ନୂଆପଡ଼ା: ମୋଷ୍ଟ୍ ୱାଣ୍ଟେଡ୍ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ନୂଆପଡ଼ା ଏସ୍ପିଙ୍କ ନିକଟରେ ମହିଳା ମାଓବାଦୀ ଡାଲ୍ମତି ପହରିଆ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ସିନାପାଲିର କୁନ୍ଦନଝରିଆ ଗାଁରେ। ତାଙ୍କୁ ବଳପୂର୍ବକ ଭାବେ ମାଓବାଦୀ ସଂଗଠନରେ ସାମିଲ କରାଯାଇଥିଲା ବୋଲି ସୂଚନା ମିଳିଛି। ଗତ ଜୁନ ମାସରୁ ସେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ତାଙ୍କୁ ଧରାଇଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଗଞ୍ଜାମ: କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ବେଣୁ ବାରିକ ଆହତ ହୋଇଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ପୁଲିସ୍ ଏହି ଏନ୍କାଉଣ୍ଟର କରିଛି। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍ ଖବର ପାଇଥିଲା। ପୁଲିସ୍ର ଚଢ଼ଉ ବେଳେ ବେଣୁ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ଯାହାର ଜବାବ ଦେଇଥିଲା ପୁଲିସ୍ । ନୟାଗଡ଼ା […]
କଟକ: ଜଗତସିଂହପୁର-କଟକ ରାସ୍ତାର କନ୍ଦରପୁର ନିକଟ ଅଥଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ଜଣକ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତି ରଞ୍ଜନ ସାଠୁଆ। ଗତକାଲି ରାତିରେ ବିବେକାନନ୍ଦ ଏବଂ ଜ୍ୟୋତି ରଞ୍ଜନ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଅଥଙ୍ଗା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ମନ୍ଦିରରେ ପିଟି […]
ଭୁବନେଶ୍ୱର: ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ। ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ୍ ହୋଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଯେଉଁ ବଗିଟି ଲାଇନ୍ଚ୍ୟୁତ ହୋଇଛି ସେଥିରେ ୮୫ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା। ହାଓ୍ୱଡ଼ାରୁ ପୁରୀ ଯିବା ବାଟରେ ଧଉଳି ଏକ୍ସପ୍ରେସ୍ ଲାଇଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ରେଲୱେ ପକ୍ଷରୁ ହେଲ୍ପ୍ […]
କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ। ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ତାଙ୍କର ଚର୍ଚ୍ଚିତ ଗୀତ। ଏହି ଗୀତକୁ ଲୋକମାନେ ଏବେବି ଗୁଣୁଗୁଣୁ କରି ଗାଆନ୍ତି। ‘ମୋ […]
ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ଯାହା ମୁଖ୍ୟତଃ ଡିଜିଟାଲ୍ କ୍ଷେତ୍ରରେ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସୂଚନା ଦେଇଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବ ରିଲାଏନ୍ସ। ବର୍ତ୍ତମାନ ରାଜ୍ୟର ୩୦ ହଜାର ଯୁବକ ଯୁବତୀ ରିଲାଏନ୍ସ ସହ ନିଯୁକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ କ୍ଷେତ୍ରରେ […]
କଟକ: ଆଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ୍-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ତେବେ ଚାର୍ଜସିଟ୍ ଦାଖଲ ହୋଇପାରି ନଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁରରେ ଥିବା ଏକ ଏଟିଏମ୍ରୁ ଲୁଟ୍। ସେଠାରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍କୁ କିଛି ଦୁର୍ବୃତ୍ତ ତାଡ଼ି ନେଇ ପଳାଇଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍କୁ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ […]
ପୁରୀ: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜ୍ଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତେବେ ଅନନ୍ତ ସଡ଼କ ପଥରେ ଯିବେ ବୋଲି ସୂଚନା ମିଳିଛି। ସେହିପରି ବେଦାନ୍ତ ମୁଖ୍ୟ ଅନୀଲ […]
ନୟାଗଡ଼: ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର ଏକ ପଦଯାତ୍ରା ହୋଇଥିଲା। ତେବେ ପଦଯାତ୍ରାରେ ସାମିଲ ହୋଇନଥିବାରୁ ଏହି ଆକ୍ରମଣ ହୋଇଥିବା ଆହତମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହି ପ୍ରସଙ୍ଗରେ ପୁଲିସ୍ କି ବିଜେଡିର ପ୍ରତିକ୍ରିୟା […]
ଭୁବନେଶ୍ୱର : ମେକ୍ ଇନ୍ ଓଡିଶା ଅାଳରେ ବ୍ରାଣ୍ଡ ନବୀନକୁ ପ୍ରମୋଟ କରି ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ? ରାଜ୍ୟ ଓ ଜାତୀୟସ୍ତରରେ ନବୀନଙ୍କୁ ବିକାଶ ପୁରୁଷ ଭାବେ ପ୍ରତିପାଦିତ କରିବାକୁ ରାଜ୍ୟ ସରକାରଙ୍କ ଅାଉ ଏକ ଚାଲ୍ ନୁହେଁ ତ ? ମେକ୍ ଇନ୍ ଓଡିଶା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ଅାୟୋଜନ। ହେଲେ ସବୁଠି ନବୀନ ଅାଉ ନବୀନ । ଏୟାରପୋର୍ଟରୁ ଜନତା ମଇଦାନ, ତାହା ସହ ରାଜଧାନୀର ଗଳିକନ୍ଦିରେ […]
ଭୁବନେଶ୍ୱର: ରାଜ୍ୟର ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମୀନତି ବେହେରା ଇସ୍ତଫା ଦେଇଛନ୍ତି। ଲୋପାମୁଦ୍ରା ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡ଼ିଛି। କାର୍ଯ୍ୟକାଳ ସମାପ୍ତ ହେବାର ୮/୧୦ ଦିନ ପୂର୍ବରୁ ଲୋପାମୁଦ୍ରା ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋପାମୁଦ୍ରାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସେ […]
ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ୍ ମୃତଦେହ ଜବତ କରିବା ସହ […]
ବୌଦ୍ଧ: ୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର, ହେଲ୍ପର୍ଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ଛକ ନିକଟସ୍ଥ ଯୋଗୀ ପଥର ଠାରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ଟି ୪୦ ଫୁଟ ତଳକୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବଳରାମ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ। ବଳରାମଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବଳରାମ ତାଙ୍କ ଦୁଇ ଭାଇଙ୍କ ସହ ବାଇକ୍ରେ ମାମୁଁ ଘରକୁ ଯାଉଥିବା […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ୍ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୧୦ ଜଣଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା […]
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତ ରାସଗୋବିନ୍ଦ ରେଞ୍ଜ ଦେଇ ୬୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଚିତ୍ରଡ଼ା ଜଙ୍ଗଲ ଏବଂ ବ୍ରାହ୍ମଣମରା ଜଙ୍ଗଲରେ ହାତୀପଲ ଦେଖିବାକୁ ମିଳିଛି। ଏଥିସହ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀ ଘଉଡାଇବା ପାଇଁ ବନ ବଭାଗ ଓ ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ରାସଗୋବିନ୍ଦପୁର ରେଞ୍ଜର ସରଡୋଳା […]
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାର ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ପାର ହୋଇ […]
ବାଲେଶ୍ୱର: ଜମିରେ ବାଡ଼ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଏହି ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ସୂଚନାଯୋଗ୍ୟ, ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି […]
ଭୁବନେଶ୍ୱର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାଁ ସରୋଜ କୁମାର ଭୂୟାଁ। କଟକ ଜିଲ୍ଲା ସାଲେପୁର ଧର୍ମାଗତପୁର ଅଞ୍ଚଳରେ ତାଙ୍କ ଘର। ମିଳିଥିବା ସୂଚନା ଅନୁସାରେ, ସରୋଜ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ। କିନ୍ତୁ ଗତ ୧୦ ମାସ ଧରି ସେ ନିଖୋଜ ହୋଇ ଯାଇଥିଲେ। ସେପଟେ କିଛି ଦିନ ତଳେ ସରୋଜଙ୍କ ଏକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ କିଛି ଲୋକ ସରୋଜଙ୍କୁ ଘେରି ରହିଛନ୍ତି। ଜଣେ ଯୁବତୀଙ୍କ […]
କଟକ: କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ୩୩ଟଙ୍କା ଧାର୍ଯ୍ୟ କରାଯିବା ପରେ ସମସ୍ୟାର ସମାଧାନ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଠାରୁ ବ୍ୟବସାୟୀଙ୍କୁ ପ୍ଲଟ୍ ବଣ୍ଟନ କରାଯିବ। ଏହା ସହ ଚଳିତ ବର୍ଷ ବାଲିଯାତ୍ରା ୧୦ ଦନି ଧରି […]
ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ରେ ଅଗ୍ନିକାଣ୍ଡ। କୌଣସି କାରଣରୁ ବ୍ୟାଙ୍କର ତୃତୀୟ ମହଲାରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯଦିଓ ଏହି ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ […]
ଖୋର୍ଦ୍ଧା: ଯାହାକୁ ନକ୍ସଲ ଭାବି ପୁଲିସ୍ ଉଠାଇ ଆଣିଥିଲା, ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିଲେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ସ୍ପଷ୍ଟ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ନାଁ ସୁରେଶ ପହଁରିଆ। ତାଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ ଅଞ୍ଚଳରେ। ସେ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ। କିନ୍ତୁ ତାଙ୍କ ଉପରେ ଟଙ୍କା ବାକି ଥିବାରୁ ସେଠାରୁ ପଳାଇ ଆସି ଗଜମୁଣ୍ଡିଆ ଜଙ୍ଗଲରେ ଲୁଚି […]