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ। ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ। ଆଜି ସକାଳେ ସେ ଛକ ନିକଟରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]

  • Tuesday, 20 July 2021
nabarangpur
ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇଘର ବ୍ଳକ ରାହାସପାରା ଗାଁର ଦେବ ମାଝୀ। ୪ ମାସ ତଳେ ସେ ଏକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲରେ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ […]

  • Tuesday, 20 July 2021
mao
ମାଓ କ୍ୟାମ୍ପ୍‌ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। କଂସର ସଂରକ୍ଷିତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍‌ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ […]

  • Tuesday, 20 July 2021