• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

susanta
ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ସେ ଦାବି କରୁଛନ୍ତି। ନେପୋଟିଜିମ୍ କାରଣରୁ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କଙ୍ଗନାକୁ ସାହାଯ୍ୟ କରିବା ପାଇଁ ବିଜେପି ନେତା […]

cocrocha
୧୪ ଗୋଡ଼ ଥିବା ଅସରପା, ଯାହାର ଫଟୋ ଏବେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍‌ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍‌ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ […]

cova
ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ […]

t20
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ […]

russia
ଏପ୍ରିଲରୁ କରୋନା ଭ୍ୟାକସିନ୍ ନେଇସାରିଛନ୍ତି ରୁଷ୍‌ର ପ୍ରଭାବଶାଳୀ ବ୍ୟକ୍ତି!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ ଛଡ଼ାଯିବ। କିନ୍ତୁ ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ରୁଷରେ ଏହି ଭ୍ୟାକସିନ୍ ରାଷ୍ଟ୍ରପତି ପୁତିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ […]

assam
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]

indo-america
ଭାରତ-ଆମେରିକାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା। ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ ରେଗାନ ସହ ମାଲ୍ଲାକା ଉପସାଗର ଅତିକ୍ରମ କରି ଭାରତ ମହାସାଗରରେ ପ୍ରବେଶ କରିଥିଲା। ଏଥିରେ ଭାରତର ଡେଷ୍ଟ୍ରୟର କ୍ଲାସ ଯୁଦ୍ଧ ଜାହାଜ ସମେତ ଫ୍ରିଗେଟ, ବୁଡା ଜାହାଜ […]

water scarcity
ପାକିସ୍ତାନରେ ଜଳାଭାବ ଯୋଗୁଁ ସୃଷ୍ଟି ହୋଇପାରେ ଦୁର୍ଭିକ୍ଷ ପରି ସ୍ଥିତି

ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ…

LALJI
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ

ଲକ୍ଷ୍ମୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କୁ ଲକ୍ଷ୍ମୌର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। बाबूजी नहीं रहे — Ashutosh Tandon (@GopalJi_Tandon) July 21, 2020 ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା। ଏ ସମ୍ପର୍କରେ ଲାଲଜି […]

vaccine-oxford
ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକ୍ସିନ ସୁରକ୍ଷିତ; ଖୁବ୍‌ ଶୀଘ୍ର ଭାରତରେ ଆରମ୍ଭ ହେବ ଉତ୍ପାଦନ

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍‌କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି । ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍‌ଟ ଏହା ପ୍ରକାଶ ପାଇଛି […]

corona
କରୋନା ନେଇଗଲା ମା’ ସହ ୫ ପୁଅଙ୍କ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ  ଝାଡଖଣ୍ଡରୁ ଆସିଥିବା ଏଇ ଖବର ହୃଦୟକୁ ଥରାଇ ଦେବ। ଏକ ହସଖୁସିର ପରିବାରକୁ କରୋନା ଛାରଖାର କରିଦେଇଛି। କରୋନା ସଂକ୍ରମଣରେ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ମା’ଙ୍କର ମୃତ୍ୟୁ ଘଟିଛି।  ଦୁଃଖର କଥା ହେଉଛି, ମା’ଙ୍କ ଶବକୁ କାନ୍ଧ ଦେବା ପାଇଁ କେହି ପୁଅ ଆଉ ନାହାନ୍ତି। ଗୋଟିଏ ପରେ ଗୋଟିଏ ହୋଇ ୫ ପୁଅଙ୍କର ଜୀବନ ନେଇ […]

comunity-spred
ଦେଶରେ ୧୧ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି। ସେହିପରି  କରୋନା ମୃତ୍ୟ  ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ୍ କେସ୍ ୪,୦୨,୫୨୯ ଥିବାବେଳେ ବର୍ତ୍ତମାନ ସୁଦ୍ଧା  ୭,୨୪,୫୭୭ ଜଣ ସୁସ୍ଥ ହୋଇ […]

ଜେଲ ଭିତରେ ରାଜୀବ ହତ୍ୟାକାରୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାନୁସାରେ, ନଳୀନି ଶାଢୀରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଜେଲରେ ଝଗଡା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି।  ସୂଚନାଥାଉ କି, ନଳିନୀ ତାମିଲନାଡୁର ଭେଲୋର ଜେଲରେ ନଳୀନି ସଜା ଭୋଗୁଛନ୍ତି। ଚେନ୍ନାଇର ଭେଲୋର ଜେଲରେ ନଳିନୀ […]

corona
କୋଭିଡ କଟକଣା: ଝରକାରେ ଚଢ଼ି ମାଆର ଅନ୍ତିମ ବିଦାୟ ଦେଖିଲା ଅସହାୟ ପୁଅ

ପାଲେଷ୍ଟାଇନ୍: ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍‌ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଛି। ତେବେ କାହିଁକି ମା’ର ଅନ୍ତିମ ଦର୍ଶନରେ ପୁଅ ସାମିଲ୍ ହୋଇପାରିଲା ନାହିଁ, ଆସନ୍ତୁ ଜାଣିବା। ସାରା ଦୁନିଆରେ କରୋନାଭାଇରସ୍ ଦିନକୁ ଦିନକୁ […]

pahada
ରାସ୍ତା ଉପରେ ଧସିଲା ପାହାଡ଼, ବିପଦକୁ ଖାତିର୍‌ ନ କରି ଭିଡିଓ କଲେ ଲୋକେ

ଚମୋଲି: ଉତ୍ତରାଖଣ୍ଡର ଚାମୋଲିରେ ମୌସୁମୀ ସହ ଆରମ୍ଭ ହୋଇ ଯାଇଛି ପ୍ରାକୃତିକ ବିପର୍ଯ୍ୟୟ।  ଚାମୋଲିର ପିପଲକୋଟି ନିକଟରେ ଏକ ଭୂସ୍ଖଳନ ହୋଇଛି। ଫଳରେ ୭ ନମ୍ବର ଜାତୀୟ ରାଜପଥ  ବନ୍ଦ ହୋଇଯାଇଛି। ଏହି ସମୟରେ ଲୋକଙ୍କ ଅବହେଳା ମଧ୍ୟ ଦେଖିବାକୁ ମିଳିଛି । ଜୀବନ ପ୍ରତି ବିପଦ ସତ୍ତ୍ୱେ ଲୋକେ ଭୁଶୁଡ଼ି ପଡ଼ିଥିବା ପର୍ବତର ଦୃଶ୍ୟ ଦେଖିବା ତଥା ସେଲ୍‌ଫି ନେବା ଏବଂ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ […]

video
ରାସ୍ତାରେ ବ୍ୟକ୍ତି ଜଣଙ୍କ ଯାଉଥିଲେ, ହଠାତ୍‌ ହେଲା ଭୂସ୍ଖଳନ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍‌ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Omg!!!! What a narrow escape for that biker pic.twitter.com/W9eX0kBZzd — Nandini Idnani (@idnani_nandini) July 19, […]

mask
N95 ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଲଭ୍ ଥିବା N95 ମାସ୍କ ବ୍ୟବହାର ଉପରେ କଟକଣା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି।  ସାଧାରଣ ଲୋକ ଠିକରେ N95 ମାସ୍କ ବ୍ୟବହାର କରୁନାହାନ୍ତି। ଏଥିଯୋଗୁଁ  କରୋନା ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ। ସଂକ୍ରମିତ ଠାରୁ ଭଲଭେଡ୍‌ ଦେଇ ଭୂତାଣୁ ବାହାରିଯିବା ସମ୍ଭାବନା ରହିଛି। ତେଣୁ N95 ବ୍ୟବହାର ନକରି ଘର ତିଆରି କପଡ଼ା ମାସ୍କ ବ୍ୟବହାର ପାଇଁ […]

car
ସୁରତରେ କାର ଚୋରି କରିବାର ଅଜବ ତରିକା : ଭଡ଼ାରେ ନେଇ ଦାମୀ କାର୍ ଲୁଟୁଥିଲେ ଦୁର୍ବୃତ୍ତ

ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍ ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ ୨୫ ଦିନରେ ୨୦୦ କାର ଜବତ ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା ସୁରତ  (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ…

NEWS
୨ ଟଙ୍କାର ଖବରକାଗଜ ସହ ମାସ୍କ ଫ୍ରି'

ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି ‘ରୋଶନୀ’। […]

tiger
 ବାଘ ରାସ୍ତାରେ ଅଜଗର, ଦେଖନ୍ତୁ ଆଗକୁ କଣ ଘଟିଲା...

ନୂଆଦିଲ୍ଲୀ: କୌଣସି ପଶୁ ପକ୍ଷୀ ବା ସରୀସୃପକୁ ଦେଖି ବାଘ ସ୍ଥିର ରହିବାର ଆପଣ କେବେ ଦେଖିଛନ୍ତି କି ? କାରଣ ଜଙ୍ଗଲରେ ବାଘର ପତିଆର ବେଶ୍। ସେ କାହାର ଉପସ୍ଥିତିକୁ ସହିପାରେନା। କେବେ କେବେ ବିଶାଳ ଅଜଗର ଓ ବାଘର ମୁହାଁମୁହିଁ ଦୃଶ୍ୟ ଆପଣ ଭିଡିଓରେ ଦେଖିଥିବେ। କିଛି ଭିଡିଓରେ ଆପଣ ଦେଖିଥିବେ ଯେ ବାଘ ଏବଂ ଅଜଗର ସାପ ମଧ୍ୟରେ ଲଢ଼େଇ ଲାଗିଥିବାର ଏବଂ ଶେଷରେ ବାଘ ଅଜଗରର ସାମ୍ନା କରିନପାରି ଜଙ୍ଗଲକୁ ପଳାଇବାର। […]