ମାଲକାନଗିରି: ବିଧାୟକ ହେବ ତ ଏମିତି। ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବିଧାୟକ ବାଲିମେଳା ଯାଉଥିବା ବେଳେ ନାୟକଗୁଡ଼ା ନିକଟ ଏକ ବ୍ରିଜ ପାଖରେ ବାଇକ ଦୁର୍ଘଟଣା ହୋଇଥିବା ଦେଖିଥିଲେ। ଏହାପରେ ସେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ଆହତ ଲୋକଙ୍କୁ ସହଯୋଗୀଙ୍କ ସହାୟତାରେ ଟେକି ଟେକି ନେଇ ଗାଡ଼ିରେ ବସାଇଥିଲେ। ଏହାପରେ ବିଧାୟ ତାଙ୍କ ବାଲିମେଳା ଗସ୍ତକୁ ବାତିଲ୍ କରି ଆହତଙ୍କୁ ମାଥିଲି […]
ପାରାଦୀପ: JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର ଅଫିସ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍। ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖାଯାଇଛି। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଉତ୍ୟକ୍ତ ବେକାରୀ ଇଂଜିନିୟରିଂ ଛାତ୍ର ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା […]
ଭୁବନେଶ୍ୱର: ଏଣିକି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପଦକ୍ଷେପ ନେଇଛି ବୋର୍ଡ। ସମସ୍ତ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ଲାଗିବ। ଭାଇରାଲ ଯିଏ ବି କରୁନା କାହିଁକି ସେ ସମ୍ପର୍କରେ ଜାଣି ହେବ ବୋଲି ବୋର୍ଡ ଅଧ୍ୟକ୍ଷ ରାମାଶିଶ୍ ହାଜରା କହିଛନ୍ତି। ଏହାସହ ଏଥର ନିର୍ଭୁଲ୍ ପ୍ରଶ୍ନପତ୍ର କରିବା ପାଇଁ ବି ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ ଓଏମ୍ଆର୍ ସିଟ୍ ଗାଏବ ହେବା ଭଳି ଘଟଣା ମାଧ୍ୟମିକ ଶିକ୍ଷା […]
କଟକ: ମ୍ୟାଟ୍ରିକ ପରୀକ୍ଷା କେବେ ସେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ପାଇଁ ଖବର। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। କେଉଁ ଦିନ କେଉଁ ବିଷୟ ରହିଛି ? ଫେବୃଆରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ୨୨ରେ ଇଂରାଜୀ ପରୀକ୍ଷା ହେବ। ୨୪ତାରିଖରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ଏହାପରେ୨୬ରେ […]
ଭୁବନେଶ୍ୱର: ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ବଢ଼ିଛି। ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ବିଭିନ୍ନ ଅଞ୍ଚଳରେ ୨୫ରୁ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ବାଲେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ବଲାଙ୍ଗିର ବଜାରରେ ଆଳୁ ଏବେ ୩୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ […]
ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ ସେବା ପ୍ରଦାନ କରୁଥିବା କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ସଂସ୍ଥା ବା ସେସୁର ଘରୋଇକରଣ ହୋଇଯାଇଛି। ଟାଟା ପାଓ୍ୱାର ସେସୁକୁ ଅଧିଗ୍ରହଣ କରିବା ସହ ସେସୁ ଯେଉଁ ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ସେହି ଅଞ୍ଚଳରେ ଏଣିକି ସେବା ଯୋଗାଇବ ଟାଟା। ଏନେଇ ଟାଟା ପାଓ୍ୱାର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟର ୫ଟି ସର୍କଲରେ ଟାଟା ପାଓ୍ୱାର ବିଦୁତ ସେବା ଯୋଗାଇବ। ସେଗୁଡ଼ିକ ହେଲା ଭୁବନେଶ୍ୱର ୧ ଓ୨, […]
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ଅଧିକ କୁମ୍ଭୀର ଉପରକୁ ଦୃଶ୍ୟମାନ ହୋଇଥାନ୍ତି। ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକମାନଙ୍କ ପାଇଁ ନିଷେଧ ଜାରି ରଖିଥାଏ। […]
ଭଦ୍ରକ (ପାର୍ଥ ସାରଥୀ ନାୟକ): ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଶ୍ରମିକ ଓ ଇଟା ମାଫିଆ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଜିଲ୍ଲାର ଖଡ଼ିପଦା ପଞ୍ଚାୟତର ଶୁକଦେବପୁର ହୋସେନ ଅଞ୍ଚଳରେ ୪ ବର୍ଷ ହେବ ଇଟା ମାଫିଆମାନେ ବେଆଇନ ଭାବେ ଇଟା ପକାଇବା ସହ ଆତଙ୍କରାଜ ଚଳାଇ ଆସୁଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରା ଗତକାଲି ଇଟା ପୋଡ଼ୁଥିବା ସ୍ଥାନରେ ଚଢ଼ଉ କରିଥିଲେ। ଏହାସହ ଦମକଳ ଗାଡ଼ି ଆସି […]
ଭୁବନେଶ୍ୱର: ନୂଆବର୍ଷରୁ ଥରିବ ଓଡ଼ିଶା। ଜାନୁଆରୀ ୧ ତାରିଖରୁ ତାପମାତ୍ରା ଆହୁରି ତଳକୁ ଖସିବ ଓ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହିତ କାଲିଠାରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଆଜି ପାଗ ଶୁଖିଲା ରହିବ, ହେଲେ କାଲିଠାରୁ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ବର୍ଷା ହେବ। ସେହିଭଳି ୨୬ ତାରିଖରେ ଢେଙ୍କାନାଳ ଓ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମହାକାଳପଡ଼ା, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ […]
ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରେନ୍ ୨୧ଟି ବଗିରେ ନିଆଁ ଲାଗିଯାଇଛି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ବଲାଙ୍ଗିର ମୁରିବାହାଲ ରେଲେଓ୍ୱ ଷ୍ଟେସନରେ ପହଚିଂବା ପରେ ବିଭିନ୍ନ ବଗିରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା। ପରେ ଟ୍ରେନ୍ କଣ୍ଟାବାଞ୍ଜି ପହଚିଂବା ପରେ ତାକୁ ଅଟକା ଯାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ରେଳ କର୍ତ୍ତୃପକ୍ଷ। ଅଗ୍ନିଶମ କର୍ମଚାରୀ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜାତୀୟ ରାଜପଥ-୫୫ କତଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଗାଡ଼ିଟି ଏକଦୁମ ଚେପା ହୋଇଯାଇଛି। ସୁଚନା ଅନୁସାରେ, ଦୁଇଟି ପରିବାରର […]
ଭୁବନେଶ୍ୱର: ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ସଂପୃକ୍ତ ଅଞ୍ଚଳର ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ମାଗଣାରେ ଅଫିସ୍ ଯୋଗାଇ ଦେବେ। ଖୁବ୍ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବ୍ୟାଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୨ଟି ଏସ୍ବିଆଇର ଶାଖା ଖୋଲିବ। ଯାହାଦ୍ୱାରା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକ ବ୍ୟାଙ୍କ […]
ଭୁବନେଶ୍ୱର: CBSE ଢାଞ୍ଚାରେ ପ୍ରସ୍ତୁତ ହେଲା ସିଲାବସ୍। ପାଠପଢ଼ା ମଧ୍ୟ ସମାନ ଢାଞ୍ଚାରେ ହେଲା। ଏହା ଭିତରରେ CBSEର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ତାରିଖ ଘୋଷଣା ସରିଛି। ICSE ବୋର୍ଡର ବି ପରୀକ୍ଷା ତାରିଖ ପ୍ରକାଶ ପାଇସାରିଛି। ମାତ୍ର ପ୍ରତିବର୍ଷ ଭଳି ଏବର୍ଷ ବି ନା ମ୍ୟାଟ୍ରିକ୍ ପରୀକ୍ଷା ନା ଯୁକ୍ତ ଦୁଇ ପରୀକ୍ଷା କାହାରି ବି ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ। ସାଧାରଣତଃ ପ୍ରତିବର୍ଷ ଫେବୃୟାରୀ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ପାଞ୍ଚଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ମଧ୍ୟରେ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦାରିଙ୍ଗବାଡି ସର୍ବନିମ୍ନ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜରି ରହିବା ସହ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ […]
ବଲାଙ୍ଗିର: ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଶିକ୍ଷକଙ୍କ ମଉଜମସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ଏହି ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସ୍କୁଲ ସମୟରେ କିଭଳି ଶିକ୍ଷକ ଓ ଅଧିକାରୀମାନେ ମାଂସ ଭୋଜିରେ ମସ୍ଗୁଲ ଅଛନ୍ତି, ତାର ଏକ ଫଟୋ ଭାଇରାଲ ହୋଇଥିଲା। ଭୋଜିର ସେଲ୍ଫି ଉଠାଇ ନିଜ ଫେସ୍ବୁକରେ ପୋଷ୍ଟ କରିଥିଲେ। ସ୍କୁଲର ଜଣେ ଶିକ୍ଷୟିତ୍ରୀ। ଛୋଟ ଛୋଟ ପିଲାମାନେ ପାଣି ଡାଲି ଓ ଭାତ ଖାଉଥିବା ବେଳେ ଅଫିସ୍ ଭିତରେ […]
ପୁରୀ: ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା। ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି, ଶେଷରେ ଘର ଅଗଣାରେ ବାନ୍ଧି ରଖିବାକୁ ବାଧ୍ୟ ହୋଇଛନ୍ତି ଅଧିକ ଚିକିତ୍ସା ପାଇଁ ମନବଳୁ ଥିଲେ ବି ଉତ୍କଟ ଦାରିଦ୍ର ସେମାନଙ୍କ ଆଗରେ ସୃଷ୍ଟି କରିଛି ପ୍ରତିବନ୍ଧକ। […]
ଭୁବନେଶ୍ୱର: କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ଆରମ୍ଭ କରିବାକୁ ଯାଉଛି ଏସ୍ପିଓ। ଏଥିପାଇଁ ୪୧ଟି ଅନୁଷ୍ଠାନକୁ କମିଶନରେଟ୍ ପୁଲିସ ତରଫରୁ ଚିଠି ଲେଖାଯାଇଛି। ଦୁଇରୁ ଅଧିକ ଅନୁଷ୍ଠାନ ତରଫରୁ ଏଥିପାଇଁ ସହମତି ମିଳିଛି। […]
ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ତୀର୍ଯ୍ୟକ୍ ମନ୍ତବ୍ୟ ଦେଇ କହିଛନ୍ତି ତାଙ୍କୁ ବିରୋଧୀଦଳ ନେତା ତ କରାଗଲା ନାହିଁ ସଭାପତି […]
ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ରେ ନିଷିଦ୍ଧାଞ୍ଚଳରେ ମସ୍ତି କରିବା ଓଡ଼ିଆ ହିରୋଇନ୍ଙ୍କୁ ମହଙ୍ଗା ପଡ଼ିଛି। କେବଳ ହିରୋଇନ୍ ନହଁନ୍ତି ସେମାନଙ୍କ ସହିତ ଅଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି। ଯେଉଁ ଅଞ୍ଚଳରେ ଫଟୋ କିମ୍ବା ଭିଡ଼ିଓ ସୁଟ୍ ମନା, ସେହି ଇଲାକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ ବିବାଦ ଉପୁଜିବା ପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶରେ ସାଇବର ପୁଲିସ ସହାୟତାରେ ଖୋଳତାଡ଼ ଆରମ୍ଭ ହୋଇଛି। କେବଳ ଏହି ହିରୋଇନମାନେ ନୁହଁନ୍ତି, ସେମାନଙ୍କ […]
ଭୁବନେଶ୍ୱର: ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ ? ରୋଗୀ ସେବାରେ ଲୋକପ୍ରିୟତା, ଜମିଜମା ବିବାଦ, ପାରିବାରିକ ଶତ୍ରୁତା ନା ବ୍ୟକ୍ତିଗତ ଆକ୍ରୋଶରୁ ପ୍ରତିଶୋଧ ? ଘଟଣାର ୨୪ଘଣ୍ଟା ପରେ ବି କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା ପୁଲିସ୍। ହେଲେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ କିନ୍ତୁ ତନ୍ନ ତନ୍ନ ଯାଞ୍ଚ କରୁଛି ସିସିଟିଭି। ୪ଟି ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତନାଘନା ଚଳାଇଛି। ଗୋଟିଏ […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା– ସିଆଲଦାରୁ ବାହାରୁଥିବା ସିଆଲ୍ଦା-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]
ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସମନ୍ତରାୟ ଓ ପ୍ରକୃତି ମିଶ୍ର। ଏଲିନା କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍ ସାଇଟ୍ରେ ତାହା ଅପଲୋଡ୍ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ […]
କଟକ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ ଜଣାଇବୁ, ଯାହା ଲାଗି ସେବା ସବୁକିଛି। ତାଙ୍କ ପାଇଁ ସେବା ବ୍ରତ, ସେବା ସାଧନା ଆଉ ମାନବ ସେବା ଲାଗି ତାଙ୍କ ଜୀବନ ସବୁବେଳେ ଉତ୍ସର୍ଗୀକୃତ। ସେ ହେଲେ କଟକ ନେତାଜୀନଗର ଅଞ୍ଚଳର ଅଭିମନ୍ୟୁ ଦାସ। ଦୀର୍ଘ ୧୦ ବର୍ଷ ହେବ କଟକର କ୍ୟାନ୍ସର ହସ୍ପିଟାଲ ଆଗରେ ନିରାଶ୍ରୟଙ୍କୁ ସେବା ଯୋଗାଇ ଆସୁଛନ୍ତି ଅଭିମନ୍ୟୁଯ କେବଳ ସେତିକି ନୁହେଁ, କାହାର ପରଲୋକ ହେଲେ ଅନ୍ତିମ ଯାତ୍ରାରେ […]