ଭୁବନେଶ୍ୱର: ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇବ କନଷ୍ଟେବଲ୍ ହାବିଲ୍ଦାର ସିପାହୀ ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ। ଆସନ୍ତା ୪ ତାରିଖ ସକାଳେ ସମସ୍ତ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ଏହାପରେ ସଂଧ୍ୟାରେ ଗୁଳିଗୋଳା ପଇଠ କରିବା ସହ ୫ ତାରିଖ ସକାଳୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଦରମା ବୃଦ୍ଧି, […]
ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ୍ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ୍ ମଧ୍ୟ ଜବତ ହୋଇଛି। ଏମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ରହିଛି। ଷଡ଼ଯନ୍ତ୍ର ପଛରେ ଭାଗୁର ହାତ ଥିବା ଜଣାପଡ଼ିବା ପରେ ତାକୁ ଗିରଫ୍ କରାଯାଇଛି। ପୂର୍ବରୁ ପ୍ରମୋଦ ଭୋଳ, ରଞ୍ଜନ ରାଉଳ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା […]
ଭୁବନେଶ୍ୱର: ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ ଟିକେଟ୍ ଖୋଲାଖୋଲି କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ୧୦୦ଟଙ୍କା ଟିକେଟ୍କୁ ୨ହଜାର, ୫ଶହ ଟଙ୍କା ଟିକେଟ୍କୁ ୫ରୁ ୧୦ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି ଦର୍ଶକ। ଏନେଇ ଏକ ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। କଳିଙ୍ଗ ଷ୍ଟାଡିୟମର ୪ନମ୍ବର କାଉଣ୍ଟରରେ ଖୋଲାଖୋଲି ଭାବେ ଟିକେଟ୍ ଅଧିକ ଦାମରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି। କାଉଣ୍ଟରରେ ଥିବା କିଛି କର୍ମଚାରୀ ଏଥିରେ ସାମିଲ ଥିବା ସେମାନେ ଅଭିଯୋଗ […]
ବାଲେଶ୍ୱର: କଣ୍ଟାବଣିଆ ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ବିରଞ୍ଚି ଦାସ ନାମକ ଯୁବକ ଆହତ ହୋଇ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିଠିରେ ଗୁଳି ବାଜିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣକ ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଦୁଇ ଦୁର୍ବୃତ୍ତ ତାଙ୍କୁ ବାଇକ୍ରେ ପିଛା କରି ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ପିଠିରେ ବାଜିଥିବାବେଳେ ସେ ଗାଡ଼ି […]
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ରାହ୍ମଣ ତରବୋଇ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅଟୋଟିଏ ରାସ୍ତାରେ ଯାଉଥିବା ବେଳେ ହଠାତ୍ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହୋଇଯାଇଥିଲା। ଏହା ଦେଖି ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଅଟୋରେ ତିନି […]
ପୁରୀ: ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର ସଂପନ୍ନ କରାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ପ୍ରବେଶ କରି ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଅପରାହ୍ନ ୪ଟା […]
ବଲାଙ୍ଗିର: ପାନ ଦୋକାନରେ ଲାଗିଗଲା ନିଆଁ। ଫଳରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ବଲାଙ୍ଗିରରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ମାଲପଡ଼ାରେ। ସୂଚନା ଅନୁସାରେ, ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ଥିବା ସୁରଜଙ୍କ ପାନ ଦୋକାନରେ ନିଆଁ ଲାଗି ଯାଇଥିଲା। ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍ ଲଢ଼େଇ। ପ୍ରଥମ ଦିନରେ ଆୟୋଜକ ଭାରତ, ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅପରାହ୍ନ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ୍ ଫିନାଲେ। ସେପଟେ […]
କଟକ: ଆଜି ବାରବାଟୀ ଷ୍ଟାଡିୟମରେ ହେବ ହକି ବିଶ୍ୱକପ୍ର ଦ୍ୱିତୀୟ ଉଦ୍ଘାଟନୀ ସମାରୋହ। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଏଥିରେ ଯୋଗ ଦେବେ। ଏନେଇ ସଲମାନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Happy to join Hockey Men’s World Cup Celebrations 2018 in the Millennium City of Cuttack on 28th November 2018. Come let's cheer for the World's best n make it memorable!! #HWC2018 #Odisha2018 […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଆରମ୍ଭ ହୋଇଛି। ଆଜି କାଶୀପୁରରେ କ୍ରାଇମ୍ବ୍ରାଞ୍ଚ୍ର ୨ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ସୁମନ୍ତ ନାୟକ ଏବଂ ପି ଗୋବିନ୍ଦ ରାଓଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଜେରା କରିବ ବୋଲି ଜଣାପଡ଼ିଛି। ଉଭୟଙ୍କୁ କ୍ରାଇମ୍ବ୍ରାଞ୍ଚ୍ ତିନି ଦିନିଆ ରିମାଣ୍ଡରେ ଆଣିଛି। ଗତ ସପ୍ତାହରେ କାଶୀପୁରରେ ସାଧାରଣ ସଭା ବେଳେ […]
ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବିଜେପିରେ ସାମିଲ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ […]
ପାରାଦୀପ: ଖବର ସଂଗ୍ରହ ବେଳେ ପାରଦୀପରେ ଓଟିଭି ପ୍ରତିନିଧିଙ୍କୁ ଖବର ଆକ୍ରମଣ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବିରେ ୩ ଦିନ ହେଲା ଧାରଣା ଦେଇଥିଲେ। ଖବର ସଂଗ୍ରହ ପାଇଁ ଓଟିଭି ପ୍ରତିନିଧି ଯାଇଥିବାବେଳେ, କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ସାମ୍ବାଦିକଙ୍କ କ୍ୟାମେରା ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଲାଗି ଆଜି ହେବାକୁ ଥିବା ବିପିୟୁଟି ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜ ଓ ପରୀକ୍ଷା ସେଣ୍ଟରକୁ ଏ ସମ୍ପର୍କିତ ନୋଟିସ୍ ଜାରି ହୋଇଛି। ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ଅନୁଗୁଳ: ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍ରୁ ବରକୁ ଉଠାଇ ନେଲା ପୁଲିସ୍। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ, ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମଝିଗାଁକୁ ପ୍ରୋସେସନ୍ରେ ଆସୁଥିଲେ। ତେବେ ପୂର୍ବରୁ ଏ ସଂପର୍କରେ ଅଭିଯୋଗ ପାଇଥିବା ହିନ୍ଦୋଳ ପୁଲିସ୍, ଅନୁଗୁଳ ପୁଲିସ୍ ସହାୟତାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା। ତେବେ […]
ରାଉରକେଲା: ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଏବଂ ରାଉରକେଲାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡକାରା ଦିଆଯାଇଛି। ଦୀର୍ଘ ଦିନ ଧରି ଏନେଇ ବାରମ୍ବାର ଦାବି ଉପସ୍ଥାପନ କରାଯାଇଛି। ଏପରିକି ପ୍ରତିକାତ୍ମକ ଭାବେ ମାସକରେ ତିନି ଦିନ କୋର୍ଟ ବନ୍ଦ କରିବା ସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଓକିଲ ସଂଘ […]
ଭଦ୍ରକ: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ। ପରସ୍ପର ଆକ୍ଷେପ ପ୍ରତି ଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସପ୍ତମ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏପରିକି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଧାମନଗର ବିଧାୟକ […]
ଭୁବନେଶ୍ୱର: ଆଜି ଉଦ୍ଘାଟିତ ହେବ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦ୍ଘାଟନୀ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ବଲିଉଡ୍ ସୁପର ଷ୍ଟାର ଶାହରୁଖ ଖାନ୍, ମାଧୁରୀ ଦୀକ୍ଷିତଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ୍ ଯୋଗ ଦେବେ। ଲାଇଭ ଶୋ’ରେ ରହମାନ୍ ପରିବେଷଣ କରିବେ ହକି ବିଶ୍ୱକପର ଆନ୍ଥେମ୍ ‘ଜୟହିନ୍ଦ୍ ଇଣ୍ଡିଆ’। ତା’ସାଙ୍ଗକୁ ହକିପ୍ରେମୀଙ୍କ ହୋସ୍ ଉଡ଼ାଇବେ ଦେଶ ବିଦେଶର ପ୍ରାୟ ୧୮୦୦ କଳାକାର। ଉଦ୍ଘାଟନୀ ମଞ୍ଚରେ […]
ଭୁବନେଶ୍ୱର: ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ବଢ଼ୁଥିବା ଛାତ୍ରୀ ଦୁଷ୍କର୍ମ ଘଟଣା ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ରାଜ୍ୟରେ ଗତ କିଛିଦିନ ମଧ୍ୟରେ ଘଟିଯାଇଥିବା ସମସ୍ତ ଘଟଣାର ତଦନ୍ତ କରି ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନଙ୍କ ସଦସ୍ୟ। ତା’ସହ ଏଭଳି ଘଟଣାକୁ କିଭଳି ରୋକାଯିବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। କନ୍ଧମାଳର ଦାରିଙ୍ଗିବାଡ଼ି, ଢେଙ୍କାନାଳର ସପ୍ତଶଯ୍ୟା, […]
ଭୁବନେଶ୍ୱର: ମୋଦି ନରମିଲେ, ଅମିତ ଶାହ ବର୍ଷିଲେ, ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଦୌ ହାତ ମାରିଲେନି ବିଜେପି କମାଣ୍ଡର୍। ତେବେ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ୍ ଅଭିଯୋଗ ଉପରେ ଶାହଙ୍କ ଅଧା ଗରମ ଭାଷଣ ତାଳିପକା ଉଦ୍ୟମ ନୁହେଁ ତ? ସାଲେପୁରରେ ଶାହଙ୍କ ୧୯ରେ ୧୯ ବର୍ଷର ନବୀନ ସରକାରକୁ ହଟାଇବା ଆହ୍ୱାନ ଭିତରେ ଲୁଚିଗଲା ଚିଟ୍ଫଣ୍ଡ୍, ଖଣି ଦୁର୍ନୀତି, ଦୁଷ୍କର୍ମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏମିତିକି ରାଜ୍ୟ ବିଜେପି ଉଠାଇ ଆସୁଥିବା ଅନେକ ପ୍ରସଙ୍ଗ ଶାହ […]
ଭୁବନେଶ୍ୱର: ସମନକୁ ନେଇ ତେଜିଲା ରାଜ୍ୟ ରାଜନୀତି। ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇର ସମନ ପରେ ବିଜେପି ନେତାଙ୍କ ବିରୋଧରେ ପୁଲିସ୍ର ସମନ ଆସିବା ଘଟଣା ଏବେ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି। ଉଭୟ ଦଳ ପରସ୍ପର ବିରୋଧରେ ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ବର୍ତ୍ତମାନ ସିବିଆଇ ବନାମ ଓଡ଼ିଶା ପୁଲିସ୍, ଆଉ ସମନ ଭର୍ସେସ୍ ସମନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜନୈତିକ ଲଢ଼େଇକୁ ରୋଚକ କରିଛି […]
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ୨୭ ତାରିଖରେ ଭୁବନେଶ୍ୱରରେ ଉଦ୍ଘାଟନୀ ଉତ୍ସବ ହେବାକୁ ଥିବାବେଳେ ଏହି ଦିନ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଦିନ ସାଢେ ୧ଟାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଢେ ୧ଟାରୁ ବନ୍ଦ ରହିବ। ୨୮ ତାରିଖରେ କଟକରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ […]
ଭୁବନେଶ୍ୱର: ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଅନ୍ ସପ୍ ନୁହେଁ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ ବୋଲି ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି। ଅନ୍ ସପ୍ରେ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା ବୋଲି ସେ କହିଛନ୍ତି। ହକି […]
କେନ୍ଦ୍ରାପଡ଼ା: କାକତିଆ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜନଗର ବ୍ଲକ୍ ବାଲିକଣା, ଭଗବାନପୁର ଓ ରାଜପୁର ଯାଇ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ସାନ୍ତ୍ୱନା ଦେଇଛନ୍ତି। ସେ ରାଜନୀତିରେ ଥାଆନ୍ତୁ କି ନଥାନ୍ତୁ କେନ୍ଦ୍ରାପଡ଼ାବାସୀଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ହେବେ ବୋଲି କହିଛନ୍ତି ବୈଜୟନ୍ତ। ଏଥିସହ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଥିବାରୁ ଗାଡ଼ି ଚଳାଇବାବେଳେ ହେଲମେଟ୍ ଓ […]
ଗଜପତି : ‘ତିତ୍ଲି’ ତାଣ୍ଡବରେ ସବୁ କିଛି ହରାଇଥିବା ଲୋକଙ୍କ ସ୍ଥିତି ସୁଧୁରିବାର ନା ନେଉନି। ବାତ୍ୟା ପ୍ରପୀଡ଼ିତଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସଜାଡ଼ିବାକୁ ସମ୍ବଳ ନାହିଁ। ଏଭଳି ସ୍ଥିତିରେ ‘ତିତ୍ଲି’ କ୍ଷତିଗ୍ରସ୍ତ ଲୋକଙ୍କ ଏକମାତ୍ର ସାହାରା ପାଲଟିଛି ଅଙ୍ଗନଓ୍ୱାଡ଼ି କେନ୍ଦ୍ର। ସେଠାରେ ବି ସଠିକ୍ ଜାଗା ହେଉନଥିବାରୁ ବାହାରେ ପାଲ ତଳେ ଜୀବନ ବିତାଉଛନ୍ତି ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ରାୟଗଡ଼ ବଡ଼ସଡ଼ା ଗାଁରେ। ପ୍ରକୃତିର କରାଳ ରୂପ […]
ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ବଅଁରପାଳ ବ୍ଲକ୍ ଏଜୁକେସନ୍ ଅଫିସ୍ର ହେଡ୍ କ୍ଲର୍କ୍ ରଞ୍ଜନ କୁମାର ନାୟକ। ଏରିଆର ବିଲ୍ ପ୍ରସ୍ତୁତ କରିବା ପାଇଁ ପରାତରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ରଞ୍ଜନକୁ ଗିରଫ୍ କରିଛି ଭିଜିଲାନ୍ସ। ଲାଞ୍ଚ ମାଗିବା ନେଇ ପ୍ରଶାନ୍ତ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ଯୋଜନା ମୁତାବକ ଶିକ୍ଷକ ହେଡ୍ କ୍ଲର୍କ୍ଙ୍କୁ ୩ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସର ଏକ ଟିମ୍ ହେଡ୍ […]