ଭୁବନେଶ୍ୱର: ଦାମଙ୍କ ଭାଷାରେ ଓଡ଼ିଶାରେ ଚାଲିଛି ତାମିଲ୍ ଉପନିବେଶବାଦ । ଓଡ଼ିଆ ଆଇଏଏସ୍ଙ୍କ ସ୍ୱାଭିମାନ କଥା ଉଠାଇ ଦାମ ଅାଜି ପୁଣି ତଥାକଥିତ ଗଡ୍ଫାଦର୍ଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଅାଉ କେତେଜଣ ଭଣ୍ଡୁର କରୁଛନ୍ତି ବୋଲି କହିଛନ୍ତି ଦାମ। ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଅାଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ ଅନୁସାରେ, ପ୍ରଶାସନର ଅଗୋଚରରେ ଯାଜପୁରରେ […]
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର। ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ। ଗତ ୭ ତାରିଖ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍ଏ ଓ ଏମ୍ଏନ୍ପିଏଫ୍ ଉଗ୍ରବାଦୀଙ୍କ ଅାକ୍ରମଣରେ ସେ ସହିଦ ହୋଇଥିଲେ। ସମ୍ବଲପୁର ରେଢାଖୋାଲ ଢାଉର ଖମାଣ ଗାଁର ଚମ୍ପେଶ୍ୱରଙ୍କ ମରଶରୀରକୁ ଏୟାରପୋର୍ଟରେ ଗାର୍ଡ ଅଫ୍ ଅନର୍ ଦିଅାଯାଇଛି। ଏହା ସହିତ ସିଅାରପିଏଫ୍ ଓ ୧୨୦ ବାଟାଲିୟନ୍ର ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର […]
ଭୁବନେଶ୍ୱର : ପୁଲିସ ଗାଡ଼ିରେ କଂଗ୍ରେସ ପତାକା। ଅାଜି ବନ୍ଦ ପାଳନ ବେଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରରେ ପୁଲିସ ଗାଡ଼ିରେ କଂଗ୍ରେସ ପତାକା ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବଚସା। ଏପରିକି ଠେଲାପେଲା ମଧ୍ୟ ହୋଇଥିଲା। ଶେଷରେ ପୁଲିସ ଭ୍ୟାନ୍ରୁ ପତାକା ହଟାଯାଇଥିଲା।
ପୁରୀ : ପୁରୀ ଜିଲ୍ଲା କାକଟପୁରରେ କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ। କଂଗ୍ରେସ କର୍ମୀ ତହସିଲ ଅଫିସ୍ରେ ତାଲା ଭାଙ୍ଗି ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣେ କର୍ମଚାରୀଙ୍କୁ ମାଡ଼ ମାରୁଥିବା ବେଳେ ଅନ୍ୟ କର୍ମଚାରୀ ଦୌଡି ପଳାଇଥିବା ଦେଖିବାକୁ ମିଳିଛି। ଅଫିସ୍ ଗେଟ୍ ବନ୍ଦ କରି ତହସିଲଦାର ରୋଜିନା ଦାଶଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ଥିଲେ। ଏତିକି ବେଳେ ଅାନ୍ଦୋଳନକାରୀ କଂଗ୍ରେସ କର୍ମୀ ଅଫିସ୍ ଭିତରକୁ ଧସେଇ ପଶିଥିଲେ। […]
ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ବିଅାରପିଏଲ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରଲର ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡା ଅଞ୍ଚଳର ତପନ ସେଠୀ, ବଳରାମ ଜେନା ଓ ରାଜେନ୍ଦ୍ର। ଗୁରୁତର ଚନ୍ଦନ ନାୟକଙ୍କୁ ଦାନଗଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଯାଜପୁର ଜୋସ୍କୋ କମ୍ପାନୀର ଶ୍ରମିକ। ୪ ଜଣ ବିଅାରପିଏଲ ଛକରେ ଛିଡା ହୋଇଥିବା ବେଳେ ଏକ ଟ୍ରଲର ଏମାନଙ୍କୁ ଧକ୍କା ଦେଇ ଫେରାର […]
ଭୁବନେଶ୍ୱର : ଉଦ୍ଯାପିତ ହୋଇଛି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ପରିସରରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଅାୟୋଜିତ ଏହି ଉତ୍ସବରେ ବିଶିଷ୍ଟ ମଞ୍ଚ ତଥା ଚଳଚିତ୍ର ଅଭିନେତା ଓ ନିର୍ଦେଶକ ସଚ୍ଚି ଦାସ ଓ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ଓଡିଶୀ ନୃତ୍ୟ ଶିଳ୍ପୀ ସୋନାଲି ମହାପାତ୍ର,ସୁବିକାଶ ମୁଖାର୍ଜି,କଥକ […]
କୋରାପୁଟ : ଡକାୟତି ଉଦ୍ୟମ କରୁଥିବାବେଳେ କୋରାପୁଟଜିଲ୍ଲା ଅନକାଡେଲିସ୍ଥିତ ବିଏସ୍ଏଫ୍ ହାତରେ ଜଣେ ମାଓବାଦୀଙ୍କ ସହ ୪ ସହଯୋଗୀ ଗିରଫ। ଗିରଫ ହୋଇଥିବା ମାଓବାଦୀ ଜଣକ ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଚେଲପଦର ଗାଁର ବୋଲି ସୂଚନା ମିଳିଛି। ତାର ଅନ୍ୟ ୪ ସହଯୋଗୀ ହେଲେ ଭୀମ ଖରା, ଲିଉ ପାଙ୍ଗି, ଲଇଚନ ପାଙ୍ଗି ଓ ମଲକି ଖରା। ଗତ ଶନିବାର ଦିନ ହନୁମାଲ ଗାଁରେ ଥିବା ଶ୍ୟାମ ବଡନାୟକଙ୍କ ଘରେ ଡକାୟତି ଉଦ୍ୟମବେଳେ ଖବର ପାଇଁ ଘଟଣାସ୍ଥଳରେ […]
ନୂଅାପଡ଼ା : ଭାଲୁ ଅାକ୍ରମଣରେ ୧୦ଗୁରୁତର। ନୂଅାପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଏ ଅଭାନୀୟ ଘଟଣା। ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଅାସିଥିଲା। ଭାଲୁ ହାବୁଡରେ ପଡି ଜଣକ ପରେ ଜଣେ ୧୦ ଜଣ ଅାହତ ହୋଇଥିଲେ। ସକାଳ ସମୟରେ ୮ ଜଣଙ୍କୁ ଅାକ୍ରମଣ କରିଥିବାବେଳେ ସଂଧ୍ୟାରେ ପୁଣିଥରେ ଅନ୍ୟ ଦୁଇ ଜଣଙ୍କୁ ଲହୁଲୁହାଣ କରିଥିଲା। ଅବସ୍ଥା ଗୁରୁତର ହେବାରୁ ସମସ୍ତ ୧୦ ଅାହତଙ୍କୁ ଖଡିଆଳ ହସ୍ପିଟାଲରେ […]
କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡି ନିକଟରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ଅାଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍ରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଅାଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲ୍ୱେ ପକ୍ଷରୁ ସୂଚନା […]
ସମ୍ବଲପୁର : ଜମି ଝାମେଲାରେ ଫସିଛି ସମ୍ବଲପୁର ଅାଇଅାଇଏମ୍। ସରକାର ପ୍ରତିଶ୍ରୁତି ମୁତାବକ ଜମି ଯୋଗାଇ ଦେଇନଥିବାରୁ ଏଯାଏଁ ଅାରମ୍ଭ ହୋଇନି ସ୍ଥାୟୀ କ୍ୟାମ୍ପସ। ନିର୍ମାଣ କାମ ୨୦୨୧ରୁ ସ୍ଥାୟୀ କ୍ୟାମ୍ପସରେ ପାଠପଢା କରିବାକୁ କେନ୍ଦ୍ର ମାନବସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି। ତେବେ ରାଜ୍ୟ ସରକାର ଲିଜ୍ ସୂତ୍ରରେ ଜମି ଦେଇଥିବାରୁ ଗାଇଡ୍ ଲାଇନ ଅନୁସାରେ ଏଠାରେ ନିର୍ମାଣ କାମ ଅାରମ୍ଭ ହୋଇପାରୁନାହିଁ। ସରକାର ଯେଉଁ ପର୍ଯ୍ୟନ୍ତ ଅାଇଅାଇଏମ୍ ନାଁରେ ଜମି କରିନାହାନ୍ତି ସେ ଯାଏଁ ନିର୍ମାଣ […]
ନୂଅାପଡ଼ା : ମଦଭାଟି ଜାଳିଲେ ମହିଳା। ନୂଅାପଡ଼ା ଜିଲ୍ଲା ବେଲଟୁକୁରି ବିଶୋରା ଗଁାର ଏକ ଦେଶୀ ମଦଭାଟିକୁ ଜାଳି ଦେଇଛନ୍ତି ଶତାଧିକ ମହିଳା। ସେମାନେ ଭାଟି ଭାଙ୍ଗିବା ସହ ନିଆଁ ଲଗାଇ ଏହାକୁ ପୋଡ଼ି ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ ଗାଁରେ ମଦ ବିକ୍ରି ବନ୍ଦ ନେଇ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିନଥିଲା। ଫଳରେ ଅାଜି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଭାଟିକୁ ଭାଙ୍ଗିବା […]
ଭୁବନେଶ୍ୱର : ସମବାୟ ଦୁର୍ନୀତିକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ଯେଉଁ ଗୁରୁତର ଅଭିଯୋଗ ଅାଣିଛନ୍ତି, ତାକୁ ସମର୍ଥନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ ଅଭିଯୋଗ କରିଛନ୍ତି, ସମବାୟ ବ୍ୟାଙ୍କରେ ଚାଷୀ ଋଣ ଛାଡ଼ ପଇସା ଅାତ୍ମସାତ୍ ହୋଇଛି। ସବୁ ସୋସାଇଟିରେ ହେର୍ଫେର୍ ହୋଇଛି। ଏପରିକି ଘସିପୁରା, କେଶଦୁରାପାଳ ବ୍ଲକ୍ରେ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ନିରଂଜନ। ଏହା ସହିତ ସେ ଅାହୁରି କରିଛନ୍ତି ଯେ, ଦାମ ବାବୁ ମନ୍ତ୍ରୀ ଥିଲେ, […]
ଢ଼େଙ୍କାନାଳ: ହଟିଲା ରାସ୍ତା ରୋକ୍। ବିଭିନ୍ନ ଦାବିନେଇ ଢ଼େଙ୍କାନାଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଥିବା ରାସ୍ତାରୋକ ହଟିଛି। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପ୍ରତି ସାହିକୁ ପକ୍କା ରାସ୍ତା ଓ କଣ୍ଟାନାଳି ବାଇପାସ ଛକ ନିକଟରେ ଓଭର ବ୍ରିଜ ନିର୍ମାଣ ଆଦି ଦାବିରେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ବନମାଳୀ ଛକ ନିକଟରେ ‘ବନମାଳୀ ପ୍ରସାଦ ବିକାଶ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ରାସ୍ତାର ଉଭୟ […]
ଭୁବନେଶ୍ୱର: ପୂଜା ଋତୁରେ ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଠୋର ହେଲା ପୋଲିସ। ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଯାନବାହନରୁ ଚାନ୍ଦା ଅାଦାୟକୁ ରୋକିବା ପାଇଁ ପାଟ୍ରୋଲିଂ କରିବାକୁ ରାଜ୍ୟର ସମସ୍ତ ଥାନାର IIC ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। କମ୍ୟୁନିଟି ପୋଲିସିଂ ଦ୍ୱାରା ତଥ୍ୟ ସଂଗ୍ରହ ପାଇଁ ଥାନାଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଲୋକଙ୍କ ଠାରୁ ଚାନ୍ଦା ମଗାଯାଉଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। […]
ମୋହନା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ ମିଖାଏଲ। ଅଭିଯୋଗ ଅନୁଯାୟୀ, କିଛି ମାସ ପୂର୍ବରୁ ଏହି ଗାଁର ମାଶିଆଲ ପରିଛାଙ୍କ ପୁଅକୁ କୁକୁର କାମୁଡ଼ି ଦେଇଥିଲା। ପରେ ପିଲାଟିର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ […]
ଭୁବନେଶ୍ୱର: ଖରା ବର୍ଷାରେ ଅହୋରାତ୍ର ଅାନ୍ଦୋଳନକୁ ବିତିଲାଣି ୨୩ ଦିନ। ଦାବି ପୂରଣ ପାଇଁ ସରକାରଙ୍କ ଦରଦ ତ ନାହିଁ ବରଂ ନିଲମ୍ବନର ନାଲି ଅାଖି ଦେଖାଇ ଶିକ୍ଷକ ଅାନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଲିଥିବା ଚକ୍ରାନ୍ତକୁ ନେଇ ତାତିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ସଫା ସଫା ଶୁଣାଇଛନ୍ତି ଦାବି ପୂରଣ ନହେଲେ ଧାରଣରୁ ଉଠିବୁନି। ଏଭଳି ସ୍ଥିତିରେ ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିବାରୁ […]
ଭୁବନେଶ୍ୱର: ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରକୁ ବନ୍ୟା ପାଇଁ ସତର୍କ କରାଯାଇଛି। ବନ୍ୟା ଯୋଗୁଁ ୧୦ ରୁ୧୨ଟି ତହସିଲ ଅଞ୍ଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏଥିପାଇଁ କାଲି ଏହି ୪ଟି ଜିଲ୍ଲାର ସବୁ ସରକାରୀ ଛୁଟି ବାତିଲ ହୋଇଛି। NDRF, ଓଡ୍ରାଫ୍ ଟିମ୍ ସହ ସଜାଗ ରହିଥିବା କଥା କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ବର୍ଷା ଛା଼ଡ଼ିଛି, ହେଲେ ବଢ଼ିଯାଇଛି ଦୁର୍ଦ୍ଦଶା। ୩ ଦିନର […]
ଭୁବନେଶ୍ୱର: ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ହୋଇଛି ୨୪ କୋଟି ଟଙ୍କାର କିକ୍ ବ୍ୟାକ୍। ଗତକାଲି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅାଣିଥିବା ଏହି ଅଭିଯୋଗର ସତ ପରଖିଛି ଓଟିଭି। କେବଳ ଦାମ ନୁହଁନ୍ତି, ଘୋଟାଲାକୁ ନେଇ ପୂର୍ବରୁ ତତ୍କାଳୀନ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ୫ ପୃଷ୍ଠାର ଏହି ଅଭିଯୋଗ ପତ୍ରରେ ୨୪ କୋଟି ୨ଲକ୍ଷ ଟଙ୍କାର କିକ୍ ବ୍ୟାକ୍ ହୋଇଥିବା […]
ଭୁବନେଶ୍ୱର: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ଓ ରାଜନୈତିକ ହଲଚଲ୍ ପରେ ଓଡିଶାରେ ପଡ଼ିଛି ସାଇଡ୍ ଇଫେକ୍ଟ। ତେବେ ବିଜେଡି ଟିଅାରଏସ ରାସ୍ତାରେ ଯିବ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା। ଏଣେ ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ ଧୀରେ ଧୀରେ କାର୍ଡ ଖୋଲୁଛି ବିଜେଡି। କେନ୍ଦ୍ର ସରକାର ଯଦି ଅାଗୁଅା ନିର୍ବାଚନ କରାନ୍ତି ତେବେ ରାଜ୍ୟ ସରକାର ମଧ୍ୟ ବିଧାନସଭା ଭାଙ୍ଗିବାକୁ ବାଧ୍ୟ ହେବେ ବୋଲି ଦଳ କହିଛି। ଅନ୍ୟପକ୍ଷରେ ଅାଗୁଅା ଅତିରିକ୍ତ ବଜେଟ୍ ଅାଣିବା ଓ […]
ଭୁବନେଶ୍ୱର: ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିମାଡ଼। ପ୍ରତିବାଦରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବିଜେପିରୁ ଆଶି ବିଜେଡିରେ ମିଶିଥିବା ରବିପାତ୍ରଙ୍କ ଅଭିଯୋଗ ହେଲା, ପେଟ୍ରୋଲ ପମ୍ପ ଅାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିନ୍ମୟ ବଡ଼ଜେନା ନାମକ ଜଣେ ବ୍ୟକ୍ତି ପାଖକୁ ଡାକି ଗୁଳିମାଡ଼ କରିଥିଲେ। ଏଥିରୁ ରବିପାତ୍ର ଅଲ୍ପକେ ବର୍ତ୍ତି ଯାଇଥିବାବେଳେ ଗୁଳିଟି ନିକଟରେ ଥିବା ଗାଡ଼ିରେ ବାଜିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ଅସନ୍ତୋଷ […]
ଭୁବନେଶ୍ୱର:ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି। ଅାଜି ଗୃହ ଅାରମ୍ଭ ହେବା ମାତ୍ରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡି ବିଧାୟକମାନେ ହୋ ହଲ୍ଲା କରିଥିଲେ। ଲଗାତାର ତେଲ ଦର ବଢ଼ୁଥିବାରୁ ଗୃହରେ ଏହାର ପ୍ରତିବାଦ କରିଛି ଶାସକ ଦଳ। ଗୃହରେ ବିଜେଡି ବିଧାୟକମାନେ ନିଜ ନିଜ ଅାସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ସେପଟେ ଗତ ୨୩ ଦିନ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ପାଇଁ ହଟ୍ଟଗୋଳ […]
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା ଧରି ଲୋକଙ୍କୁ ସଚେତନ କରାଯିବା ସହିତ ଲିଫ୍ଲେଟ୍ ବଣ୍ଟାଯାଇଥିଲା। ଆଜି ବିଧାନସଭା ମୁଲତବୀ ପରେ ବିଜେଡି ବିଧାୟକମାନେ ପେଟ୍ରୋଲ ଟାଙ୍କିକୁ ଯାଇଛନ୍ତି ଏବଂ ତେଲ ଦର ବୃଦ୍ଧି […]
ଭୁବନେଶ୍ୱର: ଲକ୍ଷ୍ମୀସାଗରର ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ବ୍ରାଉନ୍ସୁଗାର ଜବତ କରିଛି। ଏହି ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ଉ କରିଛି। ଖୋର୍ଦ୍ଧା ଜିଲ୍ଲା ନୂଆ ଗାଁ ଓ କଟକର ଗାନ୍ଧି ନଗରରୁ ବ୍ରାଉନ୍ସୁଗାର ସହିତ ୮ କେଜି ଗଂଜେଇ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗାଁରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ। ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରୁ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ଆଜି ସକାଳେ ଜୋତ୍ସ୍ନାମୟୀ ଚା’ କରିବା ପାଇଁ ଦିଆସିଲି ମାରିବା ମାତ୍ରେ […]
ବରଗଡ଼: ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ୍ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ଟି ବସ୍ଷ୍ଟାଣ୍ଡ୍ରୁ ବାହାରି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବରହାଗୋଡ଼ାରେ ଏକ ଟ୍ରକ୍ […]