ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone ମାର୍କେଟକୁ ଆସିଛି ଯାହାର ଦାମ୍ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ ମୋବାଇଲଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ତା’ଛଡା IPhoneର ଲକ୍ଜୁରୀ ମେକ୍ଅପର ଟ୍ରେଣ୍ଡ ଦିନକୁ ଦିନ ବଢୁଛି। ଏ ଦିଗରେ ଋଷିଆ ଡିଜାଇନର କମ୍ପାନୀ କେଭିଅର ସବୁଠାରୁ ଆଗରେ। […]
ନଏଡ଼ା: ଆର୍ଥିକ ଅନଟନର ପୁଣି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥିତି ସହ ଲଢି ଲଢି ହ ରି ନ ପାରି ସ୍ୱାମୀ ମେଟ୍ରୋ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଲେ। ଏହି ଖବର ପାଇ ଭାଙ୍ଗି ପଡ଼ିଲେ ପତ୍ନୀ। ଦାରିଦ୍ର୍ୟଠାରୁ ବି ଅସହ୍ୟ ଥିଲା ସ୍ୱାମୀଙ୍କ ବିଚ୍ଛେଦ। ଝିଅକୁ ଫାଶୀ ଲଗାଇ ଦେବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିନେଲେ। ଏପରି ଘଟଣା ଘଟିଛି ନଏଡାର ସେକ୍ଟର-୧୨୮ ସ୍ଥିତ ଜେପି ପଭେଲିୟନ କୋର୍ଟରେ। ୩୩ […]
ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରୁ ଜଣେ। ଏପରିକି ସେ ଇଂଲଣ୍ଡର ରାଣୀ ଏଲିଜାବେଥ-୨ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇବାଙ୍କା ଟ୍ରମ୍ପ୍ଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ। ଦୁନିଆର ସବୁଠାରୁ ବେଶି ପ୍ରସାରିତ ପତ୍ରିକା ‘ଫୋର୍ବସ’ ରେ ପ୍ରକାଶ ପାଇଛି ଏହି ରିପୋଟ। ଫୋର୍ବସ ପକ୍ଷରୁ ବିଶ୍ୱର ୧୦୦ କ୍ଷମତାଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ୩୪ ନମ୍ବରରେ ଅଛନ୍ତି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ତାଲିକାରେ […]
ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]
ବେଜିଂ-ଚୀନରର ଦାଦୁକ୍ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି ଯାହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହାର ଏକ ଭିଡଓ ସୋଶାଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। ଜଣେ ମହିଳା ତାଙ୍କ ପୁଅ ସହ ରାସ୍ତା ପାର୍ ହେଉଥିଲେ। ହଠାତ୍ ଏକ କାର ଆସି ତାଙ୍କ ଉପରେ ଚଢି ଯାଇଥିଲା। ମହିଳାଙ୍କ ସହ ତାଙ୍କ କୁନି ପୁଅ ତଳେ ପଡ଼ିଗଲେ। ହେଲେ ତା’ପରର ଦୃଶ୍ୟ ଥିଲା ସବୁଠାରୁ ବେଶୀ ହୃଦୟସ୍ପର୍ଶୀ। ଛୋଟ ପୁଅଟି ଉଠିଲା […]
ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଧ୍ୟ ହୋଇ ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ପରେ ଅନିଶ୍ଚିତ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦମାନେ ନିକଟରେ କଂଗ୍ରେସ ସାଂସଦ ରାହୁଲ […]
ନୂଆଦିଲ୍ଲୀ:ସୁସ୍ଥ ରହିବାର ଟିପ୍ସ ଦେଲେ ଭାରତୀୟ ଜନତା ପାର୍ଟି ସାଂସଦ । ଔଷଧ ନୁହେଁ, ଭାଷା ବଦଳାଇଲେ ଭଲ ହୋଇଯିବ ରୋଗ। କଥାଟା ତ ନିଶ୍ଚୟ ଅବିଶ୍ୱସନୀୟ। ହେଲେ ଏକଥା ସଂସଦରେ କହିଛନ୍ତି ମଧ୍ୟପ୍ରଦେଶର ବିଜେପିର ସାଂସଦ ଗଣେଶ ସିଂ। ସେ କହିଛନ୍ତି, ଆଜିକାଲି ଡାଇବେଟିସ ଏବଂ କୋଲେଷ୍ଟ୍ରଲ ଏକ ସାଧାରଣ ରୋଗରେ ପରିଣତ ହଇଗଲାଣି। ଡାଇବେଟିସ ଏବଂ କୋଲେଷ୍ଟ୍ରଲର ନିରାକରଣ ପାଇଁ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ହେଲେ ଏହି ରୋଗକୁ ନିୟନ୍ତ୍ରଣ କରିବାର […]
ନୂଆଦିଲ୍ଲୀ:ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାସ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହି ବିଲ୍କୁ ନେଇ ବିରୋଧାଭାବ ପ୍ରକାଶ ପାଉଥିବାବେଳେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁସ୍ଲମାନମାନେ ଏଠିକାର ନାଗରିକ ଥିଲେ ଏବଂ ରହିବେ। ସେମାନଙ୍କୁ ଏଠାରୁ କେହି ବାହାର କରିପାରିବେ ନାହିଁ। ବୁଧବାର ରାଜ୍ୟସଭାରେ ଏହି ବିଲ୍କୁ ନେଇ ଆଲୋଚନା ଜାରି ରହିଛି। ତେବେ ରାଜ୍ୟସଭାର ଗଣିତକୁ ଦେଖିଲେ ବିଲ୍ ସପକ୍ଷରେ […]
ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। Tips to Prepare Paneer Masala(ପନିର ମସାଲା) Recipe Without Onion ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍ ସମୟରେ ଏବଂ […]
ନୂଆଦିଲ୍ଲୀ: ଇଣ୍ଡିଆନ-ଆମେରିକାନ ଅର୍ଥନୀତିଜ୍ଞ ଅଭିଜିତ୍ ବିୟକ ବାନାର୍ଜୀ ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନୋବେଲ୍ ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱିଡେନରେ ଏହି ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ତାଙ୍କ ସହ ଥିଲା ତାଙ୍କର ପତ୍ନୀ ଏସ୍ଥର ଡଫ୍ଲୋ ଏବଂ ସହକର୍ମୀ ମାଇକେଲ କ୍ରେମର୍। ତିନିଜଣ “experimental approach to alleviating global poverty” ଉପରେ ଗବେଷଣା କରିଥିଲେ ଯେଉଁଥିପାଇଁ ତିନିଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି ଏତେ ବଡ଼ […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍ ବର୍ଷର ସବୁଠାରୁ ଅଧିକ ଲାଇକ୍ ପାଇଥିବା ଏବଂ ଅଧିକ ରିଟ୍ୱିଟ୍ ପାଇଥିବା ଟ୍ୱିଟ୍ର ମାନ୍ୟତା ପାଇଛି। ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍ ଟ୍ୱିଟ୍’ କହୁଥିବା ମୋଦିଙ୍କ ଟ୍ୱିଟ୍ ୨୦୧୯ ମସିହା ମେ’ ୨୩ରେ ପୋଷ୍ଟ ହୋଇଥିଲା। ଏଥିରେ ଲେଖାଥିଲା, “ସବ୍କା ସାଥ + ସବ୍କା ବିକାଶ + ସବ୍କା ବିଶ୍ୱାସ= […]
ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏଭଳି ବିଲ୍ […]
ସାଣ୍ଟିଆଗୋ: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସ୍କୁ ଯାଉଥିବା ଚିଲି ବାୟୁସେନାର ଏକ ପରିବହନ ବିମାନ ଅଧା ରାସ୍ତାରୁ ନିଖୋଜ ହୋଇଯାଇଛି। ସି-୧୩୦ ହର୍କୁଲେସ ୧୭ ଜଣ କ୍ରୁ ସଦସ୍ୟ ଓ ୨୧ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା। ସେଠାରେ ତେଲ ପାଇପ ଲାଇନ ଏବଂ ଅନ୍ୟ ସରଞ୍ଜାମ ଯାଞ୍ଚ କରିବାର ଥିଲା। ବିମାନଟି ପୁଣ୍ଟା ଆରେନାସ ସ୍ଥିତ ସନ୍ଧ୍ୟା ୪.୫୫ରେ ଉଡ଼ାଣ ଭରିଥିଲା। ତେବେ ୬.୧୩ରେ ବିମାନ ସହ […]
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରଷ୍ଠତା ନ ଥିବାରୁ ଏହା କିପରି ପାସ୍ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆସନ୍ତାକାଲି ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ଲୋକସଭାରେ ଜେଡିୟୁ, ଶିବସେନା, ବିଜେଡି ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଦଳ ସିଏବିକୁ ସମର୍ଥନ କରିବାରୁ ବିଲକୁ ପାସ କରାଇବାରେ କିଛି […]
ଥାନେ:ମହାରାଷ୍ଟ୍ରର ଠାଣେ ଜିଲ୍ଲା କଲ୍ୟାଣ ରେଲୱେ ଷ୍ଟେଶନ ନିକଟରେ ରବିବାର ସକାଳେ ଏକ ବ୍ୟାଗରୁ ମହିଳାଙ୍କର ମୁଣ୍ଡ ବିହିନ ଶବ ମିଳିଥିଲା। ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ଅନର କିଲିଂ ବୋଲି ପୋଲିସ ଅନୁମାନ କରୁଛି। ପୋଲିସର କହିବା ଅନୁଯାୟୀ, ଟିଟ୍ବାଲା ଅଞ୍ଚଳ ନିବାସୀ ଅରବିନ୍ଦ ତିୱାରୀ (୪୭) ତାଙ୍କ ବଡ଼ ଝିଅ ପ୍ରିନ୍ସି(୨୨)କୁ ହତ୍ୟା କରିଛନ୍ତି। ଆଉ ହତ୍ୟାର କାରଣ ହେଉଛି ପ୍ରେମ। ତାଙ୍କର ଝିଅ ଜଣେ ଅନ୍ୟ ସଂପ୍ରଦାୟର ଝିଅକୁ […]
ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର। ରେଳ ବିଭାଗ ଖାଲି ପଡ଼ିଥିବା ତାର ବିଭିନ୍ନ ପଦ ପାଇଁ ପ୍ରାର୍ଥୀପତ୍ର ଆହ୍ୱାନ କରିଛି। ଇଷ୍ଟ କୋଷ୍ଟ ରେଲୱେ ଅପ୍ରେଣ୍ଟିସ୍ ଆକ୍ଟ ଅନୁଯାୟୀ ପ୍ରାୟ୧୨୧୬ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ଦେବ। ୧୦ମ ଶ୍ରେଣୀ ପାସ କରିଥିବା ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିପାରିବେ। କେତେକ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ୮ମ ପାସ୍। ଆବଦନର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆବେଦନର ଶେଷ […]
ନୂଆଦିଲ୍ଲୀ: ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ ଆଣିବା ପ୍ରସ୍ତାବକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଧେୟକ ପାଇଁ ପ୍ରସ୍ତାବ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଥିଲେ। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି […]
ନୂଆଦିଲ୍ଲୀ: ଜୋଜିବିନି ଟୁଞ୍ଜି ପିନ୍ଧିଲେ ମିସ୍ ୟୁନିଭର୍ସ-୨୦୧୯ ମୁକୁଟ। ଦକ୍ଷିଣ ଆଫ୍ରିକାର ଏହି ୨୬ ବର୍ଷିୟ ସୁନ୍ଦରୀ ଟୁଞ୍ଜି ତାଙ୍କର ସୁଇମ୍ ସୁଟ୍, ଇଭିନିଙ୍ଗ ଗାଉନ ରାଉଣ୍ଡରେ ସମସ୍ତଙ୍କ ମନ ମୋହି ନେଇଥିଲେ। ସେତିକି ନୁହେଁ, ସାମାଜିକ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଜଜ୍ଙ୍କୁ ମଧ୍ୟ ପ୍ରଭାବିତ କରି ଦେଇଥିଲେ। ଆମେରିକାର ଆଟଲାଣ୍ଟାଠାରେ ଆୟାଜିତ ଏକ ରଙ୍ଗାରଙ୍ଗ ସମାରୋହରେ ୯୦ଟି ଦେଶର ସୁନ୍ଦରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଅନେକ ରାଉଣ୍ଡ ପରେ ଆଫ୍ରିକୀୟ […]
ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ଏକ ଝିଅ ୧୨ ବର୍ଷ ପରେ ନିଜ ପରିବାରକୁ ଫେରି ପାଇଛି। ଝିଅଟିକୁ ଯେତେବେଳେ ୪ ବର୍ଷ ହୋଇଥିଲା, ସେତେବେଳେ ସେ ନିଖୋଜ ହୋଇଯାଇଥିଲା। ଫେସ୍ବୁକ୍ ଜରିଆରେ ସେ ଆଜି ତା’ ପରିବାରକୁ ଫେରି ପାଇଛି। ଝିଅଟିର ନାଁ ଭବାନୀ। ଆନ୍ଧ୍ରର ବାମ୍ସୀ କୃଷ୍ଣ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସେ କାମ କରିବାକୁ ଆସିଥିଲା। ଦିନେ କଥା ପ୍ରସଙ୍ଗରେ ଝିଅଟି କହିଲା ଯେ ୪ ବର୍ଷ ବୟସରେ ବାପା-ମା’ଙ୍କଠାରୁ ଅଲଗା ହୋଇ ଯାଇଥିଲା। […]
ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ଗୋଟିଏ ଆସନରେ ଜିତି ସାରିଥିବାବେଳେ ୧୦ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ୟେଲାପୁର ଆସିନରୁ ବିଜେପି ହାତକୁ ଯାଇଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ […]
ନୂଆଦିଲ୍ଲୀ:ପାକିସ୍ତାନସ୍ଥିତ ପଞ୍ଜାବ ପ୍ରାନ୍ତରେ ଭାରତୀୟ ସୀମାରେ ରହୁଥିବା ଲୋକମାନେ ବେଶ ପାରା ପ୍ରିୟ। ସେମାନେ ବିଭିନ୍ନ ପ୍ରଜାତିର ପାରା ପାଳିଥାନ୍ତି। ବିଶେଷ କରି ଭାରତୀୟ ସୀମା ନିକଟରେ ଥିବା ୱାଘା, ଭାନୁଚକ, ନରୋଡ, ଲୱାନବାଲା ଆଦି ଇଲାକାର ଲୋକଙ୍କର ପାରା ପାଳିବା ଏକ ସଉକ୍। ଏମାନେ ଅନେକ ଦାମି ପାରା ରଖିଥାନ୍ତି, ଯାହାର ଦାମ ଏକ ଲକ୍ଷରୁ ଅଧିକ ହେବ । ଏମାନଙ୍କ ମଧ୍ୟରୁ ଅନେକ ପାରା ବ୍ୟବସାୟ ମଧ୍ୟ କରିଥାନ୍ତି। ତେବେ ଦୁଃଖର କଥା ଏହି […]