• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture--9--...........
କାର୍‌ରୁ ମିଳିଲା ୧୧ କୋଟି  

ଭୁବନେଶ୍ୱର: ଓଡିଶାରୁ ଉତ୍ତରପ୍ରଦେଶ ଆଗ୍ରାକୁ ଯାଉଥିବା ଏକ କାର୍‌ରୁ ଗତ କାଲି ପ୍ରାୟ ୧୧କୋଟି ଟଙ୍କା ଜବତ ହୋଇଛି ।  ଛତିଶଗଡ଼ ମହାସମୁନ୍ଦଠାରେ ଉକ୍ତ ଗାଡ଼ିକୁ ଅଟକ ରଖାଯାଇ ଚଢାଉ କରାଯିବା ପରେ ଏହି ଘଟଣା ଜଣା ପଡିଛି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏତେ ଟଙ୍କା କିଏ ଆଉ କେଉଁଠିକୁ ପଠାଉଥିଲା ତାହା ଖୋଳତା଼ଡ଼ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା […]

  • Tuesday, 20 July 2021
Naba Nirman Krushak Sangathan
ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନାହିଁ। କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ୍‌ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଉଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ସରକାର ଛଡ଼ାଇ ନେଇଛନ୍ତି। ତେଣୁ ନିର୍ବାଚନ ଆଚରଣବିଧି […]

  • Tuesday, 20 July 2021
bjd mla
ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ପ୍ରସଙ୍ଗ: କ୍ଷମା ମାଗିଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣକୁ ନେଇ ଆନ୍ଦୋଳନ ତଥା ବିବାଦ ଥମୁ ନଥିବାବେଳେ ବଢ଼ୁଥିବା ବିବାଦ ଦେଖି ଦେବାଶିଷ ସାମନ୍ତରାୟ କ୍ଷମା ମାଗିଛନ୍ତି। କଟକ ଜିଲ୍ଲା ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ବେଳେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ,ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଦେବାଶିଷଙ୍କ […]

  • Tuesday, 20 July 2021
fire
ନିଆଁରେ ପୋଡ଼ି ଗୋଟିଏ ପରିବାରର ୪ ଗୁରୁତର

ବଲାଙ୍ଗିର: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ନୂଆ ପଡ଼ାରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଓ ସେମାନଙ୍କର ଦୁଇ ଛୋଟ ଛୁଆ ଅଛନ୍ତି। ସମସ୍ତଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ସମୟରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ […]

  • Tuesday, 20 July 2021
Capture--6
ପୁରୀରେ ଆମିକସ କ୍ୟୁରିଙ୍କ ସହଯୋଗୀ

ପୁରୀ  :  ଶ୍ରୀମନ୍ଦିର ସଂସ୍କାର ନିମେନ୍ତ ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାରଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀ ପୁରୀରେ ପହଞ୍ଚିଛନ୍ତି । ଆଜି ସେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ପ୍ରଦୀପ ଚାଟାର୍ଜୀ ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିୟା ହିଙ୍ଗୁରାନି ଆଜି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ବରିଷ୍ଠ ସେବାୟତମାନଙ୍କ ସହ ଆଲୋଚନା କରିବେ। ସୁପ୍ରିମକୋର୍ଟଙ୍କ ୧୨ସୂତ୍ରୀ ସଂସ୍କାରମୂଳକ […]

  • Tuesday, 20 July 2021
tiger
ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ

ଭୁବନେଶ୍ୱର: ରାଜଧାନୀରେ କାବୁ ହୋଇଥିବା କଲରାପତରିଆ ବାଘକୁ ଆଜି ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଛି। ନିଶ୍ଚେତକ ଶୂନ୍ୟ ହେବା ପରେ ବାଘଟିକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ବନବିଭାଗ କର୍ମଚାରୀ ଆଲୋଚନା କରି ନିକଟସ୍ଥ ଚନ୍ଦକା ଜଙ୍ଗରେ ଛାଡ଼ି ଦେଇଛନ୍ତି। ୨ଦିନ ଧରି ପଳାସପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି କଲରାପତରିଆ ବାଘ ଗତକାଲି ବନ ବିଭାଗ ବସାଇଥିବା ଯନ୍ତାରେ ପଡ଼ିଥିଲା। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସିଥିବା ଯନ୍ତାରେ ଗତକାଲି ରାତିରେ ବାଘଟି […]

  • Tuesday, 20 July 2021
Capture-4.............
ଉନ୍ମୋଚିତ ହେଲା ‘କାଳିଆ’ର ୱେବ ପୋର୍ଟାଲ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ୱେବ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଉନ୍ମୋଚନ କରିଥିଲ। ଏହାଦ୍ୱାରା ଚାଷୀ ପରିବାରର ପିଲାମାନେ ବିଭିନ୍ନ କ୍ଷେତ୍ରରେ ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଦିଆଯାଉଥିବା ରୋଗୀମାନଙ୍କ ଖାଦ୍ୟ ଖର୍ଚ୍ଚ ୫୦ଟଙ୍କାରୁ ୮୫ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । କାର୍ଯ୍ୟକ୍ରମରେ […]

  • Tuesday, 20 July 2021
bomikhal flyover
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିବେ। ୨୦୧୨ ମସିହାରେ ଏହି ଫ୍ଲାଏଓଭର୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ  ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପ୍ରୋଚ ରୋଡ୍‌କୁ ମିଶାଇ ପୋଲର ଲମ୍ବ ୧୫୪୧ ମିଟର ରହିଥିବା ବେଳେ ଫ୍ଲାଏଓଭରରର ଚଉଡା ୭.୫ମିଟର।  ତେବେ ଦୁଇ […]

  • Tuesday, 20 July 2021
Capture-3......
ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର  

ଭୁବନେଶ୍ୱର: ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ଶ୍ୱେତପତ୍ର ପ୍ରକାଶ ନିମେନ୍ତ ରାଜି ହୋଇଛନ୍ତି ରାଜ୍ୟ ସରକାର । ଏନେଇ  ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଥିଲେ।  ଏହାପରେ ଆସନ୍ତା ୨୨ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସହ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର  ଗତକାଲି   ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  କେତେ କଂପାନୀ ଚିଟ୍‌ ଫଣ୍ଡ […]

  • Tuesday, 20 July 2021
truck accident
ଘର ଭିତରକୁ ମାଡ଼ିଗଲା ହାଇଓ୍ୱା

କଟକ: ଘର ଭିତରେ ପଶିଗଲା ହାଇୱା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଛି। ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି […]

  • Tuesday, 20 July 2021
bomb blast
ବୋମା ଫୁଟି ୮ ବର୍ଷର ନାବାଳକ ଗୁରୁତର

ଗଞ୍ଜାମ: ବୋମା ଫୁଟି ୮ ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ନାବାଳକ ହେଲେ ନାରାୟଣ ସେଠୀ। ଗତକାଲି ଅପରାହ୍ନରେ ନାରାୟଣ ଖେଳୁଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ବୋମା ଶବ୍ଦରେ ନାରାୟଣ ଅଚେତ ହୋଇପଡ଼ିଥିଲେ। ଅନ୍ୟପଟେ, ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନାରାୟଣକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା […]

  • Tuesday, 20 July 2021
Capture-2...........
ଗାଡ଼ି ରଖିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସାରୁଅ ବଜାରରେ ଗାଡ଼ି ରଖିବାକୁ କେନ୍ଦ୍ର କରି ଗତକାଲି ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ୨ଟି ଗାଁ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ଭଙ୍ଗାରୁଜା ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଏକାଧିକ ଦୋକାନ ଓ ଘର ଭାଙ୍ଗିଯାଇଛି । ଦୋକାନ ଭଙ୍ଗାରୁଜା ପ୍ରତିବାଦରେ ସାରୁଅ ନିକଟସ୍ଥ ଜାତୀୟ ରାଜପଥ ୫୭କୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ।

  • Tuesday, 20 July 2021
fire
ଜଳିଗଲା ୧୦ ବଖରା

ଭଦ୍ରକ :  ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଆମ୍ବରୋଲି ଗାଁରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛି । ଗାଁର ରାମଚନ୍ଦ୍ର ବେହେରାଙ୍କ ଘରୁ ବ୍ୟାପିଥିବା ନିଆଁ ଯୋଗୁ ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏଥିରେ ଆସବାବପତ୍ର, ଧାନ ଚାଉଳ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି । ଭଦ୍ରକରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଇଛି ।

  • Tuesday, 20 July 2021
Capture-1.......
ଖଜୁରୀ ରସ ପିଇ ୫ ଅସୁସ୍ଥ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଟା ଗାଁରେ ଖଜୁରୀ ରସ ପିଇ ୫ଜଣ ଅସୁସ୍ଥ ହୋଇ ପଡିଛନ୍ତି । ଗତକାଲି ରାତିରେ ଗାଁର ୫ଜଣ ଏକାଠି ମିଶି ଖଜୁରୀ ରସ ପିଇଥିଲେ। ହେଲେ କିଛି ସମୟ ପରେ ସେମାନ ଅସୁସ୍ଥତା ଅନୁଭବ କରିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ  ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।  ଅସୁସ୍ଥଙ୍କ ମଧ୍ୟରେ ଜଣେ ଛାତ୍ର ଥିବା […]

  • Tuesday, 20 July 2021
tiger
ଧରାପଡ଼ିଲା ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ

ଭୁବନେଶ୍ୱର: ଧରାପଡ଼ିଲା ବାଘ। କୁକୁଡ଼ା ଖାଇବାକୁ ଆସି ବନ ବିଭାଗର ଯନ୍ତାରେ ପଡ଼ିଲା କଲରାପତରିଆ ବାଘ। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବନ ବିଭାଗ ଯନ୍ତା ବସାଇଥିଲା। ଗତ ୨ଦିନ ଧରି ରାଜଧାନୀରେ ଏହି କଲରାପତରିଆ ବାଘ ଆତଙ୍କ ଖେଳାଇଥିଲା। ବନ ବିଭାଗର ୩ଟି ଟିମ୍‌ ଗତ ୨ଦିନ ହେଲା ବାଘକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ବାଘ ବନ ବିଭାଗର ଫାଶରେ ଫସି ଯାଇଥିଲା। ଯନ୍ତା ଭିତରେ କୁକୁଡ଼ା ରଖି […]

  • Tuesday, 20 July 2021
photo
୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଂଚଳରେ ୬ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି।

  • Tuesday, 20 July 2021
Capture 2
୧୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୮ଟି ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ  କରିଛନ୍ତି। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ୨୧୯୬.୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୪୬୫ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏହାଛଡ଼ା ଏହିସବୁ ଶିଳ୍ପ ପ୍ରତିଷ୍ଠା ଫଳରେ ରାଜ୍ୟ  ମ୍ୟାନୁଫ୍ୟାକ୍ଚରିଂ ହବରେ ପରିଣତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି ଫୁଡ୍ ଇଣ୍ଡଷ୍ଟ୍ରି ସମେତ ୬ଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ […]

  • Tuesday, 20 July 2021
cdmo
CDMO  ଓ  ADMOଙ୍କୁ ତାଲା ପକାଇଲେ ଛଟେଇ କର୍ମଚାରୀ

କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ସବୁଦିନ ଭଳି ଆଜିବି କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟରେ ଯୋଗ ଦେବାକୁ ଏଡିଏମ୍ଓ ସେମାନଙ୍କୁ ମନା କରିଥିଲେ। ବିନା ନୋଟିସ୍‌ରେ ଅଚାନକ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ କରିଦେଇଥିବାରୁ କର୍ମଚାରୀମାନେ ବିରୋଧ କରି […]

  • Tuesday, 20 July 2021
hg
ଭଡ଼ା ବୃଦ୍ଧି ଦାବିରେ ଟ୍ରକ୍ ଧର୍ମଘଟ, ୭ ହଜାରରୁ ଅଧିକ ଟ୍ରକ ସାମିଲ୍

ଅନୁଗୋଳ(ବିରଜା ପ୍ରସାଦ ଦାଶ): କିଲୋମିଟର ପ୍ରତି ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ  ଗତକାଲି ମଧ୍ୟରାତିରୁ ତାଳଚେର ଟ୍ରକ୍ ମାଲିକ ସଂଘ ଟ୍ରକ୍‌ ଯୋଗେ କୋଇଲା ପରିବହନ ବନ୍ଦ ରଖିଛି। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ  ତାଳଚେର ଅଞ୍ଚଳର ପ୍ରାୟ ୭ ହଜାର ଟ୍ରକ୍‌ ସାମିଲ୍ ହୋଇଛନ୍ତି। ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରେ ନିୟୋଜିତ ସମସ୍ତ କୋଇଲା ପରିବହନକାରୀ ଟ୍ରକ୍‌ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାଜ୍ୟ […]

  • Tuesday, 20 July 2021
ଆଜି ଶ୍ରୀଜିଉଙ୍କର ଘଣାଲାଗି ଓ ଖଳି ବିଜେ ନୀତି

ପୁରୀ: ଆଜି ତ୍ରୟୋଦଶୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଆଜିଠାରୁ ଦତ୍ତ ମହାପାତ୍ର ସେବକମାନେ ଅଣସର ଘରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପରଦିନ ଉଭା ଅମାବାସ୍ୟା ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ତା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ରଥଯାତ୍ରାକୁ ଆଉ ମଝିରେ ୨ […]

  • Tuesday, 20 July 2021
Capture-9..................
ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା

ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାର ପୁଲିସ୍ ପକ୍ଷରୁ ଏକ ନକଲି ଜର୍ଦ୍ଦା କାରଖାନାରେ ଚଢଉ କରାଯାଇଛି। ଚଢ଼ଉ ସମୟରେ ବିଭିନ୍ନ ନାମୀଦାମୀ ଜର୍ଦ୍ଦା କମ୍ପାନୀର ଲୋଗୋ, ସରଞ୍ଜାମ, ଖୋଳ ଏବଂ ଯନ୍ତ୍ରାଂଶ ପୁଲିସ୍ ଜବତ କରିଛି । ଏହି ଜର୍ଦ୍ଦା କାରଖାନା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ସଲମାନ୍ ଖାନ୍ ଫେରାର୍ ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି ।

  • Tuesday, 20 July 2021
Capture--8......
ଆରମ୍ଭ ହେଲା ମୋ ବସ୍ ଗାଇଡ୍ସ ଆଣ୍ଡ କ୍ୟାପଟେନ୍ସ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଛି ‘ଟ୍ରେନିଂ ଫର ମୋ ବସ୍‌ ଗାଇଡ୍ସ ଆଣ୍ଡ କ୍ୟାପଟେନ୍ସ’। ଅନେକ ସମୟରେ ବସ୍‌ରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ଆସୁଛି। ତେଣୁ ବସ୍‌ କର୍ମଚାରୀ ଯାତ୍ରୀଙ୍କୁ କିଭଳି ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ପର୍ଯ୍ୟାୟରେ ୧୬୦୦ ଡ୍ରାଇଭର, କ୍ୟାପଟେନ ଓ କଣ୍ଡକ୍ଟର ତଥା ଗାଇଡ୍ସଙ୍କୁ ଦିଆଯିବ ପ୍ରଶିକ୍ଷଣ। ଏହାସହ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ କର୍ମଚାରୀମାନେ କିଭଳି ବ୍ୟବହାର କରିବେ ସେନେଇ ଟ୍ରେନିଂ ଦିଆଯିବ। […]

  • Tuesday, 20 July 2021
download
ରକ୍ତ ସମ୍ପର୍କରେ କଳଙ୍କର ଛିଟା: ଧିକ୍‌ ପୁତୁରା

ବୌଦ୍ଧ: ସମ୍ପର୍କକୁ କଳଙ୍କିତ କଲା ପୁତୁରା। କଳୁଷିତ ପାପ ମନବାଞ୍ଛା ପୂରଣ ନହେବାରୁ ରକ୍ତରେ ଭିଜାଇଲା ରକ୍ତର ସମ୍ପର୍କ। ଏଭଳି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା  କଣ୍ଟାମାଳ ଥାନା ଅଞ୍ଚଳରେ। ପିଉସୀକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସମ୍ପର୍କୀୟ ପୁତୁରା। ଗତକାଲି ଅଭିଯୁକ୍ତ ପୁତୁରା ବିନୋଦ ଦୀପ ନିଜ ପିଉସୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା।  ଏଥିରେ ବିଫଳ ହେବାରୁ ସେ ପିଉସୀଙ୍କ ତଣ୍ଟି କାଟି ଫେରାର୍ ହୋଇଯାଇଛି। ଗୁରୁତର […]

  • Tuesday, 20 July 2021
Capture-3....
ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରାସ୍ତାରୋକ୍‌

ପୁରୀ: ପୁରୀ ଜ଼ିଲ୍ଲା ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଇଛି । ଆଜି ସକାଳୁ ଡ଼େଲାଙ୍ଗ ଆଙ୍କୁଲା ଛକ ଠାରେ ଡ଼ାକପଡା ଗାଁର ଜଣେ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସକାଳେ କେହି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଆହତଙ୍କ ସମ୍ପର୍କୀୟ […]

  • Tuesday, 20 July 2021