• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୪ ଜଣଙ୍କୁ ଗିରଫ କଲା ସ୍ୱତନ୍ତ୍ର ସେଲ

  • ପ୍ରାୟ ମାସେ ଧରି ଚାଲିଥିଲା ଅପରେସନ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ୨୫ଶହ କୋଟିର ବ୍ରାଉନସୁଗାର ଜବତ କରିବା ସହ ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହାସହ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ହରିୟାଣାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ଅପରାଧର ଚେର କେତେ ବାଟ ଲମ୍ବିଛି ଜାଣିବା ପାଇଁ ୪ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସ ସ୍ପେସାଲ ସେଲରେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ରେଡ୍ ବୋଲି କୁହାଯାଉଛି । ଏହି ରାକେଟର ପାକିସ୍ଥାନ ସହ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଏହି ମାମଲା ନାର୍କୋ-ଟେରରିଜିମ୍ ସହ ଜଡ଼ିତ ଥିବା ଅନୁମାନ କରାଯାଉଥିବାରୁ ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଉଛି । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ସିପି ନିରଜ ଠାକୁର ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ମାସେରୁ ଅଧିକ ଦିନ ହେବ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ପକ୍ଷରୁ ଏହି ଅପରେସନ ଚାଲିଥିଲା ବୋଲି କହିଛନ୍ତି ନିରଜ ଠାକୁର । ମୋଟ୍ ୩୫୦ କିଲୋ ଡ୍ରଗ୍ସ ଜବତ ହୋଇଛି , ଯାହାର ମୂଲ୍ୟ ପ୍ରାୟ ୨୫ଶହ କୋଟି ହେବ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଫଗାନିସ୍ଥାନର ନାଗରିକ ବୋଲି ଜଣାପଡିଛି ।

ବ୍ରାଉନସୁଗାର ଭର୍ତ୍ତି କଣ୍ଟେନରସକୁ ସମୁଦ୍ର ପଥେ ମୁମ୍ବାଇରୁ ଦିଲ୍ଲୀ ନିଆଯାଇଥିଲା । ମଧ୍ୟପ୍ରଦେଶର ଶିବପୁରୀରେ ଏକ ଫ୍ୟାକ୍ଟ୍ରିକୁ ଏହାକୁ ନିଆଯାଇ ରିଫାଇନ କରାଯିବା ପରେ ଏହାକୁ ପଞ୍ଜାବ ପଠାଯାଇଥାନ୍ତା ବୋଲି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ସିପି ନିରଜ ଠାକୁର କହିଛନ୍ତି ।