ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବର୍ଷିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ମାମଲାରୁ ଖସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେମାନେ ସରକାରୀ ଦଳର ଲୋକେ। ସେଥିପାଇଁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି। ତେବେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ।’ ନିରଞ୍ଜନ ଆହୁରି କହିଛନ୍ତି, ‘ଯଦି ସ୍ମିତାରାଣୀ […]
ପୁରୀ: ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍ଟକ୍ କରିବା। କିଛି ଦିନ ତଳେ ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ ଟିକ୍ଟକ୍ରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ସିଂହଦ୍ୱାର ଥାନା ପୁଲିସ୍ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ତାଙ୍କ ଘର ନିମାପଡ଼ାରେ। ସମ୍ପୃକ୍ତ ନାବାଳିକାଙ୍କୁ ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଓ କାହିଁକି ସେ ଭିଡିଓ କଲେ ସେନେଇ ପୁଲିସ୍ ଖୋଳତାଡ଼ କରୁଛି ସୂଚନାଥାଉ କି, କିଛି ଦିନ ତଳେ ଶ୍ରୀମନ୍ଦିର ଭୋଗ ମଣ୍ଡପ ଓ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର 5T ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନ ଥିଲା କି ? ’ ସେ ଆହୁରି କହିଛନ୍ତି, ‘5T ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ମୁଁ ଆଇଏଏସ୍ ଟ୍ରେନିଂ ନେବା ବେଳେ 5T ଟ୍ରେନିଂ ଦିଆଯାଉଥିଲା’। ସ୍ୱାସ୍ଥ୍ୟ ଓ […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭୁଜବଲ ପରାଭୁଏ। ତାଙ୍କ ଘର ତୁରେକେଲା ବ୍ଲକ୍ ଅନ୍ତର୍ଗତ ମାନ୍ଦଲା ଗାଁରେ। ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା କାଳୀ ମନ୍ଦିର ନିକଟସ୍ଥ କୂଅ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଲେପଡ଼ା ଗାଁର ଜଣେ ବାବା ତାଙ୍କୁ […]
ନବରଙ୍ଗପୁର(ନବଘନ ବିଷୋୟୀ): ଶ୍ରେଣୀ ଶିକ୍ଷୟିତ୍ରୀ କହିପାରିଲେନି ଛାତ୍ରଛାତ୍ରୀଙ୍କ ନାଁ, ଆଉ ବିଗିଡିଗଲେ ମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ନବରଙ୍ଗପୁର ଗସ୍ତରେ ଯାଇଥିଲେ। ହେଲେ ଅଚାନକ ତାରାଗାଁ ସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଅବ୍ୟବସ୍ଥା ଦେଖି ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ମନ୍ତ୍ରୀ ପ୍ରଥମେ ନବମ […]
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର କରଞ୍ଜିଆ ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉଭୟ କ୍ଷେତ୍ରରେ ନାବାଳିକା ଦ୍ୱୟ ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଘଟଣାରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଘଟଣାରେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଠାକୁରମୁଣ୍ଡା ଥାନା ଅଧୀନ ଏକ ଗାଁରେ ଜଣେ ନାବାଳିକାକୁ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଥିବା […]
ଯାଜପୁର: ‘ମୋ ଝିଅ ଉପରେ କିରୋସିନି ଢାଳି ଶାଶୂ ଘର ଲୋକେ ତାକୁ ପୋଡ଼ି ପକାଇଲେ।’। ଝିଅର ଶାଶୂ ଘର ଲୋକଙ୍କ ବିରୋଧରେ ଜଣେ ବାପା ଏଭଳି ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ବିଳାସଚନ୍ଦ୍ର ଦାସ ତାଙ୍କ ଝିଅକୁ କିଛି ଦିନ ତଳେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜଳନ୍ଦା ଗାଁରେ ବିବାହ କରାଇଥିଲେ। ଗତ ୨୩ ତାରିଖରେ ଝିଅର ଶାଶୂ ଘର ଲୋକେ କିରୋସିନି ଢାଳି […]
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ତୁଳାବତୀ ସାନ୍ତା। ପୁଲିସ୍ ଅଭିଯୁକ୍ତ ରାଧେ ସାନ୍ତାକୁ ଅଟକ ରଖି ପଚରାଉଚରା କରୁଛି। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଧେର ଭାଇ ଦାନୁ ସାନ୍ତା ଫେରାର ହୋଇ ଯାଇଛି। ଅଭିଯୋଗ ଅନୁସାରେ, ତୁଳାବତୀ ଗୁଣି ଗାରେଡ଼ି କରୁଥିବା ଦାନୁ ଓ ରାଧେ ବହୁ […]
ଆଠଗଡ଼: ଅଭିଯୋଗକାରୀ ହିଁ ଲୁଟେରା। ୧୮ ଲକ୍ଷ ଟଙ୍କା ଲୁଟ୍ କରିବା ପରେ ନିଜେ ଅଭିଯୋଗକାରୀ ସାଜି ପୁଲିସ୍ ନିକଟକୁ ଯାଇଥିଲେ। ହେଲେ ପୁଲିସ୍ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ୨୪ ଘଣ୍ଟା ମଧ୍ୟରେ ଓଗାଳିଦେଲେ ସତ। ଖୋଦ୍ ଅଭିଯୋଗକାରୀ ଘରୁ ହିଁ ଲୁଟ୍ ହୋଇଥିବା ୧୮ ଲକ୍ଷ ଟଙ୍କା ପୁଲିସ୍ ଜବତ କରିଛି। ନିଜେ ବିଛାଇଥିବା ଜାଲ୍ରେ ପଡ଼ି ଏବେ ପୁଲିସ୍ କବଜାରେ ଅଭିଯୋଗକାରୀ। ଗତକାଲି ସଂଗଠିତ ମିଛ ଲୁଟ୍ର ପର୍ଦ୍ଦାଫାସ କରିଛି ଆଠଗଡ଼ […]
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କିଛି ନେତା ମେଳି କରିଛନ୍ତି। ବାପି ସର୍ଖେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ପାନ୍ଥ ନିବାସରେ ଏହି ନେତାମାନେ ଏକାଠି ହୋଇଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଏହି ନେତାମାନେ ଦାବି କରିଛନ୍ତି। କାରଣ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ଭାବେ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଏହି ନେତାମାନେ କହିଛନ୍ତି। ତେଣୁ ଦଳକୁ ରକ୍ଷା […]
କୋଣାର୍କ(ସଞ୍ଜୟ ଜେନା): ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର। ଫଳରେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଲୋକେ। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁରେ ଏବେ ମାଡ଼ି ଆସିଛି ସମୁଦ୍ର ଜୁଆର। ଏହି ଗାଁ ଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମୁଦ୍ର ମାଡି […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ାରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟାଟା ମ୍ୟାଜିକ ଗାଡ଼ି ନୂଆପଡ଼ା ସ୍ଥିତ ମାର୍ଗଦର୍ଶୀ ଘରୋଇ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଗାଡ଼ିଟି ଏକ ପୋଖରୀରେ ପଶି ଯିବା ସହ ଓଲଟି ପଡ଼ିଥିଲା। […]
ଉମରକୋଟ: ଚଳନ୍ତା ବସ୍ରୁ ବାହାରିଗଲା ଚକ। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଜୟପୁର ଯାଉଥିବା ଏକ ଘରୋଇ ବସ୍ର ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି। ଆଜି ସକାଳେ ମହେନ୍ଦ୍ରୀ ଗାଁ ନିକଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ୬ଟା ସମୟରେ ଏହି ଘରୋଇ ବସ୍ ଉମରକୋଟରୁ ଜୟପୁର ଅଭିମୁଖେ ଯାତ୍ରା ଅଭିମୁଖେ ଆରମ୍ଭ କରିଥିଲା। ବସ୍ଟି ଡାବୁଗାଁ ପାର୍ ହୋଇ ମହେନ୍ଦ୍ରୀ ନିକଟରେ ପହଞ୍ଚିବା ବେଳକୁ ହଠାତ୍ ବସ୍ର ପଛ ଚକା ବାହାରି […]
ଅନୁଗୁଳ(ବିରଜା ଦାସ): 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଆନଙ୍କ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକୁ ନଗର କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ଗତକାଲି କଂଗ୍ରେସ କର୍ମୀମାନେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଅନୁଗୁଳ ସହରରେ ଡ଼ମ୍ପିଙ୍ଗ ୟାର୍ଡ ନ ଥିବାବେଳେ ଡ୍ରେନେଜ୍ ସମସ୍ୟା ରହିଛି। ଏହାସହ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସହ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]
ସମ୍ବଲପୁର: ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଏଚ୍ଆଇଭି ସଂକ୍ରମିତ ଉପକରଣରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଚିକିତ୍ସା କରାଯାଇଛି ବୁର୍ଲା ଭିମ୍ସାର୍ ଡାକ୍ତରଖାନାରେ। ସୂଚନା ଅନୁସାରେ, ସୋମବାର ଦିନ ଦନ୍ତ ବିଭାଗରେ ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଜଣେ ଆସିଷ୍ଟାଣ୍ଡ୍ ପ୍ରଫେସର ଏହି ଅସ୍ତ୍ରୋପଚାର କରିଥିଲେ। ତେବେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯେଉଁ ସବୁ ଗାଇଡ୍ ଲାଇନ୍ ଅନୁସରଣ କରିବା କଥା ତାହା ସେ […]
ରାଉରକେଲା: ପିଗ୍ ଆଇରନ୍ ଚୋରି ଅଭିଯୋଗରେ ଜଣେ ଶିଳ୍ପପତିଙ୍କ ସମେତ ୩ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଯାଜପୁରରୁ ୨ଟି ଟ୍ରକ୍ରେ ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍କୁ ବାଟରେ ଚୋରି କରିଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ପ୍ରାୟ ମାସେ ପୂର୍ବେ ଯାଜପୁରରୁ ୨ଟି ଟ୍ରକ୍ରେ ଛତିଶଗଡ଼ର ଏକ କାରଖାନାକୁ ପିଗ୍ ଆଇରନ୍ ଯାଉଥିଲା। […]
ବଲାଙ୍ଗିର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଏକ ଘର ଉପରେ ଗ୍ରାମବାସୀମାନେ ଅତର୍କିତ ଚଢ଼ାଉ କରି ୩ଜଣ ଯୁବକଙ୍କ ସହ ଜଣେ ଯୁବତୀଙ୍କୁ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ୍ ମାଡ଼ ମାରିଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରୋଭାଡି ଗାଁରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ୩ଜଣ ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି। ଗାଁର ଏକ ଘରେ ଏମାନେ ସମସ୍ତେ ରହୁଥିଲେ। ତେବେ ଗ୍ରାମବାସୀମାନେ […]
ଭୁବନେଶ୍ୱର: ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଆଜି ଏଭଳି ଶପଥ ନେଇଛନ୍ତି ପଞ୍ଚାୟତିରାଜ ବିଭାଗ କର୍ମଚାରୀ। ଲୋକସେବା ଭବନରେ ଛିଡ଼ା ହୋଇ ପ୍ରମୁଖ ସଚିବଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ଏହି ଶପଥ ନେଇଛନ୍ତି। ଶପଥ ପତ୍ରରେ ଲାଞ୍ଚ ନ ନେବା ସହ ଅନେକ ହଲପ ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସ୍ୱଚ୍ଛତା ରଖିବା ପାଇଁ ଏହି ଶପଥ […]
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ପୁଲିସ୍ର ଏନ୍କାଉଣ୍ଟର। ଏଥିରେ ଟିଙ୍ଗିରି ଦୋରା ନାମକ ଜଣେ ଅଭିଯୁକ୍ତ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦୀପାବଳି ଅବସରରେ ପାଣ୍ଡିଆପଥର ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର ବଳରାମ ସେଠୀ (୨୨) ନାମକ ଜଣେ ଯୁବକ ଠିଆ ହୋଇ ଖେଳ ଦେଖୁଥିଲେ। ଏହି ସମୟରେ […]
ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ। ଟିକ୍ଟକ୍ରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଜଣେ ଯୁବତୀ ନିଜ ଟିକ୍ଟକ୍ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିବା ଜଣାପଡ଼ିଛି। ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖ ଓ ଭୋଗ ପାଇଁ ଅବଢ଼ା ବୁହାଯିବାର ଦୃଶ୍ୟ ଭାଇରାଲ ହୋଇଛି। ତେବେ ଭାଇରାଲ ନେଇ ଏଯାଏ କୌଣସି ଏତଲା ହୋଇ ନ ଥିବା ସୂଚନା ମିଳିଛି। ସୂଚନାଥାଉ କି, ଏହାପୂର୍ବରୁ ଗତ କିଛିଦିନ ତଳେ ଆନନ୍ଦବଜାରରେ […]
ଭଦ୍ରକ: କାଳୀପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭଦ୍ରକ ସହରରେ ଧୁମ୍ଧାମ୍ରେ ମା’ କାଳୀଙ୍କୁ ପୂଜା କରାଯାଉଛି। ସହରର ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କାଳୀପୂଜା ପାଇଁ ଆଜି ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ୍କୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଫଳରେ ଆଜି ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ। ସୂଚନାଯୋଗ୍ୟ, ଏଥର ଭଦ୍ରକ ସହରରେ ୧୧ଟି କାଳୀ ମେଢ଼ ହୋଇଛି।
ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ସୁକଦେବ ମୁଣ୍ଡା। ସେ ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁକଦେବ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସୁକଦେବଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୁଲିସ୍ […]
ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ପୁଣି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮୦ରୁ ଅଧିକ ପରିବା ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ପରିବା ମାର୍କେଟ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଳୁ, ପିଆଜ, ଅଦା ବସ୍ତା ପୋଡ଼ି ପାଉଁଶ ହୋଇଯିବା ସହ ଗଚ୍ଛିତ ଥିବା ଟମାଟୋ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। […]
ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଖନ୍ତାପଡ଼ାରେ ଗତକାଲି ରାତିରେ ଏକ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜୋତା ଦୋକାନଟି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସଟ୍ ସର୍କିଟ୍ ଯୋଗୁ ଦୋକାନ ଘରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ନିଆଁରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋତା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ଭୁବନେଶ୍ୱର: ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର କରୁଣ ପରିଣତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅମରେଶ୍ ନାୟକ। ଏୟାରଫିଲ୍ଡ ଥାନା ହାଉସିଂ ବୋଡ୍ କଲୋନୀରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା। ଗତକାଲି ଭୋଜି […]