• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture-3-.....
୨୩ରେ ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଡିଏମଏସ ସ୍କୁଲରେ  ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’ ୨୦୧୯ କାର୍ଯ୍ୟକ୍ରମ ଆୟୋଜିତ   ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକ୍ତ ସ୍କୁଲର ଛାତ୍ର ତଥା ବର୍ତ୍ତମାନର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ ଜଣାଶୁଣା ନ୍ୟୁରୋ ସର୍ଜନ ବସନ୍ତ କୁମାର ମିଶ୍ର ଯୋଗ ଦେବେ । ୧୯୬୭ରୁ ୨୦୧୮ ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ଏହି  […]

  • Tuesday, 20 July 2021
Capture-2..........
ଟାଙ୍ଗିଆରେ ହାଣିଦେଲେ, ଯୁବକଙ୍କ ମୃତ୍ୟୁ

ନୟାଗଡ଼ :  ନୟାଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଗୁରୁବାର ଘରଠୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରାଉତ। ସେ ଦଶପଲ୍ଲାରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ରାତିରେ ସେ ଘରକୁ ଫେରିଥିଲେ। ହେଲେ ରାତିରେ ସେ କେତେବେଳେ ଉଠି ବାହାରକୁ ଯାଇଥିଲେ ପରିବାର ଲୋକେ ଜାଣି ପାରି ନ ଥିଲେ। ଗୁରୁବାର ସକାଳେ ସେ ଘରେ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି […]

  • Tuesday, 20 July 2021
odisha bandh
ଚାଷୀଙ୍କୁ ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ପଟିଆ-ନନ୍ଦନକାନନ ରୋଡ୍, ମାଷ୍ଟର କ୍ୟାଣ୍ଟିନ୍‌ ଛକ ସମେତ ପ୍ରମୁଖ ସ୍ଥାନରେ ନବ ନିର୍ମାଣ କୃଷକ […]

  • Tuesday, 20 July 2021
save
ବେଦାନ୍ତରେ ନିଆଁ: ୭ ଶ୍ରମିକ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଶ୍ରମିକଙ୍କୁ ବେଦାନ୍ତ ପରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଜିଏବି ଅଏଲ ରିଫ୍ଲେରରେ ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଅଗ୍ନିକାଣ୍ଡ ଘଟିଛି ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ  ନିଆଁକୁ […]

  • Tuesday, 20 July 2021
Untitled-1
ଆସିପାରିଲାନି ଆମ୍ବୁଲାନ୍ସ; ଖଟିଆରେ ୧ କିମି ବୁହା ହେଲେ ମହିଳା

ଗଞ୍ଜାମ: ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ମହିଳା। ଏହି ଘଟଣା ହେଉଛି, ଦିଗପହଣ୍ଡି ବ୍ଲକ୍ ଏସ.ଟି କରପଡ଼ା ପଞ୍ଚାୟତ ମନି ମଣ୍ଡଳ ଗାଁର। ଜଣେ ମହିଳା ଗାଁ ନିକଟ ପାହାଡ଼କୁ ଯାଇଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି  ଭାଙ୍ଗି ଯାଇଥିଲା। ପକ୍କା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଶେଷରେ ଅନ୍ୟ ଉପାୟ ନପାଇ ଗାଁ ଲୋକେ ମହିଳାଙ୍କୁ ଖଟିଆରେ ବୋହି ଆଣିଥିଲେ। ଖଟିଆରେ ମହିଳାଙ୍କୁ ଦୀର୍ଘ ୧ କିମି ବୋହି ବାରିଗାଁ ସ୍ଥିତ […]

  • Tuesday, 20 July 2021
Capture
ସାମାନ୍ୟ ବର୍ଷାରେ ପୋଲ ଉପରେ ୩ ଫୁଟ୍ ଉଚ୍ଚର ପାଣି

ରାୟଗଡ଼ା : ସାମାନ୍ୟ ବର୍ଷାରେ ଅସ୍ଥାୟୀ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ଯାତାୟତ ବିପଦପୂର୍ଣ୍ଣ ହୋଇପଡିଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ଉପରେ ତିଆରି ହୋଇଥିବା ଏକ ଅସ୍ଥାୟୀ ପୋଲରେ। ଦୈନନ୍ଦିନ ଯାତାୟତ ପାଇଁ ଏହି ବ୍ରିଜ୍ ଉପରେ ୫ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ତେଣୁ ସ୍ଥାୟୀ ବ୍ରିଜ୍ ନିର୍ମାଣ ହେବା ଯାଏ ଏଠାରେ ଅସ୍ଥାୟୀ ବ୍ରିଜ୍ ନିର୍ମାଣ କରି ଯାତାୟତ କରାଯାଉଛି। […]

  • Tuesday, 20 July 2021
election
ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ

ଭୁବନେଶ୍ୱର: ଭୋଟର ଲିଷ୍ଟରୁ ବାଦ୍‌ ପଡିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ। ବୁଥ୍‌ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଭୋଟରଙ୍କୁ ଅବଗତ କରିବେ। ଭୋଟ୍‌ ପରିଚୟ ପତ୍ର ଥିଲେ ମଧ୍ୟ ଚଳିତ ବର୍ଷ […]

  • Tuesday, 20 July 2021
fog
ସାରା ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ଦୂରତା ୨୦ ମିଟର ତଳକୁ ଖସି ଆସିବାରୁ ୧୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ପୁରୀ ରାସ୍ତାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଘନ କୁହୁଡ଼ି […]

  • Tuesday, 20 July 2021
chasi
ଧାନ ସଂଗ୍ରହ ନ ହେବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

ଜୟପୁର: ମଣ୍ଡିରେ ଧାନ ସଂଗ୍ରହ ନ ହେବା ପ୍ରତିବାଦରେ ତାତିଲେ ଚାଷୀ। ଏନେଇ ଜୟପୁର କୋଟପାଡ଼ ଲ୍ୟାମ୍ପସ୍‌ ସାମ୍ନାରେ ଧାରଣା ଦେବା ସହ ରାସ୍ତାରୋକ୍ କରିଛନ୍ତି ଚାଷୀ। ଚାଷୀଙ୍କ ଶହଶହ କ୍ୱିଣ୍ଟାଲ୍ ଧାନ ଥାଇବି ଟାର୍ଗେଟ୍ ସମୟ ସରିଯାଇଥିବା କହି ଯୋଗାଣ ବିଭାଗ ଧାନ କିଣୁନଥିବା କୋଟପାଡ଼ କୃଷକ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଚାଷୀଙ୍କର ଏହି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ। ସେ ମଧ୍ୟ ଚାଷୀଙ୍କ ସହିତ ଧାରଣାରେ ବସିଛନ୍ତି। […]

  • Tuesday, 20 July 2021
odisha bandh
ନବ ନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳୁ ପଟିଆ-ନନ୍ଦନକାନନ ରୋଡ୍‌ରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର […]

  • Tuesday, 20 July 2021
utakal-university
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସବୁ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।  ଏନେଇ ଗତକାଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ପୁଣି କେବେ ହେବ ସେନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ଚାଷୀଙ୍କୁ ପ୍ରାଇସ୍‌ ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର […]

  • Tuesday, 20 July 2021
haider
ଗ୍ୟାଙ୍ଗଷ୍ଟର୍ ହାଇଦରର ସହଯୋଗୀ ମହମ୍ମଦ ନାସିରୁଦ୍ଦିନ ଗିରଫ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ସହଯୋଗୀ ମହମ୍ମଦ ନାସିରୁଦ୍ଦିନଙ୍କୁ ଗିରଫ କରିଛି ପୁଲିସ୍। ଚୁନା ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା। କିନ୍ତୁ ୨୦୧୪ରେ ପାରୋଲ୍‌ରେ ଆସିବା ପରେ ଫେରାର୍ ହୋଇଯାଇଥିଲା ନାସିରୁଦ୍ଦିନ୍। ସେହି ଦିନଠାରୁ ସେ ଉମର ଓସ୍କାର ଛଦ୍ମ ନାଁରେ ଲୁଚି ରହିଥିଲା। ପୁଲିସ କୌଶଳ କରି ତାକୁ ଧରିବାରେ ସଫଳ ହୋଇଛି।

  • Tuesday, 20 July 2021
yogi
ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିଲେ ଯୋଗୀ ଆଦିତ୍ୟନାଥ

ଭବାନୀପାଟଣା: ଭବାନୀପାଟଣାରେ ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଥ୍‌ ସ୍ତରୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆତଙ୍କବାଦ ବିରୋଧରେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଗାଁ, ଗରିବ, କିଶାନ ଓ ମଜଦୁର୍‌ଙ୍କ ପାଇଁ ମୋଦି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ କର୍ମୀଙ୍କୁ ଜଣାଇବା ସହ ସରକାର କେମିତି ଚାଲେ ପ୍ରଧାନମନ୍ତ୍ରୀ ସେ ନେଇ ଉଦାହରଣ […]

  • Tuesday, 20 July 2021
representational image
ସ୍କୁଲରୁ ଫେରିବା ବେଳେ ଦୁଷ୍କର୍ମ

ଗଜପତି: ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ  ହୋଇଛି । ନାବାଳିକାଜଣକ ସ୍କୁଲରୁ ଘରକୁ ଯିବାବେଳେ ନନ୍ଦୁ ରଇତ ନାମକ ଯୁବକ  ତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତାଜଣକ ଚିତ୍କାର କରିବାରୁ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ପକ୍ଷରୁ ନାବାଳିକାଙ୍କ ଦାଦା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଛି । ସେପଟେ ନାବାଳିକାଙ୍କୁ […]

  • Tuesday, 20 July 2021
Capture--9--...........
କାର୍‌ରୁ ମିଳିଲା ୧୧ କୋଟି  

ଭୁବନେଶ୍ୱର: ଓଡିଶାରୁ ଉତ୍ତରପ୍ରଦେଶ ଆଗ୍ରାକୁ ଯାଉଥିବା ଏକ କାର୍‌ରୁ ଗତ କାଲି ପ୍ରାୟ ୧୧କୋଟି ଟଙ୍କା ଜବତ ହୋଇଛି ।  ଛତିଶଗଡ଼ ମହାସମୁନ୍ଦଠାରେ ଉକ୍ତ ଗାଡ଼ିକୁ ଅଟକ ରଖାଯାଇ ଚଢାଉ କରାଯିବା ପରେ ଏହି ଘଟଣା ଜଣା ପଡିଛି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏତେ ଟଙ୍କା କିଏ ଆଉ କେଉଁଠିକୁ ପଠାଉଥିଲା ତାହା ଖୋଳତା଼ଡ଼ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା […]

  • Tuesday, 20 July 2021
Naba Nirman Krushak Sangathan
ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନାହିଁ। କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ୍‌ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଉଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ସରକାର ଛଡ଼ାଇ ନେଇଛନ୍ତି। ତେଣୁ ନିର୍ବାଚନ ଆଚରଣବିଧି […]

  • Tuesday, 20 July 2021
bjd mla
ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ପ୍ରସଙ୍ଗ: କ୍ଷମା ମାଗିଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣକୁ ନେଇ ଆନ୍ଦୋଳନ ତଥା ବିବାଦ ଥମୁ ନଥିବାବେଳେ ବଢ଼ୁଥିବା ବିବାଦ ଦେଖି ଦେବାଶିଷ ସାମନ୍ତରାୟ କ୍ଷମା ମାଗିଛନ୍ତି। କଟକ ଜିଲ୍ଲା ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ବେଳେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ,ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଦେବାଶିଷଙ୍କ […]

  • Tuesday, 20 July 2021
fire
ନିଆଁରେ ପୋଡ଼ି ଗୋଟିଏ ପରିବାରର ୪ ଗୁରୁତର

ବଲାଙ୍ଗିର: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ନୂଆ ପଡ଼ାରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଓ ସେମାନଙ୍କର ଦୁଇ ଛୋଟ ଛୁଆ ଅଛନ୍ତି। ସମସ୍ତଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ସମୟରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ […]

  • Tuesday, 20 July 2021
Capture--6
ପୁରୀରେ ଆମିକସ କ୍ୟୁରିଙ୍କ ସହଯୋଗୀ

ପୁରୀ  :  ଶ୍ରୀମନ୍ଦିର ସଂସ୍କାର ନିମେନ୍ତ ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାରଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀ ପୁରୀରେ ପହଞ୍ଚିଛନ୍ତି । ଆଜି ସେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ପ୍ରଦୀପ ଚାଟାର୍ଜୀ ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିୟା ହିଙ୍ଗୁରାନି ଆଜି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ବରିଷ୍ଠ ସେବାୟତମାନଙ୍କ ସହ ଆଲୋଚନା କରିବେ। ସୁପ୍ରିମକୋର୍ଟଙ୍କ ୧୨ସୂତ୍ରୀ ସଂସ୍କାରମୂଳକ […]

  • Tuesday, 20 July 2021
tiger
ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ

ଭୁବନେଶ୍ୱର: ରାଜଧାନୀରେ କାବୁ ହୋଇଥିବା କଲରାପତରିଆ ବାଘକୁ ଆଜି ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଛି। ନିଶ୍ଚେତକ ଶୂନ୍ୟ ହେବା ପରେ ବାଘଟିକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ବନବିଭାଗ କର୍ମଚାରୀ ଆଲୋଚନା କରି ନିକଟସ୍ଥ ଚନ୍ଦକା ଜଙ୍ଗରେ ଛାଡ଼ି ଦେଇଛନ୍ତି। ୨ଦିନ ଧରି ପଳାସପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି କଲରାପତରିଆ ବାଘ ଗତକାଲି ବନ ବିଭାଗ ବସାଇଥିବା ଯନ୍ତାରେ ପଡ଼ିଥିଲା। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସିଥିବା ଯନ୍ତାରେ ଗତକାଲି ରାତିରେ ବାଘଟି […]

  • Tuesday, 20 July 2021
Capture-4.............
ଉନ୍ମୋଚିତ ହେଲା ‘କାଳିଆ’ର ୱେବ ପୋର୍ଟାଲ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ୱେବ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଉନ୍ମୋଚନ କରିଥିଲ। ଏହାଦ୍ୱାରା ଚାଷୀ ପରିବାରର ପିଲାମାନେ ବିଭିନ୍ନ କ୍ଷେତ୍ରରେ ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଦିଆଯାଉଥିବା ରୋଗୀମାନଙ୍କ ଖାଦ୍ୟ ଖର୍ଚ୍ଚ ୫୦ଟଙ୍କାରୁ ୮୫ଟଙ୍କାକୁ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । କାର୍ଯ୍ୟକ୍ରମରେ […]

  • Tuesday, 20 July 2021
bomikhal flyover
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିବେ। ୨୦୧୨ ମସିହାରେ ଏହି ଫ୍ଲାଏଓଭର୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ  ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପ୍ରୋଚ ରୋଡ୍‌କୁ ମିଶାଇ ପୋଲର ଲମ୍ବ ୧୫୪୧ ମିଟର ରହିଥିବା ବେଳେ ଫ୍ଲାଏଓଭରରର ଚଉଡା ୭.୫ମିଟର।  ତେବେ ଦୁଇ […]

  • Tuesday, 20 July 2021
Capture-3......
ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର  

ଭୁବନେଶ୍ୱର: ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ଶ୍ୱେତପତ୍ର ପ୍ରକାଶ ନିମେନ୍ତ ରାଜି ହୋଇଛନ୍ତି ରାଜ୍ୟ ସରକାର । ଏନେଇ  ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଥିଲେ।  ଏହାପରେ ଆସନ୍ତା ୨୨ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସହ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର  ଗତକାଲି   ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  କେତେ କଂପାନୀ ଚିଟ୍‌ ଫଣ୍ଡ […]

  • Tuesday, 20 July 2021
truck accident
ଘର ଭିତରକୁ ମାଡ଼ିଗଲା ହାଇଓ୍ୱା

କଟକ: ଘର ଭିତରେ ପଶିଗଲା ହାଇୱା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଛି। ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି […]

  • Tuesday, 20 July 2021