ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାର ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ପାର ହୋଇ […]
ବାଲେଶ୍ୱର: ଜମିରେ ବାଡ଼ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଏହି ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ସୂଚନାଯୋଗ୍ୟ, ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି […]
ଭୁବନେଶ୍ୱର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାଁ ସରୋଜ କୁମାର ଭୂୟାଁ। କଟକ ଜିଲ୍ଲା ସାଲେପୁର ଧର୍ମାଗତପୁର ଅଞ୍ଚଳରେ ତାଙ୍କ ଘର। ମିଳିଥିବା ସୂଚନା ଅନୁସାରେ, ସରୋଜ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ। କିନ୍ତୁ ଗତ ୧୦ ମାସ ଧରି ସେ ନିଖୋଜ ହୋଇ ଯାଇଥିଲେ। ସେପଟେ କିଛି ଦିନ ତଳେ ସରୋଜଙ୍କ ଏକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ କିଛି ଲୋକ ସରୋଜଙ୍କୁ ଘେରି ରହିଛନ୍ତି। ଜଣେ ଯୁବତୀଙ୍କ […]
କଟକ: କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ୩୩ଟଙ୍କା ଧାର୍ଯ୍ୟ କରାଯିବା ପରେ ସମସ୍ୟାର ସମାଧାନ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଠାରୁ ବ୍ୟବସାୟୀଙ୍କୁ ପ୍ଲଟ୍ ବଣ୍ଟନ କରାଯିବ। ଏହା ସହ ଚଳିତ ବର୍ଷ ବାଲିଯାତ୍ରା ୧୦ ଦନି ଧରି […]
ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ରେ ଅଗ୍ନିକାଣ୍ଡ। କୌଣସି କାରଣରୁ ବ୍ୟାଙ୍କର ତୃତୀୟ ମହଲାରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯଦିଓ ଏହି ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ […]
ଖୋର୍ଦ୍ଧା: ଯାହାକୁ ନକ୍ସଲ ଭାବି ପୁଲିସ୍ ଉଠାଇ ଆଣିଥିଲା, ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିଲେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ସ୍ପଷ୍ଟ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ନାଁ ସୁରେଶ ପହଁରିଆ। ତାଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ ଅଞ୍ଚଳରେ। ସେ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ। କିନ୍ତୁ ତାଙ୍କ ଉପରେ ଟଙ୍କା ବାକି ଥିବାରୁ ସେଠାରୁ ପଳାଇ ଆସି ଗଜମୁଣ୍ଡିଆ ଜଙ୍ଗଲରେ ଲୁଚି […]
ଭୁବନେଶ୍ୱର: ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଲା ମୃତ୍ୟୁ ଖବର। ମୃତ ଯୁବକ ଜଣକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ। ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଦଲାଲ ଦେବାଶିଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ପୁଅର ମୃତ୍ୟୁ ଖବର ପାଇବା ଘରେ ପୂରା ଭାଙ୍ଗି ପଡ଼ିଛନ୍ତି। […]
କେନ୍ଦ୍ରାପଡ଼ା: ରୋଜଗାର କରିବାକୁ ଯାଇ ବିଦେଶରେ ଓଡ଼ିଆ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗାଁ ରେ। ତାଙ୍କ ନାଁ କ୍ଷେତ୍ରବାସୀ ସାହୁ। ଗତ ସେପ୍ଟେମ୍ବରରେ କୋଲକାତାର ଏକ ସଂସ୍ଥା ଜରିଆରେ କ୍ଷେତ୍ରବାସୀ ମାଲେସିଆ ରୋଜଗାର କରିବାକୁ ଯାଇଥିଲେ। କିନ୍ତୁ ଗତ ୨୯ରେ ଏକ ଅଜଣା ବ୍ୟକ୍ତି କ୍ଷେତ୍ରବାସୀଙ୍କ ପରିବାର ଲୋକଙ୍କୁ ଫୋନ କରି କହିଥିଲେ, ତାଙ୍କ ପୁଅ ଜୀବନ ବିପଦରେ ଓ ତାଙ୍କୁ ଗିରଫ କରାଯାଇଛି। ଏହା ପରଠାରୁ […]
ବାଲେଶ୍ୱର: ବାଣଫୁଟାକୁ କେନ୍ଦ୍ର କରି ମାମୁ ଓ ମାଇଁଙ୍କୁ ଭଣଜା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କ ନାଁ ଗଦାଧର। ଦୀପାବଳି ପରଦିନ ଅର୍ଥାତ୍ ଗତକାଲି ଗଦାଧର ତାଙ୍କ ସ୍ତ୍ରୀ ସୀତାଙ୍କ ସହିତ ବାଣ ଫୁଟାଉଥିଲେ। ‘ଦୀପାବଳି ଗଲାଣି, ଆଜି […]
ବ୍ରହ୍ମଗିରି: ଚିଲିକା କୂଳରେ ବିସ୍ଫୋରଣ। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା। ଏମାନେ ସମସ୍ତେ ଅରଖକୁଦା ଭାଗବତ ସାହିର। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। କିନ୍ତୁ ବିସ୍ଫୋରଣର ମାତ୍ରା ଏତେ ଜୋର ଥିଲା ଯେ, ଚିଲିକା କୂଳରେ ଥିବା ସବୁ ଗାଁ ଲୋକେ ଭୟଭୀତ […]
ଭୁବନେଶ୍ୱର: ନଭେମ୍ବର ଦ୍ୱିତୀୟ ସପ୍ତାହ ଆସିଲାଣି, କିନ୍ତୁ ଶୀତ ଅନୁଭୂତ ହେଉନାହିଁ। ତେବେ ଦିନେ କିମ୍ବା ଦୁଇ ଦିନ ଭିତରେ ଶୀତ ଅନୁଭୂତ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଯାହାକି ଓଡ଼ିଶା ଦେଇ ଗତି କରିଥାଏ ଏହାର ପ୍ରଭାବରେ ଶୀତ ଅନୁଭୂତ ହୋଇଥାଏ। କିନ୍ତୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ଯୋଗୁଁ ଉତ୍ତର-ପଶ୍ଚିମ ଥଣ୍ଡା ବାୟୁ ପ୍ରବାହରେ ବାଧା ସୃଷ୍ଟି […]
ନବରଙ୍ଗପୁର: ହୋଟେଲ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ। ସୂଚନା ଅନୁସାରେ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଣ୍ଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ ଯାଇଥିଲେ। କିଛି ଲୋକ […]
କଟକ: ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍। କଟକ ମାଲଗୋଦାମର ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ନବ କିଶୋର ସାହୁ। ସୂଚନା ଅନୁସାରେ, ଗତକାଲି ରାତରେ ନବ କିଶୋର ବ୍ୟବସାୟୀ ସାରି ଟଙ୍କା ବ୍ୟାଗ୍କୁ ଗାଡି ଡିକିରେ ରଖି ଦୋକାନ୍ ସଟର୍ ପକାଇବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍ରେ ହଠାତ୍ ଆସି ଟଙ୍କା ବ୍ୟାଗ୍ଟିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବ୍ୟବସାୟୀ ଜଣକ […]
ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋଶାଲ୍ ମିଡିଆରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଗୁଜରାଟର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏହି ଫଟୋକୁ ଅପ୍ଲୋଡ କରିଛନ୍ତି। ତେବେ ଏହି ଫଟୋକୁ ସେ ଉଠାଇଛନ୍ତି ନା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ କେମିତି ଉତ୍ତୋଳନ କରାଯାଇଛି ବୋଲି […]
କେନ୍ଦୁଝର: ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଆନନ୍ଦପୁର ମେଡିକାଲ୍ରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅଟୋଟି ଯାତ୍ରୀମାନଙ୍କୁ ନେଇ କାଠକଟାରୁ ଠାକୁରମୁଣ୍ଡାକୁ ଯାଉଥିଲା। ଅନ୍ୟପଟେ ୧୦୨ ଆମ୍ବୁଲାନ୍ସଟି ରୋଗୀଙ୍କୁ […]
ଭୁବନେଶ୍ୱର: ବିଶ୍ୱ କପ୍ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଆଜି ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ୨୦୧୭ରେ ବିଶ୍ୱ ହକି ଲିଗ ଫାଇନାଲରେ ଉଭୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେହିଭଳି ବୀରେନ୍ଦ୍ର ଲାକ୍ରା ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚାମ୍ପିୟନସ ଟ୍ରଫି ଖେଳିଥିଲେ। ବିଶ୍ୱକପ୍ ହକି ଦଳରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ ମନପ୍ରିତ ସିଂ। […]
ଖୋର୍ଦ୍ଧା: ବନ୍ଧୁକ ଦେଖାଇ ୬୦ ଲକ୍ଷ ଲୁଟି ନେଲେ। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ିଆପଲୀରୁ। ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମଝି ରାସ୍ତାରେ ଟଙ୍କା ନେଇ ଯାଉଥିବା କାରକୁ ଅଟକାଇଥିଲେ। କାରରେ ଥିବା କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ପୁଲିସ୍ ଅଭିଯୋଗକାରୀଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି। […]
ଭୁବନେଶ୍ୱର: ଗୋଟିଏ ପଟେ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ପ୍ରରୋଚନାରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପସଂସ୍ଥାରେ ସୃଷ୍ଟି କରାଯାଉଛି ଅଶାନ୍ତିର ବାତାବରଣ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଏମିତି କିଛି ମତ ପ୍ରକାଶ ପାଉଛି। କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର ପାଇଁ ଆଜି ଇମ୍ଫା କର୍ତ୍ତୃପକ୍ଷ ଓ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ […]
ଭୁବନେଶ୍ୱର: ଦୁଇ ବର୍ଷରେ ଉତ୍ପାଦନ କରିବା ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ଶିଳ୍ପ ସଂସ୍ଥା। ୨୦୧୬ରେ ଆୟୋଜିତ ମେକ୍ ଇନ ଓଡିଶା ପ୍ରଥମ ସଂସ୍କରଣର ସଫଳତା କଥା କହିବା ବେଳେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସେଥିରେ ୧୨୪ଟି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ବି ଏଯାଏ ୬୪ଟି ସଂସ୍ଥାର ଭିତ୍ତି ପ୍ରସ୍ତର ହିଁ ପଡ଼ିପାରିଛି। ଏହାସତ୍ତ୍ୱେ ଏଥର ବିଦେଶରୁ ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ଆସିବା ଲକ୍ଷ୍ୟ ରହିଥିବା ଶିଳ୍ପମନ୍ତ୍ରୀ ଅନନ୍ତ […]
ଜୟପୁର: ଜୟପୁର ରାଜନଅର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ଗିରଫ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି। ଗତ ସେପ୍ଟେମ୍ବର ୨୫ ତାରିଖରେ ଗୁଳିକାଣ୍ଡ ପରେ ବିକାଶ ଓ ତା’ର ସହଯୋଗୀ ଫେରାର ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ବିକାଶକୁ ପଶ୍ଚିମବଙ୍ଗ ହାତିଆରା ଅଞ୍ଚଳର ଜଣକ ଘରୁ ଧରିଛି ପୁଲିସ। ଘଟଣାରେ ମୋଟ ୮ ଜଣ ସଂପୃକ୍ତ ଥିବା ବେଳେ ଏଯାଏ […]
ଭୁବନେଶ୍ୱର: ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଓଡ଼ିଶା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି କନ୍କ୍ଲେଭ୍ରେ ବିଭିନ୍ନ କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଆଜି ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥର କନ୍କ୍ଲେଭ୍ରେ ୫ଟି ପ୍ରମୁଖ ରାଷ୍ଟ୍ରର ଶିଳ୍ପପତି ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ରୁଷିଆ, ଜର୍ମାନୀ, ଫ୍ରାନ୍ସ, ସାଉଦି ଆରବ ଓ […]
ଅନୁଗୁଳ: ଟ୍ରାଙ୍କୁଲାଇଜ୍ ପରେ ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ସେଣ୍ଟ୍ରାଲ ଜୁ ଅଥରିଟି ବାରଣ କରିଛନ୍ତି। ଏହାସହ ସୁନ୍ଦରୀ ସ୍ଥାନାନ୍ତରଣକୁ ନେଇ ପ୍ରଶ୍ନ କରିଛନ୍ତି। ସେଣ୍ଟ୍ରାଲ ଜୁ ପଲିସିର ଏହା ବିରୁଦ୍ଧାଚରଣ କରୁଥିବା କହି ପିସିସିଏଫ୍ଙ୍କୁ ଚିଠି କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ଚିଡ଼ିଆଖାନାରେ ରଖାଯାଇପାରିବନି। କେବଳ ବଂଶବୃଦ୍ଧି ପାଇଁ ଚିଡ଼ିଆଖାନାରେ ପଶୁଙ୍କୁ ରଖାଯିବାର […]
ଯାଜପୁର: ଯାଜପୁର ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି। ଆଜି ଯାଜପୁର ରୋଡରେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ସଭାପତି ପ୍ରୀତିରଞ୍ଜନ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ଦାବି ରଖିଥିଲେ। ଇମ୍ଫା କର୍ତ୍ତୃପକ୍ଷ ଏହାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ରବିବାର ଆଲୋଚନା […]
ଗଞ୍ଜାମ: ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲା ଆସିକାର ବାଘୁଆ ବ୍ରିଜ ତଳ ବୁଦା ଭିତରୁ ଏକ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ନବଜାତକଟିକୁ କେହି ମାରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି। ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶିଶୁକନ୍ୟାକୁ କିଏ ଓ କାହିଁକି ଫିଙ୍ଗିଛି, ସେନେଇ ପୁଲିସ୍ ତଦନ୍ତ କରୁଛି।