ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ୮ଟା ସମୟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ମନୋରଞ୍ଜନ ତାଙ୍କର ୨ଜଣ ବନ୍ଧୁଙ୍କ ସହ ବାଇକ୍ରେ ସୋହେଲାରୁ ନିଜ ଗାଁ ପଡ଼ାକୁ ଫେରୁଥିଲେ। ଏହି ସମୟରେ ବିଜେପୁର କନାପାଲି ଗାଁ ନିକଟରେ କିଛି ଦୁର୍ବୃତ୍ତ ବାଇକ୍ରେ […]
ଧର୍ମଗଡ଼: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳ ନାୟକ। ଲଳୀନ୍ଦ୍ର ହିଁ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତା ପରେ ଅନ୍ୟମାନେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଭବାନୀପାଟଣାର ଏକ କ୍ଲିନିକ୍ରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ବେଳେ ବସ୍ଷ୍ଟାଣ୍ଡରେ ଲଳିନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। […]
ପୁରୀ: ବିଚ୍ ରାସ୍ତା ଉପରେ ସାଧୁଙ୍କୁ ଦୁର୍ବ୍ୟବହାର। ଆଉ ତଣ୍ଟିଆ ମାରି ଥାନାକୁ ନେଇଗଲେ ପୁଲିସ୍ ବାବୁ। ପୁରୀ ସହରରେ ଏପରି ଘଟଣା ଘଟିଛି। ସିଂହଦ୍ୱାର ସମ୍ମୁଖରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ସାଧୁଙ୍କୁ ଧକ୍କା ମାରୁଥିବାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ମୁତାବକ, ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣକ ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା […]
ଭୁବନେଶ୍ୱର: ସୁଶୀଲ କୁମାର ଲୋହାନି ହେଲେ ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତ ଲାଗି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣଙ୍କ ନାଁ ସୁପାରିସ କରାଯାଇଥିଲା। ତେବେ ଭାରତୀୟ ନିର୍ବାଚନ କମିଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲଙ୍କ ନାଁକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ସୁରେନ୍ଦ୍ର କୁମାର ଏହି ପଦବୀରେ ଥିଲେ। ନୂଆ ପଦବୀରେ ଯୋଗଦାନ ସହ […]
ଭୁବନେଶ୍ୱର: ଓଡିଶାର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକ ଅସୁସ୍ଥ। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଅନେକ ରାଜନେତା ଓ ସାମାଜିକ କର୍ମୀ ମେଡିକାଲ ଯାଇ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉତ୍କଳ କଂଗ୍ରେସରୁ ଆରମ୍ଭ କରି ଜନତାଦଳ ଓ ବିଜୁ ଜନତା ଦଳ ଯାଏ ଅବିଭକ୍ତ ଓ ପୁନର୍ଗଠିତ ପୁରୀ ଜିଲ୍ଲାର ପୁରୋଧା ଭାବେ ସେ ବେଶ୍ […]
ଭୁବନେଶ୍ୱର: ୧୫ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଆର୍ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଟିଓମାନଙ୍କ ସହ ଭିଡିଓ କନଫରେନସିଂ କରି ମୁଖ୍ୟମନ୍ତ୍ରୀ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ କିପରି ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ, ଗାଡ଼ିର କାଗଜ ପତ୍ର କିପରି ସୁବିଧାରେ ହୋଇପାରିବ ସେସବୁ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ […]
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଓଡ଼ିଶା ଆସିବେ। ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜଭବନରେ ସେ ରାତ୍ରୀ ଯାପନ କରିବେ। ତା’ପର ଦିନ ଅର୍ଥାତ ୨୮ ତାରିଖ ସକାଳ ୬ଟା ୪୫ ମିନିଟ୍ରେ ବାହାରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ୭ଟା ୪୫ରେ ପହଞ୍ଚିବେ। ୮ଟା ୩୫ରୁ ପ୍ରାୟ ଏକ ଘଣ୍ଟା ଯାଏ ଗୋଳାବନ୍ଧ ଆର୍ମି ଏଡି କଲେଜରେ […]
ଭୁବନେଶ୍ୱର: ବରମୁଣ୍ଡା ବସ୍ଷ୍ଟାଣ୍ଡର ହେବ ନବକଳେବର। ରାଜ୍ୟ କ୍ୟାବିନେଟ୍ରେ ଏନେଇ ନିଷ୍ପତ୍ତି ହୋଇଛି। ବସ୍ଷ୍ଟାଣ୍ଡର ନବୀକରଣ ପାଇଁ ୧୭୦କୋଟି ଟଙ୍କା ଖର୍ଚ୍ଚ ହେବ। ୨ବର୍ଷରେ ବସ୍ଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଚଳିତବର୍ଷ ୬୦ଲକ୍ଷ ଟନ୍ ଧାନ ଓ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ। ରାଜ୍ୟ କ୍ୟାବିନେଟ୍ରେ ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ଗୃହୀତ ହେବା ପରେ […]
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଦରମା ଓ ପେନ୍ସନ୍ ପାଇଁ ସେମାନଙ୍କୁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଏବେ ଦରମା ମାସର ଶେଷ କାର୍ଯ୍ୟ ଦିବସରେ ହିଁ ମିଳିବ। ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥା ଚଳିତ ମାସରୁ ଲାଗୁ ହେବ। ଏନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି […]
ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଭିଡ଼ିଓ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ତେବେ ଏହି ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ସାଂସଦ ଯେଉଁ ଯୁବକଙ୍କୁ ଚାପୁଡ଼ା ମାରିଥିଲେ ସେ ନିଜେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ସେ ହେଲେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁ। ସଂଗ୍ରାମ କହିଛନ୍ତି,“ସାଂସଦ ଚନ୍ଦ୍ରଶେଖର […]
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଡ଼ିଲା ତାଲା। ମାସକ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁକୁ ନେଇ ଜୋରାଦାର ବିରୋଧ ପରେ ପ୍ରାଣୀ ଉଦ୍ୟାନରେ ତାଲା ପଡ଼ିଛି।। ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଶହ ଶହ କର୍ମୀ ଧାରଣାରେ ବସିଛନ୍ତି। ପ୍ରାଣୀ ଉଦ୍ୟାନ ନିକଟରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ରହିଛି। ଏହା ହିଁ ହାତୀଙ୍କୁ ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯିବା ସହ ଏହାକୁ ସ୍ଥାନାନ୍ତରଣ କରିବାକୁ ଦାବି ହୋଇଛି। କାରଣ […]
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ତେବେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଲା-ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ , ବାଲେଶ୍ୱର, ମୟୂରଭଞ୍ଜ ଓ ଗଞ୍ଜାମ। ସେହିପରି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତସିହପୁର, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ […]
ଭୁବନେଶ୍ୱର: ଏଣିକି ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଏମିତିକି ଅଫିସ୍ ମାନଙ୍କରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ଉଲ୍ଲେଖ କରାଯାଇଛି। ଏହାସହ ବିଭିନ୍ନ ମିଟିଂରେ ମଧ୍ୟ ପ୍ଲାଷ୍ଟିକ୍ କପ୍, ପ୍ଲେଟ୍, ବୋତଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ […]
ବ୍ରହ୍ମପୁର: ମଞ୍ଚ ଉପରେ ସର୍ବ ସମ୍ମୁଖରେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ବିଜେଡି ସାଂସଦ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗତକାଲି ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବ୍ରହ୍ମପୁରର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏକ ଉପଢ଼ୌକନ ଦେବାକୁ ଯିବାବେଳେ ସାଂସଦ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ୍ ଭାଙ୍ଗି ଯାଇଛି। ଯାହାଫଳରେ ୧୪୩ ନମ୍ୱର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରାୟ ୩ କିଲୋମିଟର ଯାଏ ରାସ୍ତା ଜାମ୍ ରହିଛି। ତେଣୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ଟ୍ରାଫିକ୍ ପୁଲିସ୍ ମଧ୍ୟ ନିୟୋଜିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ତେବେ ଭାଙ୍ଗିଯାଇଥିବା ସ୍ଲାବ୍ ସ୍ଥାନରେ ଲୁହା ପ୍ଲେଟ୍ ପକାଯାଇଛି। ହେଲେ […]
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍ ସିଷ୍ଟମ୍। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଏଣୁ କର୍ମଚାରୀମାନେ ସକାଳ ୧୦ଟାରେ ଅଫିସରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି। ତେବେ ବିଭିନ୍ନ ସ୍ଥିତିକୁ ନଜରରେ ରଖି […]
ବାରିପଦା: ଛାତ୍ରଙ୍କ ଅଜାଣତରେ ସେମାନଙ୍କ ନାଁରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଋଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ମୋରଡ଼ା ଥାନା ଅନ୍ତର୍ଗତ ପାଟପୁର ସ୍ଥିତ ଏକ ଘରୋଇ ଡିପ୍ଲୋମା ଇଞ୍ଜିନିୟରିଂ ସ୍କୁଲର ୫୬ ଜଣ ଛାତ୍ରଙ୍କ ନାଁରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଋଣ କରିଥିବା ନେଇ ମୋରଡ଼ା ଥାନାରେ ଅଭିଯୋଗ ହୋଇଛି। ପ୍ରତି ପିଲାଙ୍କ ନାଁରେ ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ଋଣ ହୋଇଥିବା ଏତଲାରେ ଦର୍ଶାଯାଇଛି। […]
ଭୁବନେଶ୍ୱର: ସରକାରୀ ଦଳ ଉପମୁଖ୍ୟ ସଚେତକ ପଦରୁ ବିଦା ହେଲେ ପ୍ରଣବ ବଳବନ୍ତରାୟ। ତାଙ୍କ ସ୍ଥାନରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ନୂଆ ସରକାର ଗଠନ ହେବା ପରେ ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ତେବେ ହଠାତ୍ କାହିଁକି […]
ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଦିନ ୧୧ଟାରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୩୦ ଯାଏ ପ୍ରାର୍ଥିପତ୍ର ଦାଖଲ ହେବ। ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି। ଅକ୍ଟୋବର ୨୧ରେ […]
ଧର୍ମଗଡ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଘଟଣା ସାମ୍ନାକୁ ଆସିଥିଲା। ଜୁନାଗଡ଼-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିଥିବା ନେଇ ପୀଡ଼ିତା ଜଣକ ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି। ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଅଭିଯୋଗ ଅନୁସାରେ, ଯୁବତୀ ଜଣକ […]
ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭେଟିଛନ୍ତି। ବିଜେପିର ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଅବସର ବେଉରିଆଙ୍କୁ ଭେଟି ବୈଜୟନ୍ତ ପଣ୍ଡା ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାର ଗ୍ରହଣୀୟତା ନେଇ ତାଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି ଅବସର ବେଉରିଆ। ସେହିପରି ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଛନ୍ତି ବୈଜୟନ୍ତ […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ପ୍ରାୟ ୨୦ମିନିଟ ଧରି ସେ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଆନ୍ଧ୍ର ରାଜ୍ୟପାଳଙ୍କୁ ମନ୍ଦିର ସେବାୟତ କମଳାକାନ୍ତ ବଡୁ ଠାକୁରଙ୍କୁ ଦର୍ଶନ କରାଇଥିଲେ। ଏଥିସହ ସେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ […]
ରାଉରକେଲା: ମହଙ୍ଗା ପଡିଲା ଜାତିଆଣ ଆକ୍ଷେପ। ଜାତିଆଣ ଆକ୍ଷେପ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର କିରାଣୀଙ୍କୁ ନିଲମ୍ବନ କରାଯାଇଛଇ। ତାଙ୍କ ନାଁ ପାଣୁ ଚରଣ ପାଇକରାୟ। ସେହିପରି କଲେଜ ଅଧ୍ୟକ୍ଷଙ୍କ ବଦଳି ପାଇଁ କଲେଜ ମ୍ୟାନେଜିଂ କମିଟି ସରକାରଙ୍କୁ ଚିଠି ଲେଖିଛି। ଏଥିସହ ଏହି ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ ଓ କିରାଣୀଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ […]
ସୋର: ଷଣ୍ଢକୁ ଧକ୍କା ଦେଇ ଫସିଲେ ୨ ଯୁବକ। ବାଇକ୍ରେ ମଦ ଚୋରା ଚାଲାଣ କରୁଥିବା ଜଣାପଡ଼ିବା ପରେ ଲୋକେ ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ସେମାନଙ୍କର ବାଇକ୍କୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ଆଜି ସକାଳେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୩ଟି ବାଇକ୍ରେ ୩ଜଣ ଯୁବକ ବାଲେଶ୍ୱରରୁ ଧାମରା ଅଭିମୁଖେ ଯାଉଥିଲେ। ଏହି ସମୟରେ ସାହାସପୁର ଗାଁ ନିକଟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ବାଇକ୍ ଏକ ଷଣ୍ଢ ସହ ଧକ୍କା […]
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି […]