• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

BeFunky-collage-8
ଅନୁପ ସାଏଙ୍କ ନାର୍କୋ ଟେଷ୍ଟକୁ ନା

ଭୁବନେଶ୍ୱର: ନାର୍କୋ ଟେଷ୍ଟକୁ ନା। ଛତିଶଗଡ଼ ହମିରପୁର ଡବଲ ମର୍ଡର ମାମଲାରେ ଫସିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କର ନାର୍କୋ ଟେଷ୍ଟ କି ବ୍ରେନ୍ ମ୍ୟାପିଂ ହୋଇପାରିବନି। କାରଣ ନାର୍କୋ ଟେଷ୍ଟ ପାଇଁ ପୋଲିସ ଯେଉଁ ଆବେଦନ କରିଥିଲା ତାକୁ ଖାରଜ କରିଦେଇଛନ୍ତି କୋର୍ଟ। ଚକ୍ରଧରନଗର ପୋଲିସ ନାର୍କୋ ଟେଷ୍ଟ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ରାୟଗଡ଼ CJMଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ସିଧାସଳଖ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯେହେତୁ ଟେଷ୍ଟ ପାଇଁ ଅଭିଯୁକ୍ତ […]

  • Saturday, 24 July 2021
llop
ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍

ଭୁବନେଶ୍ୱର: ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାପାନ୍ ରାଷ୍ଟ୍ରଦୂତ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସୂଚନା ମିଳିଛି। ବୈଠକ ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ତାଙ୍କ ଦେଶ ଆଗ୍ରହୀ ବୋଲି କହିଛନ୍ତି। ଜାପାନ ରାଷ୍ଟ୍ରଦୂତ ସାନ୍‌ଟୋସି ସୁଜ୍‌କୀ ୨୦୧୮ ଭଳି ଏବର୍ଷ ହେବାକୁ ଥିବା ମେକ୍  ଇନ୍ ଓଡ଼ିଶାରେ ମଧ୍ୟ ପାର୍ଟନର ହେବାକୁ […]

  • Saturday, 24 July 2021
congress
ପ୍ଲସ୍‌-୨ ପରୀକ୍ଷା: ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ...

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ପ୍ରାୟ ସାଢ଼େ ତିନି ଲକ୍ଷ ପିଲା ଏହି ପରୀକ୍ଷା ଦେବେ। ଏଥିଲାଗି ଜେରଦାର ପ୍ରସ୍ତୁତ ଚଳାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ପରିଚାଳନା ସହ ସଠିକ ସମୟରେ ମୂଲ୍ୟାୟନ ଓ ଫଳ ପ୍ରକାଶ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ।ମ୍ୟାଟ୍ରିକ ପରୀକ୍ଷା […]

  • Saturday, 24 July 2021
Capturejkjfs
କଟକ ଗୁଳିକାଣ୍ଡ ମାମଲାରେ ୫ ଗିରଫ

କଟକ: କଟକ କଲେଜ୍‌ ଛକ ଅଞ୍ଚଳରେ ଏକ ଗୁଳିକାଣ୍ଡ ମାମଲାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଏପିଆର କନେଷ୍ଟବଳ। ଗିରଫ କନଷ୍ଟେବଲଙ୍କ ନାଁ ଟିକେଶ୍ୱର ମହନ୍ତ। କଲେଜ ଛକରେ ଥିବା ଏକ ହେ।ଟେଲରେ ଟିକେଶ୍ୱର ତାଙ୍କ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହେ।ଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଟିକେଶ୍ୱର ଓ ତାଙ୍କ ବନ୍ଧୁ […]

  • Saturday, 24 July 2021
shai
ହେଲ୍‌ମେଟ୍‌ ନପିନ୍ଧି କାର୍ ଚଲାଉଥିଲେ ବୋଲି ଫାଇନ୍‌

ସମ୍ବଲପୁର: ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ  ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍ ଚାଳକଙ୍କୁ ଫାଇନ୍ କରିଛି ସମ୍ବଲପୁର ଟ୍ରାଫିକ ପୁଲିସ। ସମ୍ପୃକ୍ତ କାର ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଝାରୁପଦାର ଚନ୍ଦ୍ର କୁମାର ବେହେରା। ସେ ଏନେଇ ସମ୍ବଲପୁର ଆରଟିଓରେ […]

  • Saturday, 24 July 2021
k
ରାଜରାସ୍ତାରେ ଭିକ ମାଗୁଛନ୍ତି ଶିକ୍ଷୟତ୍ରୀ; କାହିଁକି ଜାଣିଛନ୍ତି ?

ଭୁବନେଶ୍ୱର: ଶିକ୍ଷା ଆଲୋକ ଦେଖାଇ ଦେଶର ଭବିଷ୍ୟତ ଗଢ଼ୁଥିବା ଗୁରୁ ଆଜି ରାଜରାସ୍ତାରେ ଭିକାରୀ ସାଜିଛନ୍ତି। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ଭିକ ମାଗୁଛନ୍ତି ସରକାରୀ ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ। ଜଣେ ଶିକ୍ଷୟତ୍ରୀଙ୍କ ଏ ଅବସ୍ଥା ହେଲା କିପରି ? ଆପଣଙ୍କର ମନରେ ଏପରି ପ୍ରଶ୍ନ ଆସୁଥିବ ନିଶ୍ଚୟ। ତେବେ ପଢ଼ନ୍ତୁ ପୂରା କାହାଣୀ… ଅଢ଼େଇ ବର୍ଷ ହେଲାଣି ଦରମା ନପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛନ୍ତି ଅନୁଗୁଳ ମ୍ୟୁନିସପାଲିଟି ସ୍କୁଲର ଅନୁପମା ବିଶ୍ୱାଳ। […]

  • Saturday, 24 July 2021
ami
'ଫମ୍ପା ଆବାଜ କରିବାକୁ ଆସୁଛନ୍ତି ଶାହ'

ଭୁବନେଶ୍ୱର: ଶାହଙ୍କ ଗସ୍ତ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବୟାନବାଜି। ଏପଟେ ଶାହ ଫମ୍ପା ଆବାଜ କରିବାକୁ ଆସୁଛନ୍ତି ବୋଲି କହିଛି କଂଗ୍ରେସ। ସିଏଏକୁ ନେଇ ଆଉ ବୁଝାଇବା ପରିସ୍ଥିତି ନାହିଁ। ବିଜେଡି କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ କରୁଛି। କାହିଁକି ଏତେ ଗୋଡାନିଆଁ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ଏପଟେ ବିଜେଡି କହିଛି, କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କଣ ଲୋକେ ଜାଣିଛନ୍ତି। ତେଣୁ ସିଏଏ ବିଷୟରେ […]

  • Saturday, 24 July 2021
kkj
ଦୁନିଆର ଆଲୋକ ଦେଖିବା ଆଶାରେ ପର କଥାରେ ଡାକ୍ତରଖାନା ଗଲେ କିନ୍ତୁ...

ଢେଙ୍କାନାଳ: ଆଶା ଥିଲା ଆଖି ଅପରେସନ ପରେ ଭଲ ଭାବେ ଦୁନିଆକୁ ଦଖିପାରିବେ। ସେହି ଆଶାରେ ପରକଥାରେ ରାଜି ହେ।ଇ ବାର୍ଦ୍ଧକ୍ୟ ଅବସ୍ଥାରେ ଡାକ୍ତରଖାନା ଗଲେ। ଆଖି ଅପରେସନ ବି ହେଲେ। କିନ୍ତୁ ଅପରେନସନ୍‌ର ସାତ ଦିନ ପରେ ଆଖି ସାମ୍ନାରେ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ଏଭଳି ଦୁଃଖଦ ଘଟଣା ଘଟିଛି  କାମାକ୍ଷାନଗର ବଡବିଲାସାହିର ଧଳା ବେୱାଙ୍କ କ୍ଷେତ୍ରରେ। ଖବର ଅନୁଯାୟୀ,ଜାନୁୟାରୀ ୭ରେ ଏକ ସ୍ୱେଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି କଣ୍ଟାନାଳ ସ୍ଥିତ […]

  • Saturday, 24 July 2021
sahs
ଆସନ୍ତାକାଲି ଆସିବେ ଶାହ: ସନ୍ଧ୍ୟାରେ ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଲୋକସେବା ଭବନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ସକାଳ ୧୦:୪୦ରୁ ଅପରାହ୍ମ ୨ଟା ଯାଏ ଶାହଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି। ଏହାପରେ ୨ଟା ୩୦ରୁ ଅପରାହ୍ଣ ୪ଟା ଯାଏଁ ଜନତା ମଇଦାନରେ CAA ସମର୍ଥନରେ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ନିଜ ଦଳର୨ଶହରୁ […]

  • Saturday, 24 July 2021
chhua
ରାଜଧାନୀରେ ବିକ୍ରି ହେଉଛି ମଣିଷ ଛୁଆ

ଭୁବନେଶ୍ୱର: କେଉଁ ଉପାନ୍ତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଏକ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ୧୯ ଦିନର ଶିଶୁପୁତ୍ରକୁ ଜଣେ ଶ୍ରମିକ ଶ୍ରେଣୀର ଦମ୍ପତି ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି। ସିଡବ୍ଲୁସି ଠାରୁ ଖବର ପାଇ ଶିଶୁର ବାପାମାଆଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ। ଏଥିସହ ଭରତପୁର ଅଞ୍ଚଳରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଉ […]

  • Saturday, 24 July 2021
heg
ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଟିଭିକୁ ବଦ୍‌ନାମ୍ କରିବାକୁ ଅପଚେଷ୍ଟା

ଭୁବନେଶ୍ୱର: ଓଟିଭି ବିରୋଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଭଳି ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ବି ଜାଗର କଭରେଜ୍ ବେଳେ, ଓଟିଭି ସୋଶାଲ୍ ମିଡିଆରେ ଜଣେ କୁନି ବ୍ରାହ୍ମଣଙ୍କ ଏକ ମଜାଦାର ଭିଡିଓ ଛଡ଼ାଯାଇଥିଲା। ଏଥିରେ ନା ଥିଲା କାହା ପ୍ରତି ଆକ୍ଷେପ, ନା ସମାଲୋଚନା।  ତେବେ ଏହାକୁ ଆଧାର କରି ଓଟିଭିକୁ ବଦ୍‌ନାମ କରିବା ପାଇଁ, ଭଦ୍ରକ ଆରଡ଼ି ପୀଠର କିଛି ନ୍ୟସ୍ତ ସ୍ୱାର୍ଥ ସେବାୟତ ଗତ ୨୪ […]

  • Saturday, 24 July 2021
g
ଅଷ୍ଟମ ଥର ବିଜେଡି ସଭାପତି ହୋଇଥିବା ନବୀନଙ୍କ ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ନବୀନଙ୍କୁ ଆଜି ସଭାପତି ଘୋଷଣା କରାଯାଇଛି। ଦଳକୁ ଆଗକୁ ନେବା ପାଇଁ ଉତ୍ତରାଧିକାରୀ ଚୟନ, ବରିଷ୍ଠ-କନିଷ୍ଠ ମଧ୍ୟରେ ସମନ୍ୱୟ ରକ୍ଷା ଓ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କୁ […]

  • Saturday, 24 July 2021
p
ପୁରୀ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି

ଭୁବନେଶ୍ୱର: କେମିତି ପଢୁଛନ୍ତି ଆମ ପିଲା? ସରକାରୀ ସ୍କୁଲରେ ଶିକ୍ଷା ଭିତ୍ତିଭୂମି ଯୋଗାଣରେ କେତେ ପାରିବାର ଆମ ବ୍ୟବସ୍ଥା ? କାରଣ ଅନ୍ୟ ଭିତ୍ତିଭୂମି କଥା ଛାଡ଼ନ୍ତୁ ବିଧାନସଭାରେ ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟର ୯୦ଟି ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ କଳାପଟାର ବି ବ୍ୟବସ୍ଥା ନାହିଁ। କେଉଁଠି ବିଜୁଳି ନାହିଁ ତ କେଉଁଠି ଖେଳପଡ଼ିଆ, ଆଉ କେଉଁଠି ପାଇଖାନା ନାହିଁ। ରାଜ୍ୟର କିଛି ସ୍କୁଲକୁ ଯାଇ ବାସ୍ତବତା ପରଖିବା ବେଳେ ଆମେ ବି […]

  • Saturday, 24 July 2021
jiop
ବାପା ନୁହେଁ, ସେ ରାକ୍ଷସ

ଗଞ୍ଜାମ: ପାରିବାରିକ କଳହରୁ କରୁଣ ପରିଣତି। କ୍ରୋଧରେ ବଶବର୍ତ୍ତୀ ହେ।ଇ ନିଜ ସ୍ତ୍ରୀ ଓ ଯୁକ୍ତ ଦୁଇରେ ପଢୁଥିବା ଝିଅକୁ ଟାଙ୍ଗିଆରେ ହାଣି ମାରିବା ପରେ ନିଜେ ଆମ‍ହତ୍ୟା କଲେ  ଗଞ୍ଜାମ ଛତ୍ରପୁର ପାଲିଆରେ ବୃନ୍ଦାବନ ନାମକ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ କରିଛନ୍ତି ମୃତ ବୃନ୍ଦାବନଙ୍କ ବଡ଼ ଝିଅ। ଘଟଣା ଟି ଥିଲା ଏମିତି… ମୃତ ବୃନ୍ଦାବନର ବଡ଼ ଝିଅଙ୍କ କହିବା ଅନୁଯାୟୀ, ବାପା ସବୁବେଳେ ମା’ଙ୍କ ସହ ଝଗଡ଼ା କରୁଥିଲେ। କଥା କଥାରେ ସବୁବେଳେ […]

  • Saturday, 24 July 2021
mma
ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ: ମମତା ବାନାର୍ଜୀ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କୁ ଦର୍ଶନ ପରେ ମମତା କହିଛନ୍ତି “ମୁଁ ଜଗନ୍ନାଥଙ୍କର ପରମ ଭକ୍ତ, ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ସାରା ଭାରତବାସୀ ଆମେ ସମସ୍ତେ ଭାଇ ଭାଇ ଭଳି ରହିବା।” ସେହିପରି CAAକୁ ନେଇ ଦିଲ୍ଲୀ ହିଂସାକାଣ୍ଡ ସଂପର୍କରେ ମମତା କହିଲେ, ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ। […]

  • Saturday, 24 July 2021
student
୨୦ ମିନିଟ୍‌ ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ଛାତ୍ର

ସୁବର୍ଣ୍ଣପୁର: ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ପରୀକ୍ଷାର୍ଥୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପରୀକ୍ଷାରୁ ବଞ୍ଚିତ ହୋଇଥିବା ପରୀକ୍ଷାତ୍ରୀଙ୍କ ନାଁ ଜିତୁ କର୍ମୀ। ଜିତୁ ଆଜି ଗଣିତ ପରୀକ୍ଷା ଚାଲିଥିଲାବେଳେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ସୁପରିଟେଣ୍ଡଣ୍ଟ ପରୀକ୍ଷା ଦେବାକୁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି। ଫଳରେ ଗଣିତ ପରୀକ୍ଷା ଦେଇନପାରି ନିରାଶ ହୋଇ ଫେରିଛନ୍ତି ଛାତ୍ର । ଘଟଣା ଅନୁସାରେ, ଅମରପାଲି ହାଇସ୍କୁଲର ଛାତ୍ର […]

  • Saturday, 24 July 2021
raha
ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର। ରାଜ୍ୟର ୧୯ ଜିଲ୍ଲାରେ ୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ମିଲର ସରକାରଙ୍କୁ ଏଭଳି ଢଙ୍ଗରେ ଚୂନ ଲଗାଇଛନ୍ତି ମିଲର। କହିବାକୁ ଗଲେ ୧୪୨ କୋଟି ୫୧ ଲକ୍ଷ ୪୧ ହଜାର ଟଙ୍କା ମିଲର ଖାଇ ଯାଇଛନ୍ତି। କଳାହାଣ୍ଡି ପରେ ସର୍ବାଧିକ ୧୯ଜଣ ମିଲର ୨୬ କୋଟି ଟଙ୍କା […]

  • Saturday, 24 July 2021
jbn-750x430
ପରୀକ୍ଷାରେ ଫୁଲ୍‌ ମାର୍କ ୪୦, କିନ୍ତୁ ଛାତ୍ର ରଖିଛନ୍ତି ୮୭ ନମ୍ବର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପରୀକ୍ଷା ଫଳକୁ ନେଇ ଚିନ୍ତାରେ ଛାତ୍ର। ପରୀକ୍ଷାରେ କମ୍ ମାର୍କ ରଖିଛନ୍ତି ବୋଲି ନୁହେଁ ବରଂ ବହୁତ୍‌ ଅଧିକ ରଖିଛନ୍ତି ବୋଲି ଚିନ୍ତାରେ ଅଛନ୍ତି ଛାତ୍ର। କଥାଟା ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଛାତ୍ର ଜଣକ ଏତେ ଅଧିକ ମାର୍କ ରଖିଛନ୍ତି ଯେ ତାହା ଫୁଲ୍‌ ମାର୍କ ଠାରୁ ବି ଅଧିକ।ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ […]

  • Saturday, 24 July 2021
sam
ନାହିଁ ନାହିଁରେ ଚାଲିଛି ସ୍କୁଲ୍; ମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟକର ତଥ୍ୟ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାର ଉନ୍ନତୀ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏତେ ଯୋଜନା ପରେ ବି ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ରାଜ୍ୟରେ ସ୍କୁଲର ଭିତ୍ତିଭୂମିକୁ ନେଇ ବିଧାନସଭାରେ ଖେ।ଦ୍ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଛି। ରାଜ୍ୟର ୯୦ ସ୍କୁଲରେ କଳାପଟା ନାହିଁ ବୋଲି ଗୃହରେ ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କେବଳ ସେତିକି ନୁହେଁ, ଅଧାରୁ ଅଧିକ ସ୍କୁଲରେ ବିଜୁଳି, ଖେଳପଡ଼ିଆ ଏମିତିକି ପଢ଼ିବା […]

  • Saturday, 24 July 2021
Untitled-2
ଜଳସମ୍ପଦ ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରଘୁଙ୍କ ବିରୋଧରେ ଏହି ନୋଟିସ୍‌ ଆଣିଛନ୍ତି। ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସାଲୁଜା କହିଛନ୍ତି, ମନ୍ତ୍ରୀ ତିନି ଥର ତିନି ପ୍ରକାର […]

  • Saturday, 24 July 2021
dada
ଗାଁ ମୁଣ୍ଡ ମଶାଣିରେ ଜଳିଲା ୩ ଦାଦନ ଶ୍ରମିକଙ୍କ ଜୁଇ

ଯାଜପୁର: ଅହମ୍ମଦାବାଦ ସୂତାକଳ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରିଛି। ଯାଜପୁର ଜିଲ୍ଲା ଯମଧରପୁର ଗାଁରେ ୩ ଜଣଙ୍କ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ କରାଯାଇଛି। ଯାଜପୁର ବିଡିଓ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିବାବେଳେ ଲୁହରେ ବତୁରି ଯାଇଛି ସାରା ଗାଁ। ଦାନା ପାଇଁ ଯାଇଥିଲେ ଦାଦନ ଖଟି। ଶେଷରେ ପେଟକୁ ଦି ମୁଠା ଦାନା ଯୋଗାଣର ସଂଗ୍ରାମ ଭିତରେ ହାରିଯାଇ ଫେରିଆସିଲେ ଶବ ପାଲଟି। ଗାଁ ମୁଣ୍ଡ […]

  • Saturday, 24 July 2021
Capture
ମ୍ୟ।ଟ୍ରିକ୍ ପରୀକ୍ଷାରେ ଦୁଇ ନକଲି ପରୀକ୍ଷାର୍ଥୀ 

ନୟାଗଡ- ନୟାଗଡ଼ ରଣପୁର ବ୍ଲକ କୁଳାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୁଲିସ୍। ୨ଜଣ ଛାତ୍ରୀଙ୍କ ପାଇଁ ଅନ୍ୟ ଦୁଇ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଧରି ରଣପୁର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଉଭୟଙ୍କୁ ପରୀକ୍ଷାକେନ୍ଦ୍ର ଭିତରୁ ଗିରଫ କରିଛି। ସମ୍ପୃକ୍ତ ମ୍ୟ।ଟ୍ରିକ୍ ପରୀକ୍ଷାର୍ଥୀଙ୍କ ବଦଳରେ ସେହି ଗାଁର ଯୁକ୍ତ ଦୁଇରେ ପଢୁଥିବା ଦୁଇ ଛାତ୍ରୀ ପରୀକ୍ଷା ଦେଉଥିଲେ। ପୁଲିସ୍ […]

  • Saturday, 24 July 2021
nsa-ajit-doval
ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ସହିପରି ଖାତା ଦେଖା କାମ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଆଉ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍‌ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ […]

  • Saturday, 24 July 2021
mamata
ଓଡ଼ିଶାରେ ମମତା ବାନାର୍ଜୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ତାଙ୍କୁ ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ ମଧ୍ୟ ଆସିଛନ୍ତି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ […]

  • Saturday, 24 July 2021
rain
ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ବର୍ଷା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ଼ ଓ ଦେବଗଡ଼। ସେହିପରି ବୌଦ୍ଧ, ସୋନପୁର ଓ କନ୍ଧମାଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବ। […]

  • Saturday, 24 July 2021