ଭୁବନେଶ୍ୱର: କରୋନା ହାରିବ, ଜିତିବ ମଣିଷ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାମାରୀ କୋଭିଡ୍-୧୯ ଭାଇରସ୍ ବିରୋଧରେ ପ୍ରତିଷେଧମୂଳକ ଲଢ଼େଇରେ ରାଜଧାନୀର ସମସ୍ତ ମଲ୍, ବଡ଼ ବଡ଼ ସୋ ରୁମ୍, ସିନେମାହଲ୍ ସବୁ ବନ୍ଦ। ବଜାରରେ ଖାଁ ଖାଁ ସ୍ଥିତି। ସତର୍କ ଓ ସଜାଗ ରହି କରୋନାକୁ ମାତ୍ ଦେବାର ପ୍ରୟାସ। ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ, ସମ୍ବଲପୁରରୁ ନେଇ କଟକ, ପାରଳେଖେମୁଣ୍ଡିରୁ ନେଇ ଢେଙ୍କାନାଳ ସହର ସହରରେ କରୋନା ମୁକାବିଲା ପାଇଁ […]
ଭୁବନେଶ୍ୱର: କରୋନା ଭୂତାଣୁର ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟର ଅନେକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଚୈତ୍ର୍ୟ ପର୍ବ ସହ ଅନେକ ପର୍ବପର୍ବାଣୀ ଥିବାରୁ ଜନସମାଗମକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜାରି କରାଯାଇଛି ୧୪୪ ଧାରା। ସେହିପରି ଗଜପତିରେ ମଧ୍ୟ ୧୪୪ ଜାରି କରାଯାଇଛି। ଏହାସହ ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୌଣସି ଜନସମାଗମକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି ହୋଇଛି। ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ଛୁଟିକୁ […]
ଭୁବନେଶ୍ୱର: ଏପଟେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି. ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସଂପୃକ୍ତ ଯୁବକ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ୧୨ ତାରିଖରେ ଟ୍ରେନ୍ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରୁ ତାଙ୍କୁ ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ସେ ରାଜଧାନୀର ଏକ ଘରୋଇ କ୍ଲିନିକ୍ରେ ପ୍ରଥମେ ଚିକିତ୍ସା କରାଇଥିଲେ। ଗତକାଲି ତାଙ୍କ ରକ୍ତ ନମୂନା ପଜିଟିଭ୍ ଆସିବା ପରେ […]
ଭୁବନେଶ୍ୱର: ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ ଦେଲେ ସରକାର। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ବିଦେଶରୁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲ ଅଫିସ, ୩୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଛନ୍ତି। ଗାଁ ଗାଁ ବୁଲି କିପରି ଲୋକଙ୍କୁ ସଚେତନ କରାଯିବ, ଏବଂ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ଦିଗରେ […]
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର। ଏଥିପାଇଁ ନଗର ପରିଷଦମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। କୋରନା ସନ୍ଦିଗ୍ଧଙ୍କ ପାଇଁ ଅସ୍ଥାୟୀ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହେବ। ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍ ସେଣ୍ଟର ହେବ। ସେହିଭଳି ସହରାଞ୍ଚଳ ଆଶ୍ରୟସ୍ଥଳ, ସରକାରୀ କୋଠାକୁ ମଧ୍ୟ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାପେ ପ୍ରସ୍ତୁତ କରାଯିବ। ଏହି ସେଣ୍ଟରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏଥିସହିତ […]
ଭୁବନେଶ୍ୱର: କୋରନା ଭଇରସ୍ରେ ପ୍ରଭାବ ମନ୍ଦିର ଏବଂ ଧର୍ମ ପୀଠଗୁଡ଼ିକ ଉପରେ ବି ପଡ଼ିଛି। ବିଭିନ୍ନ ଧର୍ମ ପୀଠରେ କରୋନା ପାଇଁ କଟକଣା ଜାରି ହୋଇଛି। ମାରାତ୍ମକ କରୋନାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା ଲଗାଯାଇଛି। କୌଣସି ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେବଳ ମଙ୍ଗଳାଙ୍କ ପୀଠ ନୁହେଁ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ବି କଟକଣା […]
ସୁନ୍ଦରଗଡ଼: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ତାଙ୍କ ନାଁ କିଶୋର ଚନ୍ଦ୍ର ନାୟକ। ଘଟଣାଟି ଘଟିଛି ସୁନ୍ଦରଗଡ଼ କାଳୀମଣ୍ଡପ ଛକରେ। କାରଟି ଯାଉଥିବାବେଳେ ଦୁର୍ଭାଗ୍ୟବଶତଃ ଏଥିରେ ନିଆଁ ଲାଗିଯାଇଥିଲ। କିଶୋର କାରରେ ଯାଉଥିବାବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ଗାଡିରୁ ବାହାରକୁ ଆସି ଇଞ୍ଜିନକୁ ଦେଖିଥିଲେ। ଦେଖୁ ଦେଖୁ ନିଆଁରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର […]
କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜରୁରୀ କାର୍ଯ୍ୟ ଛାଡି ସମସ୍ତ ବୈଠକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଥଣ୍ଡା,କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ସହ ଗ୍ରାମାଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କେହି ବିଦେଶୀ ଭ୍ରମଣରେ ଆସିଥିଲେ ସେମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିବାକୁ ଓ୍ୱାର୍ଡମେମ୍ବର, ସରପଞ୍ଚ, ଅଙ୍ଗନଓ୍ୱାଡି କର୍ମୀ ଏବ ସ୍ୱୟଂ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ତତ୍ପର ହୋଇ ଉଠିଛି ଖାଦ୍ୟ ଯୋଗାଣ ବିଭାଗ। କରୋନା ଯୋଗୁ ମାସ୍କ,ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 2020 ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। […]
ଢ଼େଙ୍କାନାଳ: ବେପରୁଆ ଗାଡ଼ିଚାଳନା ନେଇଗଲା ଜୀବନ। ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ। ଗତ ଶୁକ୍ରବାର ଦିନ ଘଟଣା । ଏକ ପିକଅପ୍ ଭ୍ୟାନ ରାସ୍ତା ଉପରେ ଛିଡା ହୋଇଥିଲା। ଗାଡ଼ିର ଟାୟାର ଲିକ୍ ହୋଇଯିବାରୁ ଡ୍ରାଇଭର ଗାଡ଼ି ତଳେ ବସି ଏହାର ମରାମତି କରୁଥିଲେ । ହଠାତ୍ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ପିକ୍ଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଗାଡି ସହ ଡ୍ରାଇଭର […]
ସମ୍ବଲପୁର: ପାରିବାରିକ କଳହର ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ସମ୍ବଲପୁର କତରଗା ଥାନା ଲଏଡ଼ା ରୁକୁଡ଼ିହ ଗାଁରେ। ସାମାନ୍ୟ ମତାନ୍ତରକୁ ନେଇ ଗୋଟିଏ ପରିବାରର ୩ଜଣ ଏକସାଥିରେ ବିଷ ପିଇ ଦେଇଛନ୍ତି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲଏଡା-ରୁକିଡିହି ଗାଁ ସୁବେର ମହାନନ୍ଦିଆ କାମଦାମ କରି ପରିପାର ଚଳାନ୍ତି। ଆଜି କୌଣସି କଥାକୁ ନେଇ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ବିଦେଶରୁ ଫେରୁଥିବା ୫ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ହାଉସ୍ ଆଇସୋଲେସନ୍ରେ ରଖାଯାଇଛି। ବର୍ତ୍ତମାନ ଏମାନଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଦେଇନଥିବା ବେଳେ ରିପୋର୍ଟ ନେଗେଟିଭ୍ ରହିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ହାଉସ୍ ଆଇସୋଲେସନ୍ରେ ରଖାଯାଇଛି। ଦୀର୍ଘ ୧୪ ଦିନ ଧରି ପ୍ରତ୍ୟେକ ଦିନ ମେଡିକାଲ ଟିମ୍ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି। ଖବର ଅନୁଯାୟୀ, ବିନିକା ସହରର ଗୋଟିଏ […]
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଅଙ୍ଗୁଳି କାଟି ଦେଇଛନ୍ତି। ତାଙ୍କ ନାଁ ଗଙ୍ଗା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର ସିଆଡ଼ିମାଳ ଅଞ୍ଚଳରେ ବୋଲି ଜଣାଯାଇଛି। ଯୁବକଜଣକ ଗତ ୯ ତାରିଖରେ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ଦୁର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ଥିଲେ। ଆଜି ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ସେଠାରେ […]
ପୁରୀ: କେନ୍ଦ୍ରାପଡ଼ାର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପୁରୀ ବୁଲିବାକୁ ଆସି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁରାରୀ ମୋହନ ଜେନା। ସୋମବାର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିଲେ। କିନ୍ତୁ ଏହାପରଠାରୁ ତାଙ୍କର କୌଣସି ପତ୍ତା ମିଳୁନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୁରାରୀ ମୋହନଙ୍କୁ ଖୋଜିବା ପାଇଁ ତାଙ୍କ ପରିବାର ଲୋକେ ଆସି କେହି ତାଙ୍କୁ ଅପହରଣ କରିଥିବା ନେଇ ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଛନ୍ତ। ପରିବାର […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍ ଦେଇ ବିରୋଧୀ ସରକାରଙ୍କୁ […]
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୪ ଘଣ୍ଟାର ନୀତି ହୋଇଥିବା କାରଣରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ। […]
କେନ୍ଦୁଝର: ଜୁଆଖେଳ ଭିଡିଓ ଭାଇରାଲ। କେନ୍ଦୁଝର ତେଲକୋଇରେ ଖୁଲମଖୁଲ୍ଲା ଜୁଆଖେଳ ଚାଲିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏଭଳି ଗୋଟିଏ ନୁହେଁ, ଦୁଇ ଦୁଇଟି ଭିଡିଓ ଘୁରି ବୁଲୁଛି। ତେବେ ଏହି ଭିଡିଓ ତେଲକୋଇ ବ୍ଲକର କୌଣସି ଏକ ସାପ୍ତାହିକ ହାଟର ବୋଲି ଚର୍ଚ୍ଚା ହେଉଛି। ତେଲକୋଇ ଅଂଚଳର କିଛି ଲୋକ ଜୁଆ ଖେଳୁଥିବା ଏବଂ ଅନ୍ୟ କିଛି ଲୋକ ଖେଳ ଆୟୋଜନ କରିଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ତେବେ […]
ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ ଛୁଟେଇ ଛୁ ମାରିଲେ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ଗତ ୯ ତାରିଖ ରାତିରେ ତିନି ଜଣ ଦୁବୃର୍ତ୍ତ ବାଇକ୍ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ପାଣିପାଗ ପ୍ରାୟ ଶୁଖିଲା ରହିଛି। ତେବେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଏବେ ଆଉ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ଏହି ୧୨ ଜିଲ୍ଲା ହେଲା- ସୁନ୍ଦରଗଡ଼, ମୟୂରଭଂଜ, ବାଲେଶ୍ୱର, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ସମ୍ବଲପୁର। ଏହି ସମସ୍ତ ଜିଲ୍ଲାର […]
କଟକ: ଏସସିବି ମେଡ଼ିକାଲ ସଂପ୍ରସାରଣ ପାଇଁ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀପାଟ ହିନ୍ଦୁ ସିନେମାଠାରୁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଭଙ୍ଗା ଯାଉଛି। ଜୟ ମାଆ ମଙ୍ଗଳା ବସ୍ତିର ଶହେ ଘର ଭଙ୍ଗା ଯିବ। ଆଜି ସକାଳୁ ଏହି ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏବେଠୁ ଉଚ୍ଛେଦ ହେଉଥିବା ଲୋକଙ୍କୁ ଜଗତପୁର ସ୍ଥିତ ନିମପୁରଠାରେ ଥଇଥାନ କରାଯିବ। ସେଠି ଅସ୍ଥାୟୀ ଟେଣ୍ଟ ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏହାସହ କ୍ଷତିପୂରଣ […]
ବଲାଙ୍ଗୀର: ରାଜରାସ୍ତାକୁ ଓହ୍ଲାଇଲେ ପାଟଣାଗଡ଼ ଡିଭିଜନ୍ କେନ୍ଦୁପତ୍ର ତୋଳାଳି। ଆଜି ବିଭିନ୍ନ ଦାବି ନେଇ ହଜାର ହଜାର କେନ୍ଦୁପତ୍ର ତୋଳାଳନି ଆନ୍ଦୋଳନକୁ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାଟଣାଗଡ଼ା ଡିଭିଜନ୍ରେ ଲାଠୋର ଛକରେ ଏମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଫଳରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କର୍ମଚାରୀଙ୍କ ପାରିଶ୍ରମିକ, ପିଲାଙ୍କ ପାଠପଢ଼ା ବାବଦ ଟଙ୍କା, ଏବଂ ବୋନସ୍ ଟଙ୍କା ଠିକ୍ ସମୟରେ ମିଳୁନଥିବାରୁ ଏହାକୁ ନେଇ ଅସନ୍ତୋଷ […]
କଟକ: ମାନସିକ ଭାରସାମ୍ୟ ହରାଇ ପାଗଳ ଅବସ୍ଥାରେ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ଉଚ୍ଚଶିକ୍ଷିତ ଶ୍ରୀଜିତ ପାଢ଼ୀ ଏସ୍ସିବିରେ ଗତକାଲି ହୋଲି ପାଳିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ଥିବା ଶ୍ରୀଜିତ ପାଢ଼ୀଙ୍କୁ ତାଙ୍କ ବନ୍ଧୁ ଏବଂ ସହପାଠୀ ଭେଟି ହୋଲି ପାଳନ କରିଛନ୍ତି। ଶ୍ରୀଜିତ କଟକ ବଡ଼ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ଏକଦା ରେଭେନ୍ସାର ମେଧାବୀ ଛାତ୍ର ଥିବା ଶ୍ରୀଜିତ ଓଏଏସ ପରୀକ୍ଷାରେ ଦୁଇ ଦୁଇ ଥର ଲିଖିତ ପରୀକ୍ଷା ପାସ କରିଥିଲେ। କିନ୍ତୁ ଇଣ୍ଟରଭ୍ୟୁରେ ବିଫଳ […]
ଭୁବନେଶ୍ୱର: ଆଜିଠୁ ପୁଣି ବର୍ଷା ସମ୍ଭାବନା। ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ସତର୍କ କରାଇଛି। ଆଜି ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼। ସେହିଭଳି ୧୨ରେ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର […]
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଯୁବତୀ ବିକ୍ରି ଅଭିଯୋଗ ଆସିଛି। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ୨୫ ବର୍ଷୀୟ ଯୁବତୀ ଉଦ୍ଧାର ହୋଇଛି। ଚାନ୍ଦିପୋଷ ଥାନା କୁଚେଇତା ପଞ୍ଚାୟତରୁ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୁରୁଷ ବନ୍ଧୁ ଦିଲ୍ଲୀ ନେଇଯାଇଥିବା ଅଭିଯୋଗ ହୋଇଛି। ଗତ ୩ରେ ଦିଲ୍ଲୀ ପଞ୍ଜାବୀବାଗ୍ରେ ଥିବା ଏକ ଅଫିସ୍ରେ ପୁରୁଷ ବନ୍ଧୁ ବିକ୍ରି କରିଥିବା ଯୁବତୀ ଜଣକ ଜାଣି ପାରି ତାଙ୍କ ବାପାଙ୍କୁ ଫୋନ୍ରେ ଜଣାଇଥିଲେ। ଏନେଇ ଗତ ୫ତାରିଖରେ ଚାନ୍ଦିପୋଷ ଥାନାରେ […]