• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cyclone
ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଆଜି ସକାଳ ସାଢ଼େ ୫ଟାରେ ଅବପାତରେ ପରିଣତ ହୋଇଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟତଃ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି। କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ଏହା ସାଇକ୍ଲୋନ୍‌ ବା ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ […]

  • Wednesday, 21 July 2021
odisha
ମହାନଦୀ ପଠାରୁ ମିଳିଲା ପ୍ରଧାନଶିକ୍ଷକଙ୍କ ମୃତଦେହ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟସ୍ଥ ମହାନଦୀ ପଠାରୁ ନିଖୋଜ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାହାଡ଼ାପଦ ଗାଁର ନିମାଇଁ ଚରଣ ମହାପାତ୍ର। ସେ ସିଂହନାଥପୁର ୟୁଜିଏମ୍‌ଇ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଗତ ତିନିଦିନ ତଳେ ନିମାଇଁ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଗତକାଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପ୍ରଧାନଶିକ୍ଷକଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି […]

  • Wednesday, 21 July 2021
odisha
ସମୁଦ୍ରରେ ବୁଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଛି। ତେବେ ସମସ୍ତ ୬ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମତ୍ସଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋର ସମୟରେ ୬ଜଣ ମତ୍ସଜୀବୀ ଏକ ମାଛଧରା ଟ୍ରଲରରେ ମାଛଧରି ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲେ। ଏହି ସମୟରେ ଘନ କୁହୁଡି ଯୋଗୁ ସମୁଦ୍ର ଭିତରେ ବୁଡ଼ି […]

  • Wednesday, 21 July 2021
odisha
ଆର୍ଥିକ ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ବ୍ରହ୍ମପୁର: ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା ଇଶାକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଆର୍ଥିକ ହେରଫେର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। […]

  • Wednesday, 21 July 2021
cyclone
ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଏବେ ଏହା ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ଏବଂ ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବାର […]

  • Wednesday, 21 July 2021
representational image
ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ !

ରାଉରକେଲା: ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ। ଭୁଲ୍ ଇଞ୍ଜେକ୍ସନ ଦେବାରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।  ମୃତକ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି। ମୃତକ ଯୋଶେଫ୍ ୨୦୧୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିଲେ। ଗତକାଲି ଯୋଶେଫ୍‌ଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ RGHରେ ଭର୍ତ୍ତି […]

  • Wednesday, 21 July 2021
representationl image
କାଳୀ ପୂଜା ଯାତ୍ରା ଦେଖି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ !

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ ଅଧା ବାଟରେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ନାବାଳିକାଙ୍କ ସମ୍ପର୍କୀୟ ଭାଇଙ୍କୁ ଜଣେ ଯୁବକ ଟାଣି ଧରିଥିବା ବେଳେ ଆଉ ୩ ଜଣ ଯୁବକ ନାବାଳିକାଙ୍କୁ ପାଖ […]

  • Wednesday, 21 July 2021
naveen patnaik
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ବରଖାସ୍ତ ହେଲେ ୬ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଛନ୍ତି। ଏହାସହ ୫ ଅଧିକାରୀଙ୍କ ପେନ୍‌ସନ୍‌ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମସ୍ତ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବା ଜଣାପଡ଼ିଛି।

  • Wednesday, 21 July 2021
puri
‘ଯେଉଁମାନଙ୍କର ଡବଲ୍‌ ଛାତ ସେମାନେ ପାଉଛନ୍ତି, ହେଲେ ଆମେମାନେ...’

ପୁରୀ: ବାତ୍ୟା ‘ଫୋନି’ର ୬ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଯାହାକୁ ନେଇ ଶତାଧିକ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯାଇ ପହଞ୍ଚିଥିଲେ। ଘଟଣା ଘଟିଛି ପୁରୀ ଜିଲ୍ଲାରେ। ‘ଫୋନି’ରେ ପ୍ରଭାବିତ ପ୍ରକୃତ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନଥିବା ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶତାଧିକ ଲୋକେ ଅଭିଯୋଗ କରିଛନ୍ତି। ‘ଫୋନି’ରେ ଅନେକ ଲୋକଙ୍କ ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ନାଁ କ୍ଷତିଗ୍ରସ୍ତ ତାଲିକାରେ ନ ଥିବା ନେଇ ଅଭିଯୋଗ […]

  • Wednesday, 21 July 2021
cyclone
‘ବାତ୍ୟା ପାଇଁ ପାଗ ସୁହାଉଛି’

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ […]

  • Wednesday, 21 July 2021
Jackal
ଶିଆଳ ମୁହଁରୁ ଛୁଆଙ୍କ ଜୀବନ ଫେରାଇ ଆଣିଲା ମା’

ଯାଜପୁର(ଗୁଲାମ ଗସ୍‌): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖି ପିଲାଙ୍କୁ ବଞ୍ଚାଇବାକୁ ଯାଇ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଗଲେ ଜଣେ ମହିଳା। ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମକ ଜଣେ ମହିଳା ୨ ଝିଅ ଶୁଭଲକ୍ଷ୍ମୀ ବେହେରା(୧୧) ଓ ଶୁଭଶ୍ରୀ ବେହେରା(୮) ଙ୍କ ସହ ଗାଁ ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଅଚାନକ ଏକ ଶିଆଳ […]

  • Wednesday, 21 July 2021
Odisha
ଦାନା ବାନ୍ଧୁଛି ଆଉ ଏକ ବାତ୍ୟା !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨-୩ ଦିନ ମଧ୍ୟରେ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଡିପ୍ରେସନ୍‌ରେ ପରିଣତ ହେବ। ଏହାପରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ନଭେମ୍ବର ୮ ତାରିଖରେ […]

  • Wednesday, 21 July 2021
odisha
ଯୌନ ଶୋଷଣ ଅଭିଯୋଗ ମାମଲା: ବନ୍ଧା ହେଲେ ପ୍ରମୋଦ

କେନ୍ଦ୍ରାପଡ଼ା: ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍‌ ତାଙ୍କୁ ଉଠାଇ ନେବା ପରେ ଅଟକ ରଖିଥିଲେ। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ […]

  • Wednesday, 21 July 2021
accident
କେନାଲକୁ ଖସିପଡ଼ିଲା ସ୍କୁଲ ଗାଡ଼ି

କୋଣାର୍କ(ସଞ୍ଜୟ ପତି): କେନାଲକୁ ଖସିପଡ଼ିଲା ଟାଟା ମ୍ୟାଜିକ୍‌ ଗାଡ଼ି। ଆଜି ସକାଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସି ପଡ଼ିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଉକ୍ତ ସମୟରେ ଗାଡ଼ିରେ ୧୭ ଛାତ୍ରଛାତ୍ରୀ ଥିଲେ। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତୁଳସୀପୁର ସ୍ଥିତ ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍‌ […]

  • Wednesday, 21 July 2021
representational image
ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି !

ସମ୍ୱଲପୁର(ସଞ୍ଜୟ ଜେନା): ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି ! ମେଡିକାଲ ବେଡ୍‌ରେ ୧୨ଘଣ୍ଟା ଧରି ପଡ଼ି ରହିଲା ମୃତଦେହ। ବୁର୍ଲା ବଡ଼ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ୬୦ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ ଟ୍ୟୁମର ହୋଇଥିଲା। ଅସ୍ତ୍ରୋପଚାର ପାଇଁ ସେ ଗତ ୨୩ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସହ ଆସିଥିବା ବ୍ୟକ୍ତି ତାଙ୍କୁ ମେଡିକାଲରେ […]

  • Wednesday, 21 July 2021
odisha
ଯୌନ ଶୋଷଣ ଅଭିଯୋଗ ମାମଲା: ଆଇନ୍‌ ଜାଲରେ ପ୍ରମୋଦ, ରାତି ଅଧରେ ଉଠାଇ ନେଲା ପୁଲିସ୍‌

କେନ୍ଦ୍ରାପଡ଼ା: ଶେଷରେ ଆଇନ୍‌ର ଲମ୍ବା ହାତ ଯାଇ ପହଞ୍ଚିଲା କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନିକଟରେ। ଯୌନ ଶୋଷଣ ଅଭିଯୋଗ ମାମଲାରେ ପ୍ରମୋଦ ସାହୁଙ୍କୁ ପୁଲିସ୍‌ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା। ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ […]

  • Wednesday, 21 July 2021
odisha
ପ୍ରେମିକ ଘରୁ ମିଳିଲା ପ୍ରେମିକାର ଝୁଲନ୍ତା ମୃତଦେହ

ଆନନ୍ଦପୁର: ପ୍ରେମିକ ଘରୁ ଉଦ୍ଧାର ହେଲା ପ୍ରେମିକାର ଝୁଲନ୍ତା ମୃତଦେହ। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା ଦାସ। ସୂଚନା ଅନୁସାରେ, ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟ, ସ୍ନେହଲତାଙ୍କୁ ଭଲ ପାଇ ଦେଢ଼ମାସ ତଳେ ତାଙ୍କ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କର ବିବାହ ହୋଇ ନ ଥିଲା। କିଛିଦିନ ହେବ ଅକ୍ଷୟ […]

  • Wednesday, 21 July 2021
odisha
ଗାଁ ଛାଡ଼ିଲେ ମୃତ ସ୍ମିତାରାଣୀଙ୍କ ପରିବାର !

ଯାଜପୁର (ଗୁଲାମ ଗସ୍): ଗାଁ ଛାଡ଼ିଲେ ମୃତ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାର। ଦୁଇ ଦିନ ତଳେ ଗାଁ ଛାଡ଼ି ପୁଅ ପାଖରେ ରହିବେ ବୋଲି ସ୍ମିତାରାଣୀଙ୍କ ବାପା କହିଥିଲେ। ସେମାନେ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି। ସେଠାରୁ ସେମାନେ ରାଜ୍ୟ ବାହାରେ ରହୁଥିବା ତାଙ୍କ ପୁଅ ଘରକୁ ଚାଲି ଯିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ଗାଁ ଘରେ ତାଲା ପଡ଼ିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ମୁତୟନ […]

  • Wednesday, 21 July 2021
bjp
୫ରେ ସବୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ବିକ୍ଷୋଭ କରିବ। ଆସନ୍ତା ୫ ତାରିଖ ଦିନ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେପିର ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ ବୋଲି ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲା ପରେ […]

  • Wednesday, 21 July 2021
odisha
ପୂଜାପାଠ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଭଣ୍ଡ ବାବାଙ୍କୁ ନିଧୂର୍ମ ପିଟିଲେ ଲୋକେ

ବାସୁଦେବପୁର: ପୂଜାପାଠ ନାଁରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚୁଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ। ପୁଲିସ୍ ଉକ୍ତ ଭଣ୍ଡ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଗାଁର ଜଣେ ମହିଳାଙ୍କର ବିବାହର ୫ ବର୍ଷ ପରେ ବି ପିଲାଛୁଆ ହୋଇ ନ ଥିବାରୁ କୁଷ୍ଣପୁର ଗାଁର ଭଣ୍ଡ ବାବା ଗୌରହରି ତଳା ତାଙ୍କୁ କିଛି […]

  • Wednesday, 21 July 2021
clash
ବିଚ୍ ରାସ୍ତାରେ ବିଜେଡି କର୍ମୀଙ୍କ ଗଣ୍ଡଗୋଳ

ଯାଜପୁର: ବିଚ୍ ରାସ୍ତାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଠେଲାପେଲା ଓ ଗଣ୍ଡଗୋଳ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖିଲିପଙ୍ଖା ଗାଁରେ ଏହି ଘଟଣା ଘଟିଛି। ଗତକାଲି ଅପରାହ୍ଣରେ ଖିଲିପଙ୍ଖା ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ। ହେଲେ ବିଧାୟକଙ୍କ ପାଖଲୋକ କିଏ ? ତାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଦୁଇ ଗୋଷ୍ଠୀର ସଦସ୍ୟ ପରସ୍ପରକୁ ଅଶ୍ଲୀଳ ଭାଷାରେ […]

  • Wednesday, 21 July 2021
odisha
ବେବି ପାଇକଙ୍କୁ ମିଳିଲା ୩୦ ହଜାର ଟଙ୍କାର ଆର୍ଥିକ ସହାୟତା

ନବରଙ୍ଗପୁର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ନବରଙ୍ଗପୁର ଜିଲ୍ଲା ପାପ଼ଡ଼ାହାଣ୍ଡିର ଝିଅ ବେବି ପାଇକଙ୍କୁ ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବାପା ସୁବାସ ପାଇକଙ୍କ ମୃତ୍ୟୁପରେ ବେବି ନିଜର ୪ ଭଉଣୀଙ୍କ ବିବାହ କରାଇବା ସହ ପରିବାର ପ୍ରତିପୋଷଣ କେମିତି କରିଥିଲେ, ଏ ନେଇ ଖବର ପ୍ରସାରଣ କରିଥିଲା ଓଟିଭି। ‘ବେବିଙ୍କୁ ପ୍ରଣାମ’ ଶୀର୍ଷକ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଛି। […]

  • Wednesday, 21 July 2021
odisha
ଫେରି ଆସିଲା ମଲା ପୁଅ !

ଆସିକା: ଫେରି ଆସିଲା ମଲା ପୁଅ ! ପୁଅ ମରିଯାଇଥିବା ଭାବି ପରିବାର ଲୋକେ ପୁଅର ଶୁଦ୍ଧିକ୍ରିୟା କରିଦେଇ ଥିବାବେଳେ ଶେଷରେ ପୁଅ ଘରକୁ ଫେରି ଆସିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ। ସୂଚନା ଅନୁସାରେ, ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ୱାର୍ଡରେ ରହୁଥିବା ଲକ୍ଷ୍ମଣ ମୁନିଙ୍କ ପୁଅ ଅନୀଲ ମୁନି ୨୦୧୦ ମସିହାରୁ କେଉଁଆଡେ ଚାଲି ଯାଇଥିଲେ। ଏହାର ୩-୪ ବର୍ଷ ପରେ ଅନୀଲର ମୃତ୍ୟୁ ହୋଇଯାଇଥିବା ନେଇ ୨ଜଣ ବ୍ୟକ୍ତି ଆସି […]

  • Wednesday, 21 July 2021
odisha
ପ୍ରେମିକ ଦେଲା ଧୋକା, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ତା’ପରେ...

ଆସିକା: ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ କେଉଁଆଡ଼େ ଫେରାର ହୋଇଯାଛି। ଶେଷରେ କିଛି ଉପାୟ ନ ପାଇ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଟଙ୍କାଛାଇ ଗାଁରେ। ଅଭିଯୋଗ ଅନୁସାରେ, ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥଲେ। ଏପରିକି ଉଭୟେ ବହୁ ଦିନ ହେଲା […]

  • Wednesday, 21 July 2021
accident
ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଦୁର୍ଘଟଣା

ବାଲେଶ୍ୱର: ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ଗାଡିର ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିକଟରେ ଗତକାଲି ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଜିଲ୍ଲା ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଳେଶ୍ୱର ଖୁଆଡ଼ ଅଞ୍ଚଳର ୧୫ ଜଣ ଯୁବକ ବରହମପୁର ଥାନା ମାଟିଆଳିକୁ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ […]

  • Wednesday, 21 July 2021