ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ସମର୍ଥକମାନଙ୍କୁ ଜଣାଇଛନ୍ତି। ଏହା ପରିବର୍ତ୍ତେ ଅନାଥ ଆଶ୍ରମ, ଦିବ୍ୟଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ। ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରି ଷ୍ଟେସନ ବଜାର ସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘରୁ ଏହି ବ୍ରାଉନ୍ ସୁଗର ଜବତ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ‘୪ ହଜାର ଟଙ୍କାରେ ପୁତୁରାକୁ ବିକୁ ଦେଲୁ।” ଏପରି କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା ଜଣେ ୧୫ ବର୍ଷ ନାବାଳକର ମଉସା, ମାଉସୀ। ଏନେଇ ଏକ ଭିଡିଓ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ଏହି ଘଟଣାକୁ ନେଇ ଜଟଣୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଅଭିଯୋଗ ଅନୁସାରେ, ଜଟଣୀ ଗଜପତି ନଗରରେ ରହୁଥିବା ସୁବାସ […]
ରାଉରକେଲା: ରାଉରକେଲାରେ ଆଜି ସକାଳେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମ୍ନାରେ ଏହି ଲୁଟ୍ ହୋଇଛି। ଭତ୍ତା ଟଙ୍କା ନେଇ ଯାଉଥିବା ଏକ ଗାଡିକୁ ବନ୍ଧୁକ ଦେଖାଇ ୫ଜଣ ଦୁର୍ବୃତ୍ତ ପ୍ରଥମେ ଗାଡ଼ିକୁ ଅଟକାଇଥିଲେ। ଏହାପରେ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ଶେଷରେ ୧୦ ଲକ୍ଷ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ […]
କୋଣାର୍କ: ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲ। ଏହି ଘଟଣା ଜଣାପଡ଼ିବା ପରେ ଏସ୍ପି, ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନାଥାଉ କି, ଗତ ୫ ତାରିଖରେ ପୁରୀ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ ହେଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଏଥିସହ […]
ପାରାଦୀପ: ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଡ୍ରାଇଭର ଖସିପଡ଼ି ନିଖୋଜ ହେବା ଘଟଣାରେ ନୂଆମୋଡ଼ ନେଇଛି। ଡ୍ରାଇଭର ଜଣକ ପୋଲ ବାଡ଼କୁ ଆଉଜି ମୋବାଇଲ୍ରେ କଥା ହେବା ବେଳେ ନୁହେଁ, ବରଂ ହେଲ୍ପର୍ ସହ ମାର୍ପିଟ୍ ଓ ଧସ୍ତାଧସ୍ତି ବେଳେ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଅନ୍ଧାର ଯୋଗୁ ଅଗ୍ନିଶମ ବାହିନୀ ନଦୀରେ ଡ୍ରାଇଭରଙ୍କ ପତ୍ତା ପାଇ ନ ଥିଲା। ଅନ୍ୟପକ୍ଷରେ ଘଟଣା ପରଠୁ ସମ୍ପୃକ୍ତ ହେଲ୍ପର୍ ଫେରାର୍ ଅଛନ୍ତି। ନିଖୋଜ ଡ୍ରାଇଭର୍ […]
କଟକ: କଟକ ଚୌଦ୍ୱାର ଅଞ୍ଚଳରେ ପୁଣି ପୁଲିସ୍ର ଏନ୍କାଉଣ୍ଟର। ଚୌଦ୍ୱାର ଥାନା ପୁଲିସ୍ର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର ହୋଇଛି। ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ପୁଲିସ୍ ମୁନା ନିକଟରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମୋଟରସାଇକେଲ୍ ଜବତ କରିଛି। ଗତ ୨୪ ତାରିଖ ଦିନ ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା […]
କଟକ: କଟକ କାଠଯୋଡ଼ି ବ୍ରିଜ୍ ଉପରୁ ପତ୍ନୀଙ୍କ ସାଙ୍ଗରେ କଳହ ପରେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ଏଯାଏ କୌଣସି ପତ୍ତା ମିଳିପାରିନାହିଁ। ରବିବାର ସକାଳେ ମଧ୍ୟ ଅଗ୍ନିଶମ ବିଭାଗର ଏକ ଟିମ୍ ବୟାଳିଶି ମୌଜାର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳି ନ ଥିଲା। ଫଳରେ ସେ ଜୀବିତ ଅଛନ୍ତି ନା ତାଙ୍କର ମୃତ୍ୟୁ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି। ସୂଚନାଥାଉ କି, ଗତ ୯ ତାରିଖରେ […]
ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍କୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କାର୍ ଡ୍ରାଇଭର୍ ହୋଇଥିବା ବେଳେ ଅନ୍ୟମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ସେମାନେ ପୁରୀକୁ ମହାପ୍ରଭୁ ଜଗନ୍ନାଥଙ୍କ […]
ନୀଳଗିରି: ରାତି ଅଧରେ ବସ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ ନିକଟରେ ଏହି ଘଟଣା ଘଟିଛି। ଗତ ରାତିରେ ଦୁର୍ବୃତ୍ତମାନେ ମୟୂରଭଞ୍ଜ ଜିଲ୍ଲା ଶରତରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବିଜୟା’ ନାମକ ଯାତ୍ରୀବାହୀ ବସ୍କୁ ଜଙ୍ଗଲିଆ ରାସ୍ତା ଜାମୁଡ଼ିହିସାହି ଛକ ନିକଟରେ ଅଟକାଇ ଥିଲେ। ବସ୍ ରହିବା ମାତ୍ରେ କୌଣସି କାରଣକୁ ନେଇ କାର୍ ଡ୍ରାଇଭର ଓ ବସ୍ ଡ୍ରାଇଭରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାରି ଭିତରେ ଗାଡ଼ି […]
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଗାଡ଼ି ଗୁଡ଼ିକୁ ଚେକିଂ କରାଯାଉଛି। ତେବେ ଚେକିଂ ବେଳେ ଏକ ବୋଲେରୋରୁ ୩ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ବୌଦ୍ଧ ଜିଲ୍ଲା ସିନ୍ଦୁରପୁରର ସଞ୍ଜୀବ ଦାସ ନାମକ ଯୁବକଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ଗତକାଲି ସଞ୍ଜୀବ ଛତିଶଡ଼ର ସରାଇପାଲିକୁ ଟେଣ୍ଟ ସାମଗ୍ରୀ କିଣିବାକୁ ଯାଉଥିଲେ। ଏହି ସମୟରେ ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲି ଛକରେ ପୁଲିସ୍ ପକ୍ଷରୁ ଗାଡ଼ି ଚେକିଂ ସମୟରେ ସଞ୍ଜୀବଙ୍କ ଗାଡ଼ିରୁ […]
କରଞ୍ଜିଆ: ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏକ୍ସପାଏରୀ ଡେଟ୍ ସରିବା ପୂର୍ବରୁ ମେଡିସିନ୍ ରୋଗୀଙ୍କୁ ଦିଆ ନ ଯାଇ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗଦା ଗଦା ମେଡିସିନ୍ ପୋତା ଯାଇଥିବା ଦେଖିବାକୁ ମିଳିଛି। ତେବେ ସେଥିମଧ୍ୟରୁ କିଛି ଔଷଧର ଏକ୍ସପାଏରୀ ଡେଟ୍ ଚାଲିଯାଇଥିବା ବେଳେ ଆଉ […]
ନବରଙ୍ଗପୁର: ରାତି ଅଧରେ ହସ୍ପିଟାଲ୍ ପରିଦର୍ଶନ କଲେ ନବରଙ୍ଗପୁର ଏସ୍ପି ନୀତିନ କୁସଲକର। ଗତକାଲି ବିଳମ୍ବିତ ରାତିରେ ଏସ୍ପି ପୁଲିସ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ରୋଗୀମାନେ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି କି ନାହିଁ, ଦଲାଲମାନେ ହଇରାଣ କରୁଛନ୍ତି କି? ମାଗଣାରେ ଔଷଧ ମିଳୁଛି କି ନାହିଁ ଏସବୁ ବାବଦରେ ଏସ୍ପି ପଚାରି ବୁଝିଥିଲେ। ରାତିରେ ଡାକ୍ତର ଓ ନର୍ସଙ୍କ ସହ କର୍ମଚାରୀମାନେ ସଜାଗ ରହି ରୋଗୀ ସେବା କରୁଥିବା ଦେଖି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ରାଉତରାୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନବୀନ ଏବଂ ଧର୍ମେନ୍ଦ୍ର ଅଧା ରାବଣ ବୋଲି ସୁର କହିଛନ୍ତି। ଦଶହରାରେ ରାବଣ ପୋଡ଼ି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାବଣ ସହ ତୁଳନା କରି କହିଛନ୍ତି, ‘ଓଡ଼ିଶା ରାଜନୀତିରେ ରାବଣ ୨-୩ଜଣ ଅଛନ୍ତି। ବିଜେଡିରେ ଗୋଟିଏ ରାବଣ ଅଛନ୍ତି। ସେ […]
ଭୁବନେଶ୍ୱର: ଭୋଟ ନାହିଁ ତ କାମ ନାହିଁ ! ଏଭଳି କିଛି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗା ଭାଷଣ ଦେଇ କହିଛନ୍ତି, ଯେଉଁମାନେ ଭୋଟ୍ ଦେଇ ନାହାନ୍ତି, ତାଙ୍କୁ ମୁଁ କୌଣସି କାମ କରାଇ ଦେବି ନାହିଁ। ୨୦୨୨ ମସିହାରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଯଦି ଜିତାଇ କି […]
ଭୁବନେଶ୍ୱର: ଗତ କିଛିଦିନ ହେବ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭୂତ ଭିଡିଓକୁ ନେଇ ଚର୍ଚ୍ଚା। ଓଡ଼ିଶାର ଜଙ୍ଗଲରେ ଏହି ଭୂତ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଭିଡିଓର ସତ୍ୟତା କେତେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଫେକ୍ ଭିଡିଓ ଏବଂ ଏଥିରେ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସୋସିଆଲ ମିଡିଆ ଏକ୍ସପର୍ଟ କହିଛନ୍ତି। ସେହିପରି ଏହି ଭିଡିଓକୁ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରିବାକୁ […]
ଭୁବନେଶ୍ୱର: ଖଣି ନିଲାମକୁ ନେଇ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ। ଭବିଷ୍ୟତରେ ପୁଣି ରାଜ୍ୟରେ ଇସ୍ପାତ କାରଖାନା ହେବାପାଇଁ ରାଜ୍ୟ ସରକାର ବଡ଼ ବଡ଼ ଖଣି ଏପରି କି ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ନିଜ ପାଖରେ ରଖନ୍ତୁ ବୋଲି ନିରଞ୍ଜନ କହିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ ଖଣିରୁ ପାଉଛି। ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ […]
ଜଗତସିଂହପୁର: ‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି। ମୋ ସ୍ୱାମୀ ଯେମିତି ଛଟପଟ ହୋଇକି ମରିଛି ସେ ବି ସେମିତି ଛଟପଟ ହୋଇକି ମରିବ’। କୋହଭରା କଣ୍ଠରେ ଏପରି କହିଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ନାମକ ଜଣେ ଯୁବକଙ୍କ ପତ୍ନୀ। କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଥିବା ଏକ ସ୍କୁଲ ଭିତରେ କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ପୋଡ଼ି ମାରିଦେବା ଘଟଣାରେ ପରକୀୟା ପ୍ରୀତି ଥିବା ସନ୍ଦେହ […]
ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ସମାଜ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭରଥୁରଠାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ସମ୍ମାନୀୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗତକାଲି ଏହି ଉତ୍ସବରେ ଯୋଗ ଦେଇ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଥିଲେ। ଏହି ଅବସରରେ ବୈଜୟନ୍ତ ପଣ୍ଡା ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ କହିଥିଲେ। ସେହିପରି କର୍ଣ୍ଣାଟକ ବିକାଶରେ ବହୁ ସଂଖ୍ୟାରେ ଓଡ଼ିଆଙ୍କ ଅବଦାନ […]
ଜଗତସିଂହପୁର: ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ!ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିକୁଦା ଥାନା ଅନ୍ତର୍ଗତ ଦାଆ ଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳର ସିଡି ନିକଟରେ କିଛି ଜଳୁଥିବା ନେଇ ପୁଲିସ୍ ଖବର ପାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଦେଖିବାକୁ ପାଇଥିଲା ଯେ […]
ଭୁବନେଶ୍ୱର: ଏଣିକି ୧୦ଟା ନୁହେଁ ରାତି ୧୨ଟା ଯାଏ ଚାଲିବ ମେଲୋଡି। ଦଶହରାରେ ରାଜଧାନୀ ଭୁବନେଶ୍ୱର, କଟକରେ ରାତି ୧୨ଟା ଯାଏ ମେଲୋଡି ଚାଲିବ। ଏହାସହ ଲାଉଡ ସ୍ପିକର୍ ରାତି ୧୨ଟା ଯାଏ ବି ବାଜି ପାରିବ। ଏନେଇ ଆଜି ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି ଓ ଲାଉଡ ସ୍ପିକର୍ ବଜାଇବା ନିୟମ ଥିଲା। ତେବେ ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଏହି […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ଆଜି ସକାଳ ସାଢ଼େ ୯ଟାରେ ତାକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ସୂଚନା ଦେଇଛି। ସେକ୍ ଜାବିଦ ଟିଟୋର ଡାହାଣ ହାତ ବୋଲି ଜଣାପଡ଼ିଛି। ସେକ୍ ଜାବିଦର ଘର କେନ୍ଦ୍ରାପଡ଼ାରେ। ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା। ବଟି ନ ଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ମାଂସ ତରକାରୀ ନ ଦେବାରୁ ବାପାକୁ ପିଟି ପିଟି ମାରିଦେଲା ପୁଅ। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଗୁଲନଗର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଘନଶ୍ୟାମ ସେଠୀ। ପୁଲିସ୍ ତାଙ୍କ ପୁଅ ତଥା ଅଭିଯୁକ୍ତ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଗତକାଲି ଦିନ ପ୍ରାୟ ସାଢେ ୧୨ଟାରେ ଜଗନ୍ନାଥ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ବୃଦ୍ଧ ବାପା ଘନଶ୍ୟାମଙ୍କୁ ଖାଇବାକୁ ମାଗିଥିଲେ। ସକାଳୁ ଜଗନ୍ନାଥ ଘରେ […]
ଭୁବନେଶ୍ୱର: ନିଲାମ ହେବ ରାଜ୍ୟର ୧୦ଟି ଖଣି। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍ ଅବଧି ସରୁଥିବା ଖଣି ଗୁଡ଼ିକର ନିଲାମ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଯୋଡ଼ା-କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି, ଜରିବାହାଲ, ରୋଇଡା, ଜୁରୁରୀ , […]