ମୁମ୍ବାଇ: ରାସ୍ତା ଉପରେ ୮ ଫୁଟ୍ ଲମ୍ବର ବିରାଟ ଅଜଗର ଶୋଇଥିବାର ଦେଖିବାକୁ ମିଳିଛି। ମୁମ୍ବାଇରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୁମ୍ବାଇ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେୱରେ ଶୋଇ ରହିଥିଲା ଏହି ବିରାଟ ଅଜଗରଟି। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସାପ ଦେଖିବାକୁ ଲୋକଙ୍କ ଭି଼ଡ଼ ମଧ୍ୟ ଜମିଥିଲା। ରାସ୍ତା ଉପରକୁ ଏତେବଡ଼ ସାପ ଚାଲିଆସିବା ପରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫,୦୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ କିଛି ଦିନ ଭିତରେ ଏହା ସର୍ବନିମ୍ନ। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ଲକ୍ଷ ଟପିଛି। ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୫୫,୬୨,୬୬୪ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୧୦୫୩ […]
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ତାରିଖରେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ପ୍ରଥମ ବାର୍ଷିକୀ ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଭିନେତା ମିଲିନ୍ଦ ସୋମନ୍ ମଧ୍ୟ ଅନଲାଇନ୍ ମାଧ୍ୟମରେ ଯୋଗଦେବେ। ଏହି ଅବସରରେ ପିଏମ୍ ମୋଦି ସେହି ମାନଙ୍କ ସହ କଥା ହେବେ, ଯେଉଁମାନେ ନିଜ ନିଜର ଫିଟେନସ୍ ଦ୍ୱାରା ଲୋକଙ୍କ ପାଇଁ […]
ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଡିତ ରହି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ଯାଏ ଜେଲ୍ରେ ରହିବେ । କୋର୍ଟ ଏହି ଅବଧି ବଢାଇଥିବା ଆଜି ଘୋଷଣା କରିଛନ୍ତି । ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣା ପଦାକୁ ଆସିଥିଲା । ଏନସିିବି ଏହି ମାମଲାର ଯାଞ୍ଚ କରି ରିୟା […]
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଡ୍ରଗସ ଲିଙ୍କରେ ଆସିବା ପରେ ଏନେଇ ଟ୍ଵିଟ୍ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ବିଶାଦରେ ଥିବା ବ୍ୟକ୍ତି କଣ ଡ୍ରଗ୍ସ ନିଏ? ତଥାକଥିତ ଆଭିଜାତ୍ୟ ସମ୍ପନ୍ନଙ୍କ ଘରର ପିଲା ନିଜକୁ ଉଚ୍ଚକୋଟୀର ଦର୍ଶାଇବା ସହ ମ୍ୟାନେଜରଙ୍କୁ ଡ୍ରଗ୍ସ ମାଗିଥାନ୍ତି ? ଆଜି ଏପରି କହି ସମାଲୋଚନା କରିଛନ୍ତି କଙ୍ଗନା। ମାଲ୍ ହେ କ୍ୟା ଲେଖି କଙ୍ଗନା ଇଙ୍ଗିତରେ ଦୀପିକାଙ୍କୁ କଟ୍ଟାକ୍ଷ କରିଛନ୍ତି। ନିଜ ପୂର୍ବତନ ମ୍ୟାନେଜର […]
ପଟନା: କରୋନା ମହାମାରୀ ଭିତରେ କିଛି ରାଜ୍ୟରେ ୨୧ ତାରିଖ ଠାରୁ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଛି। ଏବେ ବିହାରରେ ସେପ୍ଟେମ୍ବର ୨୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଯାଉଛି। ତେବେ ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ସ୍କୁଲ ବନ୍ଦ ରହିବ। ଶିକ୍ଷା ବିଭାଗ ଅନୁଯାୟୀ, ଜଣେ ପିଲା ସପ୍ତାହକୁ ଦୁଇଦିନ ହିଁ ସ୍କୁଲ୍ ଯିବ। ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୦ ପ୍ରତିଶତ ଶିକ୍ଷକ ସ୍କୁଲ୍ ଆସିବେ। ଅବିଭାବକ ନିଜ ପିଲାମାନଙ୍କୁ ଯଦି ସ୍କୁଲ ପଠାଇବାକୁ ଚାହୁଁନଥିବେ, ତାହେଲେ ସେମାନଙ୍କ […]
ନୂଆଦିଲ୍ଲୀ: ଦୁବାଇର ମରୁଭୂମି ଶସ୍ୟଶ୍ୟାମଳା ହୋଇଉଠିବ । ସବୁଜିମାରେ ପରିପୂର୍ଣ୍ଣ ହୋଇ ହସି ଉଠିବ ଏହାର ପରିବେଶ । ଟେକନିକ୍ ସାହାଯ୍ୟରେ ଏବେ ସମ୍ଭବ ହୋଇପାରିବ ଏହି ଅସମ୍ଭବ କାମ । ନରୱେର ଏକ କମ୍ପାନୀ ଦୁବାଇର ଏହି ଶୁଷ୍କ ଅଞ୍ଚଳରେ ଏହି ଟେକନିକର ପ୍ରୟୋଗ କରି ସାରିଲାଣି । ମାର୍ଚ୍ଚ ମାସରେ ଏହି ବାଲୁକାମୟ ଅଞ୍ଚଳରେ ଚାଷକାମ ଆରମ୍ଭ ହୋଇଥିଲା । ବାଜରାଠାରୁ ଆରମ୍ଭ କରି ବିଭିନ୍ନ ଫୁଲ, ଫଳ ଏବଂ ତରଭୁଜ ଚାଷ କରାଯାଉଛି […]
ମୁୁମ୍ବଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗସ ଲଙ୍କ ଯାଞ୍ଚ କରୁଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିବା ପରେ ଏହି ଲିଙ୍କରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ନାଁ । ଅନେକ ବଡ ବଡ ତାରକାଙ୍କୁ ଏନସିବି ଜେରା କରିବ ବୋଲି ଜଣାପଡ଼ିଛି । ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ […]
ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ହେବ ୟୁଜି ଓ ପିଜି କ୍ଲାସ। ଉଭୟ ଷ୍ଟ୍ରିମର ପ୍ରଥମ ବର୍ଷ କ୍ଲାସ ନଭେମ୍ବରରୁ ଆରମ୍ଭ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। In view of the COVID-19 pandemic, the Commission has accepted the Report of the Committee and approved the @ugc_india Guidelines on Academic Calendar for the First Year of Under-Graduate and Post-Graduate Students […]
ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଯାଞ୍ଚ ସମୟରେ ପ୍ରତି ଦିନ ନୂୂଆ ନୂଆ ଖବର ସାମ୍ନାକୁ ଆସୁଛି । ଆଜି ଅନେକ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ ଦିଆ ମିର୍ଜା ବି ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି । ଏପରିକି ତାଙ୍କୁ ଜେରା କରିବା ପାଇଁ ଏନସିବି ସମନ ଜାରି କରିଛି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ତେବେ ଏସବୁ ଖବର ମଧ୍ୟରେ ଦିଆ ମିର୍ଜାଙ୍କ ପ୍ରତିକ୍ରିୟା ଆସିଛି । ସେ ସୋଶାଲ […]
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ। ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍ ପାରିତ ହେବା ପରେ ଏସବୁ ସାମଗ୍ରୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଛି। ଫଳରେ ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ ୧୫ ତାରିଖରେ ଏସମ୍ପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଗତକାଲି ଏହା ରାଜ୍ୟସଭାରେ ପାରିତ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ, କେବଳ ଯୁଦ୍ଧ, […]
ନୂଆଦିଲ୍ଲୀ: ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୫୮ଟି ଦେଶ ଗସ୍ତ କରିଛନ୍ତି।ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଦ୍ୱିପାକ୍ଷିକ ତଥା ଅନ୍ତଃରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣ ନେଇ ଅନ୍ୟ ଦେଶମାନେ ବୁଝି […]
ବେଜିଂ: ଚୀନରେ କେହି କାହାକୁ ନିନ୍ଦା ବା ସମାଲୋଚନା କରିପାରିବେ। କିନ୍ତୁ ଭୁଲ୍ରେ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ କିନ୍ତୁ ନିନ୍ଦା କରିବା ପୂର୍ବରୁ ତାଙ୍କୁ ଶହେ ଥର ଭାବୁଥିବେ। ରାଷ୍ଟ୍ରପତିଙ୍କ ନିନ୍ଦା ଏଠି କେତେ ମହଙ୍ଗା ନିକଟରେ ଏକ ଘଟଣାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ନିନ୍ଦା କରି କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ସଦସ୍ୟ ରେନ ଝିଙ୍କିୟାଙ୍ଗଙ୍କୁ ବର୍ଷେ ନୁହେଁ କି ୫ ବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଜେଲ୍ ଭୋଗିବାକୁ ପଡ଼ିଛି। ଝିଙ୍କିୟାଙ୍ଗ ତାଙ୍କର ଏକ […]
ପାଟନା: ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇଛନ୍ତି। ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍ଗାର୍ଡ ଓ ଫାୟାର ସର୍ଭିସ୍) ଏସ୍କେ ସିଂଘଲଙ୍କୁ ବିହାର ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେଣୁ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ସିଂହ ରାଜପୁତ […]
କାଠମାଣ୍ଡୁ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍ ରୀତା ଶେରପା(Ang Rita Sherpa) ଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ ସମୟ ଧରି […]
ୱାଶିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରାଜନୀତି ବେଶ୍ ସରଗରମ ହୋଇଛି। ରାଷ୍ଟପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ (Joe Biden) ଙ୍କୁ ସମର୍ଥନରେ ୧୪ ଭାରତୀୟ ଭାଷାରେ ଡିଜିଟାଲ ଗ୍ରାଫିକ୍ସ ଜାରି କରାଯାଇଛି। ଉନ୍ନତମାନର ଟେକନିକ୍ ସାହାଯ୍ୟରେ ଦକ୍ଷିଣ ଏସିଆ ଆମେରିକୀୟଙ୍କ ମନ ଜିଣିବା ପାଇଁ ଏହି ଗ୍ରାଫିକ୍ସ ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଏସିଆ ଆମେରିକୀୟଙ୍କୁ ଏକଥା ସେ ବୁଝାଇବାକୁ ଚାହିଁଛନ୍ତି ଯେ, ଯେପରି ବି […]
ଜୟପୁର: ସ୍ୱାମୀଙ୍କୁ ହତ୍ୟା କରିବା ପରେ ବେଡ୍ ତଳେ ମୃତଦେହ ଲୁଚାଇ, ଏହାର ଦିନକ ପରେ ନିଜେ ଏସମ୍ପର୍କରେ ପୋଲିସ୍କୁ ଖବର ଦେଲେ ସମ୍ପୃକ୍ତ ମହିଳା। ରାଜସ୍ଥାନ ଚୁରୁ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ରବିବାର ରାତିରେ ହମିର୍ୱାସ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ନିର୍ମଳ ସିଂ(୩୪)। ଅଭିଯୁକ୍ତ ପତ୍ନୀଙ୍କ ନାଁ ନୀରଜ(୨୮)। କୌଣସି କାରଣକୁ ନେଇ ନିର୍ମଳ ଓ ନୀରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି […]