ଭୁବନେଶ୍ୱର: ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍ମ୍ୟାନ୍ଡ୍ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍ଡ୍ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ଏକଥା କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେବା ଅବସରରେ ୨୦୨୧ ଡିସେମ୍ବରରେ ଭାରତୀୟ ମହାକାଶଚାରୀ ମହାକାଶ ଯିବେ ବୋଲି କହିଛନ୍ତି କେ. ଶିବନ୍। ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ […]
ଭୁବନେଶ୍ୱର: ‘ଏହି ଘଟଣା ପଛରେ ମୋ ପୁଅର ହାତ ନାହିଁ। ଅନ୍ୟ କେହି ହତ୍ୟା କରି ତା ମୁଣ୍ଡରେ ଅଠା ବୋଳିଛି। ପୁଅ ନିହାରିକାକୁ ଏତେ ଭଲ ପାଉଥିଲା, ସେ ତାକୁ ମାରି ପାରିବନି। ଏହା ଭିତରେ କ’ଣ ରହସ୍ୟ ରହିଛି ମୁଁ କହିପାରିବିନି।” କାନ୍ଦି କାନ୍ଦି ଏମିତି କିଛି କହିଛନ୍ତି ରାଜାଙ୍କ ମା’। ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍। ସନ୍ଦିଗ୍ଧ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାର ଆତ୍ମସମର୍ପଣ […]
ଭୁବନେଶ୍ୱର: ବିଶ୍ୱର ସବୁଠୁ ବଡ଼ ବେଳାଭୂମି ସଫେଇ ଅଭିଯାନ ‘ମୋ ବିଚ୍’ କାର୍ଯ୍ୟକ୍ରମ ଆଜି ପୁରୀରେ ଆୟୋଜିତ ହୋଇଛି। ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଆଜି ପୁରୀରୁ ବାର୍ତ୍ତା ଦିଆଯାଇଛି। ପରିବେଶକୁ ସୁରକ୍ଷା ରଖିବା ସହ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦିଆଯାଇଛି। ଏନେଇ ଜିଲ୍ଲାର ୧୪୦ କିଲୋମିଟର୍ ବେଳାଭୂମିର ଶହେଟି ସ୍ଥାନରେ ୧୦ ହଜାର ସ୍ୱେଚ୍ଛାସେବୀ ଏକାଠି ହୋଇଛନ୍ତି। ଦିଆଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମାଜିକ କର୍ମୀ, ଛାତ୍ରଛାତ୍ରୀ ମଧ୍ୟ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(୪୫)। ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ପୁଣି ଚର୍ଚ୍ଚାକୁ ଆସିଛି […]
ସମ୍ବଲପୁର( ସଞ୍ଜୟ ଜେନା ): ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ଏହାପରେ ତାଙ୍କୁ ସମ୍ବଲପୁର ଜେଲ୍ ପଠାଇ ଦିଆଯାଇଛି। ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଥିଲେ। ସୂଚନା ଅନୁସାରେ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର ଧନୁପାଲି ଅଞ୍ଚଳରେ ଏକ ଭଡ଼ା ଘରେ ଏକୁଟିଆ ରୁହନ୍ତି। ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତକାଲି ତାଙ୍କ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍। ସନ୍ଦିଗ୍ଧ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାର ଆତ୍ମସମର୍ପଣ ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପୁଲିସ୍ ପଚରାଉଚରା କରୁଛି। ଶେଷ ଥର ପାଇଁ ନିହାରିକାଙ୍କ ସହ କିଶୋର କୁଆଡ଼େ ଯାଇଥିଲେ ? ହତ୍ୟାକାଣ୍ଡ ସହ ତାଙ୍କର କ’ଣ ସମ୍ପର୍କ ରହିଛି ? ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କାହାର ସମ୍ପୃକ୍ତ ରହିଛି ? ଏମିତି କିଛି ପ୍ରଶ୍ନକୁ ନେଇ […]
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୫ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୯ଟା ୫୧ ମିନଟ୍ରେ ମାଈ ହାତୀ ଗୌରୀ ପ୍ରାଣ ହରାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୟଙ୍କର ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ଅସୁସ୍ଥ ଥିଲା ଗୌରୀ। ହାଇପାୱାର୍ ମେଡିସିନ୍ ଡୋଜ୍ ସହ ପ୍ରତି ୧୨ ଘଣ୍ଟାରେ ଗୌରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଏପରିକି ଅନ୍ୟ ହାତୀଙ୍କଠାରୁ ତାକୁ ଅଲଗା ସ୍ଥାନରେ ମଧ୍ୟ ରଖାଯାଇଥିଲା। ଗୌରୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର […]
ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜୟିନୀ ତଥା ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପରଲୋକ ହୋଇଯାଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗତକାଲି ଅପରାହ୍ନ ୪ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅକ୍ଷୟ ଚନ୍ଦ୍ର ଅସୁସ୍ଥ ଥିଲେ। ଗତ କିଛି ଦିନ ଧରି ସେ ହସ୍ପିଟାଲ୍ରେ ମଧ୍ୟ ଭର୍ତ୍ତି ହୋଇଥିଲେ। ଗତକାଲି ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇ […]
ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ବର୍ଷିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଯାହାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି,‘ଚାଷୀ ଆପଣଙ୍କୁ(ରାଜ୍ୟ ସରକାର) କେବେ ପଇସା ମାଗି ନ ଥିଲା। ଚାଷୀଙ୍କୁ ଯାଚିକି ପଇସା ଦିଆଯାଇଛି। ତାଲିକା ଆପଣ କରିଛନ୍ତି। […]
ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଗତବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଥିଲା। ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍ର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ମୁସ୍ତାକ ସ୍କୁଲ ବାରଣ୍ଡାରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ […]
କଟକ: ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରାଙ୍କୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି। ଷଡ଼ଯନ୍ତ୍ର କରି ବାପାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ସଞ୍ଜୟ। ସଞ୍ଜୟ କହିଛନ୍ତି,“ ମୁଁ ଆଶୀର୍ବାଦ ବେହେରାଙ୍କ ପୁଅ। ବାପାଙ୍କୁ ଗିରଫ କରିବା ପରେ ମୁଁ ଆହୁରି ଷ୍ଟ୍ରଙ୍ଗ ହୋଇଯାଇଛି। ସବୁ ସଦସ୍ୟମାନେ ବାପାଙ୍କୁ ଭଲ ପାଆନ୍ତି। ଆମେ ଯେତେ ଭୋଟ୍ରେ ଜିତିଥାନ୍ତୁ, ତା’ଠାରୁ ଅଧିକ ସଂଖ୍ୟାର ଭୋଟରେ ଜିତିବୁ। ଭଗବାନଙ୍କ ଆଶୀର୍ବାଦ ମୋ ଉପରେ […]
ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଘଟଣା ଘଟିଛି। ମେଡ଼ିକାଲ କର୍ମଚାରୀ ଓ ପୁଲିସ୍ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ସେମାନେ ନୀରବଦ୍ରଷ୍ଟା ସାଜିଥିଲେ। ସୂଚନା ଅନୁସାରେ, ଗତକାଲି କାଠପାଳ ଗାଁର ଆରତୀ ମାଝୀଙ୍କୁ ଏକ ବିଷାକ୍ତ ସାପ […]
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି। ଏଥିସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଆଜି ସକାଳ ୭ଟାରେ ସିବିଆଇର ୧୧ ଜଣିଆ ଟିମ୍ ଆଶୀର୍ବାଦଙ୍କ ଘର ଓ ଅଫିସ୍ରେ ଚଢଉ କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଛି। ଆଶୀର୍ବାଦଙ୍କର ଏଟି ଗ୍ରୁପ୍ ସହ […]
କଟକ: କଟକରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ କାର୍ତ୍ତିକ ବାରିକ। କଟକ ଆଲାମଚାନ୍ଦ ବଜାରରେ ତାଙ୍କ ଘର। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନଣ୍ଡା ନାମକ ଜଣେ ଯୁବକ ତାଙ୍କ ଭାଇଙ୍କୁ ହତ୍ୟା କରିଛି ବୋଲି ମୃତ କାର୍ତ୍ତିକଙ୍କ ଭାଇ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, କାର୍ତ୍ତିକ ଘର ପାଖ ଦୋକାନକୁ ଚା’ ଆଣିବାକୁ ଯାଇଥିବା ବେଳେ ନଣ୍ଡା ତାଙ୍କୁ ଛୁରାମାଡ଼ କରିଥିଲେ। ଏହାପରେ ତାଙ୍କୁ […]
ଜୟପୁର: ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେଇ କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ସୁରମା ମହାପାତ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ଯାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏହି ନେଇ ପ୍ରଶାସନିକ ତଦନ୍ତ ସହିତ ବିଭାଗୀୟ ତଦନ୍ତ […]
ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ। ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ବାଚସ୍ପତି କହିଛନ୍ତି। ନିର୍ବାଚନର ୫ ମାସ ପରେ ବି ପୂର୍ବତନ ବିଧାୟକମାନେ କ୍ୱାର୍ଟର ଛାଡ଼ି ନ ଥିବାରୁ ନିର୍ବାଚିତ ବିଧାୟକଙ୍କୁ କ୍ୱାର୍ଟର୍ସ ମିଳିବାରେ ସମସ୍ୟା ଦେଖା ଦେଉଛି। ଏଣୁ ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ଏଭଳି […]
ଭୁବନେଶ୍ୱର: ୧୦ ଦଫା ଦାବିରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସହ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ବର୍ତ୍ତମାନ ମୁଖ୍ୟ ଫାଟକ ସାମ୍ନାରେ ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ଭୁଲ୍ ରୁଟ୍ରେ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଫଳରେ ବାରମ୍ବାର […]
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ। ଗତକାଲି ଭୋର ୩ଟା ୪୦ ମିନିଟ୍ରେ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ତାରିଖରେ ହାତୀଟି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ନନ୍ଦନକାନନରେ ଥିବା ପଶୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ଭୋରରୁ ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ହର୍ପିସ୍ ଭୂତାଣୁ ସଂକ୍ରମଣ ଫଳରେ ଏସୀୟ ହାତୀମାନଙ୍କୁ ଆକ୍ୟୁଟ୍ ହେମରଜିକ୍ ରୋଗ […]
କେନ୍ଦୁଝର: ପୁଲିସ୍ ହେବ ତ ଏମିତି। ୪ଜଣ ଶିଶୁ ଖାଦ୍ୟ ନ ପାଇ ଭୋକ ଉପାସରେ ରହିଥିବା ଜାଣି ମାନବିକତା ଦେଖାଇଲେ ଥାନା ଅଧିକାରୀ। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି। କୁସୁମିତା ଗାଁର ଗୋଟିଏ ପରିବାରର ୪ ଜଣ ଶିଶୁ ଖାଦ୍ୟ ନ ପାଇ ଭୋକ ଉପାସରେ ଥିବା କେନ୍ଦୁଝର ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ତତ୍କ୍ଷଣାତ ଗାଁରେ ପହଞ୍ଚି ପିଲାଙ୍କୁ ବିସ୍କୁଟ୍ ସହ ଅନ୍ୟାନ୍ୟ ଖାଦ୍ୟ […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍ ଜବତ କରାଯାଇଛି। ଗତକାଲି ରାତିରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ସହ କଣ୍ଟାବାଞ୍ଜି ପୁଲିସ୍ ସହରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢଉ ସମୟରେ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ତେବେ କେତେ ପରିମାଣର ନକଲି ସାମଗ୍ରୀ ବାହାରିଲା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବାବେଳେ […]
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର ମାମଲାରେ ନୂଆ ଟ୍ୱିଷ୍ଟ। ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଫେରି ଆସିଛି ସେହି ୬୦ ଲକ୍ଷ ଟଙ୍କା। ଏନେଇ ଜିଲ୍ଲାପାଳ ମନୋଜ ମହାନ୍ତି ଓଟିଭିକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଏବଂ ଏନେଇ ମାମଲା ଦାଏର ହେବା ପରେ ପୁରା ଟଙ୍କା ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଅନୁଗୁଳ HDFC ବ୍ୟାଙ୍କ ଫେରାଇ ଦେଇଥିବା ଜଣାପଡ଼ିଛି । ମନୋଜ ମହାନ୍ତିଙ୍କ ସୂଚନା ଅନୁସାରେ ୨୦୧୭-୧୮ରେ ତତ୍କାଳୀନ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ କରାଯାଇ ୬୦ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ୍ ମୁଡ୍ରେ ଗଞ୍ଜାମ ପୁଲିସ୍। ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି। ଗଞ୍ଜାମ ବ୍ଲକର ପାଲୁର କୃଷ୍ଣପ୍ରସାଦ ରୋଡ୍ରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ପ୍ରମୋଦର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ MKCG ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଏନ୍କାଉଣ୍ଟର ହୋଇଛି। ଏକ ମାମଲାରେ ପ୍ରମୋଦକୁ ପୁଲିସ୍ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ […]
କଟକ: କଟକରେ ଦୁର୍ଗାପୂଜାକୁ ନେଇ ଆୟୋଜିତ ବୈଠକରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଡକା ନ ଯିବାକୁ ନେଇ ବିବାଦ ତେଜିବାରେ ଲାଗିଛି। ଶୁକ୍ରବାର ଦିନ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗତକାଲି ସହରର ୧୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଡିସିପି ଅଖିଳେଶ୍ୱର ସିଂଙ୍କୁ ଦାୟୀ କରି ତାଙ୍କ କୁଶ ପୁତ୍ତଳିକା ମଧ୍ୟ କଂଗ୍ରେସ କର୍ମୀମାନେ […]
ଭୁବନେଶ୍ୱର: ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ମୋ ସରକାର କାର୍ଯ୍ୟକ୍ରମ’ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ୬୩୫ ଥାନାର ଆଇଆଇସିଙ୍କ ସହ ବରିଷ୍ଠ ପୁଲିସ୍ ଅଧିକାରୀ। 5Tରେ ଭଲ କାମ କଲେ IICଙ୍କୁ ଆଗୁଆ ପଦୋନ୍ନତି ମିଳିବ। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି […]
ଭୁବନେଶ୍ୱର: ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ସ୍ତ୍ରୀଙ୍କୁ ମିଳିବ ପେନ୍ସନ୍। ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ପେନସନ୍ ମିଳିବ। ଏନେଇ ଆଜି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ମଧୁବାବୁ ପେନ୍ସନ୍ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ। ତେବେ ଏହି ପେନ୍ସନ୍ ପାଇବା ପାଇଁ ମହିଳା ଜଣକଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ […]