ନୂଆଦିଲ୍ଲୀ: କରୋନା ଯୋଗୁ ସାରା ଦେଶରେ ଏବେ ସିନେମା ହଲ୍ ବନ୍ଦ ରହିଛି। ତେଣୁ ଏହାକୁ ପୁଣିଥରେ ଆସନ୍ତା ଅଗଷ୍ଟରେ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛି। ଶୁକ୍ରବାର ଦିନ ଏସମ୍ପର୍କରେ CII ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ସଚିବ ଅମିତ୍ ଖେର୍ଙ୍କ ଆଲୋଚନା ହୋଇଥିଲା। ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗୃହ ସଚିବ ଅଜୟ ଭଲ୍ଲା ନେବେ ବୋଲି ଅମିତ୍ ଖେର୍ […]
ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ଆମକୁ ଗୋଟିଏ ଜିନିଷ ଉପରେ ସବୁଠାରୁ ବେଶି ଧ୍ୟାନ ଦେବାକୁ ହେବ। ଆଉ ତାହା ହେଉଛି ସ୍ୱଚ୍ଛତା। ତେଣୁ ବାହାରୁ କୌଣସି ଜିନିଷ ଆଣିଲେ ତାହାକୁ ପରିଷ୍କାର କରି ଧୋଇବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ପନିପରିବା ଧୋଇ ତା’ ପରେ ଫ୍ରିଜ୍ରେ ରଖିବା ନିହାତି ଦରକାର। ତେବେ ଏହି କାମକୁ କେତେ ସହଜରେ କରି ପାରିବେ ଜାଣନ୍ତି ? ଏଇ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ହେଲେ କେବେ ସେ ତାଙ୍କର ବୟାନ ପୋଲିସ୍କୁ ଦେବେ ଏନେଇ ବାନ୍ଦ୍ରା ପୋଲିସ୍ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ବୟାନ ରେକର୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଉ ବୋଲି କଙ୍ଗନାଙ୍କ ଟିମ୍ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ କଙ୍ଗନାଙ୍କ ଟିମ୍ ପକ୍ଷରୁ ଟ୍ୱିଟ୍ରରେ ଏକ ହ୍ୱାଟ୍ସଆପ୍ ସ୍କ୍ରିନ୍ଶଟ୍ […]
ପୁଣେ: ଆଗ୍ରହ, ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ପାଖରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। କରୋନା ଲକଡାଉନ ସମୟରେ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଛନ୍ତି। ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପେଟକୁ ଯୋଗାଡ କରିବା କଷ୍ଟ ହୋଇ ପଡ଼ିଛି। ଲାଗୁଛି, କରୋନା ଯେମିତି ଆମ ଜୀବନର ସବୁ ହସ, ଖୁସି, ସୁଖଶାନ୍ତି ଛଡ଼ାଇ ନେଇଛି। ହେଲେ ଦେଖନ୍ତୁ ଏଇ ୮୫ ବର୍ଷ ବୟସ୍କ ମହିଳାଙ୍କୁ। କାମ କରୁଛନ୍ତି, ପେଟକୁ ଦାନା ଯୋଗାଡ କରିପାରୁଛନ୍ତି। ତା […]
ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି କରୋନା । ଦିନକୁ ଦିନ କରୋନା ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହା ସହିତ ଦିନକରେ ୪୮ ହଜାର ୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସାରା ଦେଶରେ ୪ ଲକ୍ଷ ୨୦ ହଜାର ୮୯୮ ସାମ୍ପଲ ଟେଷ୍ଟ ହୋଇଥିଲା। ନୂଆ ତଥ୍ୟକୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ କୁନି ପୁଅକୁ ଅପହରଣ କରି ନେଇ ଯାଇଥିଲେ ଦୁର୍ବୃତ୍ତ। ଶିଶୁ ପାଇଁ ୪ କୋଟି ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା। ଏସ୍ଟିଏଫ ଏବଂ କ୍ରାଇମ୍ ବ୍ରାଞ୍ଚ୍ ଅପହରଣକାରୀଙ୍କୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ ଅପହରଣୀକାରୀ ଓ ଉଦ୍ଧାରକାରୀ ଟିମ୍ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ୧୭ ଘଣ୍ଟା […]
ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ୯୫ରେ ପହଞ୍ଚିଛି। ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି ବ୍ରହ୍ମପୁତ୍ର […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍ କରି ନିଜେ ଶିବରାଜ ଏହା ଜଣାଇଛନ୍ତି। ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ସେ କହିଛନ୍ତି। “ମୋର କରୋନା ଲକ୍ଷଣ ଥିଲା, ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାନ୍ତୁ। ନିକଟ ସଂପର୍କୀୟ କ୍ୱାରେଣ୍ଟିନ୍ରେ ଯାଆନ୍ତୁ” ଶିବରାଜ ଟ୍ୱିଟ୍ କରି କହିଛନ୍ତି। ଶିବରାଜ ସିଂ ଆହୁରି କହିଛନ୍ତି, […]
ନୂଆଦିଲ୍ଲୀ: ବଜାରକୁ ଆସିବ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ। ଫାର୍ମା କମ୍ପାନି ସିପଲ୍ ପକ୍ଷରୁ ଫାଭିପିରାଭିର୍ ମେଡିସିନକୁ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଛି। ସିପଲ୍ ପକ୍ଷରୁ ଏହାକୁ ସିପଲେନ୍ଞ୍ଜା ନାଁରେ ବଜାରରେ ଉପଲବ୍ଧ କରାଯିବ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହା ବଜାରକୁ ଆସିବ। ପ୍ରତି ଟାବଲେଟର ଦର ୬୮ ଟଙ୍କା ରହିବ। କୋଭିଡ୍ ହସ୍ପିଟାଲ୍ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିବା ବେଳେ ଏହି […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଲାଗି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହୋଇଛି ଯେ, ସୁଶାନ୍ତଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ। ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ ଧ୍ୟାନ ଦେବା ସହ ସଠିକ୍ ତଦନ୍ତ ଲାଗି ଲକ୍ଷାଧିକ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି […]
ଶ୍ରୀନଗର: ସୀମାନ୍ତରେ ସେନା-ସୁରକ୍ଷାବାହିନୀ ମଧ୍ୟରେ ଆଜି ଚାଲିଥିବା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁକାଶ୍ମୀର ଶ୍ରୀନଗର ଉପକଣ୍ଠ ରଣବୀରଗଡ଼ ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ । ସକାଳ ୮ଟାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟରେ ୨ଆତଙ୍କୀ ନିହତ ହୋଇଥିବାବେଳେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୋଜିଥ୍ ଗାଁର ବାସିନ୍ଦା ଓ ତାଙ୍କ ନାମ ଇଶାଫ ରସିଦ। ସେ […]
ଜୟପୁର: ରୋଚକ ମୋଡ ନେଉଛି ରାଜସ୍ଥାନ ରାଜନୀତି। ବିଧାନସଭା ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାହୁଁଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଇ ନାହାନ୍ତି। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରଛନ୍ତି ଗେହଲଟ। ସେ କହିଛନ୍ତି ‘ମୋ ସୁରକ୍ଷା ପାଇଁ ମୁଁ କାହାକୁ କହିବି ? ସୋମବାରରୁ ଜରୁରୀ ବିଧାନସଭା ଡକା ନଗଲେ ଲୋକେ ଯଦି ରାଜଭବନ ଘେରାଉ କରନ୍ତି ସେଥିପାଇଁ ଯାହା ସ୍ଥିତି ଉପୁଜିବ ସରକାର […]
ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେରରେ। ଏସବୁ ଭିତରେ ୟୁଟ୍ୟୁବ୍ରେ ଏକ ଚ୍ୟାନେଲ୍ ଚଲାଉଥିବା Paranormal ଏକ୍ସପର୍ଟ ଷ୍ଟିଭ୍ ହଫ୍ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି ଦାବି କରିଥିଲେ, ଯାହାକୁ ନେଇ […]
ନୂଆଦିଲ୍ଲୀ: ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର(ସିଏଏସ୍)ର ଏକ ଗବେଷଣା ସଂସ୍ଥାନର ପରମାଣୁ ସୁରକ୍ଷା ବିଭାଗ(Nuclear Security Science)ରୁ ୯୦ ଜଣ ବୈଜ୍ଞାନିକଙ୍କ ଇସ୍ତଫା ଘଟଣା ବର୍ତ୍ତମାନ ଚାଇନାରେ ଚହଳ ପକାଇଛି। ତେବେ କାହିଁକି ହଠାତ୍ ଏତେ ସଂଖ୍ୟାକ ବୈଜ୍ଞାନିକ ଇସ୍ତଫା ଦେଲେ ସେନେଇ ତଦନ୍ତ କରିବାକୁ ଏକ ଇନ୍ଭେଷ୍ଟିଗେସନ ଟିମ୍ ପଠାଇଛି ଚାଇନା କ୍ୟାବିନେଟ୍। ଏନେଇ ସିଏଏସ୍ ସୂଚନା ଦେଇଛି। ମଙ୍ଗଳବାର ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେବା ନେଇ ସିଏଏସ ସୂଚନା ଦେବା ପରେ ଏହି […]
ନୂଆଦିଲ୍ଲୀ: ରେଲ୍ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍ୱେ ଡାଟାବେଶ୍ରେ ଥିବା ସୂଚନା ଆପେ ଆପେ ଡିସ୍ପ୍ଲେ ସ୍କିନ୍କୁ ଆସିଯିବ। ଟିଟି ହାତରେ ଧରିଥିବା ମେସିନ୍ରେ ମଧ୍ୟ ଏହି ତଥ୍ୟ ଆସିଯିବ। ଯାତ୍ରୀଙ୍କ ବର୍ଥ ଓ ଅନ୍ୟାନ୍ୟ ସୂଚନା ଏଥିରେ ଉପଲବ୍ଧ ହେବ। ପ୍ରଥମେ […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ, ତେବେ ଆଜି ଏହି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କମଲ ନାଥ ଟ୍ୱିଟ୍ କରିଛନ୍ତି। ଏ ନେଇ ଗୋଟିଏ ପରେ ଗୋଟିଏ […]
ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଏହି ଶତାୟୁ ମହିଳା। ତେବେ ଡାକ୍ତରଖାନାରେ […]