• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
ପ୍ରବଳ ଶୀତ ସାଙ୍ଗକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ପାଞ୍ଚଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ମଧ୍ୟରେ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦାରିଙ୍ଗବାଡି ସର୍ବନିମ୍ନ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜରି ରହିବା ସହ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ […]

  • Friday, 23 July 2021
mother
ହେଡ୍‌ ସାର୍‌ଙ୍କ ପାଇଁ ସଜା ହେଲା ସ୍କୁଲ୍‌ ଭିତରେ ମଉଜ

ବଲାଙ୍ଗିର: ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଶିକ୍ଷକଙ୍କ ମଉଜମସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ଏହି ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସ୍କୁଲ ସମୟରେ କିଭଳି ଶିକ୍ଷକ ଓ ଅଧିକାରୀମାନେ ମାଂସ ଭୋଜିରେ ମସ୍‌ଗୁଲ ଅଛନ୍ତି, ତାର ଏକ ଫଟୋ ଭାଇରାଲ ହୋଇଥିଲା। ଭୋଜିର ସେଲ୍‌ଫି ଉଠାଇ ନିଜ ଫେସ୍‌ବୁକରେ ପୋଷ୍ଟ କରିଥିଲେ। ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଛୋଟ ଛୋଟ ପିଲାମାନେ ପାଣି ଡାଲି ଓ ଭାତ ଖାଉଥିବା ବେଳେ ଅଫିସ୍ ଭିତରେ […]

  • Friday, 23 July 2021
moid
କଅଁଳ ବୟସର କୁନି ଆଖିରେ ପିଲାଟି କହୁଛି ଜୀବନ ଯନ୍ତ୍ରଣାର କଥା

ପୁରୀ: ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା। ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ  ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି, ଶେଷରେ ଘର ଅଗଣାରେ ବାନ୍ଧି ରଖିବାକୁ ବାଧ୍ୟ ହୋଇଛନ୍ତି ଅଧିକ ଚିକିତ୍ସା ପାଇଁ ମନବଳୁ ଥିଲେ ବି ଉତ୍କଟ ଦାରିଦ୍ର ସେମାନଙ୍କ ଆଗରେ ସୃଷ୍ଟି କରିଛି ପ୍ରତିବନ୍ଧକ। […]

  • Friday, 23 July 2021
woman-sefty-in-bhubaneswar-750x420
ମହିଳାଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହେବ ଏସ୍‌ପିଓ

ଭୁବନେଶ୍ୱର: କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍‌ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍‌ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍‌ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ଆରମ୍ଭ କରିବାକୁ ଯାଉଛି ଏସ୍‌ପିଓ। ଏଥିପାଇଁ ୪୧ଟି ଅନୁଷ୍ଠାନକୁ କମିଶନରେଟ୍‌ ପୁଲିସ ତରଫରୁ ଚିଠି ଲେଖାଯାଇଛି। ଦୁଇରୁ ଅଧିକ ଅନୁଷ୍ଠାନ ତରଫରୁ ଏଥିପାଇଁ ସହମତି ମିଳିଛି। […]

  • Friday, 23 July 2021
mnga
ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ

ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ତୀର୍ଯ୍ୟକ୍ ମନ୍ତବ୍ୟ ଦେଇ କହିଛନ୍ତି ତାଙ୍କୁ ବିରୋଧୀଦଳ ନେତା ତ କରାଗଲା ନାହିଁ ସଭାପତି […]

  • Friday, 23 July 2021
kkll-750x430
ହୀରକୁଦ୍‌ ଭିଡିଓ ଭାଇରାଲ୍ ଘଟଣା; ନିଜ ଝିଅ ବିଷୟରେ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍‌ରେ ନିଷିଦ୍ଧାଞ୍ଚଳରେ ମସ୍ତି କରିବା ଓଡ଼ିଆ ହିରୋଇନ୍‌ଙ୍କୁ ମହଙ୍ଗା ପଡ଼ିଛି। କେବଳ ହିରୋଇନ୍‌ ନହଁନ୍ତି ସେମାନଙ୍କ ସହିତ ଅଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି। ଯେଉଁ ଅଞ୍ଚଳରେ ଫଟୋ କିମ୍ବା ଭିଡ଼ିଓ ସୁଟ୍ ମନା, ସେହି ଇଲାକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ ବିବାଦ ଉପୁଜିବା ପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶରେ ସାଇବର ପୁଲିସ ସହାୟତାରେ ଖୋଳତାଡ଼ ଆରମ୍ଭ ହୋଇଛି। କେବଳ ଏହି ହିରୋଇନମାନେ ନୁହଁନ୍ତି, ସେମାନଙ୍କ […]

  • Friday, 23 July 2021
doctor
ଡାକ୍ତରଙ୍କୁ କାହିଁକି ଗୁଳି ମାରିଲା ଦୁର୍ବୃତ୍ତ ?

ଭୁବନେଶ୍ୱର: ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ ? ରୋଗୀ ସେବାରେ ଲୋକପ୍ରିୟତା, ଜମିଜମା ବିବାଦ, ପାରିବାରିକ ଶତ୍ରୁତା ନା ବ୍ୟକ୍ତିଗତ ଆକ୍ରୋଶରୁ ପ୍ରତିଶୋଧ ? ଘଟଣାର ୨୪ଘଣ୍ଟା ପରେ ବି କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା ପୁଲିସ୍। ହେଲେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ କିନ୍ତୁ ତନ୍ନ ତନ୍ନ ଯାଞ୍ଚ କରୁଛି ସିସିଟିଭି। ୪ଟି ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତନାଘନା ଚଳାଇଛି। ଗୋଟିଏ […]

  • Friday, 23 July 2021
train
ସିଏଏ ବିରୋଧ ହିଂସା; ୫ ଟ୍ରେନ୍‌ ସମ୍ପୂର୍ଣ୍ଣ ବାତିଲ୍‌ ଓ ୧୨ ଟ୍ରେନ୍‌ ଆଂଶିକ ବାତିଲ୍

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା– ସିଆଲଦାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]

  • Friday, 23 July 2021
alinaa
ପ୍ରକୃତି କହିଲେ ଭୁଲ୍‌ ହୋଇଛି, ଏଲିନା କହିଲେ ମୁଁ ଭୁଲ୍ କରିନି

ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସମନ୍ତରାୟ ଓ ପ୍ରକୃତି ମିଶ୍ର। ଏଲିନା କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍‌ ସାଇଟ୍‌ରେ ତାହା ଅପଲୋଡ୍‌ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ […]

  • Friday, 23 July 2021
gs
ସମସ୍ତଙ୍କର ପ୍ରିୟ ଅଭି ଭାଇ; ଅନ୍ୟର ସେବା ପାଇଁ ଜୀବନ ଉତ୍ସର୍ଗୀକୃତ

କଟକ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ ଜଣାଇବୁ, ଯାହା ଲାଗି ସେବା ସବୁକିଛି। ତାଙ୍କ ପାଇଁ ସେବା ବ୍ରତ, ସେବା ସାଧନା ଆଉ ମାନବ ସେବା ଲାଗି  ତାଙ୍କ ଜୀବନ  ସବୁବେଳେ ଉତ୍ସର୍ଗୀକୃତ। ସେ ହେଲେ କଟକ ନେତାଜୀନଗର ଅଞ୍ଚଳର ଅଭିମନ୍ୟୁ ଦାସ। ଦୀର୍ଘ ୧୦ ବର୍ଷ ହେବ କଟକର କ୍ୟାନ୍ସର ହସ୍ପିଟାଲ ଆଗରେ ନିରାଶ୍ରୟଙ୍କୁ ସେବା ଯୋଗାଇ ଆସୁଛନ୍ତି ଅଭିମନ୍ୟୁଯ କେବଳ ସେତିକି ନୁହେଁ, କାହାର ପରଲୋକ ହେଲେ ଅନ୍ତିମ ଯାତ୍ରାରେ […]

  • Friday, 23 July 2021
praha
୧୨ ରୁ ଅଧିକ ବାଲ୍ୟ ବିବାହ ରୋକିଲେଣି କନ୍ଧମାଳ ଝିଅ ଝୁଲିମା

କନ୍ଧମାଳ: ଫୁଲବାଣୀ ଫେରିଛନ୍ତି ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ସମ୍ମାନଜନକ ‘ଭି’ ଅୱାର୍ଡ ମିଳିବା ପରେ ଏବେ ସେ ବାଲ୍ୟ ବିବାହ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବେ ବୋଲି ଝୁଲିମା କହିଛନ୍ତି। ବର୍ତ୍ତମାନ ୧୨ରୁ ଅଧିକ ବାଲ୍ୟ ବିବାହ ସେ ଅଟକାଇ ସାରିଲେଣି। ଆଗାମୀ ଦିନରେ ଏନେଇ କାର୍ଯ୍ୟ ଜାରି ରଖିବେ, କନ୍ଧମାଳର ବିଭିନ୍ନ ଅଞ୍ଚଳ ବୁଲି ଏନେଇ ସଚେତନ କରିବେ ବୋଲି ଝୁଲିମା କହିଛନ୍ତି। କନ୍ଧମାଳର ଝୁଲିମା […]

  • Friday, 23 July 2021
tadanta dhikari
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମିଶିବ ବିଜୁ ପକ୍କାଘର ଯୋଜନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମିଶିଯିବ ବିଜୁ ପକ୍କାଘର ଯୋଜନା। କାଳିଆ ପରି କେନ୍ଦ୍ର କାନ୍ଧରେ ନାଉ ହେବ ବିଜୁ ପକ୍କାଘର। ନିର୍ବାଚନରେ ନିଜସ୍ୱ ଯୋଜନା ଭାବେ ଭୋଟ୍ ସାଉଁଟିଥିବା ବିଜୁ ପକ୍କାଘର ଯୋଜନା ଆଉ ହୋଇ ରହିବ ନାହିଁ। ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜ ପୂଜାରୀ ଏଭଳି ଆଭାସ ଦେଇଥିଲେ। ତେବେ ବିଜୁ ପକ୍କାଘର ଯେ କେନ୍ଦ୍ର ଯୋଜନାରେ ମିଶିଯାଇଛି ସେକଥା ପ୍ରମାଣିତ କରିଛି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବ୍ ସାଇଟରେ […]

  • Friday, 23 July 2021
fakecall
ରେଳଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ବ୍ୟବହାର କରୁଥିଲେ ସାବଧାନ

ଭୁବନେଶ୍ୱର: ସ୍ମାର୍ଟଫୋନ୍ ଧରୁଥିଲେ ହୁସିଆର। ମୋବାଇଲ୍ ବନ୍ଦ ଥିଲେ ବି ଆପଣଙ୍କ ନମ୍ବରରୁ ପତ୍ନୀ କି ନିଜ ଲୋକଙ୍କ ପାଖକୁ ଯାଇପାରେ ଫେକ୍ କଲ୍। ଯାହା ଦ୍ୱାରା ହ୍ୟାକର୍ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରିନେବେ। ଆଉ ନିମିଷକରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଶୂନ୍ ହୋଇଯିବ। ରେଳଷ୍ଟେସନ, ଏୟାରପୋର୍ଟ, ମଲ୍ କିମ୍ବା ଅନ୍ୟ କେଉଁ ସର୍ବସାଧାରଣ ସ୍ଥାନରେ ମାଗଣା ୱାଇ-ଫାଇ ବ୍ୟବହାର କଲାବେଳେ ସତର୍କ ରୁହନ୍ତୁ। କନେକ୍ସନ୍ ହେବା ପୂର୍ବରୁ ଆପଣଙ୍କୁ ମାଗୁଥିବା ଓଟିପି ଦେଲାବେଳେ […]

  • Friday, 23 July 2021
capital
ଭୁବନେଶ୍ୱର ରାସ୍ତାକଡ଼ରେ ଚରୁଛନ୍ତି ହରିଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହର ଭିତରେ ହାତୀ ଓ ବାଘ ବୁଲୁଥିବାର ପୂର୍ବରୁ ଦେଖିବାକୁ ମିଳୁଥିଲା। ଆଉ ଏବେ ହରିଣ ବୁଲୁଛି। ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ। ଏହି ଦୃଶ୍ୟ ଦେଖିବାକୁ ରାସ୍ତା କଡ଼ରେ ବେଶ୍ ଭିଡ଼ ଜମିଥିଲା। ସ୍କୁଲ ଫେରନ୍ତା ପିଲା, ଛୋଟ ଶିଶୁମାନେ ମଧ୍ୟ ଆନନ୍ଦ ଉଠାଇଥିଲେ। ଯିଏ ବି […]

  • Friday, 23 July 2021
bear
ସ୍କୁଲ କ୍ୟାମ୍ପସରେ ୩ ଭାଲୁ

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ୟାମ୍ପସ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମାଆ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। କର୍ତ୍ତୃପକ୍ଷ ଓ ଛାତ୍ର ମାନେ ଭାଲୁକୁ ଘଉଡ଼ାଇ ଥିଲେ। ଫଳରେ ଭାଲୁ ସ୍କୁଲ ପାଚେରୀ ଡେଇଁ ଚାଲିଯାଇଛନ୍ତି। ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଛି। କ୍ୟାମ୍ପସରେ ଭାଲୁକୁ ଦେଖିବା ପରେ ଶିକ୍ଷକ […]

  • Friday, 23 July 2021
d
ସମୂଦ୍ରକୂଳରେ ମରିପଡ଼ିଛି ୩ ଡଲ୍‌ଫିନ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ସମୁଦ୍ର କୂଳରେ ୩ଟି ମୃତ ଡଲଫିନ ଠାବ କରାଯାଇଛି। ଟ୍ରଲର ମାଡରେ ଏହି ଡଲଫିନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଜି ପେଣ୍ଠ ବେଳାଭୂମିରେ ଏହି ଡଲଫିନଗୁଡିକ ମରି ପଡ଼ିଥିବା ଦେଖାଯାଇଥିଲା। କାଉ ଓ କୁକୁର ଏହାକୁ ଝୁଣି ଖାଉଥିବା ଦେଖିବାପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ରାଜନଗର ବନବିଭାଗ ଟିମ୍ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି। ମୃତ ଡଲଫିନଗୁଡ଼ିକର ଲମ୍ବ ପ୍ରାୟ ୫ରୁ ୬ଫୁଟ […]

  • Friday, 23 July 2021
police
ଚୋର ଖୋଜି ଖୋଜି ନୟାନ୍ତ ପୁଲିସ୍‌; ବୃଥା ଗଲା ପିରଶ୍ରମ

ଝାରସୁଗୁଡ଼ା: ଗୋଦାମରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି ବୋଲି ଥାନାରେ କେସ୍‌ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ୍‌ ମଧ୍ୟ ଚୋର ଖୋଜା ଅଭିଯାନ ଆରମ୍ଭ କଲା। କିନ୍ତୁ ଶେଷରେ ଟଙ୍କା ଚୋରି ହୋଇନି ବୋଲି ଜାଣିବାକୁ ପାଇଲା ପୁଲିସ୍। ବେକାର୍‌ଟାରେ ଏତେସବୁ ପରିଶ୍ରମ ପୁଲିସ୍‌ର ବୃଥା ଗଲା। ଖବର ଅନୁସାରେ, ଝରସୁଗୁଡ଼ା ସରବାହାଲରେ ଶଙ୍କର କେଡିଆ ନାମକ ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଥିଲେ। ବନ୍ଧୁକ ଦେଖାଇ ୩ ଦୃର୍ବୃତ୍ତ ୧୦ ଲକ୍ଷ ଟଙ୍କା ଲୁଟ୍ […]

  • Friday, 23 July 2021
puri
ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ

ପୁରୀ: ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ। ଏଥିପାଇଁ ଓଡ଼ିଶା ଖଣି ନିଗମକୁ ୬ଟି ଖଣ୍ଡୋଲାଇଟ ଖଣି ଦେଲା ଖଣି ଓ ଇସ୍ପାତ ବିଭାଗ। ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାରେ ୨ଟି ଏବଂ କଟକରେ ଗୋଟିଏ ଖଣି ରହିଛିଯ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଖଣିଗୁଡ଼କରୁ ଉତ୍ତୋଳନ ହେବାକୁ ଥିବା ଖଣିଜ ପଦାର୍ଥ, ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ। ଆଉ ଏହି […]

  • Friday, 23 July 2021
ndflgk
ଟିକେଟ୍‌ କରିବା ପୂର୍ବରୁ ଜାଣିରଖନ୍ତୁ, ଏହିସବୁ ଟ୍ରେନ୍‌ ବାତିଲ୍

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି  ଆସାମ ଭଳି ପଶ୍ଚିମବଙ୍ଗ ବି ଅଶାନ୍ତ ହୋଇପଡ଼ିଛି। ରାଜ୍ୟର ଅନେକ ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇ ବି‍କ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଓ ଏଥିପାଇଁ ଓଡ଼ିଶା- ପଶ୍ଚିମବଙ୍ଗ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରI ନୟାବାଜ ଓ ନଳପୁର ଷ୍ଟେସନମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡ଼ିଶା ଆସୁଥିବା […]

  • Friday, 23 July 2021
ji
ମା’ ପାଟଣେଶ୍ୱରୀଙ୍କ ପ୍ରତିମାରେ ନିଆଁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବିଭ୍ରାଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଉକ୍ତ ରାତିରେ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏନେଇ […]

  • Friday, 23 July 2021
sankucha
ଜାଲରେ ପଡ଼ିଲା ୨ କ୍ୱିଣ୍ଟାଲ୍ ଓଜନର ସାଙ୍କୁଚ

ନିଆଳି( ବିନୟ ମିଶ୍ର ): କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡ଼ିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର […]

  • Friday, 23 July 2021
truck-1-750x400
ଟ୍ରକ୍‌କୁ ଖୁବ୍‌ଜୋର୍‌ରେ ପିଟିଲା ବାଇକ୍‌, ୩ ଜଣଙ୍କର ଜୀବନ ଗଲା

ସୁନ୍ଦରଗଡ଼: ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅଚାନକ ପିଟିଲା ବାଇକ। ଧକ୍କା ଏତେ ଜୋର୍ ଥିଲା ଏ ଘଟଣାସ୍ଥଳରେ ହିଁ ବାଇକ୍‌ରେ ବସିଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛଇ। ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜୋର ନିକଟରେ ଘଟିଛି ଏହି ଦୁର୍ଘଟଣା। ସବ୍‌ଡେଗା ଅଞ୍ଚଳର ତିନି ସାଙ୍ଗ ଗତକାଲି ରାତିରେ ବାଲିଶଙ୍କରାକୁ ଭୋଜି ଖାଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିବା ବେଳେ ବାଇକ୍‌ […]

  • Friday, 23 July 2021
video
ଅଫିସର ଓ କର୍ମଚାରୀଙ୍କୁ ସାଇକେଲ୍‌ କିମ୍ବା ଚାଲିଚାଲି ଅଫିସ୍‌ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ରୋକିବା ସହ ଭୁବନେଶ୍ୱର ସହରକୁ ସଫାସୁତୁରା ରଖିବା ଲାଗି ପ୍ରଶାସନର ବଡ଼ ନିଷ୍ପତ୍ତି। ଭୁବନେଶ୍ୱର ମହାନଗର ନିଗମ, ଭୁନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଦିନ ଅଫିସକୁ କୌଣସି ମୋଟରଚାଳିତ ଗାଡ଼ି ନ ଆଣି ସାଇକେଲ୍‌ରେ ଆସିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି। ନ ହେଲେ ଚାଲି ଚାଲି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

  • Friday, 23 July 2021
plice
ବାରମ୍ବାର ଫୋନ୍‌ କରୁଥିଲେ ଝିଅ, ଏପଟେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ବାପାମା

କଟକ : ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ଦମ୍ପିଙ୍କର କେହି ପରିଚିତ ବ୍ୟକ୍ତି ଏହି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୁଲିସ୍ ଅନୁମାନ କରିଛି। ପୁଲିସ୍‌ ସୂଚନା ଅନୁଯାୟୀ, ଉକ୍ତ ଦମ୍ପତିଙ୍କ ଝିଅ ରାତିରେ […]

  • Friday, 23 July 2021