ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ରାହୁଲ ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍ର ସାଧାରଣ ସଭାରେ ଯୋଗଦେବେ। ଏବଂ ସାଢ଼େ ୨ଟା ବେଳେ ନେତା, କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ସ୍ଥାନୀୟ ଏକ ହୋଟେଲ୍ରେ କିଛି ବୁଦ୍ଧିଜୀବୀଙ୍କୁ ମଧ୍ୟ ଭେଟିବେ। ଏଥିସହିତ କିଛି ସମୟ ଆଲୋଚନା ପରେ ରାହୁଲ କଂଗ୍ରେସ ଭବନରେ ବିଏସ୍ଏନ୍ଏଲ୍ […]
ସୁନ୍ଦରଗଡ଼: କଇଁସରା ଗାଁରେ ହାତୀ ଉପଦ୍ରବ। ରାତିରେ ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଗାଁର ଅବସ୍ଥା ଏମିତି ହୋଇଛି ଯେ ଚାରିଆଡ଼େ ଘର କାନ୍ଥ ଭାଙ୍ଗି ପଡ଼ିଛି। ଘର ଛାତ ଭୁଷୁଡ଼ି ଆଁ କରିଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ହାତୀ। ଆଉ ଅକାରଣେ ଧନଜୀବନ ନଷ୍ଟ ହେଉଛି। ହାତୀ ଦୁଇଟି କିଛି […]
ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା। ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଦଳ ଟିକେଟ୍ ବଣ୍ଟା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ଜିତେନ୍ଦ୍ର। ଏହି ଅବସରରେ ସେ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ଜିତେନ୍ଦ୍ର କହିଛନ୍ତି, କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନଙ୍କ ସରକାର ବିଦା ହେବା ଉଚିତ୍। ଏବେ ଓଡ଼ିଶାରେ […]
ଗଞ୍ଜାମ: ଛତ୍ରପୁର ଅଞ୍ଚଳରେ ଜଣେ ବ୍ୟାଙ୍କ୍ କ୍ୟାସିୟର୍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ କ୍ୟାସିୟର୍ ହେଲେ ବିନାୟକ ବେହେରା। ତାଙ୍କ ଘର ଗଞ୍ଜାମ ଛତ୍ରପୁର ଅଞ୍ଚଳରେ। ବିନାୟକ ଆସିକା ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କରେ କାମ କରୁଥିଲେ। ମୁଣ୍ଡମରାଇ କଲେଜ୍ ନିକଟ ପାହାଡ଼ ପାଖରେ ବିନାୟକଙ୍କ ମୃତଦେହ ମିଳିଛି। ପ୍ରେମ ବ୍ୟାପାରରୁ ବିନାୟକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ଭୁବନେଶ୍ୱର: କାଳିଆ ଯୋଜନାର ପାଣ୍ଠିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପରେ ଏହାର ଉତ୍ତର ରଖିଛି ବିଜେଡି। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛି ଦଳ। ଏହି ଯୋଜନା ଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ବଢ଼ିବ ନାହିଁ ବୋଲି ବିଜେଡି କହିଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ସେମାନଙ୍କ ଅବଦାନ ବଢ଼ିବ ବୋଲି […]
ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତ। ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍ରେ ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରିଛି ସ୍ପେଶାଲ୍ ଅପରେଶନ ଗ୍ରୁପ୍, ଓ ଏସ୍ପିଜି(ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍)। ଏସ୍ପିଜି ଅଧିକାରୀମାନେ ଷ୍ଟାଡ଼ିୟମ୍ ବୁଲିବା ସହ କେଉଁଠି ମଞ୍ଚ ହେବ, ମଞ୍ଚରୁ କେତେ ଦୂରରେ ଲୋକେ ବସିବେ, କେଉଁ ରାସ୍ତା ଦେଇ ରାହୁଲ ଆସିବେ ଏହାର ଟିକିନିଖି ତଦାରଖ କରିଛନ୍ତି। ତଦାରଖ ବେଳେ କମିଶନରେଟ୍ ପୁଲିସର […]
କୋରାପୁଟ: ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ଘଟଣାରେ ଜୟପୁର ଭିଜିଲାନ୍ସ ବିଭାଗ୍ ମାମଲା ରୁଜୁ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ୍ ଏମ୍ଡିଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡିପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ସମସ୍ତ କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଲ୍ୟାମ୍ପସ ଏମଡିଙ୍କ ବିରୁଦ୍ଧରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମିନି ଟ୍ରକ୍ ଓଲଟି ପଡ଼ିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ସହ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଜିଲ୍ଲାର ବ୍ରାହ୍କଣୀ ଗାଁ ନିକଟ ବଙ୍ଗଡ଼ଦୁଆ ଘାଟି ନକଟରେ ଏକ ମିନି ଟ୍ରକ ଓଲଟି ପଡ଼ିଛି। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର […]
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ପରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ର ଝରଡ଼ି ଘାଟି ନିକଟରେ ଏକ ଟିପର ଓଲଟି ପଡ଼ିବାରୁ ଜଣେ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟିପର୍ ଡ୍ରାଇଭର୍ ଫେରାର ହୋଇଯାଇଛି। ପୁଲିସ୍ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତିକିରେ ସରିନି ସଡ଼କ ଦୁର୍ଘଟଣା ଖବର। କେନ୍ଦୁଝର୍ ଜିଲ୍ଲାରେ ମଧ୍ୟ […]
କନ୍ଧମାଳ: କନ୍ଧମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରାହ୍କଣୀ ଗାଁ ନିକଟ ବଙ୍ଗଡ଼ଦୁଆରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୪ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏହାସହ ବର୍ତ୍ତମାନ ମିଳିଥିବା ଖବର ସୁଧା ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ଦାରିଙ୍ଗବାଡ଼ିରୁ ବ୍ରହ୍ମାଣୀ ଗାଁକୁ ଯାଉଥିଲା ମିନି ଟ୍ରକ୍। ବ୍ରାହ୍ମଣୀ ଗାଁର ଏକ ଚର୍ଚ୍ଚରେ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଘଟଣା […]
ପୁରୀ: ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଗତକାଲି ପୌଷ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ରାଜ ପରମ୍ପରା ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପଇତା ଲାଗି ସହ ଦେବର୍ଚ୍ଚନା ପରେ ଗଜପତି ମହାରାଜା ଓ ମହାରାଣୀଙ୍କ ଅଭିଷେକ କରାଯାଇଥିଲା। ସନ୍ଧ୍ୟାରେ ସିଂହାସନରେ ଗଜପତିଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଷୋହଳ ଶାସନର ସ୍ରୋତିୟ ବ୍ରାହ୍ମଣମାନେ ପଇତା, ନଡ଼ିଆ ରାଜଗୁରୁଙ୍କୁ ପ୍ରଦାନ କରିବା ପରେ ଗଜପତିଙ୍କୁ ଆଶୀର୍ବାଦ […]
କଟକ: ଚୌଦ୍ୱାର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର। ଏମ୍ଭିଆଇ, ତଦନ୍ତକାରୀ ପୁଲିସ ଅଧତ୍କାରୀ ଏବଂ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସିବିରେ ଚାଲିଛି। ଅନୁଗୁଳରୁ କଟକ ଆସୁଥିବା ନୀଳକଣ୍ଠ ନାମକ ଘରୋଇ ବସ୍ଟି ଗତକାଲି ସଂଧ୍ୟାରେ କଜଳକଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ରାସ୍ତାରେ […]
ଭୁବନେଶ୍ୱର: ରାଜଧାନୀରେ ରାତି ଅଧରେ ମାତିଲେ ଲୁଟେରା। ଦୁଇ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିଛନ୍ତି ୪ ଜଣ ଦୁର୍ବୃତ୍ତ। କିଛି ଦିନର ବ୍ୟବଧାନ ପରେ ଲୁଟ୍ ତରାଜ୍ର ଏହି ଘଟଣା ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରାତିରେ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଦୁଇ ବ୍ୟବସାୟୀ ଯାଉଥିବାବେଳେ ତାଙ୍କୁ ଅଟକାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ବେଳେ ଅନ୍ୟ ଜଣେ ତାଙ୍କୁ ଅଟକାଇଥିଲେ। ଯାହା ପରେ ଉଭୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। […]
ଭୁବନେଶ୍ୱର: ଆଜି ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍ରେ ଶୁଣାଣି ହେବ। ଆନ୍ଧ୍ରକୁ ନେରେଡି ଓ କାଟ୍ରାଗାଡ଼ା ବ୍ୟାରେଜ୍ ନିର୍ମାଣ କରିବାକୁ ଟ୍ରିବୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଏବଂ ଓଡ଼ିଶା ସରକାର। ଟ୍ରିବୁନାଲ୍ର କିଛି ସର୍ତ୍ତାବଳୀ ଉପରେ ଆପତ୍ତି ଉଠାଇଛନ୍ତି ସରକାର। ଯାହାକୁ ନେଇ ଆଜି ଶୁଣାଣି ହେବ। ବଂଶଧାରା ନଦୀର ପାଣି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ କେତେ ପରିମାଣର ବ୍ୟବହାର କରିବେ, ସୁପରଭାଇଜରି କମିଟିର କାର୍ଯ୍ୟ, […]
୧୦୬ କୋଟି ଟଙ୍କାରୁ ଆରମ୍ଭ ହୋଇଥିଲା ୧୨ଶହ କୋଟିରେ ପହଞ୍ଚିଲାଣି
ଭୁବନେଶ୍ୱର: କୁହୁଡ଼ି ଚାଦର ତଳେ ସାରା ରାଜ୍ୟ। ଘନ କୁହୁଡ଼ି ଯୋଗୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତିନି ଦିନ ଧରି ଏଭଳି ଘନ କୁହୁଡ଼ି ହେଉଛି। କୁହୁଡ଼ି ଯୋଗୁ ଦୂରକୁ ଭଲ ଭାବରେ ଦେଖାଯାଉ ନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବ ହେଉନି। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟ […]
ସମ୍ବଲପୁର: ଜିଲ୍ଲା ଝାଙ୍କରପାଲି ପଞ୍ଚାୟତ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିବା ଘଟଣାରେ ନୂଆମୋଡ଼ ନେଇଛି। ମଣ୍ଡି ଆଗରେ ୫ ଦିନ ହେଲା ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ସ୍ଥାନୀୟ ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ସେଠାକୁ ଧାନ ବିକିବାକୁ ଆସିଥିବା ଲୋକମାନେ ପ୍ରକୃତ ଚାଷୀ ନୁହନ୍ତି, ବରଂ ଧାନ ବେପାରୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। କେବଳ ଯେ ମଣ୍ଡିରେ ଧାନ ବସ୍ତା ପଡ଼ି ରହିଛି ତାହା ନୁହଁ […]
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ସମୁଦ୍ରରେ ଗାଧୋଇବା ଭାସିଯାଇଥିବା ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅବିନାଶ ପ୍ରଧାନ, ଅମିତ କୁମାର ମହାନ୍ତି ଓ ଶୁଭସୌମ୍ୟ ସେନାପତି। ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍ନିକ୍ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ୬ଜଣ ଇଂଜିନିୟରିଂ ଛାତ୍ର ସୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ସମସ୍ତ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ୩ଜଣଙ୍କ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନାଇବା ପାଇଁ ଜୋର୍ଦାର୍ ପ୍ରୟାସ ଚଳାଇଛି ବିଜେଡି ସରକାର। ଖାସ୍ ସେଥିପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। ଶନିବାର ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ବାବଦକୁ ୨ଶହ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। କେବଳ ଭତ୍ତା ବୃଦ୍ଧି ନୁହେଁ ଗତ କିଛି ମାସ ଭିତରେ ଡଜନେରୁ ଅଧିକ ସ୍କିମ୍ ଘୋଷଣା କରିଛନ୍ତି ନବୀନ। ଚାଷୀଙ୍କ ପାଇଁ କାଳିଆ ଯୋଜନା, ଆମ ଗାଁ ଆମ ବିକାଶ , ଯୁବଗୋଷ୍ଠୀ […]
ଅନୁଗୁଳ: ପୁଣି ଲଜ୍ଜା ବନ୍ତଳ ଥାନା ଅଞ୍ଚଳର ଜଣେ ସାଢ଼େ ୩ ବର୍ଷ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘରେ ରହୁଥିବା ଜଣେ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍।
କୋଣାର୍କ: ଅସ୍ତରଙ୍ଗର ଜାହାନିଆ ପୀର ସମୁଦ୍ର ବୁଡ଼ି ଘଟଣାର ମୃତ୍ୟୁ ସଂଖ୍ୟା ୨ଜଣକୁ ବୃଦ୍ଧି ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ଥିବାବେଳେ ୨ ଜଣ ଗୁରୁତର ଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଉଥିଲା। ପିକନିକ୍ କରିବା ଉଦ୍ଦେଶ୍ୟରେ ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରକୁ ୬ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ରାଜଧାନୀରେ ବିରାଟ ଚାଷୀ ସମାବେଶ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ଏହି ସମାବେଶ ଆରମ୍ଭ ହେବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବେ ହଜାର ହଜାର ଚାଷୀ। ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବ ନିର୍ମାଣ କୃଷକ ସଂଗଠନ ଏହି ସୂଚନା ଦେଇଛି। ସଂଗଠନର ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ମନ୍ତ୍ରିସ୍ତରୀୟ କମିଟି […]
ପୁରୀ: ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଭିନ୍ନ ପ୍ରକଳ୍ପରେ ଆସିଥିବା ଅନୁଦାନ ସହ ତାର କାର୍ଯ୍ୟକାରୀତା ନେଇ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ ଓ ପାନୀୟ ଯୋଜନାରେ ଯେମିତି କୌଣସି ବ୍ୟକ୍ତି ବଞ୍ଚିତ ନ ହେବେ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳ ଆଦେଶ ଦେଇଛନ୍ତି। ଏଥିସହ […]
କଟକ: ପିଠାରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍ ଗତିରାଉତପାଟଣା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ଦୁର୍ବୃତ୍ତ ମାଡ଼ ମାରିଛନ୍ତି। ଉଭୟଙ୍କୁ ବନ୍ଧୁକ ପଛରେ ମୁଣ୍ଡକୁ ଆକ୍ରମଣ କରିଥିବା ସେ କହିଛନ୍ତି। ସେମାନେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ। ଏହି ଅଭିଯୋଗକୁ […]