• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tara
‘ଇଏ ଫିକ୍ସିଂର ସରକାର, ଯାହାଙ୍କ ନାଁ ଉଠିଥିଲା ସେ ଏବେ ସାଂସଦ, ଅରୁଣଙ୍କ ଭୂମିକା ବି ଅଛି’

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ଓ ଦାରୁ ଚୟନ ଡିଲ୍ ଅଭିଯୋଗ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବିଜେପି ଦାବି କରିଛି ତୁରନ୍ତ FIR ଦିଆଯାଉ ନ ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦାରୁ ଫିକ୍ସିଂ ଅଭିଯୋଗ ନେଇ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ସ୍ତରୀୟ ତଦନ୍ତ […]

  • Tuesday, 20 July 2021
ATM Loot
ପୁଣି ଖୋର୍ଦ୍ଧାରେ ଏଟିଏମ୍‌ ଲୁଟ୍‌

ଖୋର୍ଦ୍ଧା: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍। ଗୋଟିଏ ପରେ ଗୋଟିଏ ଏଟିଏମ୍ ଲୁଟ୍‌ କରିବାରେ ଲାଗିଛନ୍ତି ଏହି ଲୁଟେରା। ଖୋର୍ଦ୍ଧା ଜିଲ୍ଲା ବାଜପୁର ନିକଟ ନନ୍ଦପୁରରେ ଇଣ୍ଡିକ୍ୟାଶ୍ ATM ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍  ଲୁଟ୍ ହୋଇଥିଲା। ଆହୁରି ମଧ୍ୟ ପଢ଼ନ୍ତୁ : ଏଟିଏମ୍‌ ତାଡ଼ି ନେଇ […]

  • Tuesday, 20 July 2021
hockey
କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ସୃଷ୍ଟି ହୋଇଛି। ଟିକେଟ୍‌ ନ ମିଳିବାରୁ ଉତ୍ତ୍ୟକ୍ତ ଲୋକମାନେ ୯ ନମ୍ୱର ଗେଟ୍ ଟିକେଟ୍ କାଉଣ୍ଟର ଭଙ୍ଗାରୁଜା କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ୍‌ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଟିକେଟ୍‌ କାଉଣ୍ଟରରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ମାତ୍ର ଟିକେଟ୍‌ କାଉଣ୍ଟରରେ ହଠାତ୍‌ ଟିକେଟ୍‌ ନମିଳିବା ନେଇ ନୋଟିସ୍‌ […]

  • Tuesday, 20 July 2021
bengal tiger
ମହାବଳ ବାଘ ‘ମହାବୀର’ର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା। ଅନୁଗୁଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳ ବାଘ ‘ମହାବୀର’କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତକାଲି ସାତକୋଶିଆ କୋର୍‌ ଅଞ୍ଚଳରୁ ଯୁବ ମହାବଳ ମହାବୀରର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବନବିଭାଗ ତରଫରୁ  କୌଣସି ସ୍ପଷ୍ଟୀକରଣ ମିଳିନଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ମହାବୀରର ମୃତ୍ୟୁ ହୋଇଛି ନା ତାକୁ କେହି ଶିକାର କରିଛି ତାହା ଏ ପର୍ଯ୍ୟନ୍ତ […]

  • Tuesday, 20 July 2021
jagannath temple
ଶ୍ରୀମନ୍ଦିରରେ ହେବ ମହାପ୍ରସାଦ ଦାମ୍‌ ତାଲିକା ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦର ଦାମ୍‌ ତାଲିକା ବ୍ୟବସ୍ଥା କରାଯିବ। କାର୍ତ୍ତିକ ମାସ ପରେ ମହାପ୍ରସାଦର ଦାମ୍‌ ତାଲିକା ବ୍ୟବସ୍ଥା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପ୍ରସାଦ ପ୍ରସ୍ତୁତି ନେଇ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ନେଇ ପ୍ରଥମେ ତର୍ଜମା ହେବ। ଏହାପରେ ଦାମ୍‌ ତାଲିକା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟ କରାଯିବ। ସେହିପରି ନଷ୍ଟ ହୋଇ […]

  • Tuesday, 20 July 2021
maoist
ମୋଷ୍ଟ୍‌ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ମୋଷ୍ଟ୍‌ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ନୂଆପଡ଼ା ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀ ଡାଲ୍‌ମତି ପହରିଆ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ସିନାପାଲିର କୁନ୍ଦନଝରିଆ ଗାଁରେ। ତାଙ୍କୁ ବଳପୂର୍ବକ ଭାବେ ମାଓବାଦୀ ସଂଗଠନରେ ସାମିଲ କରାଯାଇଥିଲା ବୋଲି ସୂଚନା ମିଳିଛି। ଗତ ଜୁନ ମାସରୁ ସେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ତାଙ୍କୁ ଧରାଇଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

  • Tuesday, 20 July 2021
dreaded criminal
ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଗଞ୍ଜାମ: କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ବେଣୁ ବାରିକ ଆହତ ହୋଇଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ପୁଲିସ୍‌ ଏହି ଏନ୍‌କାଉଣ୍ଟର କରିଛି। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ପୁଲିସ୍‌ର ଚଢ଼ଉ ବେଳେ ବେଣୁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଯାହାର ଜବାବ ଦେଇଥିଲା ପୁଲିସ୍‌ । ନୟାଗଡ଼ା […]

  • Tuesday, 20 July 2021
accident
ମନ୍ଦିରରେ ପିଟି ଦେଲେ ବାଇକ୍‌; ଜଣେ ମୃତ, ଜଣେ ଗୁରୁତର

କଟକ: ଜଗତସିଂହପୁର-କଟକ ରାସ୍ତାର କନ୍ଦରପୁର ନିକଟ ଅଥଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ଜଣକ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତି ରଞ୍ଜନ ସାଠୁଆ। ଗତକାଲି ରାତିରେ ବିବେକାନନ୍ଦ ଏବଂ ଜ୍ୟୋତି ରଞ୍ଜନ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଅଥଙ୍ଗା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ମନ୍ଦିରରେ ପିଟି […]

  • Tuesday, 20 July 2021
express train
ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ

ଭୁବନେଶ୍ୱର: ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଯେଉଁ ବଗିଟି ଲାଇନ୍‌ଚ୍ୟୁତ ହୋଇଛି ସେଥିରେ ୮୫ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା। ହାଓ୍ୱଡ଼ାରୁ ପୁରୀ ଯିବା ବାଟରେ ଧଉଳି ଏକ୍ସପ୍ରେସ୍ ଲାଇଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ରେଲୱେ ପକ୍ଷରୁ ହେଲ୍‌ପ୍ […]

  • Tuesday, 20 July 2021
odia singer
ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ। ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ତାଙ୍କର ଚର୍ଚ୍ଚିତ ଗୀତ। ଏହି ଗୀତକୁ ଲୋକମାନେ ଏବେବି ଗୁଣୁଗୁଣୁ କରି ଗାଆନ୍ତି। ‘ମୋ […]

  • Tuesday, 20 July 2021
mukesh ambani
ଓଡ଼ିଶାରେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ଯାହା ମୁଖ୍ୟତଃ ଡିଜିଟାଲ୍ କ୍ଷେତ୍ରରେ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୂଚନା ଦେଇଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବ ରିଲାଏନ୍ସ। ବର୍ତ୍ତମାନ ରାଜ୍ୟର ୩୦ ହଜାର ଯୁବକ ଯୁବତୀ ରିଲାଏନ୍ସ ସହ ନିଯୁକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ କ୍ଷେତ୍ରରେ […]

  • Tuesday, 20 July 2021
HighCourt
ପୁଲିସ୍‌-ଓକିଲ ବିବାଦ ମାମଲା: ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ତେବେ ଚାର୍ଜସିଟ୍ ଦାଖଲ ହୋଇପାରି ନଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ […]

  • Tuesday, 20 July 2021
ATM
ଏଟିଏମ୍‌ ତାଡ଼ି ନେଇ ପଳେଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌। ସେଠାରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ତାଡ଼ି ନେଇ ପଳାଇଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍‌କୁ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
naxal posters
ନବ ନିର୍ମାଣ କୃଷକ ସଂଗଠନର ଅାନ୍ଦୋଳନକୁ ନକ୍ସଲଙ୍କ ସମର୍ଥନ

କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ […]

  • Tuesday, 20 July 2021
sajjan jindal
ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ

ପୁରୀ: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜ୍ଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତେବେ ଅନନ୍ତ ସଡ଼କ ପଥରେ ଯିବେ ବୋଲି ସୂଚନା ମିଳିଛି। ସେହିପରି ବେଦାନ୍ତ ମୁଖ୍ୟ ଅନୀଲ […]

  • Tuesday, 20 July 2021
bjd rally
ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ

ନୟାଗଡ଼: ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର ଏକ ପଦଯାତ୍ରା ହୋଇଥିଲା। ତେବେ ପଦଯାତ୍ରାରେ ସାମିଲ ହୋଇନଥିବାରୁ ଏହି ଆକ୍ରମଣ ହୋଇଥିବା ଆହତମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହି ପ୍ରସଙ୍ଗରେ ପୁଲିସ୍‌ କି ବିଜେଡିର ପ୍ରତିକ୍ରିୟା […]

  • Tuesday, 20 July 2021
make-up
ମେକ୍ ଇନ୍ ଓଡିଶା ଅାଳରେ ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ?

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା ଅାଳରେ ବ୍ରାଣ୍ଡ ନବୀନକୁ ପ୍ରମୋଟ କରି ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ? ରାଜ୍ୟ ଓ ଜାତୀୟସ୍ତରରେ ନବୀନଙ୍କୁ ବିକାଶ ପୁରୁଷ ଭାବେ ପ୍ରତିପାଦିତ କରିବାକୁ ରାଜ୍ୟ ସରକାରଙ୍କ ଅାଉ ଏକ ଚାଲ୍ ନୁହେଁ ତ ? ମେକ୍ ଇନ୍ ଓଡିଶା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ଅାୟୋଜନ। ହେଲେ ସବୁଠି ନବୀନ ଅାଉ ନବୀନ । ଏୟାରପୋର୍ଟରୁ ଜନତା ମଇଦାନ,  ତାହା ସହ ରାଜଧାନୀର ଗଳିକନ୍ଦିରେ […]

  • Tuesday, 20 July 2021
lopamudra
ପଦ ଛାଡ଼ିଲେ ଦୁଇ କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟର ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମୀନତି ବେହେରା ଇସ୍ତଫା ଦେଇଛନ୍ତି। ଲୋପାମୁଦ୍ରା ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡ଼ିଛି। କାର୍ଯ୍ୟକାଳ ସମାପ୍ତ ହେବାର ୮/୧୦ ଦିନ ପୂର୍ବରୁ ଲୋପାମୁଦ୍ରା ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋପାମୁଦ୍ରାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସେ […]

  • Tuesday, 20 July 2021
woman death
ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଲେ!

ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ୍‌ ମୃତଦେହ ଜବତ କରିବା ସହ […]

  • Tuesday, 20 July 2021
gas cylinder
୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌

ବୌଦ୍ଧ: ୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର, ହେଲ୍‌ପର୍‌ଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ଛକ ନିକଟସ୍ଥ ଯୋଗୀ ପଥର ଠାରେ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ଟି ୪୦ ଫୁଟ ତଳକୁ […]

  • Tuesday, 20 July 2021
firing
ଯୁବକଙ୍କୁ ଗୁଳିମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବଳରାମ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ। ବଳରାମଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବଳରାମ ତାଙ୍କ ଦୁଇ ଭାଇଙ୍କ ସହ ବାଇକ୍‌ରେ ମାମୁଁ ଘରକୁ ଯାଉଥିବା […]

  • Tuesday, 20 July 2021
tata magic
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟାଟା ମ୍ୟାଜିକ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୧୦ ଜଣଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା […]

  • Tuesday, 20 July 2021
elephant
ମୟୂରଭଞ୍ଜରେ ହାତୀ ଉପଦ୍ରବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତ ରାସଗୋବିନ୍ଦ ରେଞ୍ଜ ଦେଇ ୬୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଚିତ୍ରଡ଼ା ଜଙ୍ଗଲ ଏବଂ ବ୍ରାହ୍ମଣମରା ଜଙ୍ଗଲରେ ହାତୀପଲ ଦେଖିବାକୁ ମିଳିଛି। ଏଥିସହ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀ ଘଉଡାଇବା ପାଇଁ ବନ ବଭାଗ ଓ ପୁଲିସ୍‌ ପକ୍ଷରୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ରାସଗୋବିନ୍ଦପୁର ରେଞ୍ଜର ସରଡୋଳା […]

  • Tuesday, 20 July 2021
elephant
ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଛନ୍ତି ହାତୀ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାର ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ପାର ହୋଇ […]

  • Tuesday, 20 July 2021
group clash
୨ ଗୋଷ୍ଠୀ ମୁହାଁମୁହିଁ; ୫ ଗୁରୁତର

ବାଲେଶ୍ୱର: ଜମିରେ ବାଡ଼ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଏହି ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ସୂଚନାଯୋଗ୍ୟ, ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି […]

  • Tuesday, 20 July 2021