ଭୁବନେଶ୍ୱର: ରାସନ କାର୍ଡ ନାହିଁ ତ ରିଲିଫ ନାହିଁ । ବାତ୍ୟା ପରେ ରିଲିଫ ବଣ୍ଟନରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ବାତ୍ୟାରେ ହଜାର ହଜାର ଲୋକଙ୍କର ଘର ଭାଙ୍ଗିଛି, କିନ୍ତୁ ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ରିଲିଫ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବହୁ ଅଭିଯୋଗ ପହଞ୍ଚିଛି ।
ଭୁବନେଶ୍ୱର: ବାତ୍ୟା ଫୋନିର କ୍ଷୟକ୍ଷତିକୁ ନେଇ ତଥ୍ୟ ପ୍ରକାଶ କରିଛି ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର-SEOC । ଆଜି SEOC ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ, ବାତ୍ୟା ଫୋନିରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଛି। ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ପଶୁପକ୍ଷୀ। ବାତ୍ୟା ଫୋନି ଦ୍ୱାରା ସିଧାସଳଖ ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ […]
ବାଲେଶ୍ୱର: ବାଲେଶ୍ୱରର ଫକୀରମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ରୋଗୀସେବା । ଜଣେ ପ୍ରସୂତୀଙ୍କୁ ନର୍ସ ଜଣଙ୍କ ଟଙ୍କା ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଅଭିଯୋଗ ଅନୁସାରେ, ପ୍ରସବ ପରେ ଷ୍ଟାଫ ନର୍ସ ଜଣଙ୍କ ହଜାରେ ଟଙ୍କା ମାଗିଥିଲେ। ରୋଗୀଙ୍କ ସଂପର୍କୀୟା ୩୦୦ ଟଙ୍କା ଦେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ […]
ଭୁବନେଶ୍ୱର: ଫୋନି ପରବର୍ତ୍ତୀ ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ସବୁଠି ଅବ୍ୟବସ୍ଥା ଲାଗିରହିଛି। ୧୯୯୯ ମହାବାତ୍ୟାରେ ବି ଏଭଳି ଅବ୍ୟବସ୍ଥା ନ ଥିଲା। ଲୋକଙ୍କ ଥଇଥାନ ଏବଂ ରିଲିଫ୍ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସବୁ କଥାରେ ବ୍ୟବସାୟିକ ମନୋଭାବ ରଖାଯାଉଛି। ସେହିପରି ପିସିସି ସଭାପତି ନିରଞ୍ଜନ […]
ଭୁବନେଶ୍ୱର: ଫୋନି ମାଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ତିନି ପ୍ରମୁଖ ସଂଗ୍ରହାଳୟ । କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଓ ଭୁବନେଶ୍ୱରରେ ଥିବା ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି। ସବୁର ଭିତ୍ତିଭୂମିକୁ ବିଗାଡ଼ି ଦେଇଛି ଫୋନି। ବାତ୍ୟା ପରଠାରୁ ଏ ତିନି ସଂଗ୍ରହାଳୟକୁ ବନ୍ଦ କରି ଦିଆଯାଇଛି। ତେବେ ସୌଭାଗ୍ୟକୁ ସଂଗ୍ରହାଳୟ ଗୁଡ଼ିକର କିର୍ତ୍ତୀରାଜି ଉପରେ କିଛି ବି ପ୍ରଭାବ ପ଼ଡିନି। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ […]
ଭୁବନେଶ୍ୱର: ରାଜ୍ୟର ଏ ମହାବିପତ୍ତି ବେଳେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବି ସହାୟତାର ହାତ ବଢ଼ାଇଛନ୍ତି । ଓଡିଶା IAS ଅଫିସର ସଂଘର ପ୍ରତ୍ୟେକ ସଦସ୍ୟ ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜାତୀୟ ବ୍ୟାଙ୍କର କର୍ମଚାରୀ ଦିନକର ଦରମାକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ମାରଓ୍ୱାଡି ସଂଘ ମଧ୍ୟ ୨ହଜାର ଲୋକଙ୍କ ଲାଗି […]
ଭୁବନେଶ୍ୱର: ପାସ୍ବୁକ୍ ଦେଖାଇ ବ୍ୟାଙ୍କରୁ ଏଣିକି ୨ ହଜାର ଟଙ୍କା ଉଠାଇ ପାରିବେ ଉପଭୋକ୍ତା। ଫୋନି ବାତ୍ୟା ପ୍ରଭାବିତଙ୍କୁ ବ୍ୟାଙ୍କଗୁଡିକ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ବ୍ୟାଙ୍କ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ପ୍ରଭାବିତ ଅଞ୍ଚଳକୁ ଅଧିକ ସଂଖ୍ୟାରେ ଭ୍ରାମ୍ୟମାଣ ଏଟିଏମ୍ ପଠାଇବା ଲାଗି ପ୍ରୟାସ ଚାଲିଛି। ଅନ୍ୟପକ୍ଷରେ ବାତ୍ୟାରେ ପୁରୀରେ ହୋଟେଲ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ହୋଟେଲ ମାଲିକଙ୍କ ସମେତ […]
ଭୁବନେଶ୍ୱର: ବାତ୍ୟା ଫୋନି ପରଠୁ ରାଜଧାନୀର ହାଟ ବଜାରରେ ଅଭାବନୀୟ ପରିସ୍ଥିତି। ନା ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ୍ ଅଛି, ନା ମିଳୁଛି ସୁଲଭ ଦରରେ ଡାଲି, ଚାଉଳ। କ୍ୟାଣ୍ଡେଲ୍ଟଇଏ ପାଇବା ବି ମୁସ୍କିଲ୍ ହେଉଛି ରାଜଧାନୀ ବଜାରରେ। ଯେଉଁ ଦୋକାନକୁ ଗଲେ ବି ଷ୍ଟକ୍ ନାହିଁ କହି ସିଧାସଳଖ ମନା କରିଦେଉଛନ୍ତି ବ୍ୟବସାୟୀ । ପରିବା ଦର ତ ଆକାଶଛୁଆଁ ହୋଇଛି। ତାହା ବି ପର୍ଯ୍ୟାପ୍ତ ପରିମାଣର ମିଳୁନି। ରାଜଧାନୀ ଭୁବନେଶ୍ୱରର ବ୍ୟବସାୟିକ ପେଣ୍ଠସ୍ଥଳୀ ୧ […]
ଭୁବନେଶ୍ୱର: ବାତ୍ୟା ଫୋନିର ୬ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ସ୍ଥିତିରେ ଆସିଛି ସାମାନ୍ୟ ସୁଧାର। କିନ୍ତୁ ଏବେ ବି ଟୁଇନ୍ ସିଟିର ଅଧିକାଂଶ ଅଞ୍ଚଳ ରହିଛି ଅନ୍ଧାରରେ । ଫୋନିର ବ୍ୟାପକ ବିପର୍ଯ୍ୟୟ ଭିତରେ ଏସବୁ ଅଞ୍ଚଳରେ ଶୀଘ୍ର ବିଜୁଳି ପହଞ୍ଚାଇବା ଓ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀକୁ ବିଦ୍ୟୁତ ସେବା ଦେବା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି । ବାତ୍ୟା ଫୋନିର ୬ ଦିନ ପରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା। ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, […]
ଭୁବନେଶ୍ୱର: ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନ୍ରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତାୟତ କରିଛି । ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର ଭଦ୍ରକ ପାସେଞ୍ଜର, ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ କରୁଛି । ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଚଳାଚଳ ସ୍ୱାଭାବିକ ହୋଇଛି । ଅପରପକ୍ଷେ ଗତକାଲି ପୁରୀରୁ ଛାଡ଼ିଥିଲା […]
ପୁରୀ: ବାତ୍ୟା ଫୋନି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହା ପରିସରରେ ଥିବା ଆକର୍ଷଣୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଭାଙ୍ଗି ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ। ରାଜଭବନ ଆଡେ ଗଲେ ଆପଣଙ୍କୁ ଲାଗିବ ଯେମିତି ସବୁଜିମା ମଶାଣିରେ ଠିଆ ହୋଇଛି ଭୂତ ବଙ୍ଗଳାଟିଏ। […]
ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି। ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା । ତେଲଙ୍ଗାନାର ୧୦ ଜଣିଆ ପୁଲିସ ଟିମ୍ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିବା […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା। ବାତ୍ୟାରେ କୋଣାର୍କ ମନ୍ଦିର ପରିସରରେ ପ୍ରାୟ ୨୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ମାତ୍ର ମନ୍ଦିରରେ ଢାଞ୍ଚାଗତ କୌଣସି କ୍ଷତି ହୋଇନାହିଁ ବୋଲି ଏଏସ୍ଆଇ ଡିଜିଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଜାଣିବାକୁ ପାଇଛି। ୧୫ ଦିନ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍ଏଲ୍ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା […]
ଭୁବନେଶ୍ୱର: ବାତ୍ୟା ମାଡ଼ରେ ଧ୍ୱସ୍ତବିଧ୍ୱଂସ୍ତ ବନ୍ୟ ସଂପଦ। ଫୋନି ବାତ୍ୟା, ଏମିତି ପିଟିଛି ଯେ, ବିରାଟକାୟ ଦ୍ରୁମ ହେଉ କି କ୍ଷୁଦ୍ର, ମଜଭୁତ ହେଉ କି ଦୁର୍ବଳ, କାହରିକୁ ବି ଛାଡି ନାହିଁ । ବାତ୍ୟା ମାଡ଼ ହୋଇଥିବା ପୁରୀର ବାଲୁଖଣ୍ଡ ହେଉକି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ଏସମସ୍ତ ବନଖଣ୍ଡ ଏବେ ଶ୍ରୀହୀନ। ଅନ୍ୟପକ୍ଷରେ ଏସବୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଅବସ୍ଥା କଣ ତାହା ବି ଜଣାପଡୁନି । ସମ୍ପୁର୍ଣ୍ଣ ଭାବେ ଉଜୁଡି […]
କୋଣାର୍କ: ପ୍ରଳୟଙ୍କରୀ ଝଡ଼ ଫୋନି ମାଡ଼ରେ ଘାଇଲା ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର। ବିକୃତ ହୋଇ ଯାଇଛି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମୀ। ସୂର୍ଯ୍ୟମନ୍ଦିର ଖୋଲୁ ନ ଥିବାରୁ ବିରସ ମନରେ ଫେରୁଛନ୍ତି ପର୍ଯ୍ୟଟକ। ଦେଖଣାହାରୀ ନ ଥିବାରୁ ଖାଁ ଖାଁ ଲାଗୁଛି ସମୁଦ୍ରକୂଳ । ଉତ୍କଳର ଐତିହ୍ୟ ଓ ଭାସ୍କର୍ଯ୍ୟକୁ ଅତି ପାଖରୁ ଦେଖିବାକୁ ଯେଉଁଠି ଦିନ ତମାମ ଲାଗୁଥିଲା କୋଳାହଳ, ସେ ସ୍ଥାନ ଆଜି ଖାଁ ଖାଁ ଲାଗୁଛି। ସମୁଦ୍ର କୋଳରୁ ଉଦିତ ସୂର୍ଯ୍ୟଙ୍କ […]
ଭୁବନେଶ୍ୱର: ଫୋନି ପ୍ରଳୟର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇନି ରାଜଧାନୀର ବିଜୁଳି ସରବରାହ ବ୍ୟବସ୍ଥା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନ ଆସିବାରୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଜନତାଙ୍କ ଧୈଯ୍ୟଚ୍ୟୁତି ଘଟୁଛି । ତେଣୁ ଲୋକଙ୍କ ରୋଷକୁ ଦେଖି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏବେ ପୋଲିସ ସୁରକ୍ଷା ଦେଲାଣି। ସରକାର ପୂର୍ବରୁ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ଲୋକଙ୍କୁ ବିଜୁଳି […]
ଫୁଲବାଣୀ: କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍। କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ। ସେ ଗତ ୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବ ଶତ୍ରୁତାରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କଟାବାଡ଼ି ଗାଁର ୨ ଯୁବକଙ୍କୁ […]
ଭୁବନେଶ୍ୱର: ଜେଲରୁ ଚମ୍ପଟ ମାରିଛନ୍ତି କଏଦୀ । ସେ ପୁଣି ୱାଡର୍ରଙ୍କ ବାଇକ୍ ଧରି। ଫୁଲବାଣୀ ଜିଲ୍ଲା କାରାଗାରରେ ଘଟିଛି ଏହି ଘଟଣା। ଫେରାର କଏଦୀ ହେଉଛନ୍ତି ଦାରିଙ୍ଗବାଡି ଅଞ୍ଚଳର ଗୋପୀନାଥ ନାୟକ। ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ଼ ଜେଲରେ ସଜା କାଟୁଥିଲେ । ଗତକାଲି ସନ୍ଧ୍ୟାରେ ଜେଲ ଓ୍ୱାର୍ଡରଙ୍କ ବାଇକ ଧରି ସେ ଜେଲରୁ ଚମ୍ପଟ ମାରିଛନ୍ତି। କଏଦୀ ଫେରାର ହେବା ପରେ ଜେଲ୍ ସୁପରିଟେଣ୍ଡେଣ୍ଟ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। […]
ଭୁବନେଶ୍ୱର: ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ହୋଇଥିବା ୯୦ ପ୍ରତିଶତ ଲୋକଙ୍କୁ ମିଳିବ ବିଦ୍ୟୁତ୍ । ପୁରୀ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ। ପୂର୍ବରୁ ୧୦ ତାରିଖ ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍ ଦିଆଯିବାକୁ କହିଥିଲେ I & PR ସଚିବ । ହେଲେ ଆଜି ସୁଦ୍ଧା କେତେ ଅଞ୍ଚଳରେ […]
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ସହର ଓ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରାଯାଇଛି । ଜଳ ଯୋଗାଣ କାର୍ଯ୍ୟରେ୨୧୪ଟି ଜେନେରେଟର ନିୟୋଜିତ କରାଯାଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ୩୩୯ଟି ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସ୍ ଟ୍ୟାଙ୍କ ନିୟୋଜିତ କରାଯାଇଛି […]
ଭୁବନେଶ୍ୱର: ଫୋନି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀରେ ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରିବାକୁ ଦମକଳ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୭୬ ଜଣ ଆଗ୍ନିକଙ୍କୁ ନେଇ ୭୨ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ୬ଜଣ ସଦସ୍ୟ ରହିବେ । ଏମାନେ ଗଛକଟା, ଜଳଯୋଗାଣ, ବିଦ୍ୟୁତ ସଂଯୋଗରେ ସଂପୃକ୍ତ ବିଭାଗକୁ ସହାୟତା ପ୍ରଦାନ କରିବେ । ସେସୁକୁ ୩୦ଟି ଟିମ୍ ସହାୟତା ପାଇଁ ଦିଆଯିବ ବୋଲି ଫାୟାର ଡିଜିଙ୍କ ନେତୃତ୍ୱରେ ଏକ […]
ଭୁବନେଶ୍ୱର: ବାତ୍ୟାରେ ରେଳ ବିଭାଗ କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାରୋଡ ରେଳବାଇର ଡିଭିଜନର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜୋନ୍ରେ କ୍ଷତି ହୋଇଛି। ପୁରୀରୁ ବିଭିନ୍ନ ଆଡ଼କୁ ଏବେ ୧୨ ପେୟାର ଟ୍ରେନ୍ ଚଳାଚଳ କରୁଛି । ୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଚଳାଚଳ କରିବ ବୋଲି ସମୀକ୍ଷା ପରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଓ୍ୱଡ଼ା-ଚେନ୍ନାଇ ରୁଟ୍ରେ ଟ୍ରେନ୍ ଚଳାଚଳ […]
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ। ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି […]