ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍ଡରମାନେ ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା […]
ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି। ୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ […]
ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍ରେ ନିଆଁ ଲାଗି ଯାଇଥିଲା। […]
ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍ରେ କାଠ ଚିରଟ କରାଯିବା ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]
ଭୁବନେଶ୍ୱର: କରୋନା ସମ୍ପର୍କିତ ଗୁଜବ ସୃଷ୍ଟିକାରୀଙ୍କୁ ଦେଶଦ୍ରୋହୀ କହିଲେ କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏଥିସହିତ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ବି ଦେଲେ। ଏଭଳି ସଂକଟ ସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଲୋକ ସମାଜ ଓ ରାଷ୍ଟ୍ରଦ୍ରୋହୀ ସହ ସମାନ ବୋଲି କହିଛନ୍ତି ବାଗ୍ଚୀ। ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନର ବିଷୟରେ କିଛି ବ୍ୟକ୍ତି ଗୁଜବ କରିଛନ୍ତି, ଯାହାକି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଅତ୍ୟନ୍ତ […]
ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ। ହାଓଡ଼ା ଷ୍ଟେସନରୁ […]
କୋରାପୁଟ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗା ଦେଇଥିବା ଦୁଇ ଓଡ଼ିଆ ଏଯାଏ ରାଜ୍ୟାକୁ ଫେରି ନାହାନ୍ତି। ଉଭୟ କୋରାପୁଟ ଜିଲ୍ଲାର। ଦୁହିଁଙ୍କ ମଧ୍ୟରୁ ଜଣେ କୋଟପାଡରୁ ଓ ଅନ୍ୟ ଜଣେ ଜୟପୁରରୁ। କୋଟପାଡରୁ ଯାଇଥିବା ବ୍ୟକ୍ତି ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ନିଜାମୁଦ୍ଦିନ […]
ବାରିପଦା: ଲକ୍ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି। ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ ୩୦ରୁ ଅଧିକ ଲୋକ ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବାରିପଦା ଟାଉନ ଥାନା […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଆଲୋଚନା ହୋଇଛି। କିପରି ଏଭଳି ଘଟଣା ପୁଣି ଥରେ ହେବନି ସେ ନେଇ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍ ଡାଉନ୍କୁ କଡ଼ାକଡ଼ି ପାଳନ କରିବାକୁ ଏହି […]
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ କରୁଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଲୋକଙ୍କୁ ସଚେତନ କରିବାର ଦିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଲୋକଙ୍କୁ ସଚେଚନ କରିବା ସହିତ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଲୋକେ କେତେ ସଚେତନ ଅଛନ୍ତି, ତାର ତଦାରଖ ମଧ୍ୟ କରିଛନ୍ତି। ରାସ୍ତାରେ ଯେଉଁ ଲୋକଙ୍କୁ ବାହାରେ […]
ଭୁବନେଶ୍ୱର: ସାରା ଦେଶରେ ଏବେ ଜାରି ରହିଛି ୨୧ ଦିନିଆ ଲକ୍ଡାଉନ୍। ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟର ଲୋକଙ୍କ ଭିଡ଼ ଦେଖିଲେ ଲୋକେ କିଭଳି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି। ଆଜି ରବିବାର ଆମିଷ ବାରି ଥିବାରୁ ମାଛ, ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ […]
ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ଡାଉନ୍ ହୋଇଛି। ଫଳରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୁଲିସ୍ କର୍ମଚାରୀମାନଙ୍କୁ ମାଗଣାରେ ଚା ଦେଉଛନ୍ତି ଧୀରେନ୍ ବାରିକ। ସେ ଜଣେ ଚା’ ଦୋକାନୀ। ତେବେ ଲକ୍ଡାଉନ୍ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରୁଛନ୍ତି ଓ ବାଇକ୍ରେ ବୁଲି ବିଭିନ୍ନ ଛକରେ ମୁତୟନ ହୋଇଥିବା […]
ଓଡ଼ିଶା: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଓଡ଼ିଆ। କାମ ଓ ପେଟ ପାଟଣା ସନ୍ଧାନରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ବହୁ ଲୋକେ ଏବେ କେରଳରେ ଅଟକି ରହିଛନ୍ତି। ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ସମେତ ଅନ୍ୟ ଅଞ୍ଚଳରେ ଏମାନେ ଫସି ରହିଛନ୍ତି। ଲକ୍ଡାଉନ୍ ପରେ କାମ ହରାଇବା ସହ ଅସୁବିଧା ଭୋଗୁଥିବା ଏମାନେ କହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି, ଧାମରା ଅଞ୍ଚଳର […]
ଭୁବନେଶ୍ୱର: ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମୁନସିପାଲ କମିଶନରମାନେ […]
ସାଲେପୁର: କ୍ଷୀରରେ ଭାସିଲା ରାସ୍ତା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ। ଓମ୍ଫେଡ୍ ପକ୍ଷରୁ କ୍ଷୀର ନେବାକୁ ମନା କରାଯିବା ଅଭିଯୋଗରେ ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ ଶହଶହ ଲିଟର କ୍ଷୀର ଢାଳିଦେଇଛନ୍ତି। ଓମ୍ଫେଡ୍ ହଠାତ କ୍ଷୀର ନେବାକୁ ମନା କରିଦେବା ସହ ଗୋଖାଦ୍ୟ ଦେବାକୁ ମନା କରିଦେଇଥିଲା। ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବଜାର ମଧ୍ୟ ଖୋଲା ନଥିବାରୁ ଗୋଖାଦ୍ୟ ଅଭାବ ଦେଖାଦେଇଛି। ଏପଟେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ […]
ବାଲେଶ୍ୱର: କରୋନା ଲକ୍ ଡାଉନ୍କୁ ନେଇ ଅବ୍ୟବସ୍ଥାରୁ ଦୁଗ୍ଧ ଚାଷୀ କ୍ଷୁବ୍ଧ। ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରଣିଆଗଂଜ ଗାଁରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଦୃଶ୍ୟ ଲକ୍ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କଠାରୁ ଉତ୍ପାଦିତ କ୍ଷୀର ସଂଗ୍ରହ କରୁନି। ସମବାୟ ସମିତି ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଅଧିକ ମହିଳା ଦୁଗ୍ଧ ଚାଷୀ ଥିବାବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା। ତେବେ ଗତ […]
ଭୁବନେଶ୍ୱର: କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ପୁଣି ଥରେ ଘୁଞ୍ଚିଲା ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟ। ଏହି ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। […]
ଭୁବନେଶ୍ୱର : ଲକ୍ଡାଉନ୍ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏ ନେଇ ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ଏଥିପାଇଁ ବିଏମ୍ସି ପକ୍ଷରୁ ମଲ୍ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍ […]
ରାୟଗଡ଼ା: ମହାମାରୀ କରୋନା ପାଇଁ ଦେଶବ୍ୟାପି ଲକ୍ଉନ ଫଳରେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକେ ଜୀବନ ଜୀବିକା ପାଇଁ ହନ୍ତସନ୍ତ ହେଉଛନ୍ତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସବୁଠି ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ ଫେରିପାରୁନାହାନ୍ତି। ରୁଦ୍ରାକ୍ଷ ଓ ମାଳି ବିକ୍ରି କରିବାକୁ ଉତ୍ତରପ୍ରଦେଶରୁ ରାୟଗଡା ଆସିଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଲକ୍ ଡାଉନ ପରେ ବ୍ୟବସାୟ ପ୍ରଭାବିତ ହେବାରୁ ଘରମୁହାଁ ଏବେ ଏହି […]
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟସରକାର କଟକଣା ଉଠାଇଛନ୍ତି। ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉଥିବା ବିଗ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ପେଡ୍, ଓପଲଫେଡ୍, […]
ଭୁବନେଶ୍ୱର: ଯେତିକି ଯେତିକି କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି, ସେତିକି ବଢ଼ିଚାଲିଛି ସାନିଟାଇଜରର ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନିଟାଇଜର୍ ଉତ୍ପାଦନ ବଢ଼ାଇବାକୁ ଏବଂ ଇଥାନଲ୍ ଉପରେ କଟକଣା ଉଠାଇଦେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ରାଜ୍ୟର ସମସ୍ତ ସିଡିଏମ୍ଓ, ଜିଲ୍ଲାପାଳ, ଅବକାରୀ ଓ କେନ୍ ଆୟୁକ୍ତ, ଔଷଧ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ୪୫ଟି ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ […]
କଟକ: କରୋନା ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ଜୋରଦାର ପ୍ରସ୍ତୁତି। ଏସ୍ସିବି ମେଡ଼ିକାଲ୍, ସିଏମ୍ସିର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମାଞ୍ଚଳ ଏବଂ ଘରୋଇ ହସ୍ପିଟାଲ୍ରେ ମୋଟ ୨ ହଜାର ଶଯ୍ୟାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଏସ୍ସିବିରେ ୫ ଶହରୁ ୭ଶହ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବାବେଳେ ଏହାକୁ ହଜାରେକୁ ବୃଦ୍ଧି ପାଇଁ ଯୋଜନା ଥିବା କହିଛନ୍ତି କଟକ ଜିଲ୍ଲାପାଳ। ଆବଶ୍ୟକ ହେଲେ ଏସ୍ସିବି ପରିସରର ନର୍ସିଂ ହଷ୍ଟେଲ୍କୁ ମଧ୍ୟ କରୋନା ୱାର୍ଡ ଏବଂ ଏସ୍ସିବିକୁ ନୋଡାଲ୍ […]
ଭୁବନେଶ୍ୱର: ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗର ସୂଚନା ଅନୁସାରେ ଗତ ୨୧ ତାରିଖରେ ସଂପୃକ୍ତ ରୋଗୀ କର କ୍ଲିନିକକୁ ଆସିଥିଲେ। ପରେ ମାର୍ଚ୍ଚ ୨୪ରେ କର କ୍ଳିନିକ୍ରେ ଆଡମିଟ୍ ହୋଇ ଗୋଟିଏ ଦିନ ଆଇସିୟୁରେ ରହିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା […]
ଭୁବନେଶ୍ୱର: ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା। ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଏ ନେଇ ସୂଚନାଇ ଦେଇଛନ୍ତି ଉନ୍ନୟନ ପ୍ରଶାସକ ଅଜୟ ଜେନା। ତେବେ ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ SBIରେ […]