ଭୁବନେଶ୍ୱର: ବିଜେଡିର ଜନ ସଂପର୍କ ପଦଯାତ୍ରା ବେଳେ ନବ ନିର୍ମାଣ କୃଷକ ସଂଗଠନର ବିରୋଧ। କୁଜଙ୍ଗ ବ୍ଲକ୍ର ଫତେପୁରଠାରେ ବିଜେଡି ସମାବେଶକୁ ଦଳୀୟ ନେତା ଯାଉଥିବା ବେଳେ ଘୋଡାମରାଠାରେ ରାସ୍ତା ଅବରୋଧ କରି ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଦାବିପତ୍ର ଦେଇଥିଲେ। ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା କୃଷକମାନଙ୍କର ଦାବି ପୂରଣ କରା ନ ଗଲେ ଡିସେମ୍ବର ମାସରୁ ଆଉ କୌଣସି ନେତାମାନଙ୍କୁ ଗାଁରେ ପୂରାଇ ଦିଆଯିବନାହିଁ ବୋଲି ସଂଗଠନର ସଦସ୍ୟ ଚେତାବନୀ ଦେଇଛନ୍ତି। […]
ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛନ୍ତି। ତାସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ୍ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଉ ଗଂଜାମ ଜିଲ୍ଲା ବୁଗୁଡ଼ା […]
ଭୁବନେଶ୍ୱର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓଙ୍କ ଧମକ। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କୁ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି କହିଛନ୍ତି ଭାସ୍କର ରାଓ। କେବଳ ସେତିକି ନୁହେଁ ଅାଗକୁ କଣ ହେବ ସେ ଗଣମାଧ୍ୟମ […]
ଭୁବନେଶ୍ୱର : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ର ସଂଘର୍ଷ। ଦୁଇ ଗୋଷ୍ଠୀର ଅାକ୍ରମଣରେ ୧୪ ଛାତ୍ର ଅାହତ। ଘଟଣାରେ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ୍। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। ଗତକାଲି କମେଣ୍ଟ ମରା ଘଟଣାକୁ ନେଇ କିଟ୍ କ୍ୟାଂପସରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଲଙ୍କାକାଣ୍ଡ ଘଟିଥିଲା। କଲମ ବଦଳରେ ହାତରେ ଇଟା, ପଥର, ବାଉଁଶ […]
ସମ୍ବଲପୁର: ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍ କନକ୍ଲେବ୍’ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ […]
ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍ ସିମ୍ରନ୍ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି। ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରେ ସିମରନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୟୁଗ୍ଙ୍କୁ ପଚରାଉଚୁରା ସମୟରେ ପୁଲିସ୍ […]
କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ମହାକୁମ୍ଭକୁ ନେଇ ସାରା ଓଡ଼ିଶାରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରନ୍ ଫର୍ ହକି-ମିନି ମାରାଥନ୍ ଆୟୋଜିତ ହୋଇଛି। ସମ୍ବଲପୁର ସହରରେ ହକି ବିଶ୍ୱକପ୍ର ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ମିନି ମାରାଥନ ହୋଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ମିନି ମାରାଥନ ଆୟୋଜିତ ହୋଇଛି। ୧୩ ନମ୍ବର ସେକ୍ଟର ମେଲଣ ପଡିଆରୁ ମାରାଥନ ବାହାରି ରିଂ ରୋଡ ପରିକ୍ରମା ପରେ ଉଦିତନଗର ପରେଡ […]
ଯାଜପୁର: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପନାସିଆ ପଦ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ଆହତ ମହିଳାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନାଁ ରବିଶଙ୍କର। ସୂଚନା ଅନୁସାରେ, ସ୍ତ୍ରୀର ମୋବାଇଲ ରେକର୍ଡିଂକୁ ଯାଞ୍ଚ କରିବା ପରେ ରବିଶଙ୍କର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି। ସ୍ୱାମୀର ମରଣାନ୍ତକ ଆକ୍ରମଣରେ ଗୁରୁତର ଭାବେ ଆହତ […]
ଭୁବନେଶ୍ୱର: ଓଟିଭି ପ୍ରଭାବ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ମୌସୁଧା ଗାଁର ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି ଉଚ୍ଛେଦ ହୋଇଛି। ୨ଏକରରୁ ଅଧିକ ଏହି ଜମି ସରକାରୀ ଖାତାରେ ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଗତ କିଛି ବର୍ଷ ହେଲା ଏହାକୁ ଜବରଦଖଲ କରିବା ସହ ତାର ବାଡ ବୁଲାଇଥିଲେ। ଏମିତିକି ଜଙ୍ଗଲ ଜମିରେ ପୋଖରୀ ମଧ୍ୟ ଖୋଳି ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଆର୍ଆଇ ଏହାର ତଦନ୍ତ କରି […]
ଭୁବନେଶ୍ୱର: ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇନଥିଲେ। ତେଣୁ ଆଜି ହେଉଛି ଅସଲ ଛାଡ଼ଖାଇ। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ରବିବାର ଥିବାରୁ ବ୍ୟବସାୟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କିଏ ରୋହି ତ କିଏ ଭାକୁର ଆଉ କିଏ ଚିଙ୍ଗୁଡ଼ି କିଣୁଛି। ତେବେ ମାଂସ ଦୋକାନରେ ଲୋକଙ୍କ ବେଶି ଗହଳି ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଗୋଟିଏ […]
ଭୁବନେଶ୍ୱର: OTV ବିରୋଧରେ ତାରା ବାହିନୀପତିଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ନେଇ ଓପିସିସି ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ହେମନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି। ତାରାଙ୍କ ପଦକ୍ଷେପକୁ ଦଳ ବିରୋଧୀ ଦର୍ଶାଇ ସେ ନିଜ ପଦ ଛାଡ଼ିଛନ୍ତି। କେବଳ ଏତିକି ନୁହଁ ତାରାଙ୍କ ପଦକ୍ଷେପ କଂଗ୍ରେସ ବିଚାରଧାରାର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି। OTV ବିରୋଧରେ ତାରା ଆଣିଥିବା ସ୍ୱାଧିକାର ଭଙ୍ଗ ଘଟଣାକୁ ନିନ୍ଦା କରିବା ସହ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ବୋଲି ହେମନ୍ତ […]
ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ରୀଡ଼ା ସଚିବ ବିଶାଲ୍ ଦେବଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ଦୁଇ ମାନବାଧିକାର କର୍ମୀ – ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଏହି ନୋଟିସ୍ ପଠାଇଛନ୍ତି। ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସେକ୍ସନ ୧୩ ଅନୁସାରେ ବିଶାଲଙ୍କୁ ସେମାନେ ନୋଟିସ୍ ପଠାଇଛନ୍ତି। ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍ରେ ଦାବି ହୋଇଛି। ଯଦି ସେ କ୍ଷମା ନ ମାଗନ୍ତି, ତା’ହେଲେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆରେ ମାମଲା ରୁଜୁ […]
ପାରାଦୀପ: ୟୁନିଫର୍ମରେ ନଥିବାରୁ ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍ର ଏକ ଟିମ୍କୁ ହଟହଟା ହେବାକୁ ପଡ଼ିଛି। ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମା ଦେଇଥିଲେ। ତେବେ ପରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସମ୍ପର୍କରେ ଅବଗତ ହୋଇଥିଲେ। ପାରାଦୀପଗଡ଼ରେ ଏହି ଘଟଣା ଘଟିଛି। ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ ପୁଲିସ୍ର […]
ଖୋର୍ଦ୍ଧା: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖୋର୍ଦ୍ଧାରେ ଲୁଟେରାଙ୍କ ଲୁଟ୍ ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ରେ ସିରିଜ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ୍ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର୍ ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଦୋକାନର ସଟର୍କୁ ଭାଙ୍ଗିବା ନେଇ ଦୋକାନ ମଧ୍ୟକୁ ଚୋର ପଶିଥିବା […]
ବାଲେଶ୍ୱର: ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ବାଲେଶ୍ୱର ଟାଉନ୍ଥାନା ତେଲଙ୍ଗାସାହିର ଜଣେ ଅଟୋ ଡ୍ରାଇଭରଙ୍କ ମତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନ୍ରୁ ଯାତ୍ରୀଙ୍କୁ ନେଇ DRDO ଯାଇଥିଲେ। ଆଜି ସକାଳେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖରୁ ଅଟୋ ସହ ଡ୍ରାଇଭରଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେବାସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। […]
ଭୁବନେଶ୍ୱର: ସରିଲା କାର୍ତ୍ତିକ ମାସ। ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି। ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ଦର ସାମାନ୍ୟ ଅଧିକ ରହିଛି। ଧର୍ମ ମାସ କାର୍ତ୍ତିକ ବ୍ରତ ଓ ପଞ୍ଚୁକ […]
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାରେ ତେଜିଲା ପ୍ରତିବାଦର ସ୍ୱର। ବିଶାଲଙ୍କୁ ବହିଷ୍କାର ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଭୁବନେଶ୍ୱର ରୁପାଲି ଛକରେ ବିଶାଳଙ୍କ କୁଶପୁତ୍ତଳିକା ଦାହ କରିବା ସହ ଯୁବ ଓ ଛାତ୍ର କଂଗ୍ରେସ ଶୋଭାଯାତ୍ରା କରିଛନ୍ତି। ଛାତ୍ର କଂଗ୍ରେସ ବିଶାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏଥିସହ ସେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କ ଘରେ ପଶି […]
କଟକ: ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ନାରାବାଜି ଦେଉଛନ୍ତି ସରକାର। ଜଙ୍ଗଲ ସଂରକ୍ଷଣ ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟ ରହିଛି। ହେଲେ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଟକ ଚୌଦ୍ୱାର ଡାଳିଯୋଡ଼ା ସଂରକ୍ଷିତ ଡମଣୀ ଜଙ୍ଗଲକୁ ଦେଖିଲେ ସ୍ପଷ୍ଟ ବାରି ଜଣାପଡ଼ୁଛି। ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ। ଗଛଗୁଡ଼ିକ ବଡ଼ ହେବା ପୂର୍ବରୁ କାଟି ଦିଆଯାଉଥିବାରୁ ଜଙ୍ଗଲ ଭିତରେ କେବଳ ମୂଳ ହିଁ ରହିଯାଇଛି। ଜଙ୍ଗଲ ଭିତରେ ମିଳୁଥିବା ଆମ୍ବ, […]
ଭଦ୍ରକ: ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍ବିଆଇ ଏଟିଏମ୍କୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ୍ ପାଇଁ ଉଦ୍ୟମ କରୁଥିଲା। ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ […]
ଭୁବନେଶ୍ୱର: ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ ବର୍ତ୍ତମାନ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। କୃଷ୍ଣଙ୍କ ବକ୍ତବ୍ୟକୁ ନେଇ ବିଧାନସଭାରେ ହଇଚଇ ହେବା ପରେ ପିସିସି ଶୃଙ୍ଖଳା କମିଟି ବୈଠକ ବସିଛି। ଏ ସଂକ୍ରାନ୍ତରେ ଏଆଇସିସିକୁ କମିଟିର ନିଷ୍ପତ୍ତି ପଠାଇ ଦିଆଯିବ ବୋଲି ଆବାହକ ଅନନ୍ତ ସେଠୀ କହିଛନ୍ତି। ତେବେ କୃଷ୍ଣ କିଛି ଭୁଲ୍ କହି ନାହାନ୍ତି। ଏଭଳି ଘଟଣାକୁ ଶୃଙ୍ଖଳା କମିଟି ଗଠନ କରିବା ଠିକ୍ ହୋଇନାହିଁ ବୋଲି କଂଗ୍ରେସ ନେତା ଭକ୍ତ ଚରଣ […]
ଅନୁଗୁଳ: ତାଳଚେରରେ ପୁଲିସ୍ର ଏନ୍କାଉଣ୍ଟର। ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛି। ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ପ୍ରଥମେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଏନ୍କାଉଣ୍ଟର ହୋଇଛି। ସୂଚନା ଅନୁସାରେ, ଲିଙ୍ଗରାଜ ଖଣି ନିକଟରେ ଅପରାଧ ପାଇଁ ବାଦଲ […]
ସାଲେପୁର: କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କଂଗ୍ରେସକୁ ବହୁ ବର୍ଷ ଓ ବିଜେଡି ସରକାରକୁ ୧୯ବର୍ଷ ଧରି ଶାସନ କ୍ଷମତାରେ ରଖିଲେଣି। ତେଣୁ ବିଜେପିକୁ ୫ବର୍ଷ ଲାଗି ସୁଯୋଗ ଦେବାକୁ ସାଲେପୁର ସମାବେଶରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଯିଏ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖି ପାରୁନାହାନ୍ତି, ସେ ରାଜ୍ୟକୁ କ’ଣ ସୁରକ୍ଷିତ ରଖିବେ ବୋଲି ଶାହ ଆକ୍ଷେପ କରିଛନ୍ତି। ଆୟୁଷ୍ମାନ ଭାରତକୁ […]
କଟକ: ମେଲୋଡି ନାଇଟ୍ସ୍ରେ ମର୍ଡର। କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ପାଟସାଇଲ ଗାଁର ସେକ୍ ଇମ୍ରାନ ଓ ବନମାଳିପୁରର ନିତ୍ୟାନନ୍ଦ ମଲ୍ଲିକ। ଆହତ ଦୁଇଜଣ ହେଲେ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ। ସେମାନେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ। ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଝିଙ୍କରଗଡ଼ି ଜଙ୍ଗଲକୁ ବୁଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ଦାମୋଦର ରାଉତ। ସରକାରଙ୍କୁ ଅନ୍ଧ କହି ସମାଲୋଚନା କରିବା ସହ ପରିବେଶ ବିରୋଧୀ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ଏବେକାର ମୁଖ୍ୟମନ୍ତ୍ରୀଙ୍କ ଜଏଣ୍ଟ ସେକ୍ରେଟାରୀ ଥିବା ଅଫିସ୍ର ଢେଙ୍କାନାଳରେ ଥିବା ବେଳେ ଜମିର […]