ଦେଶରେ ଭୟଙ୍କର ହେଲାଣି କରୋନା। କୁହାଯାଉଛି କରୋନା ଭ୍ୟାକ୍ସିନ ନେବା ପରେ ବି ଅଦୃଶ୍ୟ ମହାମାରୀରୁ ମିଳୁନାହିଁ ମୁକ୍ତି। ଅର୍ଥାତ୍ କରୋନା ଭ୍ୟାକ୍ସିନ ନେବା ପରେ ପୁଣି ଥରେ କରୋନା ହୋଇପାରେ ବୋଲି ସୂଚନା ମିଳିଛି।
ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ । ଋଷିଆରୁ ବିମାନରେ ଆସି ହାଇଦ୍ରାବାଦରେ ପହଞ୍ଚିଲା ଟିକା। ସ୍ୱତନ୍ତ୍ର ବିମାନରେ ଏହି ଟିକା ଭାରତରେ ପହଂଚିଥିବା ନେଇ ସୂଚନା ମିଳିଛି
କରୋନା ପୁଣି ଜଣେ ସାମ୍ବାଦିକଙ୍କର ଜୀବନ ନେଇଛି। ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇସାରିଲେଣି। ସୂଚନା ଅନୁସାରେ, କରୋନାରେ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି
କରୋନା ମୁକାବିଲା, ଅକ୍ସିଜେନ୍ ସହ ବିଭିନ୍ନ ଔଷଧ ଯୋଗାଣ ସଂପର୍କରେ କେନ୍ଦ୍ରର ନୀତିକୁ ନେଇ ଦାଖଲ ମାମଲାର ଶୁଣାଣି ଏହା କହିଛନ୍ତି ସର୍ବୋଚ୍ଚ କୋର୍ଟ। ଅନ୍ୟପକ୍ଷରେ ଟିକା, ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧର ଅଭାବ ନେଇ କେହି ସୋସିଆଲ ମିଡିଆରେ ଆପତ୍ତି ଅଭିଯୋଗ ପୋଷ୍ଟ କଲେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ।
ଭୟଙ୍କର ହେବାରେ ଲାଗିଛି କରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଆଉ ଦୈନଦିନ ସଂକ୍ରମଣର ସଂଖ୍ୟା ବି ଉପରମୁହାଁ ରହିଛି। ଏପ୍ରିଲ ମାସରେ ନିଜର କରାଳ ରୂପ ଦେଖାଇଛି କରୋନା। ମାସକ ମଧ୍ୟରେ ପାଖାପାଖି ୪୫ ହଜାର ରୋଗୀଙ୍କର ଗଲାଣି ଜୀବନ।
ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି ଥରେ ଅତିଥିଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁସାରେ, ଏଣିକି ୫୦ ନୁହେଁ ମାତ୍ର ୨୦ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି […]
କରୋନା ମହାମାରୀ କେତେ ଯେ, ଲୋକଙ୍କର ଜୀବନ ନେଲାଣି ତାହାର ସଠିକ୍ ହିସାବ କାହାପାଖରେ ନାହିଁ। ଅଦୃଶ୍ୟ ମହାମାରୀ କବଳରେ ଛଟ୍ପଟ୍ ହୋଇ ଦୈନଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଏ ବାପାକୁ ହରାଇଲାଣି ତ ଆଉ କିଏ ମାଆକୁ ଆଉ କିଏ ନିଜ ପୁଅ, ଝିଅକୁ ହରାଇସାରିଲାଣି।
ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ବିଦେଶରୁ ଭାରତକୁ ମିଳୁଛି ବଡ ଆଶ୍ୱସ୍ତି। ଗୋଟେ ପରେ ଗୋଟେ ରାଷ୍ଟ୍ର ଏବେ ଭାରତ ପାଇଁ ବଢ଼ାଉଛନ୍ତି ସହାୟତାର ହାତ।
ପଶ୍ଚିମବଙ୍ଗରେ ପୁଣି ଥରେ ଶାସନ କରିବେ କି ଦିଦି? ଗେରୁଆ ଦଳର ଆଶା ଆଶାରେ ରହିଯିବ କି? ହାଇଭୋଲ୍ଟେଜ୍ ପ୍ରଚାର ପରେ ବି ବଙ୍ଗରେ ଚଳିତ ବର୍ଷ ସରକାର ଗଠନ କରିନପାରେ ବିଜେପି।
ଦେଶରେ ଭୟଙ୍କର ହେଲାଣି ସଂକ୍ରମଣ। ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଆଉ ଏହାରି ମଧ୍ୟରେ ଆଶ୍ୱସ୍ତକର କଲା ଭଳି ଖବର କେନ୍ଦ୍ର ସରକାର ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ସୁସ୍ଥତା ହାର ମଧ୍ୟ ଅଧିକ ରହିଛି
ଘରେ ୩୫ ବର୍ଷ ପରେ ଯେବେ ଝିଅ ଜନ୍ମ ହୁଏ.....ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗୁଥିବ। କିନ୍ତୁ ଘଟଣାଟି ପୂରା ସତ। ରାଜସ୍ଥାନରେ ଏହି ଘଟଣା ଘଟିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଝିଅ ଜନ୍ମ ହେବାରୁ ନିଜର ସନ୍ତାନକୁ ହେଲିକପ୍ଟରରେ ଘରକୁ ଆଣିଲେ
କରୋନା ସ୍ଥିତି ସଙ୍ଗୀନ ହେଲାଣି। ଦେଶରେ ଏବେ ଯେଉଁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଉଥିବା ରିପୋର୍ଟ ମିଳିଛି। କହିବାକୁ ଗଲେ, ଆଇସିୟୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ହିଁ ସୁସ୍ଥ ହୋଇ ଘରକୁ ଫେରିପାରୁଛନ୍ତି।
ଆଉ ଏକ କରୋନା ଔଷଧ ଭିରାଫିନ୍କୁ ମିଳିଲା ମଂଜୁରୀ। ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଲା DGCI। ଜାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ହେଉଛି ଔଷଧ ଭିରାଫିନ୍। ତେବେ ଦେଶରେ କରୋନା ହୁ ହୁ ହୋଇ ବଢୁଥିବାରୁ ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇଛି।
ଭୟଙ୍କର ହେଲାଣି କରୋନା। ନିଜର କରାଳ ଆଁରେ ପୂରା ଦେଶକୁ ଗ୍ରାସ କଲାଣି ମହାମାରୀ। ଆଉ ଏତିକି ବେଳେ ଦାଉ ସାଧୁଛି ଅକ୍ସିଜେନ୍ ଅଭାବ। ସ୍ଥିତି ଏମିତି ହେଲାଣି ଯେ, କେବଳ ଅକ୍ସିଜେନ୍ର ଅଭାବ ଲାଗି ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।
ପୁଣି ଥରେ ବଢିବାକୁ ଯାଉଛି ପେଟ୍ରୋଲ ଓ ଡ଼ିଜେଲ୍ର ଦାମ। ଏହି ମାସ ଶେଷ ବେଳକୁ ୨ ରୁ ୩ ଟଙ୍କା ବଢିପାରେ ତୈଳ ଦର। ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ଏହି ନୂଆ ଦର ଲାଗୁ ହେବ।
କରୋନା ଦାଉରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡ଼ାକିଲାଣି ବିଶ୍ୱ। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି କରୋନା। ଅଦୃଶ୍ୟ ମହାମାରୀ ସହ କେମିତି ଲଢେଇ କରିବ ମଣିଷ ସେନେଇ ଅନେକ ଗବେଷଣା ବି ଚାଲିଛି।
ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।