ଭୁବନେଶ୍ୱର: ମଣ୍ଡି ବନ୍ଦ, ମିଲର୍ସଙ୍କ ମନମାନି ଓ କଟ୍ନିଛଟ୍ନି ସମସ୍ୟାରେ ଚାଷୀ ଯେମିତି ଧନ୍ଦି ହେଉଛନ୍ତି, ପ୍ରତିଦିନ ତା’ର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଚାଷୀମାନେ କେଉଁଠି ଆନ୍ଦୋଳନ ତ କେଉଁଠି ରାସ୍ତାରୋକ କରୁଛନ୍ତି। କାରଣ ବର୍ଷଯାକର ପରିଶ୍ରମ ତୁଳନାରେ ଶୀତର ପ୍ରକୋପ କିଛି ବି ନୁହେଁ। କଟକ ଜିଲ୍ଲା ନରସିଂହପୁର ବ୍ଲକ୍ କୋକଳବା ଛକର ମଣ୍ଡିକୁ ମିଲର୍ସ ନଆସିବାରୁ ଅସନ୍ତୋଷ ପ୍ରକାଶ କରି ଛାଷୀ ରାସ୍ତା ରୋକ୍ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଆଇପିଏସ୍ ସମ୍ମିଳନୀର ପ୍ରଥମ ଦିନରେ ଫୋକସ୍ରେ ଥିଲା ସାଧାରଣ ନିର୍ବାଚନ ପରିଚାଳନା ଓ ମାଓ ଦମନ ରଣନୀତି। ତା’ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଥିଲେ ପୁଲିସ୍ ଡିଜି। ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଇବର୍ କ୍ରାଇମ୍ ଓ ସୋସିଆଲ୍ ମିଡିଆ ମନିଟରିଂ ଉପରେ ବି ଆଲୋଚନା ହେବ। ମୁଣ୍ଡ ଉପରେ ୧୯ ନିର୍ବାଚନ ଥିବାରୁ ଏହା କେମିତି ସୁରୁଖୁରୁ ପରିଳାଚନା ହେବ, ତାହା ଏବେ ପୁଲିସ୍ ପାଇଁ […]
ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ ଦେଖା ଦେଇଛି। କଣ୍ଟିନ୍ଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ସରକାରର ଏ ଆଭିମୁଖ୍ୟକୁ ସମାଲୋଚନା କରି ଖବର ପ୍ରସାରିତ ହୋଇଥିଲା। ଆପଦକାଳୀନ ପାଣ୍ଠି ଅର୍ଥକୁ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଇଥାଏ। ଏହି […]
ମୟୂରଭଞ୍ଜ: ହାତୀ ମୃତ୍ୟୁ ପରେ କାଳେ ଚାକିରୀ ଚାଲିଯିବ, ସେଥିପାଇଁ ମୃତହାତୀକୁ ପୋତି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ୍ ଜିଲ୍ଲା କପ୍ତିପଦା ରେଞ୍ଜ୍ ଶାରିଶୁଆ ବିଟ୍ ହାଉସ୍ ଅଧୀନ ରାଇ ପାହାଡ଼ରେ। ଏହି ଅଞ୍ଚଳରେ ଡ୍ୟୁଟିରେ ଥିବା ମହିଳା ଫରେଷ୍ଟ ଗାର୍ଡ ଅନିତା ସିଂ ଗାଁ ଲୋକଙ୍କ ସହାୟତାରେ ମୃତ ହାତୀଟିକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଖବର ପାଇବା ପରେ ବାରିପଦା ଡିଏଫ୍ଓଙ୍କ […]
ଭୁବନେଶ୍ୱର: ନବ ଦାସ ବିଜେଡିରେ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି। କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଏବଂ ବରିଷ୍ଠ ନେତା ଅନୁପ ସାଏ ପ୍ରମୁଖ ଏହି ବୈଠକରେ ସାମିଲ୍ […]
ଭୁବନେଶ୍ୱର: ଜାନୁଆରୀ ୨୫ ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ସହାୟତା। ପ୍ରାୟ ୧୨ରୁ ୧୪ ଲକ୍ଷ ଚାଷୀଙ୍କୁ ତାଲିକା ଯାଞ୍ଚ ପରେ ସହାୟତା ପ୍ରଦାନ କରାଯିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଗ୍ରୀନ୍ ଫର୍ମ ଆବେଦନ ଶେଷ ହୋଇଛି। ପ୍ରାୟ ୬୦ଲକ୍ଷ ଚାଷୀ ଏଥିରେ ଆବେଦନ କରିଛନ୍ତି। ତେବେ ତାଲିକା ଯାଞ୍ଚବେଳେ ପ୍ରାୟ ୧ଲକ୍ଷ ଚାଷୀ ବାଦ୍ ପଡ଼ିଛନ୍ତି। ୩ଟି ପର୍ଯ୍ୟାୟରେ ଚାଷୀଙ୍କୁ ଏ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି […]
ଭୁବନେଶ୍ୱର: କୋଲକାତାରୁ ଭୁବନେଶ୍ୱରକୁ ବେଆଇନ କଏନ୍ ଚାଲାଣ ଘଟଣାର ଖୋଳତାଡ଼ କରୁଛନ୍ତି ଜିଏସ୍ଟି କର୍ତ୍ତୃପକ୍ଷ। କିଏ ଓ କାହିଁକି ଏତେ ପରିମାଣର କଏନ୍ ଆଣୁଥିଲା, ଘଟଣାର କିଛି ଅପରାଧିକ ଦିଗ ଅଛି ନା ନାହିଁ ତାର ଯାଞ୍ଚ ଚାଲିଛି। ଭୁବନେଶ୍ୱରର ଉଦୟ ବିଶ୍ୱାଳ ଏହି କଏନ୍ ଆଣୁଥିବା ବେଳେ ତାଙ୍କୁ ଜିଏସ୍ଟି କର୍ତ୍ତୃପକ୍ଷ ପଚରାଉଚରା ଚଳାଇଛନ୍ତି। ମଠ ଓ ମନ୍ଦିରରେ ସଂଗ୍ରହ ହେଉଥିବା କଏନ୍କୁ ଏଜେଣ୍ଟଙ୍କ ଜରିଆରେ କୋଲକାତାରୁ ଆଣି ନିର୍ଦ୍ଦିଷ୍ଟ କମିଶନ୍ରେ ଏହାକୁ ମଲ, ହାଟ […]
ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ନିମ୍ନଗାମୀ ହେବାରେ ଲାଗିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ନେଇ ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ ବା ଆସ୍ର ରିପୋର୍ଟରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ପିଲାମାନଙ୍କ ଜ୍ଞାନର ସ୍ତର ଏତେ କମ୍ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା କିଛି ପିଲା ୧ରୁ ୯ ଯାଏ ସଂଖ୍ୟା ଚିହ୍ନିବାରେ ବି ସମର୍ଥ ନଥିବା ଜଣାପଡ଼ିଛି। ଏମିତିକି ୫ମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୮ […]
ଭୁବନେଶ୍ୱର: କୋଟି କୋଟି ଟଙ୍କା ପଡ଼ିରହିଛି, ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍ଏଫ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚରେ ସ୍ଥାଣୁତା ନେଇ ବଲାଙ୍ଗିରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗମନାଗମନର ସୁବିଧା ନାହିଁ। ଯେଉଁଠି ରାସ୍ତା ଅଛି, ତାହା ଖାଲଖମାରେ ଭରା। ସୁନ୍ଦରଗଡ଼ି ଜିଲ୍ଲାରେ ୨୧୫ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ନଦୀ ପଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତୀ। ଦିନ ଦ୍ୱି ପ୍ରହରରେ ବେଧଡ଼କ ଭାବେ ଶହ ଶହ ବାଲି ଟ୍ରକ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ତହସିଲର ପହଣ୍ଡି, ଦିଗଶିରାରେ ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥନୀୟ ବାସିନ୍ଦା ଅଭିଯୋଗ କଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ […]
ମୟୁରଭଞ୍ଜ: ଜିଲ୍ଲାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକା ଶିଶୁକୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ଏ ନେଇ ବାରିପଦାର ବଡ଼ସାହି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିବା ସହିତ ୩ଜଣ ଯୁବକଙ୍କୁ ଅଟକ ରଖି ପଚାର ଉଚରା ଚଳାଇଛି।
ଝାରସୁଗୁଡ଼ା: ମୃତ୍ୟୁ ପରେ ବି ମିଳିଲାନି ଚାରି କାନ୍ଧ। ଜାତି ଭେଦ ବିବାଦକୁ ନେଇ ଶେଷରେ ବିଧବା ମାଆର ଶବକୁ ସାଇକେଲରେ ଏକାକୀ ବୋହିଲା ନାବାଳକ ପୁଅ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କର୍ପାବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜୀବିତ ଥିବାବେଳେ ଜାନକୀ ନାମକ ବିଧବା ମହିଳା ଜାତିଆଣ ଜାଲରେ ଫସି ଯାଇଥିଲେ। ତେଣୁ ମଲା ପରେ ତାଙ୍କ ଶବକୁ କାନ୍ଧ ଦେବାକୁ କେହି ଜଣେ ହେଲି ବି ଆସିନଥିଲେ। ଆଜି ସକାଳେ ଜାନକୀ […]
ଭୁବନେଶ୍ୱର: ନବଙ୍କ କଂଗ୍ରେସ ଦଳରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହା କଷ୍ଟଦାୟକ ହେଲେ ବି ଭଲ ବୋଲି କହିଛନ୍ତି ନିରଞ୍ଜନ। ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ। ଯେଉଁମାନେ ଆଦର୍ଶହୀନ ରାଜନୀତି କରନ୍ତି, ସେମାନେ ଚାଲିଯିବା ଭଲ ବୋଲି ନିରଞ୍ଜନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜନୀତିକୁ ବ୍ୟବସାୟିକ ସ୍ୱାର୍ଥରେ ଲଗାନ୍ତି, ସେମାନେ ଯିବା ଭଲ। ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ […]
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ଓକିଲ ସଂଘର କଠୋର ଆଭିମୁଖ୍ୟ ଯୋଗୁ ମହାନଦୀ ଉପରେ ନିର୍ମିତ ସେତୁ ଏଯାଏ ଉଦ୍ଘାଟିତ ହୋଇ ପାରୁନି। କେବଳ ଏହି ସେତୁ ନୁହେଁ, ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବାର ଥିଲେ ମଧ୍ୟ ଓକିଲଙ୍କ ବିରୋଧ ଯୋଗୁ କାର୍ଯ୍ୟକ୍ରମ […]
ଭୁବନେଶ୍ୱର: ମୋଦିଙ୍କ ସଭାକୁ କାଉଣ୍ଟର କରିବାକୁ ନବୀନଙ୍କ ଉଦ୍ୟମ। ବଲାଙ୍ଗିରରେ ମୋଦିଙ୍କ ସଭା ଚାଲିଥିବା ବେଳେ ଭୁବନେଶ୍ୱରରେ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟବାସୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଚାଲିଥିବା ବେଳେ, ସେଇ ସମୟରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଏଣ୍ଟ୍ରି ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଥରଚେପା ସମାବେଶରେ ମୋଦିଙ୍କ ଭାଷଣ ଚାଲିଥିବା ବେଳେ ନବୀନ ବି ଚାଷୀଙ୍କ ଉଦ୍ଦ୍ୟେଶରେ ଅଭିଭାଷଣ […]
ବଲାଙ୍ଗିର: ପୂର୍ବ ଭଳି ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି ସିନା କିଛି କହିଲେ ନାହିଁ, ହେଲେ ବଲାଙ୍ଗିର ପଥର ଚେପାର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ। ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ, ୨୦ ବର୍ଷରେ ବଲାଙ୍ଗିରରେ ୫ରୁ ୧୦% ଜଳସେଚନ ହୋଇଛି। କୃଷକଙ୍କ ନାଁରେ ଭୁବନେଶ୍ୱରରେ କୁମ୍ଭୀର କାନ୍ଦଣା ହେଉଛି। ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର […]
କନ୍ଧମାଳ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ମୋଟ୍ ୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ଏଥିରେ ୩ ଜଣ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ, ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ। ଏନେଇ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିଶ […]
ନବରଙ୍ଗପୁରରେ: ଲୁଟ୍ ପାଇଁ ଡକାୟତଙ୍କ ଅଭିନବ ଉପାୟ। ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟି ନେଇଛନ୍ତି ଡକାୟତଙ୍କ ଗ୍ୟାଙ୍ଗ୍। ନବରଙ୍ଗପୁରର ଏହି ଘଟଣା ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଇନ୍ଦ୍ରାବତୀ ସରକାରୀ ମେଡିକାଲ୍ର ଡାକ୍ତର ପ୍ରଦୀପ ପ୍ରହରାଜଙ୍କ ଘରୁ ଏଭଳି ଅଭିନବ ଉପାୟରେ ଚୋରି କରିଛନ୍ତି ଡକାୟତ ଗ୍ୟାଙ୍ଗ୍। ଅଧା ରାତିରେ ୪ଜଣ ଡକାୟତ ଡାକ୍ତର ପ୍ରଦୀପଙ୍କ କବାଟ ଠକ୍ ଠକ୍ କଲେ। ରୋଗୀ ଆଣିଚୁ କହିବାରୁ ନିଜେ ଡାକ୍ତର ପ୍ରଦୀପ କବାଟ […]
ବାଲେଶ୍ୱର: ନେସ୍କୋ ସ୍କ୍ରାପ୍ ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ୩ଜଣ ନେସ୍କୋ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ତତ୍କାଳୀନ ନିର୍ବାହ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ରାଜେନ୍ଦ୍ର କୁମାର ଖିଲାର ଓ ସତ୍ୟବ୍ରତ ଦାସ। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୧୪ ଡିସେମ୍ବର ୨୦୧୮ରେ ନେସ୍କୋରୁ ଲକ୍ଷାଧିକ ଟଙ୍କାର ସ୍କାର୍ପ ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ ନେସ୍କୋ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ ନାରାୟଣ ବିଶୋଇ। ପରେ ଇଲେକ୍ଟ୍ରିକ୍ […]
ବାଲେଶ୍ୱର: ଜଳେଶ୍ୱରରେ ଅବକାରୀ ଟିମକୁ ଅଟକାଇଲେ ସ୍ଥାନୀୟ ଲୋକେ। ଚଢ଼ାଉ ପାଇଁ ଯାଇଥିବା ବେଳେ ଝାଡ଼େଶ୍ୱରପୁର ବସ୍ତିରେ ଅବକାରୀ ବିଭାଗର ଏଏସ୍ଆଇ ଓ ୪ ଜଣ କର୍ମଚାରୀଙ୍କୁ ବସ୍ତି ମଝିରେ ଅଟକାଇଥିଲେ ଲୋକେ। ଏପରିକି ଅବକାରୀ ବିଭାଗ ଟିମ୍ ଯାଇଥିବା ଗାଡ଼ିର ଚାବିକୁ କାଢ଼ିନେଇଥିଲେ ସ୍ଥାନୀୟ ଲୋକେ। ଘଟଣା ସମ୍ପର୍କରେ ଖବର ପାଇ ଅବକାରୀ ଟିମ୍କୁ ଉଦ୍ଧାର କରିଛି ଜଳେଶ୍ୱର ପୁଲିସ୍। ଝାଡ଼େଶ୍ୱରପୁର ବସ୍ତିରେ ବ୍ରାଉନ୍ସୁଗର କାରବାର ଚାଲୁଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ। ଏନେଇ […]
ଅନୁଗୁଳ: ଦୁଇ ପୁଅ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା’। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ରବିବାର ରାତିରେ ନିଆଁରେ ପୋଡ଼ି ହୋଇ ମା’ ଓ ୨ ପୁଅ ଗୁରୁତର ହୋଇଥିଲେ। କଟକ ବଡ଼ ମେଡିକାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ୨ ପୁଅ ଆଖି ବୁଜିଛନ୍ତି। ମୃତକ ଦୁଇ ଶିଶୁଙ୍କ ନାଁ ଅଭିମନ୍ୟୁ ଓ ରାହୁଲ। ଜଣକର ବୟସ ୬ ବର୍ଷ ହୋଇଥିବା ବେଳେ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିରାସିନି ଢାଳି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପାରିବାରିକ କଳହକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ମୃତକ ମହିଳାଙ୍କ ନାଁ ସନ୍ଧ୍ୟା ବିଶୋଇ। ସେ ୫ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୫ ମାସର ଶିଶୁ ଅଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ମେଡିକାଲ୍କୁ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର ତିନିକୋଶିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ୫୮ଟି ହାତୀ କ୍ଷେତରେ ପଶି ଧାନ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଗତ ୫ଦିନ ହେଲା ତିନିକୋଶିଆ ଅଞ୍ଚଳରେ ଏହି ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ଫଳରେ ଭୟରେ ଲୋକେ କେଉଁଠି ମଞ୍ଚା ଉପରେ ତ କେଉଁଠି ନିଆଁ ଜାଳି ରାତି କଟାଉଛନ୍ତି। ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ମିଶି ଲାଇଟ୍ ଓ ବାଣ ସାହାଯ୍ୟରେ […]
ପୁରୀ: ଚାଲିଛି ପଞ୍ଚୁକ ବ୍ରତ। ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ସିଂହଦ୍ୱାର ଆଗରେ ଶହ ଶହ ସଂଖ୍ୟାରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି। ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାମଗ ହୋଇଛି। ଏପଟେ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାରିକେଡ୍ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗଞ୍ଜାମ: ଗାଁ ଛକରେ ଚା’ ପିଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ରାଜେନ୍ଦ୍ର ପରିଡ଼ା ଓରଫ ଜ୍ୟୋତି। ରାଜେନ୍ଦ୍ରଙ୍କ ଶରୀରର ୫ଟି ସ୍ଥାନରେ ଗୁଳିମାଡ଼ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗିରେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଜେ. ଛଚିନା ଗାଁ ଛକରେ ରାଜେନ୍ଦ୍ର ଚା’ ପିଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼େଇ ଥିଲେ। ନିଜକୁ […]