• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

satfarj
ମହାପ୍ରଭୁ ଜଗନ୍ନାଥଙ୍କୁ ବିପଦ; ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ। ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଫୁଲ, ତୁଳସୀ  ଓଦାଳିଆ ରହୁଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା କହିଛନ୍ତି ସେବାୟତ। ଏ ସଂପର୍କରେ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କୁ ଚିଠି ଦିଆଯାଇଛି। ଏପରିକି ଏସି ନଲଗାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତି ମଧ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ […]

  • Friday, 23 July 2021
askohe
କୋର୍ଟ ଭିତରେ ଚଳିବନି ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

ଭୁବନେଶ୍ୱର: ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୂଷା। ଜିନ୍ସ ପ୍ୟାଣ୍ଟ, ଟି-ସାର୍ଟ ହେଉ କି ଅଲଗା ଷ୍ଟାଇଲ୍‌ୱାଲା ଡ୍ରେସ୍। ହାଇକୋର୍ଟରେ ହାଜିରାବେଳେ ଡ୍ରେସ୍ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ ରହିବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଆଡ୍‌ଭୋକେଟ୍ ଜେନେରାଲ୍‌ଙ୍କ ପକ୍ଷରୁ କଡ଼ା ଚିଠି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ମାମଲାର ପରିଚାଳନା ସମୟରେ ଉପସ୍ଥିତ ତଥା […]

  • Friday, 23 July 2021
plant
ଗଛ ନଲଗାଇ ଫୋନି ଆଳ ଦେଖାଇ ୧୦ କୋଟିରୁ ଅଧିକ ଟଙ୍କା ହରିଲୁଟ୍

କୋଣାର୍କ(ସଞ୍ଜୟ ପତି): ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଦୁର୍ନୀତି ରୋକିବାର ନାଁ ଧରୁନି। ୫ଟିକୁ ଖାତିର ନକରି ହରିଲୁଟ୍‌ କରି ଚାଲିଛନ୍ତି ସରକାରୀ ବାବୁ। ମୂଳରୁ ଚାରା ରୋପଣ ନକରି ‘ଫୋନି’ ବତ୍ୟା ଚାରା ଉଡ଼ାଇ ନେଇଗଲା ଦର୍ଶାଇ ସରକାରୀ ବାବୁମାନେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଛନ୍ତି। ଏପରି ଦୁର୍ନୀତିର ଗନ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା […]

  • Friday, 23 July 2021
NALCO1-695x430
ନାଲକୋରେ କୋଇଲା ସଙ୍କଟ; ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୩ଟି ୟୁନିଟ ବନ୍ଦ

ଅନୁଗୋଳ: ଦେଶର ଗର୍ବ ଓ ଗୌରବ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋରେ ଉତ୍କଟ କୋଇଲା ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବରେ ସ୍ମେଲ୍‌ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଦେଖାଦେଇଛି। ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ୍ ମଧ୍ୟରୁ ୩ଟି ୟୁନିଟ ବନ୍ଦ ରହିଛି। କୋଇଲା ସଙ୍କଟ ଯୋଗୁ ଆଉ ଗୋଟିଏ ୟୁନିଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ ସ୍ଥିତ ନାଲକୋ CPP ପାଇଁ ଦୈନିକ ୧୭ ହଜାର ଟନ୍ […]

  • Friday, 23 July 2021
Odisha-Governors-escort-vehicles-meet-with-an-accident-near-Purunapani-in-Udala-of-Mayurbhanj-district
ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଧକ୍କା; ୭ ଆହତ

ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କା ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍‌ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି […]

  • Friday, 23 July 2021
iic
ଦୁର୍ନୀତି ପାଇଁ ବିଦା ହେଲେ ୩ ପୁଲିସ ଅଫିସର

ଭୁବନେଶ୍ୱର: କ୍ଷମତାର ଦୁରୂପଯୋଗ ପାଇଁ ୩ ପୁଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସବଇନ୍‌ସପେକ୍ଟର୍ ବନମାଳୀ ନାୟକ, ସବଇନ୍‌ସପେକ୍ଟର୍ କିଶୋର କୁମାର ବାଗ ଏବଂ ସବଇନ୍ସପେକ୍ଟର ବୀରବର ଲେଙ୍କା। କ୍ଷମତାର ଦୁରୂପଯୋଗ ନେଇ ଏମାନଙ୍କୁ ଅବସର ଦିଆଯାଇଥିବା ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟରରେ ଉଲ୍ଲେଖ ରହିଛି। ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ […]

  • Friday, 23 July 2021
dhamk
ପୁଲିସ୍ ଉପସ୍ଥିତିରେ ତହସିଲଦାରଙ୍କୁ ଧମକ

ଭଦ୍ରକ: ପୁଲିସ ଉପସ୍ଥିତିରେ ଧାମନଗର ତହସିଲଦାରଙ୍କୁ ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର କଲେ ଦୁର୍ବୃତ୍ତ। କିନ୍ତୁ ଚୁପ୍‌ ରହିଲା ପୁଲିସ। ଗତକାଲି ରାତିର ଏ ଘଟଣାର ଭିଜୁଆଲ୍ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ୍‌ରେ ଭିଡିରେ ଧାମନଗର ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ଜଣେ ଯୁବକ ଗାଳିଗୁଲଜ୍ କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ୩୦ ସମୟରେ ଏହି ଯୁବକ ଜଣଙ୍କ ତହସିଲଦାରଙ୍କ ସରକାରୀ ବାସଭବନ ପାଖରେ ଗାଳିଗୁଲଜ […]

  • Friday, 23 July 2021
bjp
ଜମୁଛି ବିଜେପୁର ପ୍ରଚାର; ବିଜେପି ଓ ବିଜେଡି ଆଗୁଆ, ପଛରେ କଂଗ୍ରେସ

ବରଗଡ଼: ବିଜେପୁରରେ ଜମୁଛି ହାଇଭୋଲଟେଜ୍ ପ୍ରଚାର। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସେହି ଦଳର ଷ୍ଟାର୍ ପ୍ରଚାରକ। ଆଜି ବିଜେଡିର ଷ୍ଟାର୍ ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଇସିଲଟ୍‌ରେ ରୋଡ୍ ଶୋ’ କରିଛନ୍ତି। ଦଳୀୟ ପାର୍ଥିନୀ ରୀତା ସାହୁଙ୍କ ସହ ମିଶି ଏକ ବିଶାଳ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିଠୁ ବିଜେପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଦ୍ୱିତୀୟ ଦିନ ପାଇଁ ପ୍ରଚାରରେ […]

  • Friday, 23 July 2021
vlcsnap-error424
ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଆଇଆଇସି ସସ୍‌ପେଣ୍ଡ୍

ଭୁବନେଶ୍ୱର:  ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଡିଜି ବି.କେ ଶର୍ମା ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ ସଂଘବଦ୍ଧ ଆକ୍ରମଣ […]

  • Friday, 23 July 2021
vivek
ବିଦାୟ ମୌସୁମୀ

ଭୁବନେଶ୍ୱର: ଆଜି ଓଡ଼ିଶାରୁ ଅପସରି ଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ୧୧ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିବା ମୌସୁମୀ, ଫେରିବା ବେଳେ ବି ବିଳମ୍ବ କରିଛି। ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ୱାଭାବିକ ସମୟ ଅକ୍ଟୋବର ୧୦ ହୋଇଥିବା ବେଳେ ଚଳିତ ବର୍ଷ ୫ଦିନ ବିଳମ୍ବରେ ଓଡ଼ିଶା ଛାଡ଼ିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ମୌସୁମୀ ଓଡ଼ିଶା ଛୁଇଁବା ପରେ ଜୁନରେ ୩୩ ପ୍ରତିଶତ କମ […]

  • Friday, 23 July 2021
lingraj
ଶ୍ରୀକ୍ଷେତ୍ର ପରେ ଏକାମ୍ରକ୍ଷେତ୍ର; ଲିଙ୍ଗରାଜ ମନ୍ଦିର ଚାରିପଟୁ ହେବ ଜବରଦଖଲ ଉଚ୍ଛେଦ

ପୁରୀ: ପୁରୀ ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ସଂଲଗ୍ନ ପରିଧି ଉଚ୍ଛେଦ ପରେ ଏବେ ଏକାମ୍ର ଭୁବନେଶ୍ୱର ପାଳି ପଡ଼ିଛି। ଉଚ୍ଛେଦ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଜବରଦଖଲ। ଏନେଇ ଆଜି ସ୍କ୍ୱାଡ୍ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଚିହ୍ନଟ ପ୍ରକ୍ରିୟାରୁ ଜବରଦଖଲକାରୀଙ୍କ ଛାତିରେ ଛନକା ପଶିଲାଣି। କିନ୍ତୁ ପର୍ଯ୍ୟଟକମାନେ ଏହାକୁ ସ୍ୱାଗତ କରିଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ଶ୍ରୀ ଲିଙ୍ଗରାଜ ମନ୍ଦିର ଆଇନ୍ ଆସିବାକୁ ଯାଉଛି। ଶ୍ରୀମନ୍ଦିର ଢାଞ୍ଚାରେ ହେବ […]

  • Friday, 23 July 2021
df
୮ ମାସର ଝିଅକୁ ବାପାର ଠେଙ୍ଗାମାଡ଼; ଚାଲିଗଲା ଜୀବନ

ଆନନ୍ଦପୁର(ମୁନ୍ନା ସଂହ): ରାଗରେ ପତ୍ନୀକୁ ପିଟିବାକୁ ଠେଙ୍ଗା ଉଠାଇଥିଲେ ସନା, କିନ୍ତୁ ବାଜିଲା ୮ ମାସର କୁନି ଝିଅ ମୁଣ୍ଡରେ। ବାପାର ଠେଙ୍ଗା ମାଡ଼ରେ ୮ ମାସର ଝିଅର ମୃତ୍ୟୁ ହେଲା। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଦୁଇ ଭାଇଙ୍କ କଳିରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଘଷିପୁରା ଥାନା ସାଉଣ୍ଟିସାହିର ସନା ଦେହୁରୀ ପେଶାରେ ଜଣେ ଗାଡ଼ି ଚାଳକ। ଆଜି ସେ ନିଜର ବଡ଼ ଭାଇଙ୍କ ସହିତ ପାଟିତୁଣ୍ଡ […]

  • Friday, 23 July 2021
pandia
'ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ଓଡ଼ିଶା; କଥା ଲୁଚାଇବାକୁ 5T ସଚିବ ଗସ୍ତ ନାଟକ'

ଭୁବନେଶ୍ୱର: 5T ସଚିବ ଓ ଟିମ୍‌ର ଜିଲ୍ଲାଗସ୍ତକୁ ନେଇ ବିବାଦ ବଢ଼ୁଥିବା ବେଳେ ଚାଲିଛି ଜୋର୍‌ଦାର୍ ରାଜନୀତି। ମନ୍ତ୍ରୀ ନ ଯାଇ ସଚିବଙ୍କ ଗସ୍ତକୁ ନେଇ ବିଜେଡି ଭିତରେ ଚାପା ଗୁଂଜରଣ ସୃଷ୍ଟି ହୋଇଛି। ଆଉ ବିରୋଧୀ ସିଧା ସରକାରଙ୍କୁ ନିଶାନା କରିଛନ୍ତି। 5T ସଚିବଙ୍କ ଘନଘନ ଜିଲ୍ଲା ଗସ୍ତରେ ଯାଇ ୧୦ ଦିନରେ ୧୫ ଜିଲ୍ଲା କଭର୍‌ କରିସାରିଲେଣି। ତେବେ ଆଜି କେନ୍ଦ୍ରାପଡ଼ା ହସପିଟାଲର ପାଳି ପଡ଼ିଥିଲା। ହସ୍‌ପିଟାଲ୍‌ର ପ୍ରସୂତୀ ବିଭାଗ ସହ ଡାଏଲେସିସ୍ ସେଣ୍ଟର […]

  • Friday, 23 July 2021
bike-accident-in-nh53
ବାଇକ୍‌କୁ ଧକ୍କା ଦେଇ କିଛିବାଟ ଟାଣିନେଲା ଟ୍ରକ୍; ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌।  ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବାରୁ ହଠାତ୍‌ ଗାଡ଼ିରେ ନିଆଁ ଲାଗି ହୁତ୍‌ ହୁତ୍‌ ହୋଇ ଜଳିଗଲା ବାଇକ୍‌ ଓ ଟ୍ରକ। ବିଚ୍‌ ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ। ବିଲେଇଘଟି ଗାଁର ଭୁକୁଲ ମହାକୁଳ (୪୩) ଆଜି ଅପରାହ୍ନରେ ନିଜ ବାଇକ୍‌ରେ ତିଲେଇବଣୀ ଅଭିମୁଖେ ଯାଉଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ପ୍ରଭାଶୁଣି ନିକଟରେ ବିପରୀତ […]

  • Friday, 23 July 2021
son-and-father-champat-from-keonjher
କାହିଁକି ଫେରାର୍ ହେଲେ ବାପ-ପୁଅ ?

କେନ୍ଦୁଝର (ପ୍ରଣୟ ପାଣି): ଜାତିଆଣ ଓ ଅନ୍ୟାନ୍ୟ ମାମଲାରେ ଛନ୍ଦିହୋଇଥିବା ବାପ-ପୁଅ ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆ ଆଜି କେନ୍ଦୁଝର ଜିଲ୍ଲା ସେସନ୍ସ କୋର୍ଟରୁ ଚମ୍ପଟ ମାରିଛନ୍ତି। ମାତ୍ର ପରେ ପୁଲିସ ଅଭିଯୁକ୍ତ ପୁଅକୁ ତାଙ୍କ ଗାଁରୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଏବେ ମଧ୍ୟ ବାପ ଦାସ ଖୁଣ୍ଟିଆ ଫେରାର ଅଛନ୍ତି। ତେଲକୋଇ ଥାନା ସରୁଆଳି ଗାଁର ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆଙ୍କ ନାଁରେ ଜାତିଆଣ […]

  • Friday, 23 July 2021
police000-750x430
ପେଶାରେ ପୁଲିସ ବାବୁ, ନିଶାରେ ସିଙ୍ଗର୍

ଜୟପୁର(ଟି.ଗୌରି ଶଙ୍କର): ପେଶାରେ ପୁଲିସ୍‌, ନିଶା ତାଙ୍କର ଗୀତ ଗାଇବା। ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଦୁଇ ଜଣ ସରକାରୀ ବାବୁ। ସେମାନେ ହେଉଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି ଓ ନବରଙ୍ଗପୁର ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ମନୋଜ ଦାଶ। ଗିଦ୍ଧି ଯେମିତି ପୁଲିସ ଅଫିସର ଭାବେ ଚୋର ଡକାୟତଙ୍କୁ ସାବାଡ଼ କରନ୍ତି, ସେହିଭଳି ତାଙ୍କ କଣ୍ଠରୁ ଗୀତ ଶୁଣିଲେ ସାଧାରଣ ଲୋକଙ୍କ ମନ ଖୁସି ହୋଇଯାଏ। ଏଥିପାଇଁ ତାଙ୍କୁ […]

  • Friday, 23 July 2021
se
ପୁରୀ ସମୁଦ୍ରରେ ଗାଧୋଉଥିଲେ, ଫେରିବା ବେଳେ ମାଡ଼ିଆସିଲା ବିରାଟ ଢେଉ

ପୁରୀ: ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ପରୀକ୍ଷାର୍ଥୀ। ଆଜି ଏପରି ଅଭାବନୀୟ ଦୃଶ୍ୟରେ ଶ୍ରୀକ୍ଷେତ୍ରର ଦିଗବାରେଣି ଖୁଣ୍ଟି ନିକଟରେ ଘଟିଛି। ପରୀକ୍ଷାର୍ଥୀମାନେ ସମୁଦ୍ରରେ ଗାଧୋଇବା ବେଳେ ଏପରି ଅଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ। ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା ୧୨୦ ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଭର୍ତ୍ତି ପାଇଁ ପରୀକ୍ଷା ଚାଲିଛି। ସେଥିପାଇଁ ରାଜଧାନୀକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପରୀକ୍ଷାର୍ଥୀ ଆସୁଛନ୍ତି। ଆର୍ମି ପରୀକ୍ଷା […]

  • Friday, 23 July 2021
f
ସମ୍ପର୍କୀୟ ଭାଣିଜୀ ସହିତ ପ୍ରତାରଣା କରିଥିବା ପୂର୍ବତନ ବିଜେଡି ଛାତ୍ର ନେତା ଗିରଫ

ଯାଜପୁର(ଗୁଲାମ ଗସ୍‌): ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଆଜି ଗିରଫ କରିଛି। ଗତକାଲି ପୁଲିସ ତାଙ୍କୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।  ଏନେଇ ଯାଜପୁର ଏସଡିପିଓ ରବୀନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ବିଂଝାରପୁର ଥାନା ଚିକଣା ପଞ୍ଚାୟତ ପଇରଖ ଗ୍ରାମର ଜିତେନ୍ଦ୍ର ପ୍ରଧାନ ନିଜ […]

  • Friday, 23 July 2021
sae
ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି; ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡ଼ିବ

ଭୁବନେଶ୍ୱର: ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢ଼ିବ। ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ। ସବୁ ରେଳ ଷ୍ଟେସନକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡ଼ିବ। ଷ୍ଟେସନର ସବୁ ଅଞ୍ଚଳ ଯେମିତି ସିସିଟିଭି ନଜରରେ ରହିବ ସେହି ବ୍ୟବସ୍ଥା ହେବ ବୋଲି […]

  • Friday, 23 July 2021
d
ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ନୟାଗଡ଼ବାସୀଙ୍କ ପାଇଁ ଐତିହାସିକ ଦିନ।  ଆଜିଠୁ ଗଡ଼ିଲା ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ସେବା ଏକ୍ସପ୍ରେସ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ଏବଂ ସୁରେଶ ସି ଅଙ୍ଗାଡି ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱର ରେଳ ଷ୍ଟେସନରୁ ନୟାଗଡ଼ ଅଭିମୁଖେ ବାହାରିଛି ଟ୍ରେନ୍। ସେବା ଏକ୍ସପ୍ରେସ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ି ନୟାଗଡ଼ ଟାଉନରେ ରାତି ୮ଟା […]

  • Friday, 23 July 2021
odisha high court
ଓଡ଼ିଶା ହୋଇକୋର୍ଟ ଇତିହାସରେ ପ୍ରଥମ ଘଟଣା

କଟକ: ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୋର୍ଟର କାମ ବନ୍ଦ ହେଉଛି। ଏପରିକି ମାସ ମାସ ଧରି କୋର୍ଟ କାମ ଚାଲି ପାରୁନାହିଁ। ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେବା ସହିତ କୋର୍ଟ କାମ ବାଧାପ୍ରାପ୍ତ ହେଉଛି। ଏହା ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ ନିଜେ ରେଜିଷ୍ଟ୍ରାର୍। ହାଇକୋର୍ଟ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲାର ଶୁଣାଣି […]

  • Friday, 23 July 2021
bjp999-2
ବିଜେଡି ପାଇଁ ପ୍ରଚାର କଲେ ଅଶୋକ ପାଣିଗ୍ରାହୀ

ବରଗଡ଼: ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଶୋକ ପାଣିଗ୍ରାହୀ। ବରପାଲୀ ବ୍ଲକ୍ ବିସିପାଲ୍ଲୀରେ ନିଜ ସମର୍ଥକଙ୍କ ସହ ପ୍ରଚାର କଲେ ଅଶୋକ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ ଅଶୋକ ପାଣିଗ୍ରାହୀ। ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ପରେ ଦଳୀୟ ନେତୃତ୍ୱ ବିରୋଧରେ ବର୍ଷିଥିଲେ। ଦଳର ନିଷ୍ପତ୍ତିକୁ ବିରୋଧ କରି ସେ […]

  • Friday, 23 July 2021
ଂଂଜ
ଥାନାକୁ ଆଣୁଥିବା ବେଳେ ଅପରାଧୀ ସହ ସେଲ୍‌ଫି ନେଲେ ଆଇଆଇସି; ଫଟୋ ଭାଇରାଲ୍

ପୁରୀ: ହତ୍ୟା ଅଭିଯୁକ୍ତ ସହ ପୁଲିସ ଆଇଆଇସିଙ୍କ ସେଲଫି। ଗିରଫ ପରେ ଥାନାକୁ ନେଉଥିବା ଜଣେ ହତ୍ୟା ଅଭିଯୁକ୍ତ ସହ ପୁରୀ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ସେଲଫି ନେବା ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ତେବେ ଅସ୍ତରଙ୍ଗ ପୁଲିସ […]

  • Friday, 23 July 2021
bike-accident-750x430
ବାଇକ୍‌ ସହ ଧକ୍କା ହେବା ପରେ ରାସ୍ତାରେ ପଡ଼ିଗଲେ; ଦ୍ରୁତ ବେଗରେ ଆସୁଥିଲା ଟ୍ରକ୍‌...

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ରାଜ୍ୟ ରାଜପଥର କୋଟପାରାଠାରେ ଘଟିଛି। ଗୁରୁତର ଆହତଙ୍କୁ ଉମରକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଇଘର ଅଞ୍ଚଳର ବିଜୟ ମହାପାତ୍ର ହେଉଛନ୍ତି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ। ଆଜି ସେ କୌଣସି କାମରେ ବାଇକ୍‌ରେ ଉମରକୋଟ ଯାଇଥିଲେ। ନିଜର କାମ ସାରି ଘରକୁ […]

  • Friday, 23 July 2021