କେନ୍ଦୁଝର: ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଆନନ୍ଦପୁର ମେଡିକାଲ୍ରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅଟୋଟି ଯାତ୍ରୀମାନଙ୍କୁ ନେଇ କାଠକଟାରୁ ଠାକୁରମୁଣ୍ଡାକୁ ଯାଉଥିଲା। ଅନ୍ୟପଟେ ୧୦୨ ଆମ୍ବୁଲାନ୍ସଟି ରୋଗୀଙ୍କୁ […]
ଭୁବନେଶ୍ୱର: ବିଶ୍ୱ କପ୍ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଆଜି ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ୨୦୧୭ରେ ବିଶ୍ୱ ହକି ଲିଗ ଫାଇନାଲରେ ଉଭୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେହିଭଳି ବୀରେନ୍ଦ୍ର ଲାକ୍ରା ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚାମ୍ପିୟନସ ଟ୍ରଫି ଖେଳିଥିଲେ। ବିଶ୍ୱକପ୍ ହକି ଦଳରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ ମନପ୍ରିତ ସିଂ। […]
ଖୋର୍ଦ୍ଧା: ବନ୍ଧୁକ ଦେଖାଇ ୬୦ ଲକ୍ଷ ଲୁଟି ନେଲେ। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ିଆପଲୀରୁ। ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମଝି ରାସ୍ତାରେ ଟଙ୍କା ନେଇ ଯାଉଥିବା କାରକୁ ଅଟକାଇଥିଲେ। କାରରେ ଥିବା କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ପୁଲିସ୍ ଅଭିଯୋଗକାରୀଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି। […]
ଭୁବନେଶ୍ୱର: ଗୋଟିଏ ପଟେ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ପ୍ରରୋଚନାରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପସଂସ୍ଥାରେ ସୃଷ୍ଟି କରାଯାଉଛି ଅଶାନ୍ତିର ବାତାବରଣ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଏମିତି କିଛି ମତ ପ୍ରକାଶ ପାଉଛି। କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର ପାଇଁ ଆଜି ଇମ୍ଫା କର୍ତ୍ତୃପକ୍ଷ ଓ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ […]
ଭୁବନେଶ୍ୱର: ଦୁଇ ବର୍ଷରେ ଉତ୍ପାଦନ କରିବା ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ଶିଳ୍ପ ସଂସ୍ଥା। ୨୦୧୬ରେ ଆୟୋଜିତ ମେକ୍ ଇନ ଓଡିଶା ପ୍ରଥମ ସଂସ୍କରଣର ସଫଳତା କଥା କହିବା ବେଳେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସେଥିରେ ୧୨୪ଟି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ବି ଏଯାଏ ୬୪ଟି ସଂସ୍ଥାର ଭିତ୍ତି ପ୍ରସ୍ତର ହିଁ ପଡ଼ିପାରିଛି। ଏହାସତ୍ତ୍ୱେ ଏଥର ବିଦେଶରୁ ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ଆସିବା ଲକ୍ଷ୍ୟ ରହିଥିବା ଶିଳ୍ପମନ୍ତ୍ରୀ ଅନନ୍ତ […]
ଜୟପୁର: ଜୟପୁର ରାଜନଅର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ଗିରଫ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି। ଗତ ସେପ୍ଟେମ୍ବର ୨୫ ତାରିଖରେ ଗୁଳିକାଣ୍ଡ ପରେ ବିକାଶ ଓ ତା’ର ସହଯୋଗୀ ଫେରାର ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ବିକାଶକୁ ପଶ୍ଚିମବଙ୍ଗ ହାତିଆରା ଅଞ୍ଚଳର ଜଣକ ଘରୁ ଧରିଛି ପୁଲିସ। ଘଟଣାରେ ମୋଟ ୮ ଜଣ ସଂପୃକ୍ତ ଥିବା ବେଳେ ଏଯାଏ […]
ଭୁବନେଶ୍ୱର: ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଓଡ଼ିଶା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି କନ୍କ୍ଲେଭ୍ରେ ବିଭିନ୍ନ କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଆଜି ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥର କନ୍କ୍ଲେଭ୍ରେ ୫ଟି ପ୍ରମୁଖ ରାଷ୍ଟ୍ରର ଶିଳ୍ପପତି ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ରୁଷିଆ, ଜର୍ମାନୀ, ଫ୍ରାନ୍ସ, ସାଉଦି ଆରବ ଓ […]
ଅନୁଗୁଳ: ଟ୍ରାଙ୍କୁଲାଇଜ୍ ପରେ ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ସେଣ୍ଟ୍ରାଲ ଜୁ ଅଥରିଟି ବାରଣ କରିଛନ୍ତି। ଏହାସହ ସୁନ୍ଦରୀ ସ୍ଥାନାନ୍ତରଣକୁ ନେଇ ପ୍ରଶ୍ନ କରିଛନ୍ତି। ସେଣ୍ଟ୍ରାଲ ଜୁ ପଲିସିର ଏହା ବିରୁଦ୍ଧାଚରଣ କରୁଥିବା କହି ପିସିସିଏଫ୍ଙ୍କୁ ଚିଠି କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ଚିଡ଼ିଆଖାନାରେ ରଖାଯାଇପାରିବନି। କେବଳ ବଂଶବୃଦ୍ଧି ପାଇଁ ଚିଡ଼ିଆଖାନାରେ ପଶୁଙ୍କୁ ରଖାଯିବାର […]
ଯାଜପୁର: ଯାଜପୁର ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି। ଆଜି ଯାଜପୁର ରୋଡରେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ସଭାପତି ପ୍ରୀତିରଞ୍ଜନ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ଦାବି ରଖିଥିଲେ। ଇମ୍ଫା କର୍ତ୍ତୃପକ୍ଷ ଏହାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ରବିବାର ଆଲୋଚନା […]
ଗଞ୍ଜାମ: ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲା ଆସିକାର ବାଘୁଆ ବ୍ରିଜ ତଳ ବୁଦା ଭିତରୁ ଏକ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ନବଜାତକଟିକୁ କେହି ମାରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି। ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶିଶୁକନ୍ୟାକୁ କିଏ ଓ କାହିଁକି ଫିଙ୍ଗିଛି, ସେନେଇ ପୁଲିସ୍ ତଦନ୍ତ କରୁଛି।
ଅନୁଗୁଳ: ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’କୁ ବାକୁ କରିବାକୁ କୁମ୍କୀ ହାତୀ ଯଶୋଦାକୁ ନିୟୋଜିତ କରାଯାଇଥିଲା। ଯଶୋଦା ସହାୟତାରେ ସୁନ୍ଦରୀ ଧରା ପଡ଼ିବା ପରେ ଚାରିଆଡେ ତା’ କାମକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା ଭିତରେ ଯଶୋଦା ମୁଣ୍ଡରେ ବି ମଣିଷ ମାରିବା ଅଭିଯୋଗ ଲାଗିଛି। ଅନୁଗୁଳ ପୁରୁଣାକୋଟ ରେଞ୍ଜ ପରିସରରେ ଯଶୋଦା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ସୁଧୀର ପ୍ରଧାନ। ଯଶୋଦା ତାଙ୍କୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। […]
ଭୁବନେଶ୍ୱର: ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିବା। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇ ଟ୍ୱିନ୍ ସିଟିର ୩୭୦ ଜଣ ଲୋକ ଫସି ଯାଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ କିଛି ଲୋକ ଏହାକୁ ମାନିନଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା ନେଇ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କମିଶନରେଟ୍ ପୁଲିସ୍ କଟକ ଓ ଭୁବନେଶ୍ୱରରେ […]
ରାଇରଙ୍ଗପୁର: ରକ୍ତ ସଂପର୍କକୁ ଭୁଲି ପୁଅ ସହ ମିଶି ଭାଇକୁ ମାରିଲା ଭାଇ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଶୁମଦୀ ନାୟକ (୪୫)। ପୁଲିସ୍ ଅଭିଯୁକ୍ତ ବାପା ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଜମିବାଡ଼ି କନ୍ଦଳକୁ ନେଇ ଶୁମଦୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ନିଜ ଘର ନିକଟରେ ବାପପୁଅ ଶୁମଦୀଙ୍କୁ […]
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୬ ତାରିଖରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ। ୧୬ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍ରେ ଫର୍ମ ଫିଲ୍ଅପ୍ କରି ହେବ। ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୫୦ ଟଙ୍କା ଫାଇନ୍ ଦେବାକୁ ହେବ। ସେହିଭଳି ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୩୫୦ ଟଙ୍କା ଫାଇନ୍ ଦେବାକୁ ହେବ।
କେନ୍ଦୁଝର: ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ […]
ମାଲକାନଗିରି: ଲାଲ୍ବାହିନୀର ବର୍ବରକାଣ୍ଡ। ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଏହି ଘଟଣା ଘଟିଛି। ନକ୍ସଲମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କଲମ ଦୁରୁଆ। ପୁଲିସ୍ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନଭେମ୍ବର ୧୨ ତାରିଖରେ ଛତିଶଗଡ଼ର ମାଓ ପ୍ରବଣ ୧୨ଟି ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ […]
ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଥିଲା। ଗାଁର ନୃସିଂହ ନାୟକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ […]
ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରେ ଛୁରାମାଡ଼। ବାଣ ଦେବା ନେବାକୁ ନେଇ ଭୁବନେଶ୍ୱର ବିଜେବି ନଗର ମହିଷାଖାଲରେ ଏହି ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ଅଶୋକ ବେହୁରା। ଆକ୍ରମଣକାରୀଙ୍କ ନାଁ ଅର୍ଜୁନ ବେହେରା। ମିଳିଥିବା ସୂଚନା ଅନୁସାରେ, ବାଣ ଦେବା ନେବାକୁ ନେଇ ଅଶୋକ ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅର୍ଜୁନ ଅଶୋକଙ୍କୁ ଛୁରାମାଡ଼ କରିଥିଲେ। ଅଶୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଡ଼ଗଡ଼ […]
ଭୁବନେଶ୍ୱର: ବେଶ୍ ଆନନ୍ଦ ଉଲ୍ଲାସ ସହ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି। ତେବେ ଦୀପାବଳି ପାଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଜଣାପଡ଼ିଛି। ବାଣ ଫୁଟି ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ସହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି। ବାଣ ଫୁଟି […]
ଖୋର୍ଦ୍ଧା : ରାଜ୍ୟରେ କେତେ ଯୋଜନା ମୁଖ୍ୟ ସଚିବଙ୍କୁ ଅଜଣା କହିଲେ ସୌମ୍ୟ, ଖୋର୍ଦ୍ଧାରେ ଏକ ସଭାରେ କହିଲେ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଓଡ଼ିଶାରେ କେତେ ପ୍ରକାର ଯୋଜନା ଅଛି ମୁଖ୍ୟ ସଚିବଙ୍କୁ ବି ଅଜଣା ବୋଲି କହି ପକାଇଥିଲେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ମଞ୍ଚରେ ଏକଥା କହିଲା ପରେ ତଳେ କଥା ବଦଳାଇଲେ। ସାମ୍ବାଦିକମାନେ କଥା କଦର୍ଥ କରି ନ୍ୟୁଜ୍ କରିବାକୁ ବ୍ୟସ୍ତ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ରଖିଥିଲେ। […]
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନୂଆ ଦଳ ଗଠନ ନେଇ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ ହେବ ବୋଲି ସେ କହିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାର, ଅପଶାସନ ବିରୋଧରେ ଏକ ଆଞ୍ଚଳିକ ଦଳ ଗଠନ ହେବ। ଆସନ୍ତା ୯ ଓ ୧୦ରେ ଏ ନେଇ ସବିଶେଷ ଆଲୋଚନା ହେବ। ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା […]
ଭୁବନେଶ୍ୱର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡ଼େ ଉତ୍ସବମୁଖର। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ। ବାଣ ଫୁଟାଇବା ବେଳେ କଣ କରିବେ…. – ସୂତା ପୋଷାକ ପିନ୍ଧନ୍ତୁ -ବାଣ ଫୁଟାଇବା ସ୍ଥାନରେ ପାଣି, ବାଲି ଓ ଫାଷ୍ଟଏଡ୍ ବକ୍ସ […]
ବାଲେଶ୍ୱର: କାଳୀପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଗଣ୍ଡଗୋଳ ବେଳେ ଜଣେ ନିରୀହ ଡ୍ରାଇଭର ଫସି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନିଧିବଣି ଛକରେ ଗତକାଲି ଏହି ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କ ନାଁ ଅଚିନ୍ତ ମହାନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି କାଳୀପୂଜାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ଚାଲିଥିଲା। ଏହି ସମୟରେ ଅଚିନ୍ତ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମାତିଛନ୍ତି ଭାଲୁ। ନୀଳଗିରି ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁମନ ଦାସ ଓ ବାରି ବେସରା। ଚଣ୍ଡୀପୁର ଗାଁର ସୁମନଙ୍କୁ ତାଙ୍କ ଘର ପାଖ ରାସ୍ତାରେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ସାଇଡିଂସାହିର ବାରି ବେସରା ବାଡ଼ିକୁ ଶୌଚ ପାଇଁ ଯାଇଥିବା […]
ବରଗଡ଼: ଦୀପାବଳି ପାଇଁ ଲଜ୍ ସଫା କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କର୍ମଚାରୀଙ୍କ ମୃତ୍ୟୁ। ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପଦ୍ମପୁରରେ ଥିବା ସୀତାରାମ୍ ଲଜ୍ର କର୍ମଚାରୀ ଦୀପାବଳି ପାଇଁ ଆଜି ସକାଳେ ଲଜ୍ ସଫା କରୁଥିଲେ। ଏହି ସମୟରେ ସେ ୩୩କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ରୋହିତ ବାଗ(୨୫) । […]