କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ […]
ପୁରୀ: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜ୍ଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତେବେ ଅନନ୍ତ ସଡ଼କ ପଥରେ ଯିବେ ବୋଲି ସୂଚନା ମିଳିଛି। ସେହିପରି ବେଦାନ୍ତ ମୁଖ୍ୟ ଅନୀଲ […]
ନୟାଗଡ଼: ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର ଏକ ପଦଯାତ୍ରା ହୋଇଥିଲା। ତେବେ ପଦଯାତ୍ରାରେ ସାମିଲ ହୋଇନଥିବାରୁ ଏହି ଆକ୍ରମଣ ହୋଇଥିବା ଆହତମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହି ପ୍ରସଙ୍ଗରେ ପୁଲିସ୍ କି ବିଜେଡିର ପ୍ରତିକ୍ରିୟା […]
ଭୁବନେଶ୍ୱର : ମେକ୍ ଇନ୍ ଓଡିଶା ଅାଳରେ ବ୍ରାଣ୍ଡ ନବୀନକୁ ପ୍ରମୋଟ କରି ଛବି ସୁଧାରିବାକୁ ପ୍ରୟାସ କରୁଛି କି ବିଜେଡି ? ରାଜ୍ୟ ଓ ଜାତୀୟସ୍ତରରେ ନବୀନଙ୍କୁ ବିକାଶ ପୁରୁଷ ଭାବେ ପ୍ରତିପାଦିତ କରିବାକୁ ରାଜ୍ୟ ସରକାରଙ୍କ ଅାଉ ଏକ ଚାଲ୍ ନୁହେଁ ତ ? ମେକ୍ ଇନ୍ ଓଡିଶା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ଅାୟୋଜନ। ହେଲେ ସବୁଠି ନବୀନ ଅାଉ ନବୀନ । ଏୟାରପୋର୍ଟରୁ ଜନତା ମଇଦାନ, ତାହା ସହ ରାଜଧାନୀର ଗଳିକନ୍ଦିରେ […]
ଭୁବନେଶ୍ୱର: ରାଜ୍ୟର ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମୀନତି ବେହେରା ଇସ୍ତଫା ଦେଇଛନ୍ତି। ଲୋପାମୁଦ୍ରା ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡ଼ିଛି। କାର୍ଯ୍ୟକାଳ ସମାପ୍ତ ହେବାର ୮/୧୦ ଦିନ ପୂର୍ବରୁ ଲୋପାମୁଦ୍ରା ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋପାମୁଦ୍ରାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ସେ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସେ […]
ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ୍ ମୃତଦେହ ଜବତ କରିବା ସହ […]
ବୌଦ୍ଧ: ୪୦ ଫୁଟ ତଳକୁ ଖସି ପଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର, ହେଲ୍ପର୍ଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ଛକ ନିକଟସ୍ଥ ଯୋଗୀ ପଥର ଠାରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ଟି ୪୦ ଫୁଟ ତଳକୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବଳରାମ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ। ବଳରାମଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବଳରାମ ତାଙ୍କ ଦୁଇ ଭାଇଙ୍କ ସହ ବାଇକ୍ରେ ମାମୁଁ ଘରକୁ ଯାଉଥିବା […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ୍ ଗଛରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୧୦ ଜଣଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା […]
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତ ରାସଗୋବିନ୍ଦ ରେଞ୍ଜ ଦେଇ ୬୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଚିତ୍ରଡ଼ା ଜଙ୍ଗଲ ଏବଂ ବ୍ରାହ୍ମଣମରା ଜଙ୍ଗଲରେ ହାତୀପଲ ଦେଖିବାକୁ ମିଳିଛି। ଏଥିସହ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀ ଘଉଡାଇବା ପାଇଁ ବନ ବଭାଗ ଓ ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ରାସଗୋବିନ୍ଦପୁର ରେଞ୍ଜର ସରଡୋଳା […]
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରାସ୍ତାରେ ଯିବା ଆସିବା କରୁଛନ୍ତି। ହାତୀମାନେ ରାସ୍ତା କଡ଼ରେ ଦିଆଯାଇଥିବା ସୋଲାର ତାରବାଡ଼କୁ ଭାଙ୍ଗି ରାସ୍ତା ଉପରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏକ ହାତୀପଲ ବଉଳ ସାରକୋଳି ରାସ୍ତାର ସୋଲାର ତାରବାଡ଼ ଭାଙ୍ଗି ରାସ୍ତା ପାର ହୋଇ […]
ବାଲେଶ୍ୱର: ଜମିରେ ବାଡ଼ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କୁପୁରା ଗାଁରେ ଏହି ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ସୂଚନାଯୋଗ୍ୟ, ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି […]
ଭୁବନେଶ୍ୱର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାଁ ସରୋଜ କୁମାର ଭୂୟାଁ। କଟକ ଜିଲ୍ଲା ସାଲେପୁର ଧର୍ମାଗତପୁର ଅଞ୍ଚଳରେ ତାଙ୍କ ଘର। ମିଳିଥିବା ସୂଚନା ଅନୁସାରେ, ସରୋଜ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ। କିନ୍ତୁ ଗତ ୧୦ ମାସ ଧରି ସେ ନିଖୋଜ ହୋଇ ଯାଇଥିଲେ। ସେପଟେ କିଛି ଦିନ ତଳେ ସରୋଜଙ୍କ ଏକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ କିଛି ଲୋକ ସରୋଜଙ୍କୁ ଘେରି ରହିଛନ୍ତି। ଜଣେ ଯୁବତୀଙ୍କ […]
କଟକ: କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ୩୩ଟଙ୍କା ଧାର୍ଯ୍ୟ କରାଯିବା ପରେ ସମସ୍ୟାର ସମାଧାନ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଠାରୁ ବ୍ୟବସାୟୀଙ୍କୁ ପ୍ଲଟ୍ ବଣ୍ଟନ କରାଯିବ। ଏହା ସହ ଚଳିତ ବର୍ଷ ବାଲିଯାତ୍ରା ୧୦ ଦନି ଧରି […]
ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ରେ ଅଗ୍ନିକାଣ୍ଡ। କୌଣସି କାରଣରୁ ବ୍ୟାଙ୍କର ତୃତୀୟ ମହଲାରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯଦିଓ ଏହି ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ […]
ଖୋର୍ଦ୍ଧା: ଯାହାକୁ ନକ୍ସଲ ଭାବି ପୁଲିସ୍ ଉଠାଇ ଆଣିଥିଲା, ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିଲେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ସ୍ପଷ୍ଟ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ନାଁ ସୁରେଶ ପହଁରିଆ। ତାଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ ଅଞ୍ଚଳରେ। ସେ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ। କିନ୍ତୁ ତାଙ୍କ ଉପରେ ଟଙ୍କା ବାକି ଥିବାରୁ ସେଠାରୁ ପଳାଇ ଆସି ଗଜମୁଣ୍ଡିଆ ଜଙ୍ଗଲରେ ଲୁଚି […]
ଭୁବନେଶ୍ୱର: ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଲା ମୃତ୍ୟୁ ଖବର। ମୃତ ଯୁବକ ଜଣକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ। ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଦଲାଲ ଦେବାଶିଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ପୁଅର ମୃତ୍ୟୁ ଖବର ପାଇବା ଘରେ ପୂରା ଭାଙ୍ଗି ପଡ଼ିଛନ୍ତି। […]
କେନ୍ଦ୍ରାପଡ଼ା: ରୋଜଗାର କରିବାକୁ ଯାଇ ବିଦେଶରେ ଓଡ଼ିଆ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗାଁ ରେ। ତାଙ୍କ ନାଁ କ୍ଷେତ୍ରବାସୀ ସାହୁ। ଗତ ସେପ୍ଟେମ୍ବରରେ କୋଲକାତାର ଏକ ସଂସ୍ଥା ଜରିଆରେ କ୍ଷେତ୍ରବାସୀ ମାଲେସିଆ ରୋଜଗାର କରିବାକୁ ଯାଇଥିଲେ। କିନ୍ତୁ ଗତ ୨୯ରେ ଏକ ଅଜଣା ବ୍ୟକ୍ତି କ୍ଷେତ୍ରବାସୀଙ୍କ ପରିବାର ଲୋକଙ୍କୁ ଫୋନ କରି କହିଥିଲେ, ତାଙ୍କ ପୁଅ ଜୀବନ ବିପଦରେ ଓ ତାଙ୍କୁ ଗିରଫ କରାଯାଇଛି। ଏହା ପରଠାରୁ […]
ବାଲେଶ୍ୱର: ବାଣଫୁଟାକୁ କେନ୍ଦ୍ର କରି ମାମୁ ଓ ମାଇଁଙ୍କୁ ଭଣଜା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କ ନାଁ ଗଦାଧର। ଦୀପାବଳି ପରଦିନ ଅର୍ଥାତ୍ ଗତକାଲି ଗଦାଧର ତାଙ୍କ ସ୍ତ୍ରୀ ସୀତାଙ୍କ ସହିତ ବାଣ ଫୁଟାଉଥିଲେ। ‘ଦୀପାବଳି ଗଲାଣି, ଆଜି […]
ବ୍ରହ୍ମଗିରି: ଚିଲିକା କୂଳରେ ବିସ୍ଫୋରଣ। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା। ଏମାନେ ସମସ୍ତେ ଅରଖକୁଦା ଭାଗବତ ସାହିର। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। କିନ୍ତୁ ବିସ୍ଫୋରଣର ମାତ୍ରା ଏତେ ଜୋର ଥିଲା ଯେ, ଚିଲିକା କୂଳରେ ଥିବା ସବୁ ଗାଁ ଲୋକେ ଭୟଭୀତ […]
ଭୁବନେଶ୍ୱର: ନଭେମ୍ବର ଦ୍ୱିତୀୟ ସପ୍ତାହ ଆସିଲାଣି, କିନ୍ତୁ ଶୀତ ଅନୁଭୂତ ହେଉନାହିଁ। ତେବେ ଦିନେ କିମ୍ବା ଦୁଇ ଦିନ ଭିତରେ ଶୀତ ଅନୁଭୂତ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଯାହାକି ଓଡ଼ିଶା ଦେଇ ଗତି କରିଥାଏ ଏହାର ପ୍ରଭାବରେ ଶୀତ ଅନୁଭୂତ ହୋଇଥାଏ। କିନ୍ତୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ଯୋଗୁଁ ଉତ୍ତର-ପଶ୍ଚିମ ଥଣ୍ଡା ବାୟୁ ପ୍ରବାହରେ ବାଧା ସୃଷ୍ଟି […]
ନବରଙ୍ଗପୁର: ହୋଟେଲ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ। ସୂଚନା ଅନୁସାରେ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଣ୍ଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ ଯାଇଥିଲେ। କିଛି ଲୋକ […]
କଟକ: ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍। କଟକ ମାଲଗୋଦାମର ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ନବ କିଶୋର ସାହୁ। ସୂଚନା ଅନୁସାରେ, ଗତକାଲି ରାତରେ ନବ କିଶୋର ବ୍ୟବସାୟୀ ସାରି ଟଙ୍କା ବ୍ୟାଗ୍କୁ ଗାଡି ଡିକିରେ ରଖି ଦୋକାନ୍ ସଟର୍ ପକାଇବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍ରେ ହଠାତ୍ ଆସି ଟଙ୍କା ବ୍ୟାଗ୍ଟିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବ୍ୟବସାୟୀ ଜଣକ […]
ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋଶାଲ୍ ମିଡିଆରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଗୁଜରାଟର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏହି ଫଟୋକୁ ଅପ୍ଲୋଡ କରିଛନ୍ତି। ତେବେ ଏହି ଫଟୋକୁ ସେ ଉଠାଇଛନ୍ତି ନା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ କେମିତି ଉତ୍ତୋଳନ କରାଯାଇଛି ବୋଲି […]