ବଲାଙ୍ଗିର: ପୂର୍ବ ଭଳି ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି ସିନା କିଛି କହିଲେ ନାହିଁ, ହେଲେ ବଲାଙ୍ଗିର ପଥର ଚେପାର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ। ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ, ୨୦ ବର୍ଷରେ ବଲାଙ୍ଗିରରେ ୫ରୁ ୧୦% ଜଳସେଚନ ହୋଇଛି। କୃଷକଙ୍କ ନାଁରେ ଭୁବନେଶ୍ୱରରେ କୁମ୍ଭୀର କାନ୍ଦଣା ହେଉଛି। ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର […]
କନ୍ଧମାଳ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ମୋଟ୍ ୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଏଥିରେ ୩ ଜଣ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ, ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ। ଏନେଇ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିଶ […]
ନବରଙ୍ଗପୁରରେ: ଲୁଟ୍ ପାଇଁ ଡକାୟତଙ୍କ ଅଭିନବ ଉପାୟ। ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟି ନେଇଛନ୍ତି ଡକାୟତଙ୍କ ଗ୍ୟାଙ୍ଗ୍। ନବରଙ୍ଗପୁରର ଏହି ଘଟଣା ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇନ୍ଦ୍ରାବତୀ ସରକାରୀ ମେଡିକାଲ୍ର ଡାକ୍ତର ପ୍ରଦୀପ ପ୍ରହରାଜଙ୍କ ଘରୁ ଏଭଳି ଅଭିନବ ଉପାୟରେ ଚୋରି କରିଛନ୍ତି ଡକାୟତ ଗ୍ୟାଙ୍ଗ୍। ଅଧା ରାତିରେ ୪ଜଣ ଡକାୟତ ଡାକ୍ତର ପ୍ରଦୀପଙ୍କ କବାଟ ଠକ୍ ଠକ୍ କଲେ। ରୋଗୀ ଆଣିଚୁ କହିବାରୁ ନିଜେ ଡାକ୍ତର ପ୍ରଦୀପ କବାଟ […]
ବାଲେଶ୍ୱର: ନେସ୍କୋ ସ୍କ୍ରାପ୍ ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ୩ଜଣ ନେସ୍କୋ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ତତ୍କାଳୀନ ନିର୍ବାହ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ରାଜେନ୍ଦ୍ର କୁମାର ଖିଲାର ଓ ସତ୍ୟବ୍ରତ ଦାସ। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୧୪ ଡିସେମ୍ବର ୨୦୧୮ରେ ନେସ୍କୋରୁ ଲକ୍ଷାଧିକ ଟଙ୍କାର ସ୍କାର୍ପ ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ ନେସ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ ନାରାୟଣ ବିଶୋଇ। ପରେ ଇଲେକ୍ଟ୍ରିକ୍ […]
ବାଲେଶ୍ୱର: ଜଳେଶ୍ୱରରେ ଅବକାରୀ ଟିମକୁ ଅଟକାଇଲେ ସ୍ଥାନୀୟ ଲୋକେ। ଚଢ଼ାଉ ପାଇଁ ଯାଇଥିବା ବେଳେ ଝାଡ଼େଶ୍ୱରପୁର ବସ୍ତିରେ ଅବକାରୀ ବିଭାଗର ଏଏସ୍ଆଇ ଓ ୪ ଜଣ କର୍ମଚାରୀଙ୍କୁ ବସ୍ତି ମଝିରେ ଅଟକାଇଥିଲେ ଲୋକେ। ଏପରିକି ଅବକାରୀ ବିଭାଗ ଟିମ୍ ଯାଇଥିବା ଗାଡ଼ିର ଚାବିକୁ କାଢ଼ିନେଇଥିଲେ ସ୍ଥାନୀୟ ଲୋକେ। ଘଟଣା ସମ୍ପର୍କରେ ଖବର ପାଇ ଅବକାରୀ ଟିମ୍କୁ ଉଦ୍ଧାର କରିଛି ଜଳେଶ୍ୱର ପୁଲିସ୍। ଝାଡ଼େଶ୍ୱରପୁର ବସ୍ତିରେ ବ୍ରାଉନ୍ସୁଗର କାରବାର ଚାଲୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ। ଏନେଇ […]
ଅନୁଗୁଳ: ଦୁଇ ପୁଅ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା’। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ରବିବାର ରାତିରେ ନିଆଁରେ ପୋଡ଼ି ହୋଇ ମା’ ଓ ୨ ପୁଅ ଗୁରୁତର ହୋଇଥିଲେ। କଟକ ବଡ଼ ମେଡିକାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ୨ ପୁଅ ଆଖି ବୁଜିଛନ୍ତି। ମୃତକ ଦୁଇ ଶିଶୁଙ୍କ ନାଁ ଅଭିମନ୍ୟୁ ଓ ରାହୁଲ। ଜଣକର ବୟସ ୬ ବର୍ଷ ହୋଇଥିବା ବେଳେ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିରାସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପାରିବାରିକ କଳହକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ମୃତକ ମହିଳାଙ୍କ ନାଁ ସନ୍ଧ୍ୟା ବିଶୋଇ। ସେ ୫ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୫ ମାସର ଶିଶୁ ଅଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ମେଡିକାଲ୍କୁ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର ତିନିକୋଶିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ୫୮ଟି ହାତୀ କ୍ଷେତରେ ପଶି ଧାନ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଗତ ୫ଦିନ ହେଲା ତିନିକୋଶିଆ ଅଞ୍ଚଳରେ ଏହି ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ଫଳରେ ଭୟରେ ଲୋକେ କେଉଁଠି ମଞ୍ଚା ଉପରେ ତ କେଉଁଠି ନିଆଁ ଜାଳି ରାତି କଟାଉଛନ୍ତି। ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ମିଶି ଲାଇଟ୍ ଓ ବାଣ ସାହାଯ୍ୟରେ […]
ପୁରୀ: ଚାଲିଛି ପଞ୍ଚୁକ ବ୍ରତ। ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ସିଂହଦ୍ୱାର ଆଗରେ ଶହ ଶହ ସଂଖ୍ୟାରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି। ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାମଗ ହୋଇଛି। ଏପଟେ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାରିକେଡ୍ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗଞ୍ଜାମ: ଗାଁ ଛକରେ ଚା’ ପିଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ରାଜେନ୍ଦ୍ର ପରିଡ଼ା ଓରଫ ଜ୍ୟୋତି। ରାଜେନ୍ଦ୍ରଙ୍କ ଶରୀରର ୫ଟି ସ୍ଥାନରେ ଗୁଳିମାଡ଼ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗିରେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଜେ. ଛଚିନା ଗାଁ ଛକରେ ରାଜେନ୍ଦ୍ର ଚା’ ପିଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼େଇ ଥିଲେ। ନିଜକୁ […]
କଟକ: ATM ଭିତରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। କଲେଜ ଛକ ପିଲିଗ୍ରୀମ୍ ରୋଡରେ ଥିବା ATM ଭିତରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମାଲଗୋଦାମ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ATMର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସାଙ୍ଗଙ୍କୁ ପୁଲିସ୍ ଗିରଫ କରିଛି। […]
ପାରାଦୀପ: ପାରାଦୀପ ନିର୍ବାଚନ ମଣ୍ଡଳୀ ଉପରେ ଥିବା ଲୋଭ କଥା ପରୋକ୍ଷରେ ବିଧାୟକ ଦେବାଶିଷ ସାମନ୍ତରାୟ ଦୋହରାଇଛନ୍ତି। କୁଜଙ୍ଗ ବ୍ଲକ ବିଶ୍ୱାଳି ଗାଁରେ ଆୟୋଜିତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ସମାବେଶରେ ସେ ପାରାଦୀପ ପାଇଁ ଲଢେଇ ନିଜ କାନ୍ଧକୁ ନେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ଅବସରରେ ସେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ଉପରେ ମଧ୍ୟ ବର୍ଷିଥିଲେ। ତେବେ ଦାମ ବି ଦେବାଶିଷଙ୍କୁ ଏହାର ଜବାବ ଦେଇଛନ୍ତି। ‘ଲୋକ ଜାଣିଛନ୍ତି ମୁଁ କ’ଣ, ଲୋକ […]
ପୁରୀ: ବ୍ରହ୍ମ ବିଭ୍ରାଟ ଘଟଣାରେ ୬ଜଣ ଦଇତାପତିଙ୍କୁ ନୋଟିସ୍ ଦିଆଯାଇଛି। ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସହ ଦଇତାପତି ବିଶ୍ୱନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର ଓ ନବ କିଶୋର ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଛି। ନିୟମ ଅନୁସାରେ ଘଟ ପରିବର୍ତ୍ତନ ବେଳେ କେବଳ ବାଡ଼ଗ୍ରାହୀ ଉପସ୍ଥିତ ରହିବା କଥା। କିନ୍ତୁ ଏହି ୬ଜଣ ଦଇତାପତି ବଳପୂର୍ବକ ଭାବେ ଅଣସର […]
ଅନୁଗୁଳ: ଅନୁଗୁଳରେ ପୁଲିସ୍ର ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ୍ ଆହତ ହୋଇଛି। ତା’ର ବାମ ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ବିଲୁକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଡେରଜଙ୍ଗ ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ବିଲୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। କିଛିଦିନ ତଳେ ଶରଧାପୁର ପେଟ୍ରୋଲ ପମ୍ପରୁ ଲୁଟ୍ ଓ ବଳରାମପ୍ରସାଦ ନିକଟରେ ଲୁଟ୍ ଘଟଣାରେ ବିଲୁର ସଂପୃକ୍ତି ଥିବା ଅଭିଯୋଗ ରହିଛି।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣଙ୍କ ଗତ ଶନିବାର ସକାଳୁ ସ୍କୁଲ୍ରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ। ଏନେଇ ତାଙ୍କ ପରିବାର ସଦସ୍ୟଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ୍ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନାଁରେ ଥାନାରେ ଏତଲା। ବିଜେଡି କର୍ମୀଙ୍କ ସହ ମିଶି ସେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ମାଡ଼ ମାରିଥିବା ନେଇ ସ୍ଥାନୀୟ ଥାନାରେ ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି। ମାଳିପୁର ଛକ ନିକଟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଯାଉଥିବା ବେଳେ ସେମାନଙ୍କୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଅଟକାଇଥିଲେ। ‘ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା’ ନେଇ ସଂଗଠନର ସ୍ଲୋଗାନ୍କୁ […]
ପୁରୀ: ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ୫ ଦିନରେ ଶ୍ରୀଜିଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ। ଏହି ସମୟରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କାଠ ବ୍ୟାରିକେଡ୍ ସହ ଲୁହା ବ୍ୟାରିକେଡ୍ କରାଯାଇଛି। ପ୍ରଥମ ୩ ଦିନ ପାଇଁ ୧୫ ପ୍ଲାଟୁନ୍ ପୁଲିସ୍ […]
ବଲାଙ୍ଗିର: ବସ୍-ବାଇକ୍ ମୁହାଁମୁହିଁ ଧକ୍କା। ବଲାଙ୍ଗିର ଜିଲ୍ଲା ସଇଁତଳାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ଟି ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଲୁହୁରିପାଲି ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ୩ଜଣ ବାଇକ୍ ଆରୋହୀଙ୍କୁ ସଇଁତଳା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ […]
ଗଞ୍ଜାମ: ଜଙ୍ଗଲୀ ବାର୍ହା ଅାକ୍ରମଣରେ ଜଣେ ଚାଷୀ ଗୁରୁତର। ଗଞ୍ଜାମ ଜିଲ୍ଲାର ସିଂହମର୍ଦନ ଗାଁରେ ଏହି ଘଟଣା ଘଟିଛି। ଚାଷୀ ଜଣକ ଫସଲ ଅମଳ ଲାଗି କ୍ଷେତକୁ ଯାଇଥିଲେ। ଏ ସମୟରେ ତାଙ୍କୁ ୪ରୁ ୫ଟି ଜଙ୍ଗଲୀ ବାର୍ହା ଅାକ୍ରମଣ କରିଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲକୁ ନିଅାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଭୁବନେଶ୍ୱର: ବିବାଦରେ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ସାଗର। ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ୍ ବଣ୍ଟାକୁ ନେଇ ସାଗରଙ୍କ ବିରୋଧରେ ଏକ ଗୁରତର ଅଭିଯୋଗ ଆସିଛି। ରଙ୍ଗା ରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ ମାଲେଶ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଇବ୍ରାହିମ୍ପଟନମ୍ ଆସନରୁ ଟିକେଟ୍ ଦେବା ପାଇଁ ଦଳ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲା। AICC ସ୍କ୍ରିନିଂ କମିଟି ମୁଖ୍ୟ […]
କଟକ: କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଦଳୀବସନ୍ତ ଗାଁ ବିଲ ମଝିରେ ଅସୁସ୍ଥ ହୋଇ ପଡ଼ି ଯାଇଥିବା ଦନ୍ତା ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତକାଲି ହାତୀଟି ଅସୁସ୍ଥ ହୋଇ ବିଲ ମଝିରେ ପଡ଼ିଥିବା ନେଇ ଲୋକେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦିନ ତମାମ ହାତୀଟିର ଚିକିତ୍ସା କରିଥିଲେ। ହେଲେ ହାତୀଟିକୁ ବଞ୍ଚାଇ ପାରି ନଥିଲେ। ହାତୀର ପାଟିରେ ଘା’ ହୋଇଯାଇଥିଲା। […]
ଭୁବନେଶ୍ୱର: ସାଉଦି ଆରବରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ନରେନ୍ଦ୍ର ପଲେଇଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। ଏନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରର ଅନୁରୋଧ କ୍ରମେ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡା ସାଉଦି ଆରବ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସାହାଯ୍ୟ ଲୋଡ଼ିଥିଲେ। ବାଣପୁରର ନରେନ୍ଦ୍ର ପଲେଇଙ୍କ ମୃତଦେହ ଗତକାଲି ସାଉଦି ଆରବରୁ #Odisha ଫେରିଛି। ତାଙ୍କ ପରିବାରର ଅନୁରୋଧରେ @PandaJay ମୃତଦେହ ଫେରାଇ ଆଣିବାଲାଗି ସାଉଦି ଆରବସ୍ଥିତ […]
ମୁନିଗୁଡା: ମୁନିଗୁଡାର ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲଗାଯାଇଛି। ବସ୍ଷ୍ଟାଣ୍ଡ, ବିଭିନ୍ନ ବସ୍ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ପୋଷ୍ଟର ଲଗାଯାଇଛି। ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍କୁ ବିରୋଧ କରି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ଜିଲ୍ଲା କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଛି। ନକ୍ସଲ ତରଫରୁ କରାଯାଉଥିବା ବିଭିନ୍ନ ହିଂସାକାଣ୍ଡକୁ ଏଥିରେ ବିରୋଧ କରାଯାଇଛି। ଭୋକ ବିକଳରେ ତାଟିଆ କାମୁଡିବା ବନ୍ଦ କର, ଆଦିବାସୀ ଓ ଚାଷୀ ମାନଙ୍କ ବିକାଶ […]
ଢେଙ୍କାନାଳ: ମେଡିକାଲ୍ର ଛାତରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ରୋଗୀଙ୍କ ନାଁ ସଞ୍ଜୟ ଭୋଳ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ହରିଡ଼ାପଶି ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ସେ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ସେ ମେଡିକାଲ୍ର ଚତୁର୍ଥ ମହଲା ବାରଣ୍ଡାର ଝରକାରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି […]
ଭଦ୍ରକ: ଏକ୍ସପାଏରୀ ପୂର୍ବରୁ ପୁଳାପୁଳା ଔଷଧ ଫୋପଡ଼ା ହୋଇଛି। ଭଦ୍ରକ ଜିଲ୍ଲା ଚନ୍ଦନପୁର ଅଙ୍ଗନବାଡ଼ି କେନ୍ଦ୍ର ପଛପାଖ ପୋଖରୀ ହୁଡ଼ାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଗୁଡ଼ିକ ସରକାର ଯୋଗାଇ ଦେଉଥିବା ଫଲିକ୍ ଏସିଡ ସିରପ୍ ବୋଲି ଜଣାପଡ଼ିଛି। ଏହାର ବୈଧତା ୨୦୧୮ ନଭେମ୍ବର ଯାଏ ରହିଛି। ମାଗଣା ସରକାରୀ ଔଷଧ ବଣ୍ଟା ନ ଯାଇ ନଷ୍ଟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଲୋକମାନେ ଆଣିଥିବା ଏହି ଅଭିଯୋଗକୁ ଅଙ୍ଗନବାଡ଼ି କର୍ମୀ ଖଣ୍ଡନ କରିଛନ୍ତି। ତେବେ […]