• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjd
ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ବିଜେଡି ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଲାଗି ନିଜ ନିଜର ନାମାଙ୍କନ ଭରିବେ। ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୧୩ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ। ଆଶାୟୀ ପ୍ରାର୍ଥୀ  ସଂଖ୍ୟା ଦୃଷ୍ଟିରୁ […]

  • Monday, 26 July 2021
bidhan
ଏଥର ସରକାରଙ୍କୁ ଚାରିପଟୁ ଘେରିବ ବିରୋଧୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବିରୋଧୀଙ୍କ ହାତରେ ରହିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷ କରି ୟେସ୍ ବ୍ୟାଙ୍କରେ ରଖାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କାକୁ ନେଇ ସରଗରମ ରହିପାରେ ଗୃହ। ଘରୋଇ ୟେସ୍ ବ୍ୟାଙ୍କ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା କିଏ ରଖିଥିଲା ଏବଂ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ କାହା ନିର୍ଦ୍ଦେଶରେ ରଖାଗଲା, ସେନେଇ ବିଧାନସଭାରେ ଝଡ଼ ଉଠିପାରେ। ଏହାବାଦ୍ ପ୍ରଥମ ପର୍ଯ୍ୟାୟ ଅଧିବେଶନ […]

  • Monday, 26 July 2021
buss
ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଓଲଟି ପଡ଼ିଲା ବସ୍‌: ୨୫ ଯାତ୍ରୀ...

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍। ନୟାଗଡ଼ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ଡିମିରିଝରିଠାରେ ତୀର୍ଥଯାତ୍ରୀ ବସ୍ ଓଲଟି ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଗ ଚକ ବାହାରି ଯିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ମୋଟ ୬୦ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତେ ଛତିଶଗଡ଼ର ବୋଲି […]

  • Monday, 26 July 2021
nuirnajn
ସିନ୍ଧିଆ ଦଳ ଛାଡ଼ିବା ପରେ କଡ଼ା ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ୱର: ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସିନ୍ଧିଆଙ୍କୁ ବହିଷ୍କାର କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସିନ୍ଧିଆଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସିନ୍ଧିଆଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ନିରଞ୍ଜନ। କିଛି ନେତାଙ୍କର ସବୁବେଳେ ପଦପଦବୀ ଦରକାର ନହେଲେ ନିର୍ବାଚନ ଜିତିବା ଦରକାର। […]

  • Monday, 26 July 2021
attack
ହୋଲି ଖେଳରେ ଗାଡ଼ି ସାଇଟ୍‌ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

କଟକ: ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ  ୧୦ରୁ ଅଧିକ ଆହତ ହୋଇଛନ୍ତି। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ସମସ୍ତ ଆହତଙ୍କୁ ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘର ପାଖରେ ରଙ୍ଗ ଖେଳୁଥିବା ସମୟରେ ରାସ୍ତାରେ ଗାଡ଼ି ସାଇଡ୍ ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଗାଁର ଲୋକେ […]

  • Monday, 26 July 2021
opd
ପୁରୁଖା କଂଗ୍ରେସ କର୍ମୀ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର: ଓଟିଭିକୁ ଧନ୍ୟବାଦ ଦେଲେ ନେତା

ପୁରୀ: ଓଟିଭି ଖବରର ପ୍ରଭାବ। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର କଂଗ୍ରେସ କର୍ମୀ ଶଙ୍କର ଆଚାର୍ଯ୍ୟ ଓରଫ୍ ଶୁକଦେବଙ୍କୁ ମିଳିଲା ନୂଆ ଠିକଣା। ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ଶଙ୍କରଙ୍କୁ ପୁରୀରୁ ଅଣାଯାଇ ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ତର୍ତ୍ତଙ୍ଗ ଠାରେ ଥିବା ତ୍ରିନାଥ ଜରା ଆଶ୍ରମରେ ଥଇଥାନ କରାଯାଇଛି। ଉଦ୍ଧାର ବେଳେ ଶଙ୍କର ନିଜକୁ ଜଣେ ପୁରୁଖା କଂଗ୍ରେସ କର୍ମୀ ପରିଚୟ ଦେଇଥିଲେ। ଶଙ୍କରଙ୍କ ଆଖି ଖରାପ ହୋଇଯିବାରୁ ଅସହାୟ […]

  • Monday, 26 July 2021
congress
ଏପେଟେ ହୋଲି ସେପଟେ କରୋନା: ପୁଣି ୯ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶର ରଙ୍ଗର ପର୍ବ ହୋଲି ପାଳନ କରୁଥିବା ବେଳେ ସେପଟେ କାୟା ବିସ୍ତାର କରୁଛି ପ୍ରାଣଘାତୀ କରୋନା ଭାଇରସ୍। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କେରଳରେ ୬ […]

  • Monday, 26 July 2021
prakshj
ୟେସ୍‌ ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ସରକାରଙ୍କୁ ସିଧା ଟାର୍ଗେଟ୍‌ କଲେ ସାଉଥ୍‌ ଷ୍ଟାର୍

ନୂଆଦିଲ୍ଲୀ: ବୁଡ଼ିବାକୁ ବସିଥିବା Yes ବ୍ୟାଙ୍କ୍‌ରେ ପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଥିବାରୁ ଟଙ୍କା ଫେରିବା ନେଇ ରାଜ୍ୟରେ ହଇଚିଇ ସୃଷ୍ଟି ହୋଥିବା ବେଳେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଉତ୍ ଷ୍ଟାର୍ ପ୍ରକାଶ ରାଜ। ଦେଶର ବିଭିନ୍ନ ଘଟଣାରେ ରୋକ୍‌ଠୋକ୍‌ ମନ୍ତବ୍ୟ ରଖୁଥିବା ପ୍ରାକାଶ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି।  ସେ ସିଧା ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଛନ୍ତି, “ହେ ଭଗବାନ! ଆପଣଙ୍କୁ […]

  • Monday, 26 July 2021
los
କରୋନା ଭୟ: ହୋଲି ଖେଳ ପାଇଁ ସତର୍କବାଣୀ ଶୁଣାଇଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। କିନ୍ତୁ ଚଳିତ ବର୍ଷ ହୋଲି ପାଇଁ ଦେଖିବାକୁ ମିଳୁନି ସେତେଟା ଉତ୍ସାହ। ହୋଲି ମାର୍କେଟକୁ ମାନ୍ଦା କରିଛି କୋରନା ଭୂତାଣୁ ଭୟ। ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଦୋକାନ ଖୋଲିଥିଲେ ବି ବ୍ୟବସାୟ ମାନ୍ଦା ରହିଛି। କରୋନା ଭୟରେ ଲୋକେ ରଙ୍ଗ କିଣୁନଥିବା ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ହୋଲି କିପରି ଖେଳିବେ ତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ […]

  • Monday, 26 July 2021
wedding copy
'ବାପା ମୁଁ ଭଲରେ ଅଛି, ମୋ ସ୍ୱାମୀଙ୍କୁ ଅସୁବିଧାରେ ପକାଅନି'

ଜଳେଶ୍ୱର: ମୁଁ ଘରୁ ଚାଲିଆସିଛି। ବାହା ହୋଇ ମୋ ସ୍ୱାମୀଙ୍କ ସହିତ ଭଲରେ ଅଛି। ହେଲେ ଆମ ଘର ଲୋକେ ମୁଁ ନିଖୋଜ ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମୁଁ ଚାହୁଁନି ମୋ ପାଇଁ ମୋ ସ୍ୱାମୀଙ୍କ ପରିବାର ଦୁଃଖରେ ରୁହନ୍ତୁ। ଏପରି ଢଙ୍ଗରେ ନିଜ ସିନ୍ଦୁରର ସୁରକ୍ଷା ପାଇଁ ଗୁହାରୀ କଲେ ନୂଆବୋହୂ। ପ୍ରଥମେ ପ୍ରେମ ଆଉ ତାପରେ ବିବାହକୁ ବିରୋଧ କରୁଥିବା ପରିବାର ବିରୋଧରେ ସୋସାଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି […]

  • Monday, 26 July 2021
rain-update
ବର୍ଷାରେ ଧୋଇଯିବ ହୋଲି ମଉଜ

ଭୁବନେଶ୍ୱର: ଅଦିନିଆ ବର୍ଷା ଏଥର ହୋଲି ଖେଳକୁ ଫିକା କରିଦେଇପାରେ। କାରଣ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିବ। ତା ସାଙ୍ଗକୁ ଅନେକ ସ୍ଥାନରେ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୧୪ ତାରିଖ ଯାଏ ସାରା ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ହେବ। ଏହି ସମୟରେ ୩୦ରୁ ୫୦କିମି ବେଗରେ ପବନ […]

  • Monday, 26 July 2021
yess-bank
ତାଲିକା ଭିତରେ ନଥିଲା ବ୍ୟାଙ୍କ ନାଁ; କାହିଁକି ରଖାଗଲା ଶ୍ରୀମନ୍ଦିର ଟଙ୍କା?

ଭୁବନେଶ୍ୱର: ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତି ପରେ ଓଡିଶାରେ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଲେଣି।ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ତିରୁପତି ମନ୍ଦିର ଟ୍ରଷ୍ଟ ଉକ୍ତ ଜମା ଟଙ୍କା ଉଠାଇନେଲା, ସେତେବେଳେ ଶ୍ରୀମନ୍ଦିରର ପ୍ରଶାସନ ଚୁପ୍ ବସିଥିଲା କାହିଁକି? ସରକାରୀ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର ବ୍ୟବସାୟିକ କାରବାର ପାଇଁ ପ୍ରାଧିକୃତ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବାର ୪ ମାସ ପୂର୍ବରୁ କିପରି ଶ୍ରୀଜଗନ୍ନାଥଙ୍କ […]

  • Monday, 26 July 2021
ndrf
୩୯ ବର୍ଷ ପରେ ଗୁରୁମାଙ୍କୁ ଦେଖି କାନ୍ଦି ପକାଇଲେ ଏନଡିଆରଏଫ ଡିଜି

ଭୁବନେଶ୍ୱର: ଆଜି ବି ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଅବିଚ୍ଛିନ୍ନ ଓ ପବିତ୍ର।  ଯିଏ ପାଠ ପଢି ଏତେ ବଡ଼ ମଣିଷ, ସେ ଗୁରୁଙ୍କୁ ଭୁଲିପାରିବ କିପରି? ଦୀର୍ଘ ୩୯ ବର୍ଷ ଗୁରୁ-ଶିଷ୍ୟଙ୍କ ସାକ୍ଷାତ ସୃଷ୍ଟି କରିଥିଲା ଭାବ ବିହ୍ୱଳର ପରିବେଶ। ଦୀର୍ଘ ବର୍ଷ ପରେ ସେ ପୁଣି ଅନ୍ତର୍ଜାତୀୟ ମହିଳା ଦିବସରେ। ଜଣେ କ୍ୟାନ୍ସର ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ତାଙ୍କ ଘରେ ଭେଟି ମାନବିକତା ତଥା ଜଣେ ଉତ୍ତମ ଛାତ୍ରର ପରିଚୟ ଦେଇଛନ୍ତି ଏନ୍‌ଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ। ୧୯୮୧ […]

  • Monday, 26 July 2021
gandhi
ମହାତ୍ମାଙ୍କୁ ମହାଅପମାନ, ବାପୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ

ସାଲେପୁର: ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁବୃର୍ତ୍ତ ଭାଙ୍ଗିଦେଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ଥାନା ସିଡୋ ଗାଁରେ। ଗାଁର କିଛି ଯୁବକ ଗତକାଲି ରାତିରେ ଗାଁ ମୁଣ୍ଡରେ ଥିବା ମହାତ୍ମା ଗାନ୍ଧିଙ୍କ ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗାଁଲୋକେ। ପ୍ରକାଶଥାଉକି, ଗତକାଲି କିଛି ଯୁବକ ଗାଁରେ ଆସି ପାଟିତୁଣ୍ଡ କରିବା ସହ ଗାଳିଗୁଲଜ କରିଥିଲେ। […]

  • Monday, 26 July 2021
prema
ପ୍ରେମ ପାଇଁ ଚଣ୍ଡାଶୋକରୁ ଧର୍ମାଶୋକ: ହିଂସା ଛାଡ଼ି ବାଛିଲେ ଶାନ୍ତିର ପଥ

ମାଲକାନଗିରି: ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡ଼ିଲେ ମହିଳା ମାଓ କମାଣ୍ଡର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲାରେ। ଇନ୍ଦ୍ରାବତୀ ଏରିଆ କମିଟିର ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ମହିଳା ମାଓବାଦୀ ଜୟ ଇସ୍ତାମ। ମାଓ ସଙ୍ଗଠନ ପାଇଁ କାମ କରୁଥିବା ବେଳେ ସେଠାରେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଲକ୍ଷ୍ମଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ କିଛି ଦିନ ପୂର୍ବରୁ ଲକ୍ଷ୍ମଣ ମାଓବାଦୀଙ୍କ ଠାରୁ ନିଜକୁ […]

  • Monday, 26 July 2021
ooo
ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ।   ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି।   ଏହି ବିଭାଗ ଦ୍ୱାରା […]

  • Monday, 26 July 2021
niranjna
ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନିରଞ୍ଜନ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିୟମ ଅନୁସାରେ ଜାତୀୟ ବ୍ୟାଙ୍କରେ ଟଙ୍କା ରହିବା କଥା  ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯିଏ ରଖିଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅଧିକ ସୁଧ ନା କମିଶନ ପାଇଁ ଟଙ୍କା ରଖିଥିଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଏହାସହ ଚାବି […]

  • Monday, 26 July 2021
arrest-12333-650x430
ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ବେଟିଂ ଅଭିଯୋଗରେ ୩ ଗିରଫ

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍‌ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍‌ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି […]

  • Monday, 26 July 2021
ploice
ଓଡ଼ିଶା ପୋଲିସ୍‌ର ୧୦୩ ମହିଳା ଅଫିସର୍: ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ରେ ନିୟୋଜିତ ଅଛନ୍ତି ୧୦୩ ମହିଳା ଅଫିସର୍। ଯାହାଙ୍କ ପାଇଁ ଗର୍ବିତ ଓଡ଼ିଶା ପୋଲିସ୍। ଆଜି ଏନେଇ ପୋଲିସ୍ ଡିଜିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ୧୦୩ ଅଫିସର୍ ରାଜ୍ୟର ବିଭିନ୍ନ ଥାନା ଦାୟିତ୍ୱରେ ରହିଛନ୍ତି। ଯେଉଁମାନେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି। କ୍ରାଇମବ୍ରାଞ୍ଚର ସାଇବର୍ ପୋଲିସ୍ ଥାନାଧିକାରୀ ରେଣୁବାଳା ତ୍ରିପାଠୀ, ରାଉରକେଲା ସାଇବର ଥାନାଧିକାରୀ ସେରୋଫିନା ଜେଜ୍, ଜୟପୁର ମହିଳା ଥାନାଧିକାରୀ ତିଲୋତ୍ତମା ନାୟକ, ନବରଙ୍ଗପୁର ରାଇଘର ଥାନାଧିକାରୀ ସରିତା କୁମାରୀ […]

  • Monday, 26 July 2021
cjdo
ଏପଟେ ବାଇକ୍‌ ମୁହାଁମୁହିଁ ଧକ୍କା, ସେପଟେ ଟ୍ରକ୍‌ ଚାପିଦେଲା ଦୁଇ ଜୀବନ: ୫ମୃତ

ଜଳେଶ୍ୱର/ ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଦି ଦୁଇଟି ଜାଗା ବାଲେଶ୍ୱର ଓ ଅନଗୁଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରେ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ପତି, ପତ୍ନୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରେ ଘଟିଥିବା ଘଟଣାରେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶଙ୍କର ପଣ୍ଡିତ ଓ ଗଙ୍ଗାଧର […]

  • Monday, 26 July 2021
rain
ଘଡ଼ଘଡ଼ି ସହ ବର୍ଷା; ଅପରାହ୍ଣ ୧ଟା ଯାଏ ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହିତ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଅପରାହ୍ଣ ୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏଥିସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ମଧ୍ୟ […]

  • Monday, 26 July 2021
CORRENT
୧୧ କେଭି ତାର ଲାଗି ITI ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିବା ବଲାଙ୍ଗିର ସରକାରୀ ଆଇଟିଆଇ କଲେଜର ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସୋନପୁର ଜିଲ୍ଲା ତମାମୁରା ଗାଁରେ। ସେ ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଏକ ମେସ୍‌ରେ ରହୁଥିଲେ। ଗତକାଲି ସୌମ୍ୟରଞ୍ଜନ ଛାତ ଉପରେ ତାଙ୍କର କିଛି ପୋଷାକ ଶୁଖାଇଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ପବନରେ ତାଙ୍କ ପ୍ୟାଣ୍ଟ ଓ ଶର୍ଟ ଉଡ଼ି ଅନ୍ୟ […]

  • Monday, 26 July 2021
KKO
ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ: ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍‌ରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। — Naveen Patnaik (@Naveen_Odisha) March 7, […]

  • Monday, 26 July 2021
tara-bahini
ତାରାଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ କେସିସି ବ୍ୟାଙ୍କ ସଭାପତି

କୋରାପୁଟ: କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପର୍କରେ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେସିସି ବ୍ୟାଙ୍କ ସଭାପତି ଇନ୍ଦିରା ନନ୍ଦ। କେସିସି ବ୍ୟାଙ୍କ ଏକ ସ୍ୱାଧୀନ ପରିଚାଳନା ବୋର୍ଡ। ତେଣୁ ଏନେଇ ଯାହା ପ୍ରଶ୍ନ ଜୟପୁର ବିଧାୟକଙ୍କ ରହିଛି ତାହା ସିଧା ବୋର୍ଡକୁ ପଚାରନ୍ତୁ ବୋଲି କହିଛନ୍ତି ଇନ୍ଦିରା। ସେ ଖୋଦ୍ ବ୍ୟାଙ୍କର ନିର୍ଦ୍ଦେଶକ। ତେଣୁ ଏନେଇ ସେ ବୋର୍ଡ ମିଟିଂରେ ପଚାରିବା ଠିକ୍ ଥିଲା। ଯଦି, ବିଧାନସଭାରୁ ଉତ୍ତର ଚାହୁଁଛନ୍ତି, ତେବେ […]

  • Monday, 26 July 2021
sudrashna
ଆନ୍ତର୍ଜାତିକ ମହିଳା ଦିବସ: ବାଲୁକା କଳାରେ ନାରୀ ଶକ୍ତି ପ୍ରଦର୍ଶନ

ପୁରୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନର ୧୧ଜଣ ଛାତ୍ରୀ ମହିଳାଙ୍କ ୬ଟି ଶକ୍ତି ଦର୍ଶାଇଛନ୍ତି। ପୋଲିସ, ଆଇନଜୀବୀ, ପାଇଲଟ, କ୍ରୀଡାବିତ ଓ ଧାବିକାଙ୍କ  ପାରଦର୍ଶିତାକୁ ବାଲୁକାକଳାରେ ପ୍ରଦର୍ଶିତ କରିଛନ୍ତି। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମଧ୍ୟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ବିଭିନ୍ନ ଦେଶ, ଧର୍ମ,ଜାତିର ନାରୀମାନଙ୍କର ଚିତ୍ରଣ କରାଯାଇଛି।  ନାରୀମାନଙ୍କୁ ସମାନ ଅଧିକାର ଦେବା ଉପରେ […]

  • Monday, 26 July 2021