କଟକ: କଟକ ବଡ଼ ଡାକ୍ତରଖାନାର ଆଜି ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି ହୋଇନି। ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।
ଯାଜପୁର: ଜିଲ୍ଲା ଡଙ୍କାରୀରେ ବେଆଇନ୍ ଖନନ ମାମଲାରେ ରାଜ୍ୟ ସରକାରଙ୍କୁ ଏନ୍ଜିଟି ପ୍ରହାର। ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖାଦାନ ଲୁଟ୍ ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ଏନ୍ଜିଟି। ଏପରିକି ନଷ୍ଟ ହୋଇଥିବା ପରିବେଶର ଭରଣା ପାଇଁ ମାସକ ଭିତରେ ଅନ୍ତରୀଣ ଭାବେ ୨୫ କୋଟି ପୈଠ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। ଡଙ୍କାରୀ ଲୁଟ୍ ପାଇଁ ଆଇନ୍ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖନନ ପାଇଁ ଦାୟିତ୍ୱରେ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍ଗହସ୍ତ କ୍ରୀଡ଼ା ସଚିବ ବିଶାଲ ଦେବ। ଆଜି ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍କୁ ନିଜ ଚାମ୍ବରୁ ତଡି ଦେଲେ କ୍ରୀଡ଼ା ସଚିବ। ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ କାହିଁକି ଆସିଲ ବୋଲି ସଚିବ ପ୍ରଶ୍ନ କରିଥିଲେ। ସେହିପରି ସେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଉଥିବା ସ୍ଥାନ, ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି କହିବା ସହ […]
ଭୁବନେଶ୍ୱର: ଚାଷୀ ଭୋଟ୍କୁ ହାତେଇବା ପାଇଁ ୩ ଦଳ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା ବେଳେ କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛି। ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍ପି ୨୬ ଶହ ଟଙ୍କା ଦେବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବରିରରେ ହଲଚଲ ଆଣିଛନ୍ତି। ଓଡ଼ିଶାର ଚାଷୀଙ୍କ ପାଇଁ ରାହୁଲ ଯେଭଳି […]
ବଣାଇ: କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲ୍ଲି ଥାନ୍ତା ଅନ୍ତର୍ଗତ ଭାଲୁପାଣିରେ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗୋଟିଏ ବାଇକ୍ରେ ଯାଉଥିବା ବେଳେ ଏକ କଲଭର୍ଟରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଟକ: ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ସମସ୍ତେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଜଣ ପୁରୁଷ ଅଛନ୍ତି। ଏସ୍ସିବିରେ ଚିକିତ୍ସିତ ହେଉଥିବା ୪୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆଉ ୮ ଜଣଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ନର୍ସିଂହୋମ୍କୁ ନେଇ ଯାଇଛନ୍ତି। ଯେଉଁ ୭ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍ ନିକଟରେ ଏକ ସ୍କର୍ପିଓକୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ […]
କଟକ: ଆଜି ବଡ଼ଓଷା। ଏଥିପାଇଁ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର। ବଡ଼ଓଷା ଅବସରରେ ଆଜି ଗଜଭୋଗ ଓ ତରଣ ଲାଗି ହେବ। ଅାଜି ସକାଳରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଅାଳତୀ, ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ। ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛି। ଝୁଲାପୋଲ ଓ ମଞ୍ଚେଶ୍ୱର ଡଙ୍ଗାଘାଟରେ ବ୍ୟାରିକେଡ୍ କରାଯାଇଛି।
କଟକ: ମହାନଦୀ ପୋଲ ଉପରୁ ବସ୍ ଖସି ପଡ଼ିବା ଘଟଣାରେ ମତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ କରାଯାଉଛି। ସେପଟେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଏକା ଯାତ୍ରୀବାହୀ ବସ୍ ତାଳଚେରରୁ କଟକ ଆସିବାବେଳେ ଦୁର୍ଘଟଣା ଘଟିଥିଲା। ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ୩୦ ଫୁଟ ତଳକୁ ଖସି ପଡିଥିଲା […]
କଟକ: ନିଆଳି ଖଣ୍ଡିଆଦଣ୍ଡା ଅଞ୍ଚଳରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ଶବ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଅପରାହ୍ନରେ ଖଣ୍ଡିଆଦଣ୍ଡା ଗାଁର ବିକା ବୋଇ ନାମକ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ବାଇକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି। ବାଇକ ଚାଳକକୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ […]
ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ସୋମବାର ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ତାରା ଏହି ନୋଟିସ୍ ଆଣିଛନ୍ତି। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍କୁ […]
ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗୀତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, କିନ୍ତୁ ଏହା ରାଷ୍ଟ୍ର ପ୍ରତି ଅସମ୍ମାନ। କୌଣସି ବି ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିବା ଅନୁଚିତ। ଭାଇଙ୍କ କ୍ୟାରିଅର୍ ପ୍ରତି ଯଦି ଆଞ୍ଚ ଆସିବ ବୋଲି ଗୀତା ଭାବୁଛନ୍ତି ତେବେ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ। ଅନ୍ୟପଟେ […]
ମାଲକାନଗିରି: ମାଲକାନଗିରିରେ ନକ୍ସଲଙ୍କ ଦିନିକିଆ ବନ୍ଦ ଡାକରା। ଏନ୍କାଉଣ୍ଟରରେ ୫ ନକ୍ସଲଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରିରେ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଘରୋଇ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ କରି ମାଲକାନିଗିରି ଓ କୋରାପୁଟରେ ନକ୍ସଲ ବିରୋଧୀ […]
ବାଲେଶ୍ୱର: ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ହିଂସା ଛାଡ଼ି ସେ ଶାନ୍ତିର ବାର୍ତ୍ତା ଦେଇଥିଲେ। ଏବେ କିନ୍ତୁ ଚାରିଆଡ଼େ ହିଂସା ଲାଗି ଅନେକ ଅଘଟଣ ଘଟୁଛି। ଏହାକୁ ପରିହାର କରି ଅହିଂସା ମାର୍ଗକୁ ଆସିବାର ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଦେବକୁମାର ଗାଁର ଅଶୋକ କୁମାର ଜେନା। ନିଜକୁ ମହାତ୍ମାଙ୍କ ବେଶରେ ସଜେଇ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରରେ ଲାଗିଛନ୍ତି ସେ। ଗାନ୍ଧିଙ୍କ ପଥ ଅନୁସରଣ କରି ଲୋକଙ୍କ ମନରେ ଅହିଂସାର ବାର୍ତ୍ତା […]
ଭୁବନେଶ୍ୱର: ଜଣାପଡ଼ିଲା ସଗରିଆଙ୍କ ଗତି। କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଖୁବ୍ଶୀଘ୍ର ବହୁଜନ ସମାଜପାର୍ଟି (ବିଏସ୍ପି)ରେ ଯୋଗଦେବେ। ସେ ନିଜେ ଏହି ସୂଚନା ଓଟିଭିକୁ କହିଛନ୍ତି। ସେ କହିଛନ୍ତି-“ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ତାଙ୍କ ଭାଷଣରୁ ପଛୁଆବର୍ଗଙ୍କ ପାଇଁ କିଛି ମିଳିଲା ନାହିଁ। କଂଗ୍ରେସ କେବଳ ଆଦିବାସୀ ଭୋଟ୍ରେ ଶାସନ କରି ଜାଣେ। କିନ୍ତୁ ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେନାହିଁ।” କୃଷ୍ଣଚନ୍ଦ୍ର ସଗରିଆ ଦଳ […]
ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ। କୋଲକାତାରୁ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା ସିବିଆଇ। ରୋଜଭ୍ୟାଲି ଚିଟ୍ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ […]
ଭୁବନେଶ୍ୱର: ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ ଅଛି। ଦିଲ୍ଲୀରେ ମୋଦି ରିମୋଟ୍ ଟିପିଲେ ନବୀନ ଏଠି ଉଠ୍ବସ୍ ହେଉଛନ୍ତି। ବୁଲେଇ ବଙ୍କେଇ ନୁହେଁ କି ଛଦ୍ମ ଭାବରେ ନୁହେଁ ଆଜି ନବୀନଙ୍କୁ ଏମିତି ଢଙ୍ଗରେ ସିଧା ଟାର୍ଗେଟ୍ କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ଏଭଳି ଆକ୍ରମଣ କରିଛନ୍ତି ରାହୁଲ। ଦିଲ୍ଲୀର ଚୌକିଦାର ଚୋର ବୋଲି କହିବା ସହ ଓଡ଼ିଶାର […]
ପାରାଦୀପ: ବଂଶ ବିସ୍ତାର ପାଇଁ ଓଡ଼ିଶା ଆସି ଅକାଳ ମୃତ୍ୟୁର ସାମ୍ନା କରୁଛନ୍ତି ବିରଳ ଅଲିଭ୍ ରିଡ୍ଲେ କିଇଁଛ । ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ଉପକୂଳରେ ଦୈନିକ କଇଁଛଙ୍କ ମୃତ୍ୟୁ ହେବା ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ତେବେ ପାରାଦୀପରେ ଚାଲୁଥିବା କିଇଁଛ ସୁରକ୍ଷା ଯୋଜନା ଏକ ପ୍ରହସନ ପାଲଟିଛି। ଖାଲି ସୁରକ୍ଷାରେ ବିଫଳତା ନୁହେଁ, ବରଂ କିଇଁଛଙ୍କ ମୃତ୍ୟୁ ପରେ ବି ସେମାନଙ୍କ ଲାଗି ଥିବା ଗାଇଡ୍ ଲାଇନକୁ ବି ଠିକରେ ପାଳନ ହେଉନଥବା ଅଭିଯୋଗ […]
କନ୍ଧମାଳ: ଆସନ୍ତାକାଲି ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଜିଠାରୁ ଜାନୁଆରୀ ୩୧ ତାରିଖ ଯାଏ ମାଓବାଦୀମାନେ ପ୍ରତିରୋଧ ଦିବସ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳାର ସହ ସାଧାରଣତନ୍ତ୍ର ଦିବସ […]
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ ବେଳେ ରାହୁଲ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି। ନବୀନ ଏଠାରେ ଏକପ୍ରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ଓଡ଼ିଶା ଲୋକଙ୍କୁ ଏହି ଗଣତନ୍ତ୍ର ଏକଛତ୍ରବାଦରୁ ମୁକ୍ତିଦେବା କଂଗ୍ରେସର ଲକ୍ଷ୍ୟ ବୋଲି ରାହୁଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, […]
ଭୁବନେଶ୍ୱର: ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ସରକାରୀ ପାଣ୍ଠି ଓ ସାଧାରଣ କରଦାତାଙ୍କଠୁ ସଂଗୃହୀତ ଅର୍ଥରୁ ପାଣି ଭଳି ଟଙ୍କା ବହୁଛି। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ୧ ତାରିଖ ୨୦୧୦ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ୩୫୦କୋଟି ୩୪ଲକ୍ଷ ୮୪ ହଜାର ୫୯୫ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରୁ କେବଳ ପ୍ରିଣ୍ଟ୍ ମିଡିଆରେ ବିଭିନ୍ନ ଯୋଜନା ବିଜ୍ଞାପନ ବାବଦକୁ ୩୧୩ କୋଟି ୭୪ […]
ଭୁବନେଶ୍ୱର: ଅଗ୍ନିଶମ, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୯ଜଣ ଅଗ୍ନିଶମ ବିଭାଗର ଅଗ୍ନିକ ସାମିଲ୍ ଅଛନ୍ତି। କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ […]
ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଆଜି ବଲାଙ୍ଗିରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ନିଷ୍ପତ୍ତି ହୋଇଛି। ରାଜେନ୍ଦ୍ର କଲେଜ ପରିସରରେ ଆୟୋଜିତ ଯୁବ ସମାବେଶରେ ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ନୂଆପଡ଼ା ଜିଲ୍ଲାର ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ। ଏଥିସହ ନବୀନ ଆଜି ବଲାଙ୍ଗିରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର […]
ଭୁବନେଶ୍ୱର: ବିଜେଡି ମୁଖପାତ୍ର ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି। ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଆଇଟି କନ୍କ୍ଲେଭରେ ଉଦ୍ବୋଧନ ଦେବା ବେଳେ ସୁଲୋଚନା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ କେହି ଆଙ୍ଗୁଳି ଦେଖାଇଲେ ଆମେ ସମ୍ମାନର ସହ ସେମାନଙ୍କ ହାତ କାଟି ଦେବା। ତେବେ ସୁଲୋଚନାଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ କହିଛି, ନାରୀଙ୍କୁ ସୁରକ୍ଷା ଦେଇ ପାରୁନଥିବା ସରକାର ବିରୋଧରେ ମୁହଁ […]