ଦୁବାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୫୮ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ […]
ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। […]
ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍ ସମୟରେ ଭିୱାଣ୍ଡିର ପଟେଲ୍ କମ୍ପାଉଣ୍ଡ୍ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ୩୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ଉଦ୍ଧାର କାର୍ଯ୍ୟରେ NDRF ଟିମ୍, ଦମକଳ ବାହିନୀ ଓ ପୋଲିସ୍ ଟିମ୍ ସାମିଲ ହୋଇଛନ୍ତି।
ଆଗ୍ରା: ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସାମାଜିକ ଦୂରତା ବଜାୟ ରଖିବା […]
ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍ପେଣ୍ଡ୍ କରାଯାଇଛି। କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ସସ୍ପେଣ୍ଡ୍ ହୋଇଥିବା ଏହି ୮ ସାଂସଦ ହେଲେ- ଡେରେକ୍ ଓବ୍ରାଏନ୍,ସଞ୍ଜୟ ସିଂ, ରାଜୁ ସତାଭ୍,କେକେ ରାଗେଶ,ରିପୁନ ବୋରା,ଡୋଲା ସେନ୍, ସୟଦ୍ ନାଜିର୍ ହୁସେନ୍ ଓ ଏଲାମରନ୍ କରିମ୍। ସୂଚନାଥାଉ କି, ଗତକାଲି […]
ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଦଳି ଯିବ ୧୫୦ ବର୍ଷ ଧରି ଚାଲି ଆସୁଥିବା ପ୍ରଥା। ଆଉ ପ୍ରତି ୬ ମାସରେ ଜମ୍ମୁ କାଶ୍ମୀରରେ ହେବନି ଦରବାର ସ୍ଥାନାନ୍ତର। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ବୁଧବାର ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଛି।…
ନୂଆଦିଲ୍ଲୀ: ଅନ୍ଲକ୍ ୪ ଗାଇଡ୍ଲାଇନ୍ସ ସହ ଆଜିଠୁ କିଛି ରାଜ୍ୟରେ ଆଂଶିକ ଭାବେ ସ୍କୁଲ୍ ଖୋଲିଛି। ଅନ୍ଲକ୍ ୪ରେ ଆଂଶିକ ଭାବେ ସ୍କୁଲ୍ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ବୋଲି କୁହାଯାଇଛି। ହରିୟାଣା, ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ, ତାମିଲନାଡୁ, […]
ମୁମ୍ବାଇ: ଏବେ Narcotics Control Bureau(NCB) ରାଡାର୍ରେ ଆଉ ୨ଜଣ ବଲିଉଡ୍ ଷ୍ଟାର ଥିବା ଚର୍ଚ୍ଚା ହେଉଛି। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ NCB ସମନ୍ କରିପାରେ ବୋଲି ସୂଚନା ମିଳିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଏହି ୨ ଷ୍ଟାରଙ୍କୁ ସମନ୍ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଖାଲି ଏହି ଦୁଇ ଷ୍ଟାର ନୁହଁନ୍ତି ଅଭିନେତ୍ରୀ ରକୁଲ ପ୍ରୀତ୍, ଫ୍ୟାଶନ୍ ଡିଜାଇନର୍ ସିମୋନ୍ […]
ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ସପ୍ତଦଶ ସ୍କ୍ୱାଡ୍ରନରେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି। ଚଳିତ ମାସ ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ […]
ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣା କରି ବୈଜ୍ଞାନିକମାନେ ଭାରତୀୟଙ୍କ ବ୍ରେନ ଆଟଲାସ ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କର ଏହି ଡିଜିଟାଲ ଇମେଜ ଚୀନ୍ ଲୋକଙ୍କ ବ୍ରେନ ସହ ତୁଳନା କରାଯାଇଥିଲା । ଯାହା ଫଳାଫଳ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗବେଷଣା ଅନୁଯାୟୀ, ଭାରତୀୟଙ୍କ ମସ୍ତିଷ୍କ ଚୀନୀ ମସ୍ତିଷ୍କ ତୁଳନାରେ ଛୋଟ ଅଟେ । ଏହି ଗବେଷଣା ହାଇଦ୍ରାବାଦର ଇଣ୍ଟରନାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ ଇନ୍ଫର୍ମେଶନ ଟେକ୍ନୋଲଜି ପକ୍ଷରୁ କରାଯାଇଥିଲା । ଏହି […]
ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଗୁରୁତ୍ୱ ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଏବେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଭାରତୀୟ ନୌସେନାରେ ୨ ଜଣ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ମହିଳା ସେନା ଅଧିକାରୀ ହେଲେ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍ ଲେଫ୍ଟନାଣ୍ଟ ରୀତି ସିଂହ। ଏହି ଅଧିକାରୀଙ୍କୁ ଭାରତୀୟ ନୌସେନାର ଯୁଦ୍ଧପୋତରେ […]
ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି ବୋଲି ସୂଚନା ମିଳିଛି
ଭୁବନେଶ୍ୱର: ଲକଡାଉନରେ ପର୍ବତ ଆରୋହଣକାରୀରୁ ପରିବା ଦୋକାନୀ ପାଲଟିଥିବା ଓଡ଼ିଶାର ନୀଳାଚଳ ପରିଡ଼ାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର କ୍ରିସ୍ ମୋରିସ୍। ମୋରିସ୍ ନିଜ ଟୁଇଟର୍ ଆକାଉଣ୍ଟରେ ନୀଳାଚଳଙ୍କୁ କୋଭିଡ୍ ହିରୋର ଆଖ୍ୟା ଦେବା ଦହ ସହ ଏକ ଜର୍ସିର ଫଟୋ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି ‘ମାଇଁ କୋଭିଡ୍ ହିରୋଜ୍’ ଏବଂ ‘ନୀଳାଚଳ’। Nilachala Parida set up a vegetable shack during lockdown and offered […]
ବେଜିଂ:ପୁଣି ଆମେରିକାକୁ ଧମକ ଦେଇଛି ଚୀନ । ଚୀନ ବାୟୁସେନା (China Air Force) ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଏଚ-୬ ବୋମାବର୍ଷୀ ଏୟାରକ୍ରାଫ୍ଟ ଦ୍:ାରା ଏକ ଆକ୍ରମଣ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସ୍ଥାନ ଗୁଆମର ଆମେରିକି ପେସିଫିିକ୍ ଆଇଲାଣ୍ଡ ଏଣ୍ଡରସନ ଏୟାର ଫୋର୍ସ ବେସ୍୍ ପରି ଦେଖାଯାଉଛି । ଏହି ଭିଡିଓ ପିପୁଲ୍ସ ଲିବରେସନ(Peoples Liberation Army) ଏୟାରଫୋର୍ସ ବିବୋ ଆକାଉଣ୍ଟରୁ ଜାରି […]
ମୁମ୍ବାଇ: ଡ୍ରଗସ୍ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକାଙ୍କୁ ଆଜି କିମ୍ବା ଆସନ୍ତକାଲି ହାଜର ହେବାକୁ ଡାକି ପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିଶ୍ମାଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି। ତେବେ ଏଥିରେ ସେ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ […]