କଟକ: ATM ଭିତରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। କଲେଜ ଛକ ପିଲିଗ୍ରୀମ୍ ରୋଡରେ ଥିବା ATM ଭିତରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମାଲଗୋଦାମ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ATMର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସାଙ୍ଗଙ୍କୁ ପୁଲିସ୍ ଗିରଫ କରିଛି। […]
ପାରାଦୀପ: ପାରାଦୀପ ନିର୍ବାଚନ ମଣ୍ଡଳୀ ଉପରେ ଥିବା ଲୋଭ କଥା ପରୋକ୍ଷରେ ବିଧାୟକ ଦେବାଶିଷ ସାମନ୍ତରାୟ ଦୋହରାଇଛନ୍ତି। କୁଜଙ୍ଗ ବ୍ଲକ ବିଶ୍ୱାଳି ଗାଁରେ ଆୟୋଜିତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ସମାବେଶରେ ସେ ପାରାଦୀପ ପାଇଁ ଲଢେଇ ନିଜ କାନ୍ଧକୁ ନେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ଅବସରରେ ସେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ଉପରେ ମଧ୍ୟ ବର୍ଷିଥିଲେ। ତେବେ ଦାମ ବି ଦେବାଶିଷଙ୍କୁ ଏହାର ଜବାବ ଦେଇଛନ୍ତି। ‘ଲୋକ ଜାଣିଛନ୍ତି ମୁଁ କ’ଣ, ଲୋକ […]
ପୁରୀ: ବ୍ରହ୍ମ ବିଭ୍ରାଟ ଘଟଣାରେ ୬ଜଣ ଦଇତାପତିଙ୍କୁ ନୋଟିସ୍ ଦିଆଯାଇଛି। ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସହ ଦଇତାପତି ବିଶ୍ୱନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର ଓ ନବ କିଶୋର ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଛି। ନିୟମ ଅନୁସାରେ ଘଟ ପରିବର୍ତ୍ତନ ବେଳେ କେବଳ ବାଡ଼ଗ୍ରାହୀ ଉପସ୍ଥିତ ରହିବା କଥା। କିନ୍ତୁ ଏହି ୬ଜଣ ଦଇତାପତି ବଳପୂର୍ବକ ଭାବେ ଅଣସର […]
ଅନୁଗୁଳ: ଅନୁଗୁଳରେ ପୁଲିସ୍ର ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ୍ ଆହତ ହୋଇଛି। ତା’ର ବାମ ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ବିଲୁକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଡେରଜଙ୍ଗ ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ବିଲୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। କିଛିଦିନ ତଳେ ଶରଧାପୁର ପେଟ୍ରୋଲ ପମ୍ପରୁ ଲୁଟ୍ ଓ ବଳରାମପ୍ରସାଦ ନିକଟରେ ଲୁଟ୍ ଘଟଣାରେ ବିଲୁର ସଂପୃକ୍ତି ଥିବା ଅଭିଯୋଗ ରହିଛି।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣଙ୍କ ଗତ ଶନିବାର ସକାଳୁ ସ୍କୁଲ୍ରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ। ଏନେଇ ତାଙ୍କ ପରିବାର ସଦସ୍ୟଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ୍ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନାଁରେ ଥାନାରେ ଏତଲା। ବିଜେଡି କର୍ମୀଙ୍କ ସହ ମିଶି ସେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ମାଡ଼ ମାରିଥିବା ନେଇ ସ୍ଥାନୀୟ ଥାନାରେ ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି। ମାଳିପୁର ଛକ ନିକଟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଯାଉଥିବା ବେଳେ ସେମାନଙ୍କୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଅଟକାଇଥିଲେ। ‘ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା’ ନେଇ ସଂଗଠନର ସ୍ଲୋଗାନ୍କୁ […]
ପୁରୀ: ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ୫ ଦିନରେ ଶ୍ରୀଜିଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ। ଏହି ସମୟରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କାଠ ବ୍ୟାରିକେଡ୍ ସହ ଲୁହା ବ୍ୟାରିକେଡ୍ କରାଯାଇଛି। ପ୍ରଥମ ୩ ଦିନ ପାଇଁ ୧୫ ପ୍ଲାଟୁନ୍ ପୁଲିସ୍ […]
ବଲାଙ୍ଗିର: ବସ୍-ବାଇକ୍ ମୁହାଁମୁହିଁ ଧକ୍କା। ବଲାଙ୍ଗିର ଜିଲ୍ଲା ସଇଁତଳାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ଟି ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଲୁହୁରିପାଲି ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ୩ଜଣ ବାଇକ୍ ଆରୋହୀଙ୍କୁ ସଇଁତଳା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ […]
ଗଞ୍ଜାମ: ଜଙ୍ଗଲୀ ବାର୍ହା ଅାକ୍ରମଣରେ ଜଣେ ଚାଷୀ ଗୁରୁତର। ଗଞ୍ଜାମ ଜିଲ୍ଲାର ସିଂହମର୍ଦନ ଗାଁରେ ଏହି ଘଟଣା ଘଟିଛି। ଚାଷୀ ଜଣକ ଫସଲ ଅମଳ ଲାଗି କ୍ଷେତକୁ ଯାଇଥିଲେ। ଏ ସମୟରେ ତାଙ୍କୁ ୪ରୁ ୫ଟି ଜଙ୍ଗଲୀ ବାର୍ହା ଅାକ୍ରମଣ କରିଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲକୁ ନିଅାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଭୁବନେଶ୍ୱର: ବିବାଦରେ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ସାଗର। ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ୍ ବଣ୍ଟାକୁ ନେଇ ସାଗରଙ୍କ ବିରୋଧରେ ଏକ ଗୁରତର ଅଭିଯୋଗ ଆସିଛି। ରଙ୍ଗା ରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ ମାଲେଶ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଇବ୍ରାହିମ୍ପଟନମ୍ ଆସନରୁ ଟିକେଟ୍ ଦେବା ପାଇଁ ଦଳ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲା। AICC ସ୍କ୍ରିନିଂ କମିଟି ମୁଖ୍ୟ […]
କଟକ: କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଦଳୀବସନ୍ତ ଗାଁ ବିଲ ମଝିରେ ଅସୁସ୍ଥ ହୋଇ ପଡ଼ି ଯାଇଥିବା ଦନ୍ତା ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତକାଲି ହାତୀଟି ଅସୁସ୍ଥ ହୋଇ ବିଲ ମଝିରେ ପଡ଼ିଥିବା ନେଇ ଲୋକେ ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦିନ ତମାମ ହାତୀଟିର ଚିକିତ୍ସା କରିଥିଲେ। ହେଲେ ହାତୀଟିକୁ ବଞ୍ଚାଇ ପାରି ନଥିଲେ। ହାତୀର ପାଟିରେ ଘା’ ହୋଇଯାଇଥିଲା। […]
ଭୁବନେଶ୍ୱର: ସାଉଦି ଆରବରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ନରେନ୍ଦ୍ର ପଲେଇଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। ଏନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରର ଅନୁରୋଧ କ୍ରମେ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡା ସାଉଦି ଆରବ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସାହାଯ୍ୟ ଲୋଡ଼ିଥିଲେ। ବାଣପୁରର ନରେନ୍ଦ୍ର ପଲେଇଙ୍କ ମୃତଦେହ ଗତକାଲି ସାଉଦି ଆରବରୁ #Odisha ଫେରିଛି। ତାଙ୍କ ପରିବାରର ଅନୁରୋଧରେ @PandaJay ମୃତଦେହ ଫେରାଇ ଆଣିବାଲାଗି ସାଉଦି ଆରବସ୍ଥିତ […]
ମୁନିଗୁଡା: ମୁନିଗୁଡାର ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲଗାଯାଇଛି। ବସ୍ଷ୍ଟାଣ୍ଡ, ବିଭିନ୍ନ ବସ୍ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ପୋଷ୍ଟର ଲଗାଯାଇଛି। ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍କୁ ବିରୋଧ କରି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ଜିଲ୍ଲା କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଛି। ନକ୍ସଲ ତରଫରୁ କରାଯାଉଥିବା ବିଭିନ୍ନ ହିଂସାକାଣ୍ଡକୁ ଏଥିରେ ବିରୋଧ କରାଯାଇଛି। ଭୋକ ବିକଳରେ ତାଟିଆ କାମୁଡିବା ବନ୍ଦ କର, ଆଦିବାସୀ ଓ ଚାଷୀ ମାନଙ୍କ ବିକାଶ […]
ଢେଙ୍କାନାଳ: ମେଡିକାଲ୍ର ଛାତରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ରୋଗୀଙ୍କ ନାଁ ସଞ୍ଜୟ ଭୋଳ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ହରିଡ଼ାପଶି ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ସେ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ସେ ମେଡିକାଲ୍ର ଚତୁର୍ଥ ମହଲା ବାରଣ୍ଡାର ଝରକାରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି […]
ଭଦ୍ରକ: ଏକ୍ସପାଏରୀ ପୂର୍ବରୁ ପୁଳାପୁଳା ଔଷଧ ଫୋପଡ଼ା ହୋଇଛି। ଭଦ୍ରକ ଜିଲ୍ଲା ଚନ୍ଦନପୁର ଅଙ୍ଗନବାଡ଼ି କେନ୍ଦ୍ର ପଛପାଖ ପୋଖରୀ ହୁଡ଼ାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଗୁଡ଼ିକ ସରକାର ଯୋଗାଇ ଦେଉଥିବା ଫଲିକ୍ ଏସିଡ ସିରପ୍ ବୋଲି ଜଣାପଡ଼ିଛି। ଏହାର ବୈଧତା ୨୦୧୮ ନଭେମ୍ବର ଯାଏ ରହିଛି। ମାଗଣା ସରକାରୀ ଔଷଧ ବଣ୍ଟା ନ ଯାଇ ନଷ୍ଟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଲୋକମାନେ ଆଣିଥିବା ଏହି ଅଭିଯୋଗକୁ ଅଙ୍ଗନବାଡ଼ି କର୍ମୀ ଖଣ୍ଡନ କରିଛନ୍ତି। ତେବେ […]
କେନ୍ଦ୍ରାପଡ଼ା: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ମଦ ପିଇ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୩ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନ ପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣକାରୀ ଯୁବକଙ୍କ ନାଁ ହେଲା ବିକ୍ରମ ଦାସ। ମୃତକ ହେଲେ ଧୃବ ଦାସ, ତାଙ୍କ ସ୍ତ୍ରୀ ସରସ୍ୱତୀ ଦାସ ଓ ଝିଅ ପ୍ରତିମା ଦାସ। ଏମାନେ ସମସ୍ତେ ଗୋଟିଏ ପରିବାରର। ଧ୍ରୁବ ଓ ସରସ୍ୱତୀ ବିକ୍ରମଙ୍କ ସମ୍ପର୍କୀୟ ଜେଜେବାପା, […]
କଟକ: ଦିନକୁ ଦିନ କଟକ ବାଲିଯାତ୍ରା ବିବାଦ ତେଜିବାରେ ଲାଗିଛି। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ବ୍ୟବସାୟୀ ସଂଘ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡିଛି। କୌଣସି ମତେ ମଧ୍ୟ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ବିଧାୟକ ଚାହିଁବେ ତେବେ ଆଲୋଚନା କରିବୁ ବୋଲି ବ୍ୟବସାୟୀ ସଂଘ କହିଛି। ସେପଟେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଷ୍ଟଲ ପାଇଁ ଲାଗିଥିବା ଟେଣ୍ଟ୍ ଗୁଡ଼ିକୁ ବ୍ୟବସାୟୀମାନେ ଖୋଲି ଦେଇଛନ୍ତି। […]
ଢେଙ୍କାନାଳ: ବିୟର ଫ୍ୟାକ୍ଟ୍ରି ପାଇଁ ଚାଲିଛି ଗଛକଟା। ଯାହାକୁ ଜନ ସାଧାରଣ ବିରୋଧ କରିଛନ୍ତି। ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ଗଛକଟା ହେଉଥିବାରୁ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଛକଟାକୁ ବିରୋଧ କରି ପୁଲିସ୍- ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍କୁ ଠେଙ୍ଗାବାଡି ଦେଖାଇ ଲୋକେ ଗଛକଟାକୁ ବିରୋଧ କରିଛନ୍ତି। ଆଜି ସକାଳେ ପୁଲିସ୍ ଛାଉଣୀ କରାଯାଇ ଗଛ କଟା ଯାଇଥିଲା। ଫଳରେ ଏହାକୁ ଲୋକମାନେ ବିରୋଧ କରିଥିଲେ। ପୁଲିସ୍କୁ ଠେଙ୍ଗାବାଡି ଦେଖାଇ ଲୋକମାନେ […]
ଫୁଲବାଣୀ: ତିନି ବର୍ଷ ତଳେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିଲେ। ଆଉ ଗତକାଲି ତାଙ୍କର ବାହାଘର ହୋଇଛି। ତାଙ୍କ ନାଁ ଜ୍ୟୋତି ମାଡ଼କାମୀ। ଜ୍ୟୋତି ଜଣେ କ୍ୟାଡର୍ ନକ୍ସଲ ଥିଲେ। ସେ ପ୍ରାୟ ୧୪ ବର୍ଷ ଧରି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ସକ୍ରିୟ ଥିଲେ। କିନ୍ତୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ୨୦୧୫ ଅକ୍ଟୋବର ୯ ତାରିଖରେ ସେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଆତ୍ମସମର୍ପଣ ନକ୍ସଲ ସଂଗଠନ […]
ସାଲେପୁର: ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, କଟକ ସାଲେପୁରର ଛୋଟି ନଟରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥବା ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନୀଳଗିରି: ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ ମୁହାଁମୁହିଁ। ଗ୍ରାମବାସୀଙ୍କ ଆକ୍ରମଣରେ ରେଞ୍ଜର ଓ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ନୀଳଗିରି ହାତିମୁଣ୍ଡା ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଝାଡ଼ଖଣ୍ଡୀ ହାତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ, ହାତୀଙ୍କୁ ଘଉଡାଇବା ପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ। ଗତକାଲି ରାତିରେ ଗାଁରେ ନୀଳଗିରି ରେଞ୍ଜରଙ୍କ […]
ପୁରୀ: ଆଜି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ବର୍ଷକରେ ଥରେ ରାଧାପାଦ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ ରାଧାପାଦ ସ୍ପର୍ଶକୁ ବନ୍ଦ କରାଯାଇଛି। କେବଳ […]
ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହୋ ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ଚାଷୀ ସମସ୍ୟା ନେଇ ଆଲୋଚନା କରିବାକୁ କଂଗ୍ରେସ ସଦସ୍ୟ ଦାବି କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ। ଫଳରେ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ସେପଟେ ବାଚସ୍ପତି କାଲି ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହ ଆରମ୍ଭରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶୋକ ପ୍ରସ୍ତାବ […]
ଭୁବନେଶ୍ୱର: ଟିଟିଲାଗଡ଼କୁ ଜିଲ୍ଲା ଓ ସିନ୍ଧେକେଲାକୁ ବ୍ଳକ୍ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ପରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଦୋକାନ ବଜାର, ସ୍କୁଲ ଓ କଲେଜ, ବ୍ୟାଙ୍କ, ଅଫିସ ସବୁ ବନ୍ଦ ରହିଛି। ସିନ୍ଧେକେଲାକୁ ବ୍ଳକ୍ ଓ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ […]
ବାରିପଦା: ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦୀପ ପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଦୀର୍ଘ ୮ ବର୍ଷ ଧରି ସେ ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ତୁଳସୀଚଉରା ସ୍ଥିତ ସନ୍ଦୀପଙ୍କ ବାସଭବନରେ ଚଢ଼ଉ କରାଯିବା ସହ ତାଙ୍କର ପୈତୃକ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ତୁଳସୀଚଉରା ଘରର ଆନୁମାନିକ ମୂଲ୍ୟ ଦେଢ଼ କୋଟିରୁ […]