ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । […]
ଭୁବନେଶ୍ୱର : ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି । ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଘରୋଇ ସ୍କୁଲ୍ ଫି ପ୍ରସଙ୍ଗ ଥିବାରୁ ସରକାର ଚାହିଁଲେ ଘରୋଇ […]
ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।
କୋରାପୁଟ: ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ସେମାନେ କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରେ ଲୁଚାଇ ରିଖିଥିବା ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା […]
ବ୍ରହ୍ମପୁର: ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର କୋଟିପତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଶିକ୍ଷକଙ୍କ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚରାଉଚରା କରିଥିଲା। ଭୁବନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ କରିଥିବା ଦର୍ଶାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିବା ଜଣାପଡିଛି। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ […]
ବ୍ରହ୍ମପୁର: ପ୍ରଶାସନ ପାଖରେ ଗୁହାରି କଲେ ହେଲେ ସମାଧାନ ହୋଇପାରିଲାନି ସମସ୍ୟା। ମୁହାଣ ପୋତି ହୋଇ ଯାଉଥିବାରୁ ଏନେଇ ଆଗେଇ ଆସିଲେ ଗାଁ ଲୋକେ। ନିଜସ୍ୱ ଉଦ୍ୟମରେ ଏମାନେ ମୁହାଣ ଖୋଳିଛନ୍ତି। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ। ଏଠାରେ ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି। ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା। ଫଳରେ ଲଗାଣ ବର୍ଷା ହେଲେ ଗାଁରେ ନଦୀ ପାଣି ପସିବା […]
ଭୁବନେଶ୍ୱର: ପୁଣି ଓଟିଭି ଉପରେ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ବିନା ନୋଟିସ୍ରେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ତରବରିଆ ଭାବେ ଭାଙ୍ଗୁଛି ପ୍ରଶାସନ। ତେବେ ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା, ପ୍ରକୃତିକ ଜଳ ସ୍ରୋତ ପାଇଁ ରାସ୍ତା ନ ଥିବାରୁ ଉଚ୍ଛେଦ କରାଯାଉଛି। ତେବେ କାହା ଜମିରେ ଏହି ପାଚେରି ହୋଇଛି, ସେ ନେଇ ପରେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି। ବେଆଇନ୍ ଭାବେ ରାସ୍ତା ଅବରୋଧ ହୋଇଥିବାରୁ ଉଚ୍ଛେଦ କରାଯାଉଛି ବୋଲି ସେ […]
ଭୁବନେଶ୍ୱର: ରାଜ୍ୟରେ ଅନ୍ଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱରରେ ସରକାରୀ ନିୟମର ଉଲ୍ଲଘଂନ କରି ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟର ଅଳ୍ପ ଖୋଲି ଦୋକାନୀମାନେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ନଜର ଆସିଛି। ଗୋଟିଏପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବାବେଳେ, ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ […]
ଭୁବନେଶ୍ୱର: ଆଇପିଏସ୍ ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସତ୍ୟଜିତଙ୍କ ଶିଶୁଭବନ ସ୍ଥିତ ଘରୁ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସତ୍ୟଜିତ ନାୟକ କହିଛନ୍ତି, ଆଇପିଏସ୍ଙ୍କ ଘରୁ ଚୋରି ହେବା କୌଣସି ଛୋଟ କଥା ନୁହେଁ। ପାଟ୍ରୋଲିଂ ଜୋରଦାର ହେବା ଉଚିତ। ଏ ନେଇ ଡିସିପିଙ୍କ ସହିତ କଥା ହୋଇଥିବା […]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଥିବା ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଅନ୍ତେବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ଥିବା ସହ ରୁଟି କଞ୍ଚା ରହୁଥିବା ଅଭିଯୋଗ ହୋଇଛି। ଏହାସହ ଦିଆଯାଉଥିବା ଜଳଖିଆର ମାନ ବି ଖୁବ୍ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ। ରାଜଗାଙ୍ଗପୁର ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ୬ଟି କ୍ୱାରେଣ୍ଟିନ୍ ସେଣ୍ଟରରେ କରାଯାଇଛି। ଉକ୍ତ କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କିଛି ପ୍ରବାସୀ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ […]
କଟକ: ଶୁଣାଣି ସମୟରେ କଳା କୋଟ୍ ଓ ଗାଉନ୍ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି। କଳା କୋଟ୍, ଗାଉନ୍ ପରିବର୍ତ୍ତେ ଧଳା ସାର୍ଟ, ପ୍ୟାଣ୍ଟ ଓ କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଧା ଧଳା ନେକ୍ ବ୍ୟାଣ୍ଡ୍ ପରିଧାନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ନୋଟିସ୍ […]
ଯାଜପୁର଼: ନିଜ ହକ୍ରୁ ବଞ୍ଚିତ ଜଣେ ବୃଦ୍ଧା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବୃଦ୍ଧା ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଏହାର […]
ଭୁବନେଶ୍ୱର: ନେତାଙ୍କୁ ଭୁଲିଗଲେ କି ସରକାର ? କରୋନା ଲଢ଼େଇରେ ବିଧାୟକଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚିଠି ଲେଖି ସେ କହିଛନ୍ତି, ଗଞ୍ଜାମକୁ ୨ରୁ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିବେ। ସ୍ଥାନୀୟ ବିଧାୟକମାନେ ସେମାନଙ୍କର ଅଞ୍ଚଳ ସହ ଭଲ ଭାବେ ପରିଚିତ। ତେଣୁ ବିଧାୟକଙ୍କ ସହ ଗାଁ କମିଟିକୁ କରୋନା ମୁକାବିଲା ଦାୟିତ୍ୱ ଦିଆଯାଉ। ଅଫିସରଙ୍କ ଅପେକ୍ଷା ସ୍ଥାନୀୟ […]
ଆଳି: ଲକ୍ଡାଉନ୍ ପରେ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁରେ। ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ। ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା। ଏହାପରେ ଘରକୁ ଫେରିବାକୁ ସେ ବହୁ […]
ଉମରକୋଟ: ଲୁଣ ମିଳିବନି ବୋଲି ଗୁଜବ ପରେ ଲୁଣ ନେବା ପାଇଁ ଦୋକାନରେ ଲୋକଙ୍କ ଭିଡ଼। ଏପରିକି ଲୋକମାନେ ଳମ୍ବା ଲାଇନ୍ରେ ଛିଡ଼ା ହୋଇ ବସ୍ତା ବସ୍ତା ଲୁଣ ବୋହି ନେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁରରେ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଲୋକମାନେ ଲୁଣ ପାଇଁ ସାମାଜିକ ଦୂରତ୍ୱକୁ ମଧ୍ୟ ଭୁଲି ଯାଇଥିଲେ। ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଏବେ ଲୁଣ ସଙ୍କଟ ନେଇ […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ୍ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଏନେଇ ବିଏମ୍ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମ୍ସିର ଅନୁମତି ନ ନେଇ ଦୋକାନ ଖୋଲିବା ଅଭିଯୋଗରେ ମାର୍କେଟ୍କୁ ସିଲ୍ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ […]
ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ବସ୍। କାଲିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। କରୋନା ଯୋଗୁ ଅଧିକ ପ୍ରଭାବିତ ହୋଇନଥିବା ଅଞ୍ଚଳରେ କଟକଣା କୋହଳ ହୋଇଥିବା ବେଳେ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ କଟକଣା […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ଣ ସାଢ଼େ ୩ଟା ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କନ୍ଧମାଳ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ସୂଚନାଥାଉ କି, ଗତକାଲି ରାଜ୍ୟର ବିଭିନ୍ନ […]
ଭୁବନେଶ୍ୱର: ମାଟ୍ରିକ ଖାତାଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଆସନ୍ତା ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେଉଥିବା ବେଳେ ଖାତା ଦେଖିବା ପାଇଁ ଆଉ ଅଧିକ ୬ ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ। ଖାତାଦେଖା କେନ୍ଦ୍ରରେ […]
ଭୁବନେଶ୍ୱର: ଏଣିକି ବସ୍ ବଦଳରେ ଟ୍ରେନ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀମାନେ ଟ୍ରେନରେ ଆସିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଓ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଟ୍ରେନରେ ଅଣାଯିବ। ତେବେ ବସ୍ରେ ଆସିବାର ଆଉ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି […]
ଭୁବନେଶ୍ୱର: ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୬୦ଟି କ୍ରେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ମେ’୧୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ। ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାସହ ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସ୍ପେଣ୍ଡ୍ କରାଯାଇଛି। ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍ ଭୁଶୁଡ଼ି ଯିବା ଯୋଗୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍ର […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା କ୍ୱାରେଣ୍ଟିନ୍ ସେଣ୍ଟର ପରିସରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ଗୋକୁଳ ସେଠ୍(୨୧)। ଆଜି ସକାଳେ ସେ ଶୌଚ ପାଇଁ ଯାଇ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୪ ମାସ ହେବ ଗୋକୁଳ ଓ ଅନ୍ୟ ୭ଜଣ ଯୁବକ ସିଂଘିଯୁବା […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ୨ ମାସ ଧରି ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ। ଚନ୍ଦକା ବନ ବିଭାଗ ଟିମ୍ ପହଞ୍ଚି ମାଙ୍କଡ଼କୁ ଧରିବା ଲାଗି ଉଦ୍ୟମ କରିଥିଲା। ବହୁ ଉଦ୍ୟମ ପରେ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଗତକାଲି ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨ ମାସ ଭିତରେ ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଏହି […]
ଛତ୍ରପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସୁରତ୍ ଫେରନ୍ତାଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଆନ୍ତର୍ଗତ ଢୁଙ୍କାପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ପ୍ରଫୁଲ୍ଲ କୁମାର ବେହେରା। ସୂଚନା ଅନୁସାରେ, କିଛି ଦିନ ତଳେ ପ୍ରଫୁଲ୍ଲ, ସୁରତରୁ ବସ୍ ଯୋଗେ ଫେରିଥିଲେ। ଫେରିବା ପରେ ସେ ଢୁଙ୍କାପଡ଼ା ପଞ୍ଚାୟତର ଏକ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗୁରୁବାର ସେ କୌଣସି […]