କଟକ: ପୁଲିସ ନାଁରେ ଦୁଷ୍କର୍ମ ପୀଡ଼ିତାଙ୍କ ସାଂଘାତିକ ଅଭିଯୋଗ। ବାଙ୍କୀ ପୁଲିସ ନାଁରେ ଅପହରଣ ପରେ ଚତୁରତାର ସହ ଖସି ଆସିଥିବା ଜଣେ ଯୁବତୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୟାନ ବଦଳାଇବାକୁ କହି ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ୨ ଦିନ ତଳେ ଯୁବତୀଜଣକ ଅପହୃତ ହୋଇ ପରେ ଉଦ୍ଧାର ହୋଇଥିଲେ। ପାଣି ପାଇଁ ଯିବା ବେଳେ ୫ ଜଣ ଜବରଦସ୍ତ ବିଲ ମଝିକୁ ଉଠାଇ ନେଇ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ […]
ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ବିଶୃଙ୍ଖଳାକାରୀ ଓ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ। ୨୦୧୮ ଡିସେମ୍ୱର ୨୮ ତାରିଖରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୀର୍ଘ ୧୨ ଘଣ୍ଟା ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ମୁଖ୍ୟଦ୍ୱାର। ଖାଡ଼ା ଉପାସରେ ରହିଥିଲେ ଶ୍ରୀଜିଉ। ଦର୍ଶନରୁ ବଞ୍ଚିତ ହୋଇଥିଲେ […]
ଭୁବନେଶ୍ୱର : ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍। ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ଆଇଏମଡି। ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହ ବର୍ଷା ହେବ। ଏହି ସୂଚନା ପରେ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ତା’ସହିତ ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଆଖି ଆଗରେ […]
ଭୁବନେଶ୍ୱର : ବେଲଗାମ ହେଉଛି ପିଆଜର ଦର। ଏବେ ଆପଣ ପେଟ୍ରୋଲ୍ ଲିଟର ପ୍ରତି ଯେତିକି ଟଙ୍କାରେ କିଣୁଛନ୍ତି, ଆଗକୁ ପିଆଜ ତା’ଠାରୁ ଅଧିକ ଦରରେ କିଣିବେ। ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଉ ବଡ଼କଥା ହେଲା ପିଆଜ ଦର ବଢ଼ିବ ବୋଲି କହୁଛନ୍ତି ଖୋଦ୍ ମନ୍ତ୍ରୀ। କଟକ ମାଲ୍ ଗୋଦାମରେ ପିଆଜ କିଲୋ ୬୦ ଟପିଲାଣି। ଖୁଚୁରା ବଜାରରେ ୬୫ରୁ ୭୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ। କେବଳ କଟକ ନୁହେଁ ବ୍ରହ୍ମପୁର, ବାଲେଶ୍ୱର ପରି […]
ନବରଙ୍ଗପୁର(ନବଘନ ବିଶୋଇ): ପିଲା ଜନ୍ମ ପରେ ମେଡିକାଲରେ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୩୧ ତାରିଖରେ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ ଭଦ୍ରଙ୍କ ସ୍ତ୍ରୀ ଜେମା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମହିଳା ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହି […]
ବ୍ରହ୍ମପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ […]
ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଥିସହିତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ଆଜି ପରିବେଶ ସଂକ୍ରାନ୍ତିୟ ଗୃହ କମିଟି ବୈଠକ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଅଙ୍ଗାରକାମ୍ଲର ପରିମାଣ ବଢ଼ୁଥିବା ଯୋଗୁ ଏବେ ବାୟୁ ମଣ୍ଡଳରେ ପ୍ରଦୂର୍ଷଣ ମାତ୍ରା ବଢ଼ିବାରେ ଲାଗିଛି। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ସଫେଇ ନହେବା ଏବଂ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ନେଇ ଚାଷୀଙ୍କ ପାଇଁ ଆସିବ ଆଡ୍ଭାଇଜରୀ। OUATକୁ ଆଡଭାଇଜରୀ ଜାରି କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିବା କହିଛନ୍ତି। ଚାଷୀ କିପରି ପାଚିଲା ଧାନକୁ ତୁରନ୍ତ କାଟି ଆଣିବେ ସେ ଦିଗକୁ ଧ୍ୟାନ ଦିଆଯିବ। ଏହାସହ ଚାଷ ଜମିରୁ ପାଣି ନିଷ୍କାସନ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ରୋଗ ପୋକ ନିୟନ୍ତ୍ରଣ ପାଇଁ ଆଡଭାଇଜାରୀରେ ପରାମର୍ଶ ଦିଆଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆସିକା(ମନୋଜ ମୁନି): ଜନ୍ମଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ ଓ ସଇତାନଠୁ କୌଣସି ଗୁଣରେ କମ୍ ନୁହେଁ। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗାଁରେ। ମୃତକ ହେଲେ ପିଣ୍ଟୁ ଗୌଡ଼। ପୁଲିସ୍ ତାଙ୍କ ବାପା ତଥା ଅଭିଯୁକ୍ତ ଶିବ ଗୌଡ଼କୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବାପାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଶିବ […]
କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର। ମହିଳାଙ୍କ ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍। ତେବେ ଏହି ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ଶକୁନ୍ତଳା ମାଝୀଙ୍କର ଗଲା ୧୦ ବର୍ଷ ହେଲା ପେଟରେ ଟ୍ୟୁମର ହୋଇଥିଲା। ଡାକ୍ତରୀ ଟିମ୍ ପ୍ରାଥମିକ ଚିକିତ୍ସା ପରେ ୨୫ ତାରିଖରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମନୋରଞ୍ଜନ ମହାପାତ୍ରଙ୍କ ସହ ୫ଜଣିଆ ଟିମ୍ ୨ […]
ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ଆଖି ଆଗରେ ଦୋହଲିଗଲା ସବୁକିଛି। ଭାଙ୍ଗିଗଲା ଘର, ଉପୁଡ଼ିଗଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଲେ ଓଡ଼ିଶାବାସୀ । ୧୯୯୯ ମହାବାତ୍ୟା ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ରଚିଥିଲା ତାଣ୍ଡବଲୀଳା। ଝଡ଼ର ତାଣ୍ଡବ, ପବନର ବେଗ, ବର୍ଷା ଓ […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍ଅପ୍ ଭ୍ୟାନ ଜବତ କରାଯାଇଛି। ଭ୍ୟାନରୁ ୩୦ଟି ଗୋରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା। ପୁଲିସ୍ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। […]
ପୁରୀ: ଦୀର୍ଘ ଦିନ ଧରି ସମୁଦ୍ର ଭିତରେ ମରଣ ସହ ସାମ୍ନାସାମ୍ନି ହୋଇ ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକ ଅମିତ କୁଜୁରଙ୍କୁ ଖୁବ୍ଶୀଘ୍ର ଆଣ୍ଡାମାନ ପଠାଇ ଦିଆଯିବ। ପ୍ରଥମେ ତାଙ୍କୁ ଚେନ୍ନାଇ ନିଆଯିବ। ସେଠାରୁ ଆଣ୍ଡାମାନ ପୁଲିସ୍ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ଉମାଶଙ୍କର ଦାଶ। ଅମିତଙ୍କୁ ବର୍ତ୍ତମାନ ପୁରୀର ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି। ଗତ ୨୬ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳର ସମୁଦ୍ର କୂଳରୁ […]
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସିବ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି। ଏହି ଅବସରରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥ ଖର୍ଚ୍ଚର ସମୀକ୍ଷା କରିବ କମିଟି। ପି. ଭି. ଜୟକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଏହି ସମୀକ୍ଷା କରିବେ । ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ OMBADC ଅଧିକାରୀଙ୍କ ସହ […]
ଭୁବନେଶ୍ୱର: ରାଜ୍ୟର ୫୮୭ଟି ଥାନାକୁ ମିଳିବ କଣ୍ଟିଜେନ୍ସି(ଆପାତକାଳିନ ବା ଆକସ୍ମିକ ଦୁର୍ଘଟଣା) ଟଙ୍କା। ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଥାନାଗୁଡ଼ିକୁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ ଫଣ୍ଡ୍ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଅଧିନରେ ଥିବା ସମସ୍ତ ୪୪ଟି ଥାନାକୁ ମାସିକ ୪୦ ହଜାର ଟଙ୍କା ଲେଖାଏ ଦିଆଯିବ। ତା’ଛଡ଼ା ୧୪୨ଟି ସହରାଞ୍ଚଳ ଥାନାକୁ ୩୦ ହଜାର ଓ ୩୫୧ ଗ୍ରାମାଞ୍ଚଳ ଥାନାକୁ ମାସିକ ୨୦ ହଜାର ଟଙ୍କା ଲେଖାଏ ମିଳିବ। ସେହିପରି ୪ଟି […]
ମୟୂରଭଞ୍ଜ: ଯୁବକଙ୍କୁ ମାତ୍ର ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଛି। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଅଜୁ ନାୟକ ନାମକ ଯୁବକଙ୍କୁ ହଜାରେ ଟଙ୍କା ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଜୁ ଗାଁ ପାଖ ହାଟରୁ ଏକ ସାଇକେଲ ଚୋରି କରିବା ଅଭିଯୋଗ ଆଣି ଗ୍ରାମବାସୀ ତାଙ୍କ ଉପରେ ୬ହଜାର ଟଙ୍କା ଜରିମାନା କରିଥିଲେ। ଅଜୁ ୫ହଜାର ଟଙ୍କା ଦେଇ ସାରିଥିବା ବେଳେ ଆଉ ହଜାରେ ଟଙ୍କା ଦେଇପାରି ନଥିଲେ। ଏହାକୁ […]
ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଆବାସ କେଳେଙ୍କାରୀର ଖବର ସାମ୍ନାକୁ ଆସିଛି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଆଜି ପୁଣି ତିନୋଟି ପଞ୍ଚାୟତର ଅନିୟମିତତା କଥା ଉଠାଇଛି ବିଜେପି। ଯମରା ପଞ୍ଚାୟତର ସମିତି ସଭ୍ୟ ତିତଲି ଜେନା ନାଁରେ ବି ଆବାସ ହଡ଼ପର ଅଭିଯୋଗ ଆସିଛି। ସ୍ୱାମୀଙ୍କ ସହ ଏକ ଚାଳଘରେ ରହୁଛନ୍ତି ବୋଲି କହିଛନ୍ତି ତିତଲି। ହେଲେ ପାଖରେ ରହିଛି ତାଙ୍କର କୋଠାଘର, ଆଗରେ ଥୁଆ ହୋଇଛି ଟ୍ରାକଟର। ତିତଲିଙ୍କ ସ୍ୱାମୀ […]
ଭୁବନେଶ୍ୱର: ବାଣ ଓ ଭୋଜି ପାଇଁ ରାଜଧାନୀରେ ହତ୍ୟାକାଣ୍ଡ। ପ୍ରଥମେ ମିମାଂସା, ପରେ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଅମରେଶ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ହତ୍ୟାକାରୀମାନଙ୍କୁ ଏଯାଏ ପୁଲିସ ଧରି ପାରିନଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚହଳ ପକାଇ ଦେଇଛି। ଏକାମ୍ର କଲେଜ ସାମ୍ନାରେ ଘଟିଛି ଏହି ହତ୍ୟାକାଣ୍ଡ। ଦୀପାବଳି ରାତିରେ ପ୍ରଥମେ ଅମରେଶ ଓ ତାଙ୍କ ଗ୍ରୁପ ପିଲାଙ୍କ […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍କୁ ବାର୍ କାଉନସିଲ ଅଫ ଇଣ୍ଡିଆର ଝଟ୍କା। ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିବା ସହ ଏହା ତୁରନ୍ତ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏନେଇ ଓଡ଼ିଶା ହାଇକୋର୍ଟ ବାର୍ ସଂଘ ସମେତ ଆନ୍ଦୋଳନରତ ରାଜ୍ୟର ମୋଟ ୬୮ଟି ବାର୍ ସଂଘ ସଭାପତି ଓ ସଂପାଦକଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ଓକିଲ ଆନ୍ଦୋଳନ […]
ଭଦ୍ରକ: ବାଇକ୍ ପଡ଼ିଛି। ବାଇକ୍ରେ ଓହଳିଛି କିଛି ଜିନିଷ ଭର୍ତ୍ତି ବ୍ୟାଗ୍। ଆଉ କିଛି ଦୂରରେ ଛିଟିକି ପଡ଼ିଛି ଦାଦା-ଝିଆରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର। ଯେଉଁ ଚିତ୍ର ଅତି ବୀଭତ୍ସ ଓ ଦୃଦୟ ବିଦାରକ। ଯିଏ ଦେଖୁଛି ହତବାକ ହୋଇଯାଉଛି। ନିୟମ ବନ୍ଧନ ପାଇଁ ଯାହାକୁ ଆମେ ଏଠି ଆପଣଙ୍କୁ ଦେଖାଇ ପାରୁନୁ। ଆଜି ଏକ ଅଭାବନୀୟ ଦୁର୍ଘଟଣାରେ ଏମିତି ବାପ-ଝିଅଙ୍କ ଜୀବନ ଚାଲିଯାଇଛି। ଏନ୍ଏଚ୍-୧୬ ଭଦ୍ରକ ତ୍ରିସଳପୁର ଛକ ନିକଟରେ ଟ୍ରକ୍ ଦୁର୍ଘଟଣାରେ ଉଭୟ ଦାଦା-ଝିଆରିଙ୍କ […]
ପଟ୍ଟାମୁଣ୍ଡାଇ: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଷଣ୍ଢଙ୍କ ଷ୍ଟ୍ରାଇକ୍। ଶିବିରକୁ ଶତଧିକ ଷଣ୍ଢ ଛାଡ଼ିଛନ୍ତି ଚାଷୀ। ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଚାଷୀ। ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେବାରୁ ଆଜି ଚାଷୀମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଶତାଧିକ ଷଣ୍ଢ ଆଣି ଛାଡ଼ିଛନ୍ତି। ଯାହାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ପରିସରରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପୂର୍ବରୁ ରାଜନଗର ଅଞ୍ଚଳରେ ଷଣ୍ଢମାନେ ଚାଷ ଜମି […]
ଗଂଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଶ୍ୟାମସୁନ୍ଦର ଗାଁରେ ହାତରେ ବାଣ ଧରି ଫୁଟାଉଥିବା ବେଳେ ବିସ୍ଫୋରଣ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସୁମନ୍ତ ଦାଶ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଶ୍ରଦ୍ଧେୟ ଦାଶଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହାତରେ ବାଣ ଧରି ଫୁଟାଉଥିବା ବେଳେ ସୁମନ୍ତଙ୍କ ବାମ ହାତ […]
ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ସ୍ମିତାରାଣୀ ମୃତ୍ୟୁ ମାମଲାର ଯେଉଁ ତଦନ୍ତ ହୋଇଛି ସେଥିରେ ସନ୍ତୁଷ୍ଟ ନାହାନ୍ତି ମହିଳା କମିଶନ। ଏହି ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ତଦନ୍ତରେ ସନ୍ତୁଷ୍ଟ ନଥିବାରୁ ଘଟଣାର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପାଇଁ ଲେଖିଛୁ ସେ କହିଛନ୍ତି। ଏଥିସହିତ ଯାଜପୁର ଏସ୍ପିଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିବା ସହିତ ଏପରି କହିବାର ନଥିଲା ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା। ତେବେ ଏ ସମ୍ପର୍ରେ ଏସ୍ପିଙ୍କୁ ଗତ ୧୮ରୁ ରିପୋର୍ଟ […]
ବାଲେଶ୍ୱର: ଦିଲ୍ଲୀ ଗାଦିରେ ନନାଙ୍କ ମନ ଲାଗିଲା ନାହିଁ। ପିଲାଦିନ କଥା ଭାରି ମନେପଡ଼ିଲା। କେନ୍ଦ୍ରମନ୍ତ୍ରୀ ପଦବୀ ଭିତରେ ଲୁଚିଥିବା ଗାଁର ସରଳ ମନଟା ଛଟପଟ ହେଲା। ସବୁ ସୁରକ୍ଷାକୁ ବାହାରେ ଛାଡ଼ି କାହାକୁ କିଛି ନ କହି କୌଣସି ଖବର ନ ଦେଇ ଲୁଚି ଲୁଚି ସିଧା ଗାଁରେ ଆସି ହାଜର୍ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଉ ଛୋଟ ପିଲାଙ୍କ ଭଳି ଘର ସାମ୍ନାରେ ଦାଣ୍ଡରେ ପିଲାଙ୍କ ସହ ମିଶି ବାଣ ଫୁଟାଇଲେ। ଫଟୋରେ […]
କଟକ: କଟକ ଚୌଦ୍ୱାର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବ୍ୟାଙ୍କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୪ ଗୁରୁତରଙ୍କୁ ଅଧତ୍କ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର୍ ହୋଇଯାଇଛି।