• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

clash
ବିଚ୍ ରାସ୍ତାରେ ବିଜେଡି କର୍ମୀଙ୍କ ଗଣ୍ଡଗୋଳ

ଯାଜପୁର: ବିଚ୍ ରାସ୍ତାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଠେଲାପେଲା ଓ ଗଣ୍ଡଗୋଳ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖିଲିପଙ୍ଖା ଗାଁରେ ଏହି ଘଟଣା ଘଟିଛି। ଗତକାଲି ଅପରାହ୍ଣରେ ଖିଲିପଙ୍ଖା ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ। ହେଲେ ବିଧାୟକଙ୍କ ପାଖଲୋକ କିଏ ? ତାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଦୁଇ ଗୋଷ୍ଠୀର ସଦସ୍ୟ ପରସ୍ପରକୁ ଅଶ୍ଲୀଳ ଭାଷାରେ […]

  • Wednesday, 21 July 2021
odisha
ବେବି ପାଇକଙ୍କୁ ମିଳିଲା ୩୦ ହଜାର ଟଙ୍କାର ଆର୍ଥିକ ସହାୟତା

ନବରଙ୍ଗପୁର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ନବରଙ୍ଗପୁର ଜିଲ୍ଲା ପାପ଼ଡ଼ାହାଣ୍ଡିର ଝିଅ ବେବି ପାଇକଙ୍କୁ ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବାପା ସୁବାସ ପାଇକଙ୍କ ମୃତ୍ୟୁପରେ ବେବି ନିଜର ୪ ଭଉଣୀଙ୍କ ବିବାହ କରାଇବା ସହ ପରିବାର ପ୍ରତିପୋଷଣ କେମିତି କରିଥିଲେ, ଏ ନେଇ ଖବର ପ୍ରସାରଣ କରିଥିଲା ଓଟିଭି। ‘ବେବିଙ୍କୁ ପ୍ରଣାମ’ ଶୀର୍ଷକ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଛି। […]

  • Wednesday, 21 July 2021
odisha
ଫେରି ଆସିଲା ମଲା ପୁଅ !

ଆସିକା: ଫେରି ଆସିଲା ମଲା ପୁଅ ! ପୁଅ ମରିଯାଇଥିବା ଭାବି ପରିବାର ଲୋକେ ପୁଅର ଶୁଦ୍ଧିକ୍ରିୟା କରିଦେଇ ଥିବାବେଳେ ଶେଷରେ ପୁଅ ଘରକୁ ଫେରି ଆସିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ। ସୂଚନା ଅନୁସାରେ, ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ୱାର୍ଡରେ ରହୁଥିବା ଲକ୍ଷ୍ମଣ ମୁନିଙ୍କ ପୁଅ ଅନୀଲ ମୁନି ୨୦୧୦ ମସିହାରୁ କେଉଁଆଡେ ଚାଲି ଯାଇଥିଲେ। ଏହାର ୩-୪ ବର୍ଷ ପରେ ଅନୀଲର ମୃତ୍ୟୁ ହୋଇଯାଇଥିବା ନେଇ ୨ଜଣ ବ୍ୟକ୍ତି ଆସି […]

  • Wednesday, 21 July 2021
odisha
ପ୍ରେମିକ ଦେଲା ଧୋକା, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ତା’ପରେ...

ଆସିକା: ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ କେଉଁଆଡ଼େ ଫେରାର ହୋଇଯାଛି। ଶେଷରେ କିଛି ଉପାୟ ନ ପାଇ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଟଙ୍କାଛାଇ ଗାଁରେ। ଅଭିଯୋଗ ଅନୁସାରେ, ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥଲେ। ଏପରିକି ଉଭୟେ ବହୁ ଦିନ ହେଲା […]

  • Wednesday, 21 July 2021
accident
ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଦୁର୍ଘଟଣା

ବାଲେଶ୍ୱର: ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ଗାଡିର ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିକଟରେ ଗତକାଲି ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଜିଲ୍ଲା ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଳେଶ୍ୱର ଖୁଆଡ଼ ଅଞ୍ଚଳର ୧୫ ଜଣ ଯୁବକ ବରହମପୁର ଥାନା ମାଟିଆଳିକୁ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ […]

  • Wednesday, 21 July 2021
missing students
କୁଆଡ଼େ ଗଲେ ୫ ଛାତ୍ର, ଜଣେ ଛାତ୍ରୀ ? ମିଳୁନି ପତ୍ତା

ପାରଳାଖେମୁଣ୍ଡି/ଆନନ୍ଦପୁର: ୫ ଜଣ ଦଶମ ଶ୍ରେଣୀ ଛାତ୍ର ଓ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜଙ୍କ ମଧ୍ୟରୁ ୫ଜଣ ଛାତ୍ର ଗଜପତି ଜିଲ୍ଲାର ହୋଇଥିବା ଛାତ୍ରୀ ଜଣକ କେନ୍ଦୁଝର ଜିଲ୍ଲାରେ ଏକ ଆଶ୍ରମ ସ୍କୁଲରେ ପଢ଼ୁଥିଲେ। ସୂଚନା  ଅନୁସାରେ, ପାରଳାଖେମୁଣ୍ଡିର ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡ଼ୁ ଗାଁର ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗତକାଲି ସକାଳେ ସ୍କୁଲ ଯିବାକୁ କହି ଘରୁ ଆସିଥିଲେ। ହେଲେ ଘରକୁ ଆଉ […]

  • Wednesday, 21 July 2021
loot
ଭୁବନେଶ୍ୱରର ହାଇ ସିକ୍ୟୁରିଟି ଜୋନ୍‌ରୁ ଡକାୟତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଫିକର୍ ଲୁଟେରା। ଗତକାଲି ବିଳମ୍ବିତ ରାତିରେ  ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍‌ରୁ ଏକ ଅଭିନବ ଉପାୟରେ ଚୋରମାନେ ଲୁଟ୍ କରିଛନ୍ତି। ଏୟାରପୋର୍ଟ ଅଞ୍ଚଳରେ ଥିବା ଏକ ମାର୍ବଲ ଶୋ’ ରୁମ୍‌ରୁ ଏହି ଲୁଟ୍‌ ହୋଇଛି। ଚୋରମାନେ ଶୋ’ ରୁମ୍‌ର ଗ୍ରୀଲ୍ ଭାଙ୍ଗି ନାହାନ୍ତି କି ଲକ୍‌ ଟାଡି ନାହାନ୍ତି ବରଂ  ସିଧାସଳଖ ଟିଣର ଛାତ ତାଡ଼ି ସିଢ଼ି ମାଧ୍ୟମରେ ଶୋ’ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ। ଏପରିକି ଚୋରମାନେ ଶୋ’ ରୁମ୍‌ ଭିତରେ […]

  • Wednesday, 21 July 2021
odisha
ଭାଇରାଲ ହେଲା ସ୍କୁଲ ଦିଦିଙ୍କ ଦାଦାଗିରି ଭିଡିଓ, ଦେଖାଇଲେ ନାଲି ଆଖି

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ସ୍କୁଲକୁ ବିଳମ୍ବରେ ଆସୁଛନ୍ତି। ଆଉ ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଖାଲି ନାଲି ଆଖି ନୁହେଁ ଗାଳିଗୁଲଜ ବି କରିବାକୁ ପଛାଇ ନାହାନ୍ତି। ବୌଦ୍ଧ ଜିଲ୍ଲାରେ ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଗୁଢ଼ିଆଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ […]

  • Wednesday, 21 July 2021
odisha
ବଗି ଛାଡ଼ି ଇଞ୍ଜିନ୍ ଛୁ....

ବାଲୁଗାଁ: ବଗି ଛାଡ଼ି ଇଞ୍ଜିନ୍ ଛୁ….ଆଜି ସକାଳେ ବିଶାଖା ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଲ୍‌ୱେ ଷ୍ଟେସନ ନିକଟରେ ଏହାର କିଛିଟା ବଗିକୁ ଛାଡ଼ି ଇଞ୍ଜିନ୍‌ କିଛି ବାଟ ପଳାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଓ କାହାର କିଛି ହୋଇ ନ ଥିବା ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଘଟିଥିବା ରେଲ୍‌ୱେ କହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ପୂର୍ବତଟ […]

  • Wednesday, 21 July 2021
odisha
ବିଜେଡି ସଭାରେ ବିଜେଡିକୁ ଗାଳି

ବାଲିଗୁଡ଼ା: ବିଜେଡି ସଭାସ୍ଥଳରେ ବିଜେଡି ଦଳ ଓ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି ଜଣେ ମହିଳା। ‘ଆମେ କେଉଁ ଗୌରବରେ ଆନନ୍ଦିତ ହେବୁ ଯେ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିବୁ’ ବୋଲି ମହିଳା ଜଣକ ପ୍ରଶ୍ନ କରିଛନ୍ତି। ମହିଳାଙ୍କ ଅଭିଭାଷଣ ବେଳେ ବିଜେଡି ବିଧାୟକ ଓ ବାଲିଗୁଡ଼ା ଏନ୍ଏସି ଚେୟାରମ୍ୟାନ ଉପସ୍ଥିତ ଥାଇ ଶୁଣୁଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କନ୍ଧମାଳ […]

  • Wednesday, 21 July 2021
cloudy
ଆସନ୍ତା ୫ ଦିନ ଯାଏ ନାହିଁ ଓଡ଼ିଶାକୁ ବଡ଼ ବର୍ଷାର ଭୟ !

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ କୌଣସି ବଡ଼ ବର୍ଷାର ଭୟ ନାହିଁ। ତେବେ ନଭେମ୍ବର ୩ ତାରିଖ ଆଡ଼କୁ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଆକାରରେ ସୃଷ୍ଟ ହେବାର ସମ୍ଭାବନା ରହିଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରିବ। ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ […]

  • Wednesday, 21 July 2021
cuttack
ମିଛ ଭୟ ଦେଖାଇ ଲୋକଙ୍କଠୁ ଟଙ୍କା, ସୁନା ଲୁଟୁଥିଲେ ଭଣ୍ଡ ବାବା; ଧରା ପଡ଼ିଗଲେ

କଟକ: ଧରା ପଡ଼ିଲା ଭଣ୍ଡ ବାବାଙ୍କ କଳା କାରନାମା। ମିଛ କଥା କହି ଲୋକଙ୍କୁ ଠକୁଥିଲେ, ଶେଷରେ ଧରାପଡ଼ିଲେ। ଏପରି କିଛି ଘଟଣା ଘଟିଛି କଟକରେ। ଭଣ୍ଡ ବାବାଙ୍କ ଘର ବିଡ଼ାନାସୀ କୃଷକ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ‘ଜୀବନ ପ୍ରତି ବିପଦ ରହିଛି…ଯଦି ଏହାର ପ୍ରତିକାର ନ କରନ୍ତି ତେବେ ଅସୁବିଧା ହେ‘- ଏମିତି ମିଛି କଥା ଲୋକଙ୍କୁ କହି ଏହି ଭଣ୍ଡ ବାବା ପୂଜାପାଠ ବାହାନାରେ ସୁନା ଅଳଙ୍କାର ଓ ଟଙ୍କା ନେଇଥିଲେ। ବାବାଙ୍କ […]

  • Wednesday, 21 July 2021
representational image
ନଦୀକୂଳରୁ ମିଳିଲା ବାପ-ପୁଅଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଡବଲ୍‌ ମର୍ଡର। ଗାଁ ନିକଟ ନଦୀକୂଳରୁ ବାପ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସଦନ ମାଳି ଓ ତାଙ୍କ ପୁଅ ନୀଳାମ୍ବର ମାଳି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି, ସେମାନଙ୍କୁ ହତ୍ୟା କରାଯାଇଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ୨ଜଣ ଅଭିଯୁକ୍ତ ମାଥିଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। […]

  • Wednesday, 21 July 2021
puri
ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ। ସ୍ୱର୍ଗଦ୍ୱାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତେବେ ସ୍ମୃତି ସ୍ଥଳରେ କେବଳ ସ୍ମୃତି ଫଳକଟିଏ ରହିବ। ସ୍ୱର୍ଗଦ୍ୱାରର ବିକାଶ ପାଇଁ ଏହା ସମ୍ପୂର୍ଣ୍ଣ ସମର୍ପିତ ବୋଲି ଦାସବର୍ମା କହିଛନ୍ତି।  ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀବାସୀ। ସୂଚନାଥାଉ କି, ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ […]

  • Wednesday, 21 July 2021
baliyatra
ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯିବ କଟକ ବାଲିଯାତ୍ରା

କଟକ: ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯିବ କଟକ ବାଲିଯାତ୍ରା। ଏନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ବୈଠକ ପରେ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କଟକ ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। କଟକ ବାଲିଯାତ୍ରାକୁ ଏକ ରାଜ୍ୟସ୍ତରୀୟ ଫେଷ୍ଟିଭାଲ୍‌ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ସଂସ୍କୃତି ଓ […]

  • Wednesday, 21 July 2021
odisha
ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

ପିପିଲି: ଅଣ୍ଟିଲାନି ପ୍ରଶ୍ନପତ୍ର, ବାଧ୍ୟ ହୋଇ କଳାପଟାରେ ଲେଖାଗଲା ପ୍ରଶ୍ନ। ପରୀକ୍ଷା ବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେ। ପୀତବାସ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଷଷ୍ଠ ଶ୍ରେଣୀ ଷଣ୍ମାସିକ ପରୀକ୍ଷା ହୋଇଥିଲା। ତେବେ ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ ବାଧ୍ୟ ହୋଇ ଶିକ୍ଷୟତ୍ରୀ କଳାପଟାରେ ପ୍ରଶ୍ନ ଲେଖିଥିଲେ। ସୂଚନା ଅନୁସାରେ, ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ୧୦ଟି ପ୍ରଶ୍ନପତ୍ର ଆସିଥିଲା। ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା […]

  • Wednesday, 21 July 2021
konark
ବଦଳିଲା କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ର ସମୟରେ ପରିବର୍ତ୍ତନ ହୋଇଛି।  ଆଜିଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକମାନେ ଏହି ସମୟ ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିପାରିବେ। ସେହିପରି ସନ୍ଧ୍ୟା ସାଢେ ୬ଟାରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ ପର୍ଯ୍ୟନ୍ତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଅନୁଷ୍ଠିତ ହେବ। କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସନ୍ଧ୍ୟାରେ ଏହି ଶୋ’ର […]

  • Wednesday, 21 July 2021
ganjam
ମହଙ୍ଗା ପଡ଼ିଲା ବାହାରେ ମଳ ତ୍ୟାଗ କରିବା, ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ମଳ ତ୍ୟାଗ କରିବା। ବାହାରେ ମଳ ତ୍ୟାଗ କରିବା ଯୋଗୁ ୨୪ଟି ପରିବାରର ରାସନ୍‌ ସାମଗ୍ରୀ ବନ୍ଦ କରି ଦିଆଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଗୌତମୀ ପଞ୍ଚାୟତରେ। ଗାଁରେ ବାହ୍ୟ ମଳ ତ୍ୟାଗ କରିବାକୁ ପୂର୍ବରୁ ମନା କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ହେଲେ ଏ ସବୁ ସତ୍ତ୍ୱେ ୨୪ଟି ପରିବାର ଏହି ନିୟମକୁ ମାନି ନ ଥିଲେ। ଫଳରେ ଗୌତମୀ ପଞ୍ଚାୟତର ସରପଞ୍ଚ […]

  • Wednesday, 21 July 2021
odisha
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା(ମାଣିକ ଲାଲ୍ ପାଣି): ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବର୍ଷା ଯୋଗୁ ଜୁନ୍‌ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି। ସେହିପରି ଯଶିପୁର ପଟ କାଳିଆଣି ଗେଟ୍‌ ଦେଇ ମଧ୍ୟ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ। ପ୍ରଥମ ଦିନରେ ମୋଟ ୧୦୧ ଜଣ ପର୍ଯ୍ୟଟକ ଏହି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। […]

  • Wednesday, 21 July 2021
fish
ମାଛ ଗୋଟାକ ୨ ଲକ୍ଷ !

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରା ହୋଇଛି। ମାଛଟି ଦେଖିବାକୁ ଅଧିକ ଲମ୍ବା ହୋଇଥିବାବେଳେ ଏହାର ମୁହଁ ଥଣ୍ଟ ଆକୃତିର। ଏହି ମାଛକୁ ‘ମୟୂର ମାଛ’ ‍‍‍ବୋଲି ‍‍‍ କୁହାଯାଉଛି। ଆଜି ସକାଳେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛକୁ ଧରିଥିଲେ। ମାଛଟି ଜାଲରେ ଧରା ପଡ଼ିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। କିଲୋ ୧୦ ହଜାର ଟଙ୍କା ହିସାବରେ ୨ ଲକ୍ଷ […]

  • Wednesday, 21 July 2021
odisha
ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଏବେ ଅସୁରକ୍ଷିତ ତାଙ୍କ ବାପା !

ଯାଜପୁର : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନିଜକୁ ଅସୁରକ୍ଷିତ ମଣିଛନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି, ‘ ଝିଅକୁ ହତ୍ୟା କରିଦେବା ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପୁଅମାନେ ବାହାରେ ରହୁଛନ୍ତି। ତେଣୁ ମୁଁ ତାଙ୍କ ପାଖକୁ ପଳାଇବି। ଏଠି କାହା ପାଖରୁ ମୁଁ ନ୍ୟାୟ ପାଉ ନାହିଁ। ଥାନା କ’ଣ..ରାଜନୀତିକ ଲୋକ କ’ଣ…ମୁଁ କାହାଠୁ ବି ଆଶ୍ୱାସନା ପାଉ ନାହିଁ। ତେଣୁ […]

  • Wednesday, 21 July 2021
airport
ଆଜିଠୁ ବନ୍ଦ ହେବନି ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି। ରନ୍‌ୱେର ରି–କାର୍ପେଟିଂ ଯୋଗୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବର ୧ରୁ ରାତି ସାଢ଼େ ୧୦ଟାରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ […]

  • Wednesday, 21 July 2021
accident
ଆଇରନ୍‌ ଅନ୍‌ଲୋଡ୍‌ ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ପାରାଦୀପ: ପାରାଦୀପର ନିଷିଦ୍ଧାଞ୍ଚଳ ଆଇରନ୍‌ ପ୍ଲଟ୍‌ରେ ଆଇରନ୍‌ ଅନ୍‌ଲୋଡ୍‌ ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ଟ୍ରକ୍‌ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଚାଟମୁଣ୍ଡୁଳି ଗାଁର ଗନ୍ଧର୍ବ ଗୌଡ଼। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ସହ କ୍ଷତିପୂରଣ ଦେବାକୁ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ବନ୍ଦର ପରିଚାଳନା କମିଟି ସହିତ ଶ୍ରମିକ ସଂଘ ନେତା […]

  • Wednesday, 21 July 2021
hockey
ହକି ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ FIH ହକି ଅଲିମ୍ପିକ୍‌ କ୍ୱାଲିଫାଏର୍‌ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍‌ଏର ମହିଳା ଦଳ ଭାଗ ନେଉଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି। ଜାଣି ରଖନ୍ତୁ କ’ଣ ରହିଛି ଟ୍ରାଫିକ୍‌ କଟକଣା… ଶାସ୍ତ୍ରୀ ନଗର ଓ ଜୟଦେବ ବିହାର ଛକ ମଧ୍ୟରେ ରାସ୍ତାରେ […]

  • Wednesday, 21 July 2021
sura
‘ଏ ଦଳରେ ସେ ସବୁ ଚଳିବନି… ଏବେ ଦଳ ଖରାପ ପୋଜିସନ୍‌ରେ ଅଛି’

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ‘ଯେଉଁମାନେ ଦଳ ବିରୋଧରେ ମେଳି କରୁଛନ୍ତି ସେମାନେ ସିଧା ଯାଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ଦେଖା କରନ୍ତୁ।’ ସେହିପରି ନୂତନ ପିସିସି ସଭାପତି ଦୌଡ଼ରେ ସେ ନାହାନ୍ତି ବୋଲି ସୁର ରାଉତରାୟ ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଏ ଦଳରେ ସେ ସବୁ ଚଳିବନି…ଏବେ ଦଳ ଖରାପ […]

  • Wednesday, 21 July 2021