• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dri
ମହଙ୍ଗା ପଡ଼ିଲା ଘରୋଇ ଗାଡ଼ି ଡ୍ରାଇଭରଙ୍କ ପୋଲିସଗିରି

ଝାରସୁଗୁଡ଼ା: ଜଣେ ଘରୋଇ ଗାଡ଼ି ଡ୍ରାଇଭରଙ୍କୁ ପୋଲିସଗିରି କରିବା ମହଙ୍ଗା ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରୁ ବାହାର କରିବାକୁ ଏମସିଏଲକୁ ଚିଠି ଲେଖିଛନ୍ତି ଝାରସୁଗୁଡ଼ା ଏସପି। ସୂଚନା ମୁତାବକ, ଗତକାଲି ସଟଡାଉନ ବେଳେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଉଠବସ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ନହୋଇ ବି ଏଭଳି କାମ କରିଥିବାରୁ ସଂପୃକ୍ତ ଡ୍ରାଇଭରଙ୍କ […]

  • Monday, 26 July 2021
representational-image
୯ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା; କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, […]

  • Monday, 26 July 2021
misbehave
ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା: ଭିଡିଓ ଭାଇରାଲ୍

କୋରାପୁଟ: ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ ବି ଉପସ୍ଥିତ ଥିବାର ଦେଖାଯାଉଛି। ତାଙ୍କ ସହ ୩ରୁ ୪ ଜଣ ପୋଲିସ କର୍ମଚାରୀ ମହିଳା ଜଣଙ୍କୁ ଠେଲି ଠେଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଉଛି।  ଭାଇରାଲ୍ ହୋଇଥିବା ଦୃଶ୍ୟଟି କୋରାପୁଟ ଜିଲ୍ଲା ଆଦର୍ଶ ଥାନାର। ସମ୍ପୃକ୍ତ ମହିଳାଙ୍କ ପୁଅ କରୋନା କଟକଣା ଉଲଙ୍ଘନ କରିଥିବାରୁ ପୋଲିସ […]

  • Monday, 26 July 2021
photo
କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ଅନୁଗୋଳ: କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ଗଲା କିଛି ବର୍ଷ ହେଲା ଅନେକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ରୋଗୀଙ୍କ ଡାଏଲେସିସ୍ ଚାଲିଛି। ଏଥିପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ସେପଟେ ବ୍ୟବହାର କରୁଥିବା ପାଣିରେ ସମସ୍ୟା ଥିବା ଲୋକେ ଅଭିଯୋଗ କରିଥିଲେ ବି, ବିଶୁଦ୍ଧ ପାଣି ଯୋଗାଇବା ଉପରେ କେହି ଦୃଷ୍ଟି […]

  • Monday, 26 July 2021
snake resque
କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ...

କଟକ: କେନ୍ ଭିତରେ ନାଗ ସାପ। ଟିଣ ଭିତରେ ପଶି ଛଟପଟ୍ ହେଉଥିଲା ନାଗ। ଆଉ ସାପକୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ସ୍ଥାନୀୟ ଯୁବକ। କଟକ ଟାଙ୍ଗି ବ୍ଲକର ଶାଳଗାଁ ପଞ୍ଚାୟତରେ ଘଟିଛି ଏହି ଘଟଣା। ଗାଁର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ପଡ଼ିଥିବା ଏକ ଟିଣ କେନ୍ ଭିତରେ ସାପଟି ପଶି ଯାଇଥିଲା। ସାପଟି ଦୀର୍ଘ ସମୟ ଧରି କେନ୍ ଭିତରେ ଅଟକି ଯିବା ପରେ ଛଟପଟ ହେଉଥିବା […]

  • Monday, 26 July 2021
dead
ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା

ଗଞ୍ଜାମ: ମେଡିକାଲରେ ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା। ଏଭଳି ଦୁଃଖଦ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁରେ। ମା’ ଘରେ ଓ ବାପା ନିକଟ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପାମା। ପୁଅ ବିନା […]

  • Monday, 26 July 2021
balaram yojna
କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି

ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା ବଦଳରେ ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କାଳିଆ ଭଳି ଦଳୀୟ କର୍ମୀ ଏଥିରୁ ଫାଇଦା ପାଇବେ ଓ ପ୍ରକୃତ […]

  • Monday, 26 July 2021
jairajguru
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ କଥା ଦେଇ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହା ଭିତରେ ୬ ମାସ ବିତିଗଲାଣି କିନ୍ତୁ କାମ କାଣିଚାଏ ବି ଆଗେଇ ପାରିନି। ଅନ୍ୟପଟେ ଚିହ୍ନଟ […]

  • Monday, 26 July 2021
bput
ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ

ଭୁବନେଶ୍ୱର: ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ। ଓଡ଼ିଶାରେ ଲଗାତାର ୩ ଘଣ୍ଟା ବିଜୁଳି ରହୁନି, ଖୋଦ ଶକ୍ତିମନ୍ତ୍ରୀଙ୍କ ଘର ପାଖରେ ବି ବିଜୁଳି ରହୁନି। ତା ଛଡ଼ା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଅନ୍‌ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିଛି ବିଜେପି ଯୁବମୋର୍ଚ୍ଚା। ସେହିପରି ଅନ୍‌ଲାଇନ୍ ପରୀକ୍ଷା କରାଇବାକୁ ଏକ ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଅନ୍‌ଲାଇନ୍ ପରୀକ୍ଷା ବଦଳରେ ପୂର୍ବ ପରୀକ୍ଷା […]

  • Monday, 26 July 2021
kalahandi-dead
ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ […]

  • Monday, 26 July 2021
principal
କପି ଧରିଥିବାରୁ ରାଗ ରଖି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଲେ ପୂର୍ବତନ ଛାତ୍ର

ଭୁବନେଶ୍ୱର: କପି ଧରିଥିବାରୁ ରାଗ ସୁଝାଇଲେ ଛାତ୍ର। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ପିଟିଲେ ପୂର୍ବତନ ଛାତ୍ର। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ଅଞ୍ଚଳରେ। କଲେଜ ଭିତରେ ପଶି ପ୍ରିନ୍ସିପାଲ୍‌ଙ୍କୁ ହାତୁଡ଼ିରେ ପିଟିଛନ୍ତି ପୂର୍ବତନ ଛାତ୍ର। ପୋଲିସ୍‌ର କହିବା ଅନୁସାରେ ୨୦୧୯ରେ ଏହି ଘରୋଇ କଲେଜ୍‌ରେ ଛାତ୍ର ଜଣକୁ ପଡ଼ୁଥିଲେ। ତେବେ କପି କରିବା ବେଳେ ପ୍ରିନ୍ସପାଲ୍ ତାଙ୍କୁ ଧରିଥିଲେ। ଏହାସହ ବେଳେ ବେଳେ ଚୁଟି ଠିକ୍‌ରେ କୁଣ୍ଡାଇ ନଥିବାକୁ ନେଇ ପ୍ରିନ୍ସପାଲ୍ ଗାଳି […]

  • Monday, 26 July 2021
kinnaer
ମଧୁବାବୁ ପେନ୍‌ସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍‌ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍‌ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍‌ସନ୍ ୱେବ୍‌ସାଇଟ୍‌ରେ ଏବେଠାରୁ ଆବେଦନ କରିପାରିବେ। ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ। କିନ୍ନରଙ୍କୁ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ। ସେହିପରି ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ଆଉ ୧ ହଜାର ଟଙ୍କା ରାଜ୍ୟର […]

  • Monday, 26 July 2021
faemrmer
ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା

ଭୁବନେଶ୍ୱର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା। ବଳରାମ ଯୋଜନା ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯିବ। ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଣର ବ୍ୟବସ୍ଥା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି। […]

  • Monday, 26 July 2021
tspl
TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ; ପୋଡ଼ିହୋଇ ୭ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲା IGH ସ୍ଥାନାନ୍ତର କରାଯାଇଥିବା […]

  • Monday, 26 July 2021
borther-dead
ବଡ଼ ଭଉଣୀ ମୋବାଇଲ୍ ନଦେବାରୁ ଜୀବନ ହାରିଲା ନାବାଳକ ଭାଇ

କେନ୍ଦୁଝର: ମୋବାଇଲ୍ ପାଇଁ ଜୀବନ ହାରିଦେଲା ନାବାଳକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପଲାଣଘାଟି ଗାଁରୁ। ବଡ଼ ଭଉଣୀ ମୋବାଇଲ ନଦେବାରୁ ସାନଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ମୟୁରଭଞ୍ଜ ଜିଲ୍ଲା କୁସୁମି ଗାଁର ମାନସ ମହାନ୍ତିଙ୍କ ପୁଅ। ବାପା ପଲାଣିଘାଟି ସ୍କୁଲର ଶିକ୍ଷକ। ତେବେ ବାପା, ମା ମୟୁରଭଞ୍ଜ ଯାଇଥିବାବେଳେ ଗତକାଲି ମୋବାଇଲ୍ ଦେଖାକୁ ନେଇ ଭାଇ ଭଉଣୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାତିରେ ବଡ଼ଭଉଣୀ ଶୋଇଯିବା […]

  • Monday, 26 July 2021
accident
ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର

ବଣାଇ: ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କେଲ ଗାଁ ନିକଟରେ। ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି କେଲ ଗାଁରୁ ଏକ ଟ୍ରାକ୍ଟରରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ […]

  • Monday, 26 July 2021
naveen pattanik
କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍‌। କୋଭିଡ ଗାଇଡଲାଇନ ମାନି ପ୍ରତ୍ୟେକ ପଦକ୍ଷେପ ନେବାକୁ ସେ ବିଧାୟକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। […]

  • Monday, 26 July 2021
dg avaya
ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଅନୁଗୁଳ: ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। କିଛି ଦିନର ଲୁଚକାଳି ପରେ ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ପୋଲିସ୍ ଅଭୟ ସୂଚନା ଦେଇଛନ୍ତି। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଜଣେ ମହିଳା ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ […]

  • Monday, 26 July 2021
cm
ବିଜୁ ଜନତା ଦଳରେ ବଡ଼ ପରିବର୍ତ୍ତନ; ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି। ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି। ଉପସଭାପତି ମଙ୍ଗଳା କିଷାନ, […]

  • Monday, 26 July 2021
Chingari-App
ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି

ଭୁବନେଶ୍ୱର: ଟିକ୍‌ଟକ୍ ବ୍ୟାନ୍ ପରେ ଏବେ ଚିଙ୍ଗାରୀ ଆପ୍‌ର ଚାହିଦା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଏବେ ଚିଙ୍ଗାରୀ ଆପ୍‌କୁ ଡାଉନ୍‌ଲୋଡ୍ କରିସାରିଲେଣି। କେବଳ ପ୍ଲେ ଷ୍ଟୋର୍‌ରୁ ଅଢ଼େଇ ମିଲିୟନ୍ ଗ୍ରାହକ ଚିଙ୍ଗାରୀକୁ ଡାଉନ୍‌ଲୋଡ୍ କରିଛନ୍ତି। ଗତ ଗୋଟିଏ ମାସରେ ଚିଙ୍ଗାରୀକୁ ଲକ୍ଷେ ଲୋକ ଡାଉନ୍‌ଲୋଡ୍ କରିଥିଲେ। ତେବେ ସବୁଠୁ ବଡ଼ କଥା ହେଲା ଏହାକୁ ଡେଭଲପ୍ କରିଛନ୍ତି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବକ ବିଶ୍ୱତ୍ମା ନାୟକ। ୨୦୧୯ରେ ଏହି ଭିଡିଓ ଶେୟାରିଂ ଆପ୍ ଚିଙ୍ଗାରିକୁ ଡେଭଲପ୍ […]

  • Monday, 26 July 2021
morning-1
ଅନ୍‌ଲାଇନ୍‌ରେ ଭିଡିଓ ମାଧ୍ୟମରେ ଏମିତି ହେବ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ ତାଲିମ ନେବେ। ଏନେଇ ସୂଟନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା। ଦୁଇ ଦିନର ତାଲିମରେ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରସ୍ତୁତିକୁ ଦେଖି ନିଜ […]

  • Monday, 26 July 2021
timi
ସମୁଦ୍ରକୂଳରେ ପଡ଼ିଛି ବିଶାଳ ମୃତ ତିମି

ବାଲେଶୱର: ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର ହୋଇଛି। ମନ୍ଦାରମଣି ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ଲମ୍ବ ୪୫ ଫିଟ୍ ଓ ଚଉଡ଼ା ୧୦ ଫିଟ୍ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି। ଏହାକୁ ସ୍ଥାନୀୟ  ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କେମିତି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଏହାକୁ ପଶ୍ଚିମବଙ୍ଗର ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି […]

  • Monday, 26 July 2021
niranjan-pattanik
୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। କାଲି କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ କଂଗ୍ରେସ ନେତା ଓ କର୍ମୀ। ଏବଂ ତାପରଦିନ ଅର୍ଥାତ ୩୦ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। କେବଳ ରାଜ୍ୟରେ ନୁହେଁ, ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବ […]

  • Monday, 26 July 2021