ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠରେ ଧୁମଧାମ୍ରେ ଚଡ଼କ ମେଳା ଚାଲିଛି। ଆଜି ଠାକୁରଙ୍କ ନିକଟରେ ନୀଳ ପର୍ବ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନ ପାଟ ପର୍ବ ପରମ୍ପରା କରାଯିବ। ଏଥିପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ ଅଧିକ ବୋଲି ଆକଳନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୭ […]
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟର ଭାଲିଆପୋଷି ଗାଁରୁ ଏକ ହରିଣ ଛାଲ, ଶିଙ୍ଗ ଓ ୩ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ଏଥିସହ ୨ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୨ ଶିକାରୀ କିଛି ଦିନ ହେବ ମୟୂରଭଞ୍ଜରୁ ଆସି ଅଭୟାରଣ୍ୟ ପାଖରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ପାଇବା ଆଜି ସକାଳେ ବନ ବିଭାଗ ଚଢ଼ଉ କରିଥିଲା।
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଗତ ରାତିରେ ସୂର୍ଯ୍ୟକାନ୍ତ ସାହୁ ଓ ତାଙ୍କ ସାଙ୍ଗ ବସନ୍ତ ପାତ୍ର ଗାଁ ମନ୍ଦିର ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ସୂର୍ଯ୍ୟଙ୍କ ସଂପର୍କୀୟ ଭାଇ ଅଜିତ ସାହୁ ଆସି ପହଞ୍ଚିଥିଲେ। ଏହାପରେ ଅଜିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। […]
ଭୁବନେଶ୍ୱର: ଗତକାଲି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଦିନରେ ପ୍ରବଳ ତାତି ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ନରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା। ଫଳରେ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ରାଇଘର ବ୍ଲକରେ ପ୍ରବଳ ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଏଥିଯୋଗୁଁ ରାସ୍ତା ଅବରୋଧ ହେବାରୁ ପୋଲିଂ ପାର୍ଟି ଅଟକି ରହିଥିଲେ। ପରେ ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିକୁ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଉପରବାହାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗତ ୯ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଦିଆଯାଉ ନଥିବାରୁ ଅଭିଭାବକମାନେ ହୋହାଲ୍ଲା କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ। ଜାଳେଣି କାଠ ଅଭାବରୁ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିବା ପ୍ରଧାନଶିକ୍ଷକ କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦଣ୍ଡ ଓ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମଧ୍ୟାହ୍ନ ଭୋଜନ ଦେବାକୁ ଅଭିଭାବକମାନେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଗୋପବନ୍ଧୁନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ୬ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ବାହାରକୁ ଡାକି ପଡ଼ୋଶୀ ଜଣକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ସନ୍ଦେହ କରି ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସର ଜିମା ଦେଇଛନ୍ତି। ଅଭିଯୁକ୍ତ ଗୁରୁତର ଆହତ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣପୋଖରୀ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ୍। ୨ଲୁଟେରା ହେଲେ ରାଜଗାଙ୍ଗପୁରର ବଳରାମ ପଟ୍ଟନାୟକ ଓ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ। ସେମାନଙ୍କ ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ସମେତ ସୁନା ଚେନ୍ ଓ ବାଉକ ଜବତ କରିଛି ପୁଲିସ୍। ଶୁକ୍ରବାର ରାତିରେ ଖଇରା ଥାନା ଗୁଅାପାଳ ଗ୍ରାମ ନିକଟରେ ସରୋଜିନୀ ଓ ତାଙ୍କ ସଂପର୍କୀୟ ଭଣଜା ବାଇକରେ […]
କନ୍ଧମାଳ : ଅାସନ୍ତାକାଲି ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଫୁଲବାଣୀରେ ସ୍ମୃତିସଭା ଓ ଶ୍ରାଦ୍ଧବାର୍ଷିକୀ ଉତ୍ସବର ଅାୟୋଜନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଚକାପାଦ ଓ ଜଲେଶପଟା ଅାଶ୍ରମରେ ସୁରକ୍ଷାକର୍ମୀ ମୁତୟନ ସହ କନ୍ଧମାଳ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାନବାହନ ଯାଞ୍ଚ ସହ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ […]
ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଗଣ୍ଡଗୋଳକାରୀଙ୍କ ଢ଼େଲାମାଡ଼ରେ ଆହତ ହୋଇଛନ୍ତି। ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ […]
କଟକ(ପ୍ରଭାତ ବିଷୋୟୀ):ଗତକାଲି ରାତିରେ କଟକ ଏସ୍ସିବି ମେଡିକାଲ କଲେଜର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି’ ନାହଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି’ ନାହିଁ। କଣ୍ଟ୍ରାକଟ୍ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ବାହନ ଠାରୁ ଫି ଆଦାୟ କରିବାକୁ ନିୟମ ହୋଇଛି। ବିମାନ ବନ୍ଦର ପାର୍କିଂ […]
ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ଲାଗି ଚନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ସ୍କୁଲକୁ ଯାଉଥିଲେ। ତେବେ ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ଦୁର୍ଘଟଣା […]
ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ ହେବ। ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍ କାର୍ଯ୍ୟ କରିବ। ପତ୍ନୀଙ୍କ ବିୟୋଗ ଯୋଗୁ ଡିଜିପି ଆରପି ଶର୍ମା ଛୁଟିରେ ଅଛନ୍ତି। ରାଜ୍ୟ […]
ଫୁଲବାଣୀ(ତ୍ରିନାଥ ସାହୁ): ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ। ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍ପି ପ୍ରାର୍ଥୀ ଅମୀୟ ନାୟକ। ମିଳିଥିବା ଖବର ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ପ୍ରସୂତି ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ଡାକ୍ତର ଫୁଲବାଣୀ ମେଡିକାଲକୁ ରେଫର୍ କରିଥିଲେ। ଏଥିପାଇଁ […]
ବଲାଙ୍ଗିର : ତମ ଯୋଜନାକୁ ମନା ନାହିଁ, ହେଲେ ଅାମ ଯୋଜନା ବି ଲାଗୁ କର। ଯଦି ପାରୁଛ ଅାୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରି ତୁମ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ବି କରାଅ। ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ଅବସରରରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଭାଷଣ ଛଳରେ ଅାଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । କହିଥିଲେ, ଗରିବ ଲୋକଙ୍କୁ ସର୍ବାଧିକ ସ୍ୱାସ୍ଥ୍ୟସେବା ଉପଲବ୍ଧ […]
କେନ୍ଦ୍ରାପଡ଼ା : ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ୍ ରଙ୍କାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ଏତେ ସଂଖ୍ୟକ ମେଡିସିନ୍ ଓ ଇଞ୍ଜେକ୍ସନ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଯାହାର ଅାନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । କିଏ କାହିଁକି ଏତେ ମେଡିସିନ୍ ଫିଙ୍ଗିଲା, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଜୟବିଜୟ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିବ। ବେହରଣ ଦ୍ୱାର ଦେଇ ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଗୁପ୍ତସେବା କରିବେ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ଶ୍ରୀଜୀଉଙ୍କ ଶ୍ରୀଅଙ୍କ ସୁରକ୍ଷା ପାଇଁ ହୋଇଥାଏ।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଜାରି ରହିଛି। ଗତକାଲି ବାଲେଶ୍ୱର ସହରରେ ରାତିରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଜି ସକାଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିଛି। ବର୍ଷାପରେ କିଛିଦିନ ଧରି ଲାଗି ରହିଥିବା ତାତିରୁ ଆଶ୍ୱସ୍ତି ମିଳିଛି। ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି ଓ ତିହିଡ଼ି, ଯାଜପୁର ଜିଲ୍ଲାର ଯାଜପୁର ଓ ବିଞ୍ଝାରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର ଓ ରାଜକନିକାରେ ଘଡ଼ଘଡ଼ି ସହ […]
ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE ସହିତ VOTE FOR BETTER INDIA ଭଳି ସଂଦେଶ ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଛପୁଲିଆ ପାଣ୍ଟାଲୁନ୍ ଶୋ’ରୁମ୍ ସାମ୍ନାରେ ଜଣେ ଆଇନଜୀବୀଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ବିବେକାନନ୍ଦ ମହାନ୍ତି। ବିବେକାନନ୍ଦ ବାଇକ ଯୋଗେ ଯାଉଥିବା ବେଳେ ସୁବାସ ମହାପାତ୍ର ଏବଂ ଯତୀନ ନାୟକ ନାମକ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ଯୋଜନା ମୁତାବକ ପୁରୁଣା ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବିବେକାନନ୍ଦଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଭଦ୍ରକ ଟାଉନ୍ ଥାନାରେ […]
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେଉଛି। ଏହା ୧୮ ତାରିଖ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୨୩ରୁ ଆରମ୍ଭ ହୋଇ ମେ’ ୨ତାରିଖ ଯାଏ ଚାଲିବ। ଅନଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି ୯ ହଜାର ଅଧ୍ୟାପକ ଓ ଅଧ୍ୟାପିକା ଖାତା ଦେଖିବେ। ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ଏଥର ୫୮ଟି ମାନୁଆଲ ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ […]
ଭୁବନେଶ୍ୱର: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଡିଜିପି ଆର.ପି ଶର୍ମା ଛୁଟିରେ ଯାଇଥିବାରୁ ବି.କେ. ଶର୍ମାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ପତ୍ନୀଙ୍କ ବିୟୋଗ ଯୋଗୁ ଆର.ପି ଶର୍ମା ଛୁଟିରେ ଅଛନ୍ତି। ତେଣୁ ଡିଜିପି ଇନ୍ଚାର୍ଜ ପାଇଁ ଡିଜି ପାହ୍ୟାର ୩ ଜଣଙ୍କ ନାଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକା ମଧ୍ୟରୁ ବି.କେ. ଶର୍ମା ଡିଜିପି ଇନ୍ଚାର୍ଜ ଦାୟିତ୍ୱ ପାଇଁ ଭାରତୀୟ ନିର୍ବାଚନ […]
ଜଳେଶ୍ୱର(ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୂପସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ ମଦ ଦୋକାନ ବିବାଦକୁ ନେଇ ରୂପସାରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡାରେ ଆକ୍ରମଣ କରାଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ଗଞ୍ଜାମକୁ ନିର୍ବାଚନ ପ୍ରଚାରରେ ଆସି ନବୀନ ଆଣିଥିବା ଆରୋପର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ତିତ୍ଲି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓଡ଼ିଶାରେ ପ୍ରାକୃତିକ ବିପତ୍ତି ବେଳେ ଜାତୀୟ ଦଳର କୌଣସି ନେତା ଆସୁନଥିବା ଅଭିଯୋଗ ମିଛ। ଏଭଳି ମନ୍ତବ୍ୟ କେବଳ ନିର୍ବାଚନବେଳେ ମାଇଲେଜ୍ ନେବାକୁ କୁହାଯାଉଛି। ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ସରକାରରେ ଥାଆନ୍ତୁ କି ବିରୋଧୀଦଳ, ବିଜେପି କେନ୍ଦ୍ରୀୟ ନେତାମାନେ ସବୁବେଳେ ପ୍ରାକୃତିକ […]
ପିପିଲି(ଦୂତୀ କୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ। ଏକ ସ୍କର୍ପିଓ ଗାଡ଼ିରୁ ଟଙ୍କା ଜବତ କରିଛି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍। କଣାସ ଜଙ୍ଘା ଅଞ୍ଚଳର ଠିକାଦାର ବିଭୂତି ସ୍ୱାଇଁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ତେବେ ଠିକାଦାର ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁଲିସ ସନ୍ଦେହରେ ଠିକାଦାରଙ୍କୁ ଅଟକ ରଖିଛି।