• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

modi1
ପାଇକ ବିଦ୍ରୋହ ସ୍ମୃତିରେ ସ୍ୱତନ୍ତ୍ର ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କଲେ ମୋଦି

ଖୋର୍ଦ୍ଧା: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବରୁଣେଇରେ ଆୟୋଜିତ ପାକ ବିଦ୍ରୋହ ସ୍ମୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ୍‌ ଓ ମୁଦ୍ରା ଉନ୍ମୋଚନ କରିଥିଲେ। ନାଇଜର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ୩ ମାସ ମଧ୍ୟରେ […]

  • Tuesday, 20 July 2021
modi
୧୪.୫ ହଜାର କୋଟିର କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି

ଭୁବନେଶ୍ୱର: ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ସ୍ଥାପନା କରିଛନ୍ତି। ସୋମବାର ଅପରାହ୍ନ ଗୋଟାଏ ୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି। ସେଠାରୁ ହେଲିକପ୍ଟର୍ ଯୋଗେ ସେ ସିଧାସଳଖ ଆଇଆଇଟି ଭୁବନେଶ୍ୱର […]

  • Tuesday, 20 July 2021
bbsr stolen
ଚୋରି ମୋବାଇଲ୍ ବ୍ୟବହାର କରିବା ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍‌ନାକୁ ଆସୁଛି। ଗତ କିଛିଦିନ ତଳେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କ ଘରୁ ଚୋରି ଘଟଣାର ଫର୍ଦ୍ଦାଫାସ୍ ହୋଇଛି। ଡାକ୍ତରଙ୍କ ଘରୁ ମୋବାଇଲ୍ ଏବଂ ସୁନା ଅଳଙ୍କାର ଚୋରି ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ […]

  • Tuesday, 20 July 2021
elephant
କଟକ ସିଡିଏରେ ହାତୀ

କଟକ: କଟକ ସିଡିଏରେ ହାତୀ। ଆଜି ସକାଳୁ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଘଉଡାଇବାକୁ ପୁଲିସ୍‌ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେପଟେ ହାତୀକୁ ଭୟଭୀତ ନ କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ, ଏହି ଅଞ୍ଚଳରେ ହାତୀ ବୁଲୁଥିବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି।

  • Tuesday, 20 July 2021
pm modi..
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍‌କୁ ଯିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ମୋଦି। ଯେଉଁଥିରେ ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେହିପରି ୧୦୦ […]

  • Tuesday, 20 July 2021
bolangir
ଜୋର ଧରୁଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବି

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ୍‌ ଏବଂ ସ୍କୁଲ୍‌ କଲେଜକୁ ବନ୍ଦ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆହ୍ୱାନ ଦେଇଛି। ସକାଳ ୯ ଟାରୁ ପିକେଟିଂ କରି ଖୋଲା ଥିବା ଅଫିସ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର […]

  • Tuesday, 20 July 2021
pm modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଆଇଆଇଟି ଭୁବନେଶ୍ୱର ଓ ସଭାସ୍ଥଳକୁ ଯାଇ ସୁରକ୍ଷାର ଅନୁଧ୍ୟାନ କରିଛନ୍ତି। ହେଲିପ୍ୟାଡ୍‌ ସହ ସଭାସ୍ଥଳ, […]

  • Tuesday, 20 July 2021
tobacoo
ଜଗତସିଂହପୁରରେ ନକଲି ଜର୍ଦ୍ଦା କାରଖାନା ଠାବ

ଜଗତସିଂହପୁର: ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଏହି କାରଖାନା ଚାଲୁଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଟିମ୍‌ ଚଢ଼ାଉ କରିଥିଲା। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନକଲି ଜର୍ଦ୍ଦା, ମେସିନ୍‌, ଲେବେଲ୍‌, ଜର୍ଦ୍ଦା ଡବା ଓ ଏକ କାର୍‌ ଜବତ କରିଛି। ତେବେ ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତି ଅଛନ୍ତି ସେନେଇ ପୁଲିସ୍‌ […]

  • Tuesday, 20 July 2021
sheep dead
କଟକରେ ଅଜଣା ଜନ୍ତୁ ଆତଙ୍କ

କଟକ: କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜ ସ୍ଥିତ ଗୋପାଳ ସାହିର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ଆଜି ସକାଳେ ଗୁହାଳ ଘରେ ୧୫ଟି ମେଣ୍ଢା ମରି ପଡ଼ିଥିବା ବେଳେ ଆଉ ଦୁଇଟି ନିଖୋଜ ଅଛନ୍ତି। ଏହି ଘଟଣା ପରେ ବ୍ୟକ୍ତି ଜଣକ ପୂରା […]

  • Tuesday, 20 July 2021
man die
ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍‌ଡୋର୍‌ରେ ଟିକେଟ୍ କରି ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କୁ ଗୋଟେ ଇଞ୍ଜେକ୍‌ସନ୍‌ ଦେବା ପରେ ବେଡ୍‌କୁ ଯିବାକୁ କୁହାଯାଇଥିଲା। ବେଡ୍‌କୁ […]

  • Tuesday, 20 July 2021
cold wave
ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି କନ୍ଧମାଳରେ ହାଡଭଙ୍ଗା ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୮ ଡିଗ୍ରୀକୁ ଖସି ଆସିଛି। କୋରାପୁଟ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହ କାରଣରୁ ଆସନ୍ତା ୨ରୁ ୩ […]

  • Tuesday, 20 July 2021
representational image
ଚିକିତ୍ସା ପାଇଁ ବିମାନରେ ବେଙ୍ଗାଲୁରୁ ଯାଉଥିଲେ; ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ, ଆଉ ତା’ପରେ...

ଭୁବନେଶ୍ୱର: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଆଉ ତା’ପରେ ଯାତ୍ରୀ ଜଣଙ୍କୁ ତାଙ୍କୁ ହସ୍ପିଟାଲ୍‌ରେ ନିଆଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗ ମାଲଦାର ରାଜକୁମାର କର୍ମକାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ୩୨ ବର୍ଷୀୟ ରାଜକୁମାର ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆଜି ଇଣ୍ଡିଗୋର ଏକ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯାଉଥିଲେ। ତେବେ ହଠାତ୍‌ ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]

  • Tuesday, 20 July 2021
Nandankanan
ନନ୍ଦନକାନନରେ ଦୁଇ କଳା ବାଘ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ‘ରେଣୁକା’

ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍‌ରେ ରହୁଥିବା ବାଘୁଣୀ ରେଣୁକା ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି। ଉଭୟ ବାଘୁଣୀ ଓ ଦୁଇ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇ ଡାକ୍ତରଙ୍କ ଅନୁଧ୍ୟାନ କରାଯାଉଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।

  • Tuesday, 20 July 2021
car
ବିଲ୍‌ଡର୍‌ ଅନମୋଲ୍‌ ସିଂଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାର ନୂଆ ମୋଡ଼

ରାଉରକେଲା: ରାଉରକେଲାରେ ବିଲ୍‌ଡର୍‌ ଅନମୋଲ୍‌ ସିଂଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆ ମୋଡ଼ ନେଇଛି। ଅନମୋଲ୍‌ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ଅନମୋଲ୍‌ଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍‌ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ […]

  • Tuesday, 20 July 2021
brown sugar
୨୯ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର୍‌ ଜବତ ହୋଇଛି। କଟକ ଅବକାରୀ ଗୁଇନ୍ଦା ବିଭାଗ ନେତୃତ୍ୱରେ ଖୋର୍ଦ୍ଧା ପୌରାଞ୍ଚଳ ମଠସାହି ଏବଂ ରାଧାମୋହନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୯ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ମଠସାହିର ରବୀନ୍ଦ୍ର ପ୍ରଧାନ ଏବଂ […]

  • Tuesday, 20 July 2021
jay panda jeypore visit
ସିଆଡ଼ିିମାଲ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ବୈଜୟନ୍ତ ପଣ୍ଡା

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ସିଆଡ଼ିମାଲରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୀଡ଼ିତାଙ୍କ ଘରେ ପହଞ୍ଚି ବୈଜୟନ୍ତ ପଣ୍ଡା ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ପୀଡ଼ିତାଙ୍କ କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଭଳି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ମଦ ପାଇଁ ଦୁଷ୍କର୍ମ ବଢୁଛି ବୋଲି ବୈଜୟନ୍ତ […]

  • Tuesday, 20 July 2021
youth in hospital
ଅର୍ଥ ସାଜିଛି ବାଧକ; ସାହାଯ୍ୟ ପାଇଁ ନିବେଦନ କଲେ ଯୁବକ

ନୀଳଗିରି: ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁକ୍ତ ଦୁଇ ପରୀକ୍ଷା ନଦେଇ ରୋଜଗାର ଆଶାରେ ଜଣେ ଯୁବକ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେଠାରେ ଏବେ ସେ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ତେଣୁ ସେ ଏକ ଭିଡିଓ ଜାରି କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଏହି ଯୁବକଙ୍କ ନାଁ କମଳ ଲୋଚନ ଘଡ଼େଇ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବରହମପୁର ଥାନା ଅନ୍ତର୍ଗତ ବାଙ୍କୀସାହି ଗାଁରେ […]

  • Tuesday, 20 July 2021
dacoity gang
ବାଲେଶ୍ୱରରେ ଧରା ପଡ଼ିଲା ଡକାୟତି ଗ୍ୟାଙ୍ଗ୍‌; ୫ ଗିରଫ

ବାଲେଶ୍ୱର: ଡକାୟତ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡିଲା ଡକାୟତି ଗ୍ୟାଙ୍ଗ୍‌। ସହଦେବଖୁଣ୍ଟା ପୁଲିସ୍‌ ୫ ଜଣିଆ ଡକାୟତି ଗ୍ୟାଙ୍ଗ୍‌କୁ ଧରିଛି। ଏହି ଗ୍ୟାଙ୍ଗ୍‌ ଗୁରୁବାର ରାତିରେ ସହଦେବଖୁଣ୍ଟା ଚୁଡାକୁଟା ସାହିରେ ମାରଣାସ୍ତ୍ର ଧରି ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍‌ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା। ଗିରଫ ଡକାୟତଙ୍କ ପାଖରୁ ପୁଲିସ୍‌ ବିଭିନ୍ନ ମାରାଣାସ୍ତ୍ର ଜବତ କରିଛି। ଧରା ପଡ଼ିଥିବା ଏହି ଦୁର୍ବୃତ୍ତଙ୍କ ନାଁରେ ବିଭିନ୍ନ ଥାନାରେ […]

  • Tuesday, 20 July 2021
dense fog
ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ତେଲକୋଇ: ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର୍‌ ସମୟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଚାପି ହୋଇ ରହିଥିବା […]

  • Tuesday, 20 July 2021
labourer
ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ୭ ଦାଦନ ଶ୍ରମିକ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୭ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେଠାରୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ବିଜୟନଗରମ୍‌କୁ କାମ ପାଇଁ ଯାଇଥିଲେ। ସେଠାରେ ସେମାନେ ଶ୍ରୀସାଇ ମଣିକାନ୍ତା ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ ସେମାନଙ୍କୁ ଦରମା ନ ଦେଇ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଟଙ୍କା ମାଗିବାରୁ ଇଟାଭାଟି […]

  • Tuesday, 20 July 2021
Capture
ନିଯୁକ୍ତି ମେଳାରେ ଆସିନାହାଁନ୍ତି କମ୍ପାନୀ: ନିରାଶ ଆଶାୟୀ

ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା। ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ହେଲେ ମେଳାରେ ଜିଲ୍ଲାର କୌଣସି କମ୍ପାନୀ ଭାଗ ନେଇନାହାନ୍ତି। ଆଉ ଯେଉଁ କମ୍ପାନୀ ଅଛନ୍ତି ସେମାନଙ୍କ ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ହାତରେ ଶିକ୍ଷାଗତ ଯୋଗ୍ୟତା, ମନରେ ଅସୁମାରି ସ୍ୱପ୍ନ ନେଇ ଚାକିରି ଖଣ୍ଡେ ପାଇଁ ଯୁବକ […]

  • Tuesday, 20 July 2021
abas
ମଲେଣି ହିତାଧିକାରୀ, ଟଙ୍କା ଉଠେଇଛି କିଏ ଜଣାନାହିଁ

କେନ୍ଦୁଝର: ୨୦୦୪ ମସିହାରେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ନୀତି ପଛରେ ଯନ୍ତ୍ରୀ, ଅଧିକାରୀ ଏବଂ ଦଲାଲଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ନିର୍ମାଣ ହୋଇନାହିଁ, କିନ୍ତୁ ଟଙ୍କା ଉଠା ଯାଇଛି। ଏହି ଚଞ୍ଚକତା ଧରାପଡ଼ିବାପରେ ପୁଣି ତାହା ଆକାଣ୍ଟକୁ ଆସିବା କଥା ମଧ୍ୟ ଧରାପଡ଼ିଛି। ଫଳରେ ଏବେ ତଦନ୍ତ ଲାଗି ଉପ-ଜିଲ୍ଲାପାଳ […]

  • Tuesday, 20 July 2021
nsbin
ବାଙ୍କୀରେ ନାହିଁ ମଣ୍ଡି, ଗଜା ହେଲାଣି ଧାନ

କଟକ: ବର୍ତ୍ତମାନର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଡରାଇ ଦେଇଛି। କେଉଁଠି ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣିତ ଆଉ କେଉଁଠି ଖଳାରେ ବେଙ୍ଗଳା ହେବା ପୂର୍ବରୁ ପାଣିରେ ଭିଜିଲାଣି। ଏଭଳି ସ୍ଥଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁସାରେ ଧାନକୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଜେପି କୃଷକ ମୋର୍ଚ୍ଚା […]

  • Tuesday, 20 July 2021
gandhi
ବାଲିପଡ଼ିଆରେ ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲାର ସଂଗ୍ରାମୀ ମାଟି ବାଲିପଡ଼ିଆରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧି କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ମୃତିରେ ଠକ୍କର ବାପା ଆଶ୍ରମରେ ରାମଧୁନ୍ ଗାନ କରାଯିବା ସହ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଅୟୋଜିତ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।

  • Tuesday, 20 July 2021
kainchha
କେଳୁଣି ମୁହାଣରେ ଅଣ୍ଡା ଦେଲେଣି ରିଡ୍‌ଲି କଇଁଛ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡ୍‌ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ କେଳୁଣି ମୁହାଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବେଳାଭୂମିରେ ଗୋଟିଏ ଅଲିଭ ରିଡ୍‌ଲି କଇଁଛର ୧୩୬ଟି ଅଣ୍ଡାକୁ ବନ ବିଭାଗ ସଂଗ୍ରହ କରି ଜାହାନିଆଠାରେ ନିର୍ମିତ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି। ଏହି ଅଣ୍ଡା ଗୁଡ଼ିକ ସଂଗୃହୀତ ହୋଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୧ ଫୁଟରୁ ଦେଢ଼ ଫୁଟ ଗାତ କରାଯାଇଛି। ୪୦ରୁ ୪୫ ଦିନ ପରେ […]

  • Tuesday, 20 July 2021