ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲ୍ଗାମ୍ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ତେବେ ଆଜି ସକାଳେ ଏନ୍କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳଥିଲା। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆଉ […]
ଖୋର୍ଦ୍ଧା: ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଗଲେ ଦୁଇ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ମୃତ ୨ ନାବଳିକା ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ସେମାନେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର […]
ଭୁବନେଶ୍ୱର: ଜିରୋ କାଜୁଆଲ୍ଟି ଲାଗି ପାଇଁ ସରକାର କରିଥିବା ପ୍ରସ୍ତୁତି ଫେଲ୍ ମାରିଛି। ‘ତିତ୍ଲି’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜୀବନହାନୀ ହୋଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଲାବଣ୍ୟଗଡ଼ ଗାଁରେ କାନ୍ଥ ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ସ୍ୱାମୀ-ସ୍ତ୍ରୀ ବାଲେଶ୍ୱର ଜିଲ୍ଲାରେ ହୋଇଥିବାବେଳେ ସେମାନେ ଲାବଣ୍ୟଗଡ଼ରେ ରହି ଏକ ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେହିଭଳି ନୟାଗଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ଗାଁ ଅଞ୍ଚଳର ଅଭିମନ୍ୟୁ ମାଝୀ […]
ବାରିପଦା: ୫୦ ଫୁଟ୍ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲ୍ପର୍ ଆହତ ହୋଇଛନ୍ତି। ଉଭୟ ପଶ୍ଚିମବଙ୍ଗରର ମେଦନାପୁରର ବୋଲି ଜଣାପଡ଼ିଛି। ପୁଲିସ୍, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲ୍ପର୍ଙ୍କୁ ଉଦ୍ଧାର କରାଯାଇଥିଲା। ଟ୍ରକ୍ଟି […]
ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଏଥିପାଇଁ ସୃଷ୍ଟି ହୋଇଥିବା ବନ୍ୟାକୁ ଦୃଷ୍ଟିରେ ରଖି ୧୬ଟି ଟ୍ରେନ୍କୁ ବାତିଲ୍ କରିଛି ପୂର୍ବତଟ ରେଳବାଇ। ଏହାସହ ୧୧ ଟି ଟ୍ରେନ୍ର ସମୟ ବଦଳା ଯାଇଛି, ଓ ୯ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ହେଲା, ଚେନ୍ନାଇ-ଭୁବନେଶ୍ୱର ଓ ବିଶାଖପାଟନମ୍-ଚେନ୍ନାଇ ଏକ୍ସପ୍ରେସ୍, ବିଶାଖପାଟନମ୍-ଗୁଣୁପୁର ପାସେଞ୍ଜର ଟ୍ରେନ୍, ଗୁଣୁପୁର-ପଳାସା, ଗୁଣୁପୁର-ପୁରୀ ପାସେଞ୍ଜର୍ ଟ୍ରେନ୍, ଝାରସୁଗୁଡ଼ା-ରାଉରକେଲା, ରାଉରକେଲା-ସମ୍ବଲପୁର ପାସେଞ୍ଜର୍ ଟ୍ରେନ୍ ବାତିଲ୍ ହୋଇଛି। ଏହସହିତ ହାଟିଆ-ଝାରସୁଗୁଡ଼ା ପାସେଞ୍ଜର୍ ଟ୍ରେନ୍, ଭୁବନେଶ୍ୱର-ଜଗଦଲପୁର […]
ପାରାଦୀପ: ବିଶ୍ୱକର୍ମା ପୂଜା ପାଇଁ ପାରାଦୀପ ସହରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତୋରଣ ଓ ମେଢ଼ ନିର୍ମାଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ସହରକୁ ସଜାଇବା ପାଇଁ ଚାଲିଛି ପ୍ରସ୍ତୁତି। ୭ ଦିନ ଧରି ହେବାକୁ ଥିବା ବିଶ୍ୱକର୍ମା ପୂଜା ପାଇଁ ମାସେ ଆଗରୁ ପାରାଦୀପର ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ନିଜ ନିଜ ତୋରଣ ଓ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି। ଚଳିତ ବର୍ଷ ପାରାଦୀପ ସହରରେ ୩୦ରୁ ଅଧିକ ମେଢ଼ ନିର୍ମାଣ […]
ଫୁଲବାଣୀ: ଲଗାଣ ବର୍ଷା ଯୋଗୁ ଭାସିଗଲେ ୨ ଯୁବକ। ଫୁଲବାଣୀ ଏବଂ ନୟାଗଡ଼ରେ ଘଟିଛି ଏପରି ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଫୁଲବାଣୀ ପେଞ୍ଜି ସାହିର ପାହାଡ଼ିଆ ନାଳରେ ଭାସିଯାଇଛନ୍ତି ଜଣେ ଯୁବକ। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ। ସେହିପରି ନୟାଗଡ଼ ଓଡ଼ଗାଁ ଲଣ୍ଡାପାଦୁ ଗାଁରେ ଜଣେ ଯୁବକ ନଦୀରେ ଭାସି ଯାଇଛନ୍ତି ।
ବାଲେଶ୍ୱର: ‘ତିତ୍ଲି’ ପ୍ରଭାବରେ ନୀଳଗିରି ଏନ୍ଏସିର ୫ଟି ଓ୍ୱାର୍ଡ ଜଳବନ୍ଦୀ ହୋଇଛି। ଲଗାଣ ବର୍ଷା ଯୋଗୁ ୫ଟି ଓ୍ୱାର୍ଡର ୩୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି। ଏନ୍ଏସିରେ ଡ୍ରେନେଜ୍ ବ୍ୟବସ୍ଥାରେ ଅସୁବିଧା ଯୋଗୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ଏ ନେଇ ୭ ନମ୍ବର ଓ୍ୱାର୍ଡରେ ଉତ୍ତେଜନା ଦେଖାଦେବା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ଏବଂ ତହସିଲଦାର ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗର ଦମକଳ ବାହିନୀ ପହଞ୍ଚି ଜଳ ନିଷ୍କାସନ କରୁଛି।
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ପରିସ୍ଥିତି ଉପୁଜିଛି। ତିନି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବିଶେଷ କରି ଗଞ୍ଜାମ୍ ଜିଲ୍ଲାରେ ପରିସ୍ଥିତି ଅତି ଖରାପ ରହିଛି। ଆସ୍କା ସହର ଦେଇ ୭-୮ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଲୋକେ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ସେବା ବନ୍ଦ ରଖାଯାଇଛି। ସେହିପରି ପୁରୁଷୋତ୍ତମପୁର ସହର ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲାର ଧରାକୋଟ୍, […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ବୋଲି ସୂଚନା ମିଳିଛି। ‘ତିତ୍ଲି’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବା ସହ ପବନର ବେଗ ବି ହ୍ରାସ ପାଇବ। ‘ତିତ୍ଲି’ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏ ତିନିଦିନ ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷତଃ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଗଜପତି: ରାଜ୍ୟରେ ତାଣ୍ଡବ କରିବା ପରେ ଧୀରେ ଧରେ ଦୁର୍ବଳ ହେଉଛି ବାତ୍ୟା ତିତ୍ଲି। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି । ପ୍ରବଳ ବେଗର ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗଛଗୁଡ଼ିକୁ ଏଯାଏ ସଫା କରାଯାଇ ନ ଥିବାରୁ ରାସ୍ତା ଅବରୋଧ ହୋଇ ରହିଛି। ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ […]
ଝାରସୁଗୁଡ଼ା: ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର। ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଶ୍ୱଶୁର କିରୋସିନି ଢାଳି ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଭାଲୁପତ୍ରାରେ ରହୁଥିବା ବନମାଳି ରୋହିଦାସଙ୍କ ପ୍ରଥମ ସ୍ତ୍ରୀର ପୁଅ ଶୁଖାରାମ ରୋହିଦାସ ସମ୍ବଲପୁର ସ୍ଥିତ ଶାସନ ଗାଁର ରୁକ୍ମଣୀ ରୋହିଦାସଙ୍କୁ ବିବାହ କରିଥିଲେ। ଗତ ୪ ମାସ ତଳେ ଶୁଖାରାମଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀର ମୁତ୍ୟୁ […]
ବାରିପଦା: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା। ମୟୂରଭଞ୍ଜ ଜିଲ୍ଲାକୁ ସରକାରଙ୍କ ଅବହେଳା ପ୍ରତିବାଦରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଓକିଲ ସଂଘ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି। ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା, ବନ୍ଦ ହୋଇ ରହିଥିବା ବାରିପଦା ଅର୍ବାନ ବ୍ୟାଙ୍କ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଲୋକଙ୍କ ଜମାଟଙ୍କା ଫେରସ୍ତ ଏବଂ ଜିଲ୍ଲାକୁ ରେଳ ବିଭାଗର ଅବହେଳା ଭଳି ବିଭିନ୍ନ ଦାବିରେ JMM […]
ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀ ଅାକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିବାପରେ ଜଳାପୋଡ଼ା ସହ ରାସ୍ତାରୋକ ହୋଇଥିଲା। ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ, ଅାଜି ଟିକିଏ ଶାନ୍ତ ହୋଇଛି ସାତକୋଶିଅା ଅଞ୍ଚଳ। ତେବେ ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଅାଯିବ କି ଏଠାରେ ହିଁ ରଖାଯିବ, ସେ ସଂକ୍ରାନ୍ତରେ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅା- WII ନିଷ୍ପତ୍ତି ନେବ ବୋଲି କହିିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ […]
ଭୁବନେଶ୍ୱର: ଚାରା, ସମବାୟ, ଓମ୍ଫଡ୍ ଏ ସବୁରେ ଯିଏ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ ଅାଣିଲେ ତାଙ୍କୁ ନବୀନ ଦଳରୁ ବହିଷ୍କାର କଲେ। ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଅାସିଛି, ତାଙ୍କ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଅଜବ ରିଅାକ୍ସନ୍। ଏମିତିକି ଚାରା ଦୁର୍ନୀତି କଥା କୃଷି ମନ୍ତ୍ରୀ ବିଧାନସଭାରେ ମାନିଥିଲେ ବି ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ବିଜେପି କହିଛି, ଏସବୁ ଦୁର୍ନୀତିର ସିବିଅାଇ ତଦନ୍ତ ନହେଲେ ଦଳ ରାସ୍ତାକୁ ଓହ୍ଲାଇବ ଓ ଅାଇନ୍ର […]
ଭୁବନେଶ୍ୱର: ମନ୍ତ୍ରୀ ପଦ ଗଲା ପରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ସୁପ୍ରିମୋଙ୍କୁ ଅବଗତ କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଦାମ। ଚାରି ଚାରି ଥର ଯୋଗାଯୋଗ କରିବି ଭେଟି ପାରିନଥିଲେ ନବୀନଙ୍କୁ। ଦାମଙ୍କ ଏହି କେଇପଦ କଥା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପ୍ରକୃତରେ ଦଳ ବିରୋଧୀଙ୍କ ପାଇଁ କଣ କହୁଛି ବିଜେଡି ସମ୍ବିଧାନ। କାରଣ ଦର୍ଶାଅ ନୋଟିସ ଦେବା, ତଦନ୍ତ କରିବାର ବ୍ୟବସ୍ଥା ଅଛି ନା ନାହିଁ। କେଉଁ ସ୍ଥିତିରେ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦେଖି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି। ବାତ୍ୟାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଅନୁମାନ କରାଯାଉଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଡାଲି, ତେଲ, ଚିନି, ଆଳୁ, ପିଆଜ ଏବଂ ଚୁଡ଼ା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ଯୋଗାଣରେ ଯେଭଳି ସମସ୍ୟା ନ ରହିବ, ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗ […]
ଖୋର୍ଦ୍ଧା: ବିଜେଡି ବିରୋଧୀ ମେଳିର ସେନାପତି ସାଜିଲେ ପୂର୍ବତନ ବିଡେଜି ନେତା ଦାମ ରାଉତ। ଦୁର୍ନତିକୁ ଅସ୍ତ୍ର କରି ଆଜି ସରକାର ଓ ବିଜେଡି ବିରୋଧରେ ପୁଣି ନିଜ ପାଓ୍ୱାର ସୋ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମହାଙ୍ଗା, ନିମାପଡ଼ା , କଟକ ଓ ଟାଙ୍ଗୀ ବହିଷ୍କାର ପରେ ସରକାରଙ୍କ ବିରୋଧରେ ଭିନ୍ନ ଭିନ୍ନ ଅବତାରରେ ବରିଷ୍ଠ ବିଧାୟକ ଦାମ ରାଉତ। ଜାଇକା ଦୁର୍ନୀତିକୁ ନେଇ ଗତକାଲି କଟକରେ ଖଣ୍ଡା ବୁଲାଇ ସରକାରଙ୍କୁ ସତର୍କ କରିଥିବା […]
ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଅଭିଯୋଗ। ଏନେଇ ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆନନ୍ଦ ବଜାରରେ ଖାଇବାବେଳେ କୌଣସି କାରଣରୁ ବୋଝିଆ ସେବାୟତଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେବାୟତ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭକ୍ତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ବୋଝିଆ ସେବାୟତଙ୍କୁ ଅଟକ ରଖି ପଚାରାଉଚରା କରୁଛି।
‘ତିତ୍ଲି’ ପାଇଁ ବିମାନ ସେବା ବି ପ୍ରଭାବିତ ହୋଇଛିା ଇଣ୍ଡିଗୋ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୫ଟି ବିମାନକୁ ବାତିଲ କରିଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକତା, ବେଙ୍ଗଲୁରୁ ଏବଂ ମୁମ୍ବାଇ ଉଡ଼ାଣକୁ ବାତିଲ କରିଛି ଇଣ୍ଡିଗୋ। ଆଜି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱର ଏୟାର୍ପୋର୍ଟରେ ପାର୍କିଂ କରିବନି ବୋଲି ସୂଚନା ମିଳିଛି।
ଭୁବନେଶ୍ୱର: ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ‘ତିତ୍ଲି’। ଗୋପାଳପୁର ବେଳାଭୂମିରେ ସମୁଦ୍ରର ଏ ଭୀମକାନ୍ତ ରୂପ ଯେମିତି, ବାରମ୍ବାର ଚେତାଇ ଦେଉଛି, କେତେ ଭୟଙ୍କର ରୂପ ନେଇପାରେ ‘ତିତ୍ଲି’। ଯେଉଁ ସମୟରେ ବେଳାଭୂମି ଗହଳି ଚହଳିରେ ଫାଟି ପଡ଼ିବା କଥା, ଏବେ ସେଠି ଅଣଚାଷ ପବନର ଭୟ। ଧନଜୀବନ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଶାସନ ପକ୍ଷରୁ ପ୍ରଚାର ଚାଲିଛି। ଏଣେ ପାଖ ନୋଳିଆ ବସ୍ତିରେ ବି ଆତଙ୍କରେ ରହିଛନ୍ତି […]
ଭୁବନେଶ୍ୱର: ମୋମୋ ଗେମ୍ସ୍ ପରେ ‘ଅଲିଭିଆ’ ଆତଙ୍କ ଦେଖାଦେଇଛି। ‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି କ୍ରାଇମ୍ବ୍ରାଞ୍ଚ୍। ଏଥିସହ ସୋଶାଲ୍ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ବିଶେଷ ନଜର ରଖିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି ପିଲାମାନେ କେଉଁ ଆପ୍ଲିକେସନ୍ ବ୍ୟବହାର […]
ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ତିତ୍ଲି’। ଏଥିପାଇଁ ରେଳ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ କରାଯାଇଛି। ଯାତ୍ରୀ ଓ ଟ୍ରେନ୍ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍ରୁ ବିଜୟନଗ୍ରମ୍ ମଧ୍ୟରେ କୌଣସି ଟ୍ରେନ୍ ଚଳାଚଳ କରିବନାହିଁ। କିଛି ଟ୍ରେନ୍ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍କୁ ବାତିଲ୍ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍ ଏକ୍ସପ୍ରେସ୍ ଟ୍ରେନ୍ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍ର ଆସନ୍ତାକାଲିର ଯାତ୍ରା […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଭୟଙ୍କର ରୂପ ନେବା ବୋଲି SRC ସୂଚନା ଦେଇଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଥିବା ସେ କହିଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ୍ ନିର୍ବାଚନ ହେବନି ବୋଲି ଏସଆର୍ସି କହିଛନ୍ତି। ଏଥିସହିତ ତଳିଆ ଅଞ୍ଚଳ ଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି। ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏପରିକି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଥିବା […]