ତେଲକୋଇ: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଟ୍ରକ୍ ଡ୍ରାଇଭର ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଚାପି ହୋଇ ରହିଥିବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୭ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେଠାରୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ବିଜୟନଗରମ୍କୁ କାମ ପାଇଁ ଯାଇଥିଲେ। ସେଠାରେ ସେମାନେ ଶ୍ରୀସାଇ ମଣିକାନ୍ତା ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ ସେମାନଙ୍କୁ ଦରମା ନ ଦେଇ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଟଙ୍କା ମାଗିବାରୁ ଇଟାଭାଟି […]
ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା। ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ହେଲେ ମେଳାରେ ଜିଲ୍ଲାର କୌଣସି କମ୍ପାନୀ ଭାଗ ନେଇନାହାନ୍ତି। ଆଉ ଯେଉଁ କମ୍ପାନୀ ଅଛନ୍ତି ସେମାନଙ୍କ ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ହାତରେ ଶିକ୍ଷାଗତ ଯୋଗ୍ୟତା, ମନରେ ଅସୁମାରି ସ୍ୱପ୍ନ ନେଇ ଚାକିରି ଖଣ୍ଡେ ପାଇଁ ଯୁବକ […]
କେନ୍ଦୁଝର: ୨୦୦୪ ମସିହାରେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ନୀତି ପଛରେ ଯନ୍ତ୍ରୀ, ଅଧିକାରୀ ଏବଂ ଦଲାଲଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ନିର୍ମାଣ ହୋଇନାହିଁ, କିନ୍ତୁ ଟଙ୍କା ଉଠା ଯାଇଛି। ଏହି ଚଞ୍ଚକତା ଧରାପଡ଼ିବାପରେ ପୁଣି ତାହା ଆକାଣ୍ଟକୁ ଆସିବା କଥା ମଧ୍ୟ ଧରାପଡ଼ିଛି। ଫଳରେ ଏବେ ତଦନ୍ତ ଲାଗି ଉପ-ଜିଲ୍ଲାପାଳ […]
କଟକ: ବର୍ତ୍ତମାନର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଡରାଇ ଦେଇଛି। କେଉଁଠି ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣିତ ଆଉ କେଉଁଠି ଖଳାରେ ବେଙ୍ଗଳା ହେବା ପୂର୍ବରୁ ପାଣିରେ ଭିଜିଲାଣି। ଏଭଳି ସ୍ଥଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁସାରେ ଧାନକୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଜେପି କୃଷକ ମୋର୍ଚ୍ଚା […]
ଯାଜପୁର: ଯାଜପୁର ଜିଲ୍ଲାର ସଂଗ୍ରାମୀ ମାଟି ବାଲିପଡ଼ିଆରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧି କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ମୃତିରେ ଠକ୍କର ବାପା ଆଶ୍ରମରେ ରାମଧୁନ୍ ଗାନ କରାଯିବା ସହ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଅୟୋଜିତ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡ୍ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ କେଳୁଣି ମୁହାଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବେଳାଭୂମିରେ ଗୋଟିଏ ଅଲିଭ ରିଡ୍ଲି କଇଁଛର ୧୩୬ଟି ଅଣ୍ଡାକୁ ବନ ବିଭାଗ ସଂଗ୍ରହ କରି ଜାହାନିଆଠାରେ ନିର୍ମିତ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି। ଏହି ଅଣ୍ଡା ଗୁଡ଼ିକ ସଂଗୃହୀତ ହୋଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୧ ଫୁଟରୁ ଦେଢ଼ ଫୁଟ ଗାତ କରାଯାଇଛି। ୪୦ରୁ ୪୫ ଦିନ ପରେ […]
ଭୁବନେଶ୍ୱର: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ସେସୁ ଭଳି ବଡ଼ ସଂସ୍ଥାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ବସିଛନ୍ତି। ଏହାକୁ ବିକ୍ରି କରିବା ଲାଗି ଓପନ୍ ଟେଣ୍ଡର କରାଯାଉ ନାହିଁ। ବଡ଼ କମ୍ପାନୀ ବଦଳରେ ଅଜଣା ଅଶୁଣା କମ୍ପାନୀକୁ ଏହା ବିକ୍ରି କରିବାକୁ ଚେଷ୍ଟା କରାଯାଉଛି। […]
ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବା ବେଳେ କୃଷି ଋଣ ଛାଡ଼କୁ ନେଇ ଯୋର୍ଦାର୍ ଦାବି ହେଉଛି। ସାରା ଦେଶରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କୃଷି ଋଣ ଛାଡ଼ ନେଇ କ’ଣ କରାଯିବ ଚିନ୍ତା କରାଯାଉଛି। ଋଣ ଛାଡ଼ ନେଇ ନିତି ଆୟୋଗଙ୍କ ବକ୍ତବ୍ୟ ଚାଷୀଙ୍କ ପାଇଁ ନକାରାତ୍ମକ। ତେଣୁ ଋଣ ଛାଡ଼ […]
ପୁରୀ: ମାତିଛି ବାର୍ଡ ଫ୍ଲୁ। କୁକୁଡ଼ାଙ୍କୁ ଏବେ ବାର୍ଡ ଫ୍ଲୁ ଭୟ। ରୋଗରେ ଆକ୍ରାନ୍ତ ଶହ ଶହ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଚାଲିଛି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ପ୍ରାୟ ୧୨ ହଜାର କୁକୁଡ଼ା ମରା ଯାଇଥିଲା। ସେହିଭଳି ଆଜି ୨ଟି ଟିମ୍ ପହଞ୍ଚି କହ୍ନେଇପୁରଠାରେ ଘରେ ଘରେ ପଶି କୁକୁଡ଼ା ମାରିଛନ୍ତି। ସେହିପରି ଅନ୍ୟ ଏକ ଟିମ୍ ଓରା ଗ୍ରାମରେ […]
ସମ୍ବଲପୁର: ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ପୋଡ଼ା ଘଟଣାରେ ଥାନାରେ ମାମଲା ରୁଜ୍ଜୁ ହୋଇଛି। ବୋର୍ଡର ଡେପୁଟି ସେକ୍ରେଟାରୀଙ୍କ ଏତଲା ଭିତ୍ତିରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି। ସମ୍ବଲପୁର ସଦର ଏସ୍ଡିପିଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଅନୁସାରେ ଗତକାଲି ଜେଲ୍ ଛକ ସ୍ଥିତ ବୋର୍ଡ ଅଫିସ୍ରେ କେତେଜଣ ଦୁର୍ବୃତ୍ତ ନିଆଁଲଗାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଦେଇଛନ୍ତି। ସେପଟେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଅଫିସରେ ଅଗ୍ନିକାଣ୍ଡ ସତ୍ତ୍ୱେ ପରୀକ୍ଷା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ମଳିପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ଭିତ୍ତିକରି ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି। ପୁଲିସ୍ ସୂଚନା ଅନୁସାରେ ଗିରଫ ଯୁବକ ଏବଂ ମୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଛି। ଉଭୟଙ୍କ […]
ଭୁବନେଶ୍ୱର: ସହିଦର ଟୀକା ପିନ୍ଧି ମାଆ କୋଳକୁ ଫେରୁଛି ବୀର ପୁଅ। ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଦୁଇ ବୀର ଓଡ଼ିଆ ସିଆର୍ପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କୁ ବିରାଟ ଶୋଭାଯାତ୍ରାରେ ସେମାନଙ୍କ ଗାଁକୁ ନିଆଯାଇଛି। ଗାଁ ମାଟିକୁ ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରରେ ଯେଉଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସହିଦର ମୁକୁଟ ପିନ୍ଧା ଯବାନର ସ୍ଥାନ ସତରେ କେତେ […]
ଜଗତସିଂହପୁର: କୁଜଙ୍ଗ ବ୍ଲକ୍ ଉଚ୍ଛବାନନ୍ଦପୁର ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପ୍ରଥମେ ତାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଓ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଷ୍ଟୋଭ୍ରେ ରୋଷେଇ ବେଳେ ଏଭଳି ଅଘଟଣ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ ଅଘଟଣକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ (କୋଷ୍ଟ୍ ଗାର୍ଡ) ମୁଖ୍ୟାଳୟ ପରିସର ଭିତରେ ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିବା ପରେ ତାଙ୍କୁ ଧରା ଯାଇ ପୁଲିସ୍ର ଜିମା ଦିଆଯାଇଛି। ସଂପୃକ୍ତ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି। ଅଟକ ଯୁବକଙ୍କ ନାଁ ମହମ୍ମଦ ସାହାବାଜ୍ ଓ ତାଙ୍କ ଘର ଉତ୍ତରପ୍ରଦେଶ ମୁଜାଫର୍ ନଗରରେ ମହମ୍ମଦ ବୋଲି ଜଣାପଡ଼ିଛି। ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ କିପରି କୋଷ୍ଟ୍ ଗାର୍ଡ ଭଳି ହାଇ […]
ଭୁବନେଶ୍ୱର:ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ତାତିଲା ମହିଳା କଂଗ୍ରେସ। ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ମହିଳା କଂଗ୍ରେସ କର୍ମୀ। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ିଚାଲିଥିବା ହିଂସା, ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାର ମହିଳା କଂଗ୍ରେସ ନିନ୍ଦା କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ଜବାବ ରଖିବାକୁ ଗତ ୪ତାରିଖରେ ଚେତାବନୀ ଦେଇଥିଲା ଦଳ। ତେବେ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନଖିବା ପରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ। ହାତରେ କଳା […]
ଭୁବନେଶ୍ୱର: ଓଡ଼ିଆ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍ରେ ଉଭୟ ସହିଦ ପ୍ରସନ୍ନ ସାହୁ ଏବଂ ମନୋଜ ବେହେରାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ହେଲେ ସିଆର୍ପିଏଫ୍ କନେଷ୍ଟବଲ୍ ମନୋଜ କୁମାର ବେହେରା ଓ ସିଆର୍ପିଏଫ୍ ୬୧ ବାଟାଲିଅନ୍ର ହାବିଲଦାର […]
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ରାଜଭବନ ଘେରାଉ କରିବେ ଚାଷୀ। ଏକ ପ୍ରେସ୍ମିଟ୍ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ୍ ଓ ସୁରକ୍ଷା ଭତ୍ତା ଦାବିରେ ଜାନୁଆରୀ ୮ରେ ସଂଗଠନ ପକ୍ଷରୁ ଧାରଣା ଓ ଏହା ପୂର୍ବରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଚାଷୀମାନେ ଦାବିପତ୍ର ଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି।
ସମ୍ବଲପୁର : ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସ୍ରେ ନିଆଁ। ସମ୍ବଲପୁର ଜେଲ୍ ଛକ ନିକଟରେ ଥିବା ଅଫିସ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଫିସ୍ରେ ୭ରୁ ୮ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଫିସ୍ ପରିସରରେ ଥିବା ୨ଟି ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। BSEର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି ଏହି ସୂଚନା ଦେଇଛନ୍ତି। ନିଆଁ ଲିଭାଇବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି।
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି। ଏଥିସହିତ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ୍ କରିଦିଆଯାଇଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ୍ ହୋଇଥିବା ଜଣାପଡ଼ିଛି। ଆଜି ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା।
କେନ୍ଦ୍ରାପଡ଼ା: କାଳିଆ ଯୋଜନାରେ ଏଥର ଭୂମିହୀନ ଚାଷୀଙ୍କୁ ମିଳିବ ସହାୟତା। ଆଜି କେନ୍ଦ୍ରାପଡ଼ାରେ ୩ ଲକ୍ଷରୁ ଅଧିକ ଭୂମିହୀନ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସହାୟତା ଆରମ୍ଭ କରିବେ ରାଜ୍ୟ ସରକାର। ପ୍ରତି ଭୂମିହୀନ ଚାଷୀଙ୍କୁ ସରକାର ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ଓ ତୃତୀୟ ପର୍ଯ୍ୟାୟରେ ୪ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ।
ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଶାହ। ତେବେ ମାସକ ମଧ୍ୟରେ ତିନି ତିନି ଥର ଗସ୍ତ ପରେ ଆଜି କେତେ ଶାଣିତ ହେବ ଶାହଙ୍କ ଶବ୍ଦ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୀ ଭଳି ନବୀନଙ୍କ ବିରୋଧରେ ଆକ୍ରମଣାତ୍ମକ ମୁଦ୍ରା ଦେଖାଇବେ ନା […]
ଖୋର୍ଦ୍ଧା: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ କାଳୀ ମନ୍ଦିରରୁ ଗତକାଲି ରାତିରେ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ଦେବୀଙ୍କ ଗହଣା ସହିତ ବାସନ ନେଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ଭରି ସୁନା ଗହଣା ଓ ଲକ୍ଷାଧିକ ଟଙ୍କାର ବାସନ ଚୋରି ହୋଇଛି। ଦୁର୍ବୃତ୍ତମାନେ ଖାଲି ସୁନା ଗହଣା ଓ ବାସନ ଚୋରି କରି ନାହାନ୍ତି ତା’ସହ ମନ୍ଦିରରେ ଥିବା ଦାନ ବାକ୍ସକୁ ଭାଙ୍ଗି […]
କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ନନ୍ଦକିଶୋରଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଆନନ୍ଦପୁର ଶାଳପଡ଼ା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ଘଷିପୁରା ସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢ଼ାଉ କରିଛି।
ପୁରୀ: ବିଭିନ୍ନ ସଂସ୍ଥା ଦ୍ୱାରା ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ଓ ଅନ୍ଲାଇନ୍ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ଇତ୍ୟାଦି ବିଷୟ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କୁ ଠାବ କରିବା ପାଇଁ ପୁଲିସ୍କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଥାଉ କି, ଏବିଷୟରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ […]