ଜୟପୁର: ସାମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛି ରାଜସ୍ଥାନ ରାଜନୀତି। ରାଜ୍ୟରେ ଚାଲିଥିବା ପଲିଟିକାଲ ଡ୍ରାମା ଏବେ ଅଦାଲତରୁ ଯାଇ ରାଜଭବନରେ କେନ୍ଦ୍ରୀଭୂତ ହୋଇଛି। କୋର୍ଟରୁ ଝଟକା ଖାଇ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟପାଳ କିନ୍ତୁ ଅନୁମତି ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ। ଏପଟେ ବିଧାୟକମାନେ ଡେରା ପକାଇଥିବା ହୋଟେଲ ଫେୟାରମଣ୍ଟରେ ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ […]
ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମନ୍ କି ବାତ୍ର ୬୭ ତମ ସଂସ୍କରଣ। ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ଉପରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ଆସନ୍ତା ମାସରେ ଅନ୍ଲକ୍ ୩ ଆରମ୍ଭ ହେଉଥିବାରୁ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି। ମନ୍ କି ବାତ୍ର […]
AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡ୍ରେ କାହିଁକି ତାଙ୍କ୍ କମ୍ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍ ଏଆର୍ ରହମାନ୍। ସେ କହିଛନ୍ତି, ଏକ […]
ଭୋପାଳ: ଅଗଷ୍ଟ ୫ ତାରିଖ ଯାଏ ଯଦି ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ାଯାଏ ତେବେ କରୋନା ଭାଇରସ ଛାଡ଼ି ପଳାଇବ। ଗତ ଶନିବାର ଏପରି କହିଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ତେଣୁ ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଜ୍ଞା। ଏନେଇ ସେ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: ଶେଷରେ ଚୀନ୍ର ଗଉଁ ଭାଙ୍ଗିଛି। ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖ ଅଂଚଳରେ ପଛକୁ ହଟିଛି ଚିନ ସେନା । ଭାରତ ମଧ୍ୟ ତାର ସେନା ହଟାଇ ନେଇଛି। ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (LAC)ର ପାଟ୍ରୋଲିଂ ପଏଣ୍ଟ ୧୫, ୧୪ ଏବଂ ୧୭Aରେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ଶେଷ ହୋଇଛି। ପାଟ୍ରୋଲିଂ ପଏଣ୍ଟ ୧୫-ହଟସ୍ପ୍ରିଙ୍ଗ୍, ପାଟ୍ରୋଲିଂ ପଏଣ୍ଟ ୧୪-ଗଲଓ୍ୱାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୭-ଗୋଗ୍ରା ଅଂଚଳରୁ ସେନ୍ୟ ପଛକୁ ହଟିଛନ୍ତି। ସୀମାରେ […]
ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲା ପାକିସ୍ତାନୀ ସେନା। ଶତ୍ରୁଙ୍କୁ ତଡ଼ିବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପ୍ରାୟ ୨ ମାସ […]
ନୂଆଦିଲ୍ଲୀ; ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ […]
ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର […]
ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। कभी आएँगे आपके इस सोनू सूद को देखने। ❣️🙏 https://t.co/ypQLfbRWX6 — sonu sood (@SonuSood) July 26, 2020 ଖାଲି ସେତିକି ନୁହେଁ, ଯେଉଁମାନଙ୍କ ପାଖରେ ରୋଜଗାର କରିବାର କୌଣସି ମାଧ୍ୟମ […]
ଯୋଧପୁର: ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍। ବିସ୍ଫୋରଣ ଶବ୍ଦ ଏତେ ଜୋର୍ ଥିଲା ଯେ, ଏହାଶୁଣି ଲୋକମାନେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ରାଜସ୍ଥାନର ଯୋଧପୁର ସହରରେ ଏହି ଘଟଣା ଘଟିଛି। ଯୋଧପୁର ସହରରେ ୨୪ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଗତକାଲି ସକାଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ପିଏଚ୍ଡି ପାଣି ଟାଙ୍କିରୁ ଭିନ୍ନ ଭିନ୍ନ ସମୟରେ ପାଇପ୍ ଲାଇନ୍ […]
ନୂଆଦିଲ୍ଲୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଜାତିସଂଘ ଭାରତକୁ ସତର୍କ କରାଇଛି। କେବଳ ISIS ନୁହେଁ, ଭାରତୀୟ ଉପମହାଦେଶୀୟ ଅଲ୍କାଏଦାର ଏକ ଟିମ୍ ଭାରତରେ ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍ମାର୍ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି, ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି। ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ସଂଗଠନର […]