• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bilder
ଆପାର୍ଟମେଣ୍ଟରେ ବିଲ୍‌ଡର୍‌ ରାଜ୍‌; ଘର କିଣି ସୁବିଧା ପାଉ ନହାଁନ୍ତି ଲୋକେ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ହେଉଛି ଛୋଟ ବଡ଼ ସହର। ବଢ଼ି ଚାଲିଛି ଆପାର୍ଟମେଣ୍ଟ କଲଚର। ହେଲେ ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣି ରହୁଥିବା ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନି। ଯାହାଫଳରେ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜଧାନୀର ଟଙ୍କପାଣି ରୋଡ୍‌ ଗଡ଼ଶ୍ରୀରାମପୁରରେ ରହିଛି ଏକ ଆପାର୍ଟମେଣ୍ଟ। ଏଥିରୁ ଫ୍ଲାଟ୍‌ କିଣିଛନ୍ତି ମନୋଜ ଦାଶ। ହେଲେ ସେଠି ତାଙ୍କୁ ମିଳୁନି ଆବଶ୍ୟକ ସୁବିଧା ସୁଯୋଗ କି ହକ୍। ନା ଫ୍ଲାଟ୍‌ ମାଲିକମାନେ ମିଶି ସୋସାଇଟି ତିଆରି କରିପାରୁଛନ୍ତି ନା […]

  • Thursday, 22 July 2021
dradji
ଉଚ୍ଛେଦ ପରେ ମହାପ୍ରଭୁଙ୍କୁ ସେବା ଯୋଗାଇ ଦେବା ନେଇ ଚିନ୍ତାରେ ଦରଜୀ ସେବକ

ପୁରୀ: ଆଜି ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ ଓ ବାସହରା ହେଲେ କିଭଳି ମହାପ୍ରଭୁଙ୍କୁ ସେବା ଯୋଗାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ରଥଯାତ୍ରାରେ ତିନିରଥର କନା ମୁଣ୍ଡଣି କାର୍ଯ୍ୟ ଦରଜୀ ପରିବାର ଉପରେ ନ୍ୟସ୍ତ […]

  • Thursday, 22 July 2021
b-98-2-750x430
ଅପରାଧ ରୋକବିକାକୁ ଟେକ୍ନୋଲଜି ଉପରେ ଗୁରୁତ୍ୱ ଦେବେ ନୂଆ ସିପି

ଭୁବନେଶ୍ୱର:୧୯୯୦ ବ୍ୟାଚ୍‌ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ୍‌ସିଟି କମିଶନେରେଟର ନୂଆ ପୁଲିସ କମିଶନର। ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଥାନାର  ପରିସୀମା ବୃଦ୍ଧି, କମିଶନରେଟ୍ ପୋଲିସ୍‌କୁ ଅତ୍ୟାଧୁନିକ  କରିବା, 5Tକୁ ଗୁରୁତ୍ୱ ଦେବା ଭଳି ଅନେକ ଟାସ୍କ ନୂଆ ସିପିଙ୍କ ଉପରେ ରହିଛି। ସେପଟେ ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ପୁଲିସ କମିଶନର କହିଛନ୍ତି, ଟ୍ୱିନ୍‌ସିଟିର ପୁଲିସ କମିଶନର ଭାବେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ […]

  • Thursday, 22 July 2021
doctor
ଦୀର୍ଘ ବର୍ଷ ଧରି ଚିକିତ୍ସା କରୁଥିଲେ ନକଲି ଡାକ୍ତରାଣୀ; ଧରାପଡ଼ିଲେ

ସୁନ୍ଦରଗଡ଼(ବିଜୟ ବରୁଆ): ଧରାପଡ଼ିଲେ ନକଲି ଡାକ୍ତରାଣୀ। ଦିନେ ନୁହେଁ କି ଦୁଇଦିନ ନୁହେଁ, ଜଣେ ନକଲି ଡାକ୍ତରାଣୀ ଦୀର୍ଘ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିକିତ୍ସା କରୁଥିଲେ। ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ସରଞ୍ଜାମ ରଖି ପରୀକ୍ଷା ମଧ୍ୟ କରୁଥିଲେ। ମଙ୍ଗଳବାର ଏଭଳି ଜଣେ ନକଲି ଡାକ୍ତରାଣୀଙ୍କ କ୍ଲିନିକକୁ ସିଜ୍ କରିଛନ୍ତି ସୁନ୍ଦରଗଡ଼ ସିଡିଏମ୍‌ଓ। ଏପରିକି ନକଲି ଡାକ୍ତର ଶ୍ରୀମତୀ ସିମ୍ରନଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଡାକ୍ତରୀ ସାର୍ଟିଫିକେଟ ନଥାଇ ଡାକ୍ତରାଣୀ ଜଣଙ୍କ ପ୍ରଥମେ […]

  • Thursday, 22 July 2021
murkha
ପଞ୍ଚାୟତ ସମିତି ବୈଠକରେ ହାତାହାତି

ରାୟଗଡ଼ା: ପଞ୍ଚାୟତ ସମିତି ବୈଠକରେ ହାତାହାତି। ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ। ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଘନାତ୍ରୀ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛିା ଆଜି ଗୁଣୁପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ତେବେ କୋରମ୍ ଅଭାବରୁ ବୈଠକକୁ ବାତିଲ କରିବାକୁ ଦାବି ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇଛି ଅଶ୍ୱିନୀ ତାଙ୍କୁ ମାଡ଼ ମାରିଥିଲେ। ଚେୟାର୍‌ରେ ବସିଥିବା ସମୟରେ […]

  • Thursday, 22 July 2021
mbob
ସିଲଭର୍ ସିଟିରେ ସିରିଜ୍ ବୋମାମାଡ଼

କଟକ:ସିଲଭର୍ ସିଟିରେ ସିରିଜ୍ ବୋମାମାଡ଼ ହୋଇଛି। କଟକ ଡଗରପଡ଼ା ହନୁମାନ ମନ୍ଦିର ନିକଟରେ ହୋଇଛି ଏହି ବୋମାମାଡ଼। ଦୁଇ ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ବୋମାମାଡ଼ କରିଛନ୍ତି। ତିନିଟି ବୋମା ଫୋପାଡ଼ି ଦୁଇ ଦୁବୃର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଜଣକୁ ଗିରଫ କରିଛି ଲାଲବାଗ ପୁଲିସ୍। ତେବେ କାହିଁକି ଏହି ବୋମା ମାଡ଼ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନି।  

  • Thursday, 22 July 2021
lig
ସାବଧାନ! ଏହି ଦୁଇ ଜିଲ୍ଲାରେ ହେବ ବଜ୍ରପାତ

ଭୁବନେଶ୍ୱର: ସାବଧାନ! ଜୀବନ ନେଇପାରେ ବଜ୍ରପାତ। ଅପରାହ୍ନ ୩ଟା ୧୪ ମିନିଟ ମଧ୍ୟରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ନୟାଗ଼ଡର ଦଶପଲ୍ଲା, ନୂଆଗାଁ, ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକ୍ ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକରେ ସମ୍ଭାବ୍ୟ ବଜ୍ରପାତର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  • Thursday, 22 July 2021
rain
ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: ଆକାଶରୁ କାଳ ହୋଇ ଲମ୍ବି ଆସିଲା ମୃତ୍ୟୁ। ଅକାଳରେ ଚାଲିଗଲା ୬ ଜୀବନ। ପୁରୀ ଓ କେନ୍ଦ୍ରାପଡ଼ାରେ ଘଟିଛି ଏହି ଅଘଟଣା। କେନ୍ଦ୍ରାପଡ଼ାରେ ବ୍ରଜପାତ ଘଟି ଜିଲ୍ଲାର ୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ କରଞ୍ଜ ଗାଁରେ ବ୍ରଜାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କରଞ୍ଜ ଗାଁର ଦୁଇ ଜଣ, ଗରଦପୁର ବ୍ଲକ୍ ମରିଲୋ ଗାଁର ଜଣେ, ଗୋତ୍ରିବିଲ ଗାଁର […]

  • Thursday, 22 July 2021
f
ଭଉଣୀ ବାହାଘରର ଋଣ ସୁଝିବାକୁ ଦୁବାଇ ଯାଇଥିଲେ; ଏବେ ଫେରିବ ମୃତଦେହ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ହେଲାଣି ଦାଦନ ଦୁଃଖ। ପରିବାରର ଭରଣ ପୋଷଣ ପାଇଁ ଦଲାଲଙ୍କ ପ୍ରଲୋଭନରେ ପଡ଼ି ବିଦେଶକୁ ଚାଲି ଯାଉଛନ୍ତି ଓଡ଼ିଆ ଶ୍ରମିକ। ସେଠାରେ କିଛି ଦିନ କାମ କରିବା ପରେ ନିର୍ଯାତନାରେ ଶିକାର ହେଉଛନ୍ତି। ଭାରତ ସରକାରଙ୍କ ଉଦ୍ୟମରେ କେତେ ଜଣ ଘରକୁ ଜୀବିତ ଅବସ୍ଥାରେ ଫେରୁଥିବା ବେଳେ ଆଉ କିଛି ଶ୍ରମିକଙ୍କ ମୃତଦେହ ଫେରୁଛି। ଗତ ୨ ସପ୍ତାହ ଭିତରେ ଦାଦନ ଖଟିବାକୁ ବିଦେଶ ଯାଇଥିବା ଗଞ୍ଜାମ ଜିଲ୍ଲାର ୨ଜଣ ଶ୍ରମିକଙ୍କ ମୃତ୍ୟୁ […]

  • Thursday, 22 July 2021
ff
ପୌର ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାରେ ବ୍ୟସ୍ତ ତିନି ପ୍ରମୁଖ ଦଳ

ଭୁବନେଶ୍ୱର: ନିର୍ବାଚନ ପରେ ଏବେ ତିନି ପ୍ରମୁଖ ଦଳର ଘର ସଜଡ଼ା ଚାଲିଛି। କଳେବର ବଢ଼ାଇବା ପାଇଁ ବିଜେପି ଚଳାଇଥିବା ସଦସ୍ୟତା ସଂଗ୍ରହ ଅଭିଯାନ ଆଜି ଶେଷ ହୋଇଥିବା ବେଳେ ଆଗକୁ ଅଛି ବ୍ଲକ୍, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ଚୟନ କାର୍ଯ୍ୟ। ସେହିପରି ନିର୍ବାଚନରେ ଶକ୍ତ ଧକ୍କା ଖାଇଥିବା କଂଗ୍ରେସ ନିଜ ନେତା ପାଇବାକୁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ୨୨ରେ ଦିଲ୍ଲୀ ଯାଉଛନ୍ତି ଦଳୀୟ ନେତା। ଏପଟେ ଅସନ୍ତୁଷ୍ଟଙ୍କୁ ନିଗମରେ ଥଇଥାନ […]

  • Thursday, 22 July 2021
flood1
ସ୍କୁଲ୍‌ରେ ପାଠ ପଢୁଥିଲେ ପିଲା; ହଠାତ୍ ବର୍ଷାପାଣିରେ ଫୁଲ୍ ହେଇଗଲା କ୍ଲାସ୍ ରୁମ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ରେ ବର୍ଷା ପାଣି ପଶି ଆସିବାରୁ ଆଉ କିଛି ଉପାୟ ନପାଇ ପିଲାମାନେ ଡେସ୍କ ଉପରେ ବସିଲେ। ଏପରି ଅବସ୍ଥା ବ୍ରହ୍ମପୁର ସବୁଠାରୁ ପୁରାତନ ସ୍କୁଲ କେ.ସି. ଟାଉନ୍‌ ହାଇସ୍କୁଲରେ ଦେଖିବାକୁ ମିଳିଛି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି। ସବୁ ଦିନ ପରି ଆଜି ପିଲାମାନେ କ୍ଲାସରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ଅଚାନକ ବର୍ଷା ପାଣି […]

  • Thursday, 22 July 2021
hadibandhu
ଗରିବଙ୍କ ଲାଗି ପ୍ରହସନ ପାଲଟିଛି ସରକାରୀ ଯୋଜନା

କେନ୍ଦୁଝର: ଗରିବଙ୍କ ଲାଗି ପ୍ରହସନ ସାଜିଛି ସରକାରୀ ଯୋଜନା। ସେମାନେଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ସରକାରୀ ନୀତିନିୟମ ଦୃଷ୍ଟିରୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରିବଗୁରବା। କେନ୍ଦୁଝର ତେଲକୋଇ ବ୍ଲକର ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ନିଜସ୍ୱ ଜମିପଟ୍ଟା ନଥିବାରୁ ଘର କରିପାରିନାହାନ୍ତି। ପଢ଼ନ୍ତୁ ଏହି ରିପୋର୍ଟ। ଭଙ୍ଗା ଦଦରା ଘରେ ରହୁଛନ୍ତି କେନ୍ଦୁଝର ତେଲକୋଇ ବ୍ଲକର ଅନେକ ଲୋକ। ଘରର ଛପର କଣା ହୋଇଯିବାରୁ ଖରା ବର୍ଷାରୁ ବର୍ତ୍ତିବାକୁ କିଏ ଜରି […]

  • Thursday, 22 July 2021
tara
ଆସନ୍ତା ୨୨ରେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି। କେଉଁ ପ୍ରସଙ୍ଗରେ ଡକାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ନାହିଁ। ଏ ସମ୍ପର୍କରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି  ଯେ ଏବେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ନକରିବାକୁ ଆମେ ଦିଲ୍ଲୀରେ କହିବୁ। ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ନିରଞ୍ଜନଙ୍କୁ ନହଟାଇବାକୁ ଦିଲ୍ଲୀରେ କହିବୁ ବୋଲି ତାରା କହିଛନ୍ତି। ତୃଣମୂଳ ସ୍ତରରେ କର୍ମୀ ଏକାଠି ଅଛନ୍ତି, […]

  • Thursday, 22 July 2021
aparajita
ଧାରା ୩୭୦ ଉଚ୍ଛେଦକୁ ନେଇ ଏମିତି କହିଲେ ଅପରାଜିତା

ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ନେଇ ମତ ରଖିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦେଶରେ ୭୦ ବର୍ଷ ଧରି ଚାଲିଥିବା ଭୁଲର ସଂଶୋଧନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଗରେ କୃତଜ୍ଞ ବୋଲି କହିଛନ୍ତି। ଏହି ଧାରା ଉଚ୍ଛେଦ ପରେ ଏବେ କାଶ୍ମୀରଠୁ କନ୍ୟାକୁମାରୀ ଏକ ହୋଇଛି। ଗୋଟିଏ ଦେଶରେ କେବଳ ଗୋଟିଏ ବିଧାନ ଚଳିବ ବୋଲି ସେ କହିବା ସହ କେନ୍ଦ୍ର ସରକାରଙ୍କ ଏହି […]

  • Thursday, 22 July 2021
boy
ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହେଲେ ୱାର୍ଡେନ୍

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ହଷ୍ଟେଲ୍ ଓ୍ୱାର୍ଡେନ ବିଶ୍ୱରଂଜନ ରଣାକୁ ଗିରଫ କରିଛି। ଶୋସାଲ୍ ମିଡିଆରେ ଘଟଣା ପ୍ରଘଟ ହେବାପରେ କଲେଜ କର୍ତ୍ତୃପକ୍ଷ ଗତକାଲି ହଷ୍ଟେଲ ଓ୍ୱାର୍ଡେନ ବିଶ୍ୱରଂଜନ ରଣାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ଏହା ପୂର୍ବରୁ ଓ୍ୱାର୍ଡେନଙ୍କୁ କଲେଜ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଥିଲେ। ଥାନାରେ ଏତଲା ପରେ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ଖଣ୍ଡଗିରି […]

  • Thursday, 22 July 2021
kahili
ଓଡ଼ିଶାକୁ ଫୋନି ସହାୟତା ଦେଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ମିଳିଲା ବାତ୍ୟା ଫୋନି୍ ପାଇଁ ସହାୟତା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩ ହଜାର ୩ ଶହ ୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ଗତକାଲି ଗୃହମନ୍ତ୍ରୀ  ଅମିତ୍ ଶାହଙ୍କ ନେତୃତ୍ୱରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଓଡ଼ିଶାରେ ବାତ୍ୟା ଫୋନିରେ ଘଟିଥିବା କ୍ଷୟକ୍ଷତି ପାଇଁ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛିଯ ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ଏହାପରେ […]

  • Thursday, 22 July 2021
bbb
ଏନ୍ଆଇଟି ପ୍ରଫେସର ଆତ୍ମହତ୍ୟା ଘଟଣା; ତଦନ୍ତ କରୁଛି ପୋଲିସ୍

ରାଉରକେଲା:ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ପାଇଁ ଦମ୍ପତ୍ତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି କଥା ଉଲ୍ଳେଖ ରହିଛି । ଏପଟେ ରବିବାର ଦିନ ମୃତକଙ୍କ ପରିବାର ଲୋକେ ରାଉରକେଲା ଆସି ମରଶରୀର ନେଇଛନ୍ତି। ମଦୁରାଇ ଏରୋଡରୁ ମୃତ ପ୍ରଫେସରଙ୍କ ପରିବାର ଲୋକ […]

  • Thursday, 22 July 2021
save
ଫୋନିକୁ ବିତିଲା ୩ ମାସ; କ୍ଷତିଗ୍ରସ୍ତଙ୍କୁ ଜରିପାଲ ଖଣ୍ଡେ ବି ମିଳିନି

କଟକ: ବାତ୍ୟା ଫୋନି ଯିବାର ୩ ମାସ ବିତିସାରିଲାଣି,ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବହୁ ହିତାଧିକାରୀଙ୍କୁ ଏଯାଏ ମିଳିନି ସରକାରୀ ସହାୟତା। ବହୁ ଲୋକ ଏବେ ବି ଭଙ୍ଗା ଚାଳ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ତରଫରୁ ଜରିପାଲ ଖଣ୍ଡେ ମିଳିନି। ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ଘରେ ଗାଈଗୋରୁ ସହ ମଣିଷ ରହୁଛନ୍ତି। ଟାଙ୍ଗୀ ବ୍ଲକର ଆଗ୍ରାହାଟ ଓ ଜରିପଡ଼ା ପଞ୍ଚାୟତର ବହୁ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା […]

  • Thursday, 22 July 2021
banya2
ଇଚ୍ଛା ନଦୀରେ ଆସିପାରେ ବନ୍ୟା; ଲୋକେ ଭୟଭୀତ

ସୁନ୍ଦରଗଡ଼: ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଜାରି ରହିଛି। ଏଥିଯୋଗୁ ଲେଫ୍ରିପଡା ଇଚ୍ଛା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚା ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ରାଉରକେଲା ସହିତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ରାଉରକେଲା ରିଂ ରୋଡ, ବୀରମିତ୍ରପୁରର […]

  • Thursday, 22 July 2021
pachika
୧୦ ବର୍ଷ ହେଲା ଚାକିରି କରୁଥିଲେ, ବିନା କାରଣରୁ ଛଟେଇ କରିଦେଲେ !

କଟକ: ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା ନାମକ ଜଣେ ମହିଳା। କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତି କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ଦରମା କମ୍ ମିଳୁଥିଲେ ବି ସେଥିରେ ଚାରୁଲତାଙ୍କ ପରିବାର ଚଳୁଥିଲା।  ହେଲେ ଏବେ ଚାକିରି ଯିବା […]

  • Thursday, 22 July 2021
nation
ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଉଛୁଳୁଛି ଦୟା ନଦୀ। ଏହି ନଦୀ ମହାନଦୀର ଶାଖା ନଦୀ ହୋଇଥିବାରୁ ନଦୀର ଜଳ ସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କଣାସ ବ୍ଳକର ବାଲିପାଟଣା ଗାଁରେ ରାତିଅଧିଆ ପ୍ରବେଶ କରିଛି ବନ୍ୟାଜଳ।  ପ୍ରଥମେ ଗାଁ ଦାଣ୍ଡ ଆଉ ଏବେ ଲୋକଙ୍କ ଘରେ ପାଣି ପଶିଛି। ଭୟରେ ଲୋକେ ଘର ଦ୍ୱାର ଛାଡ଼ି ଉଚ୍ଚ ସ୍ଥାନକୁ ଚାଲିଯାଇଛନ୍ତି। ସେପଟେ ପୁରୀ ଜିଲ୍ଲା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ […]

  • Thursday, 22 July 2021
samir das
ଓଟିଇଟି ଅନ୍‌ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୬ ତାରିଖରରେ ଅନୁଷ୍ଠିତ ଓଟିଇଟି ଅନ୍‌ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଜି ସ୍ୱୀକାର କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଟିଟଲାଗଡ଼ରୁ ଏହା ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ତେବେ କିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଗଲା ତାକୁ ନେଇ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଭାଇରାଲ୍‌କାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହାଦ୍ୱାରା ପୂରା ପରୀକ୍ଷା ପ୍ରଭାବିତ ହୋଇନଥିବା ମନ୍ତ୍ରୀ […]

  • Thursday, 22 July 2021
bb
୧୯ ବର୍ଷରେ ଯାହା କେବେ କରିନଥିଲେ ତାହା ଏବେ କରୁଛନ୍ତି ନବୀନ

ଭୁବନେଶ୍ୱର:ପଞ୍ଚମ ପାଳିରେ ବିଜେଡି କ୍ଷମତାକୁ ଫେରିବା ପରେ ବଦଳୁଛି ନବୀନଙ୍କ କାର୍ଯ୍ୟ କରିବାର ଶୈଳୀ। ୧୯ ବର୍ଷରେ ଯାହା କେବେ କରିନଥିଲେ ଏବେ କରୁଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏସ୍ ଅଧୀକାରୀ  ଆର୍.ବାଲକ୍ରିଷ୍ଣନଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିୟାନଙ୍କୁ ତୃତୀୟ ମହଲାର ସର୍ବେସର୍ବା କୁହାଯାଉଥିବା ବେଳେ ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କି ପରାମର୍ଶ ଦେବେ, କେଉଁ କ୍ଷେତ୍ରରେ ସହଯୋଗ […]

  • Thursday, 22 July 2021
jagannath-temple
ଶ୍ରୀମନ୍ଦିର ଚାରିପାଖରୁ ଖାଲି ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି […]

  • Thursday, 22 July 2021

Total Seats 70

BJP 45
AAP 25
INC 0
OTHERS 0

Delhi Vidhan Sabha Election Result