ଇସ୍ଲାମାବାଦ: ପୁଲ୍ୱାମା ହମ୍ଲା ଓ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଲାକୋଟ୍ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଶାନ୍ତି ଆଲୋଚନା କଥା କହୁଛି। ଯୁଦ୍ଧ ସମାଧାନ ନୁହେଁ, ଆଲୋଚନା ହେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବାରମ୍ବାର କହୁଛନ୍ତି। କିନ୍ତୁ ପାକିସ୍ତାନର କଥା ଓ କାମରେ ଅନେକ ଫରକ ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତି ଆଲୋଚନାର କଥା କହୁଥିଲେ ମଧ୍ୟ ଆରପଟେ ଶାନ୍ତି ଆଲୋଚନା ଦିଗରେ କୌଣସି […]
ଜାକର୍ତ୍ତା : ବର୍ଷ ଆରମ୍ଭରୁ ସଟଲର ସାଇନା ନେହଓ୍ୱାଲଙ୍କୁ ସଫଳତା। ଇଣ୍ଡୋନେସିଆ ମାଷ୍ଟର୍ସ ୨୦୧୯ ଟାଇଟଲ ହାସଲ କରିଛନ୍ତି ସାଇନା। ଫାଇନାଲରେ ସ୍ପେନର କାରୋଲିନା ମାରିନ ଓହରିଯିବା ପରେ ଚାମ୍ପିୟନ ହୋଇଛନ୍ତି ସାଇନା। ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ମାତ୍ର ୧୦ ମିନିଟ୍ର ଟକ୍କର ପରେ ଅଚାନକ ଆହତ ହୋଇପଡ଼ିଥିଲେ ସ୍ପେନର ଷ୍ଟାର୍ ଖେଳାଳି କାରୋଲିନା। କାରୋଲିନାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଅଧାରୁ ମ୍ୟାଚ୍ ଛାଡ଼ି ଦେଇଥିଲେ କାରୋଲିନା। ମ୍ୟାଚ୍ର ପ୍ରଥମ ଗେମ୍ରେ ୧୦-୪ ଆଗରେ ରହିଥିଲେ। […]
ନୂଆଦିଲ୍ଲୀ : ଭାରତରତ୍ନ ସମ୍ମାନକୁ ନେଇ ବିବାଦ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିକ୍ଷାବିତ୍ ନାନାଜୀ ଦେଶମୁଖ୍ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତରତ୍ନ ସମ୍ମାନ ଲାଗି ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଦିଆଯିବାକୁ କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ଅନ୍ୟତମ ଶିକ୍ଷାବିତ୍ ତଥା କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ପୂର୍ବତନ ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଏହି ସମ୍ମାନ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛି।
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଯୋଗଗୁରୁ ରାମଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନେତା, ବୁଦ୍ଧିଜୀବୀ ଓ ସେବା କ୍ଷେତ୍ରର ଲୋକଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ନ ଦିଆଯିବା ନେଇ ସେ ପ୍ରଶ୍ନ କରିଛନ୍ତି। କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଜଣେ ହେଲେ ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦଙ୍କ ଭଳି […]
ମଧ୍ୟପ୍ରଦେଶ : ରଖେ ହରି ତ ମାରେ କିଏ। ଆଜି ଏମିତି ଏକ ଉଦାହରଣ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶରେ ୭୦ ଫୁଟ ଗଭୀର ନଳକୂପରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଜି ସକାଳେ ମଧ୍ୟପ୍ରଦେଶର ସଂଗ୍ରାଉଲିର କେରହର ଗାଁରେ ଜଣେ ୨ ବର୍ଷର ଶିଶୁ ୭୦ଫୁଟ ଗଭୀର ନଳକୂପରେ ଖସିପଡ଼ିଥିଲା। ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜେସିବି ସହାୟତାରେ ବୋରୱେଲ୍ର […]
ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା […]
ମଧ୍ୟପ୍ରଦେଶ : ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହଟହଟ୍ଟା। ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା। ହେଲେ ସେ ନିଜ ଭାଷଣ ପଢ଼ି ପାରିନଥିଲେ। ଦୁଇ ଧାଡ଼ି ପଢ଼ିବା ପରେ ଥଙ୍ଗ ଥଙ୍ଗ ହୋଇଥିଲେ। ଆଉ ବାକି ଭାଷଣ ଜିଲ୍ଲାପାଳ ପଢ଼ିବେ ବୋଲି କହି ପଳାଉଥିଲେ। ହେଲେ […]
ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍ ବାଣ୍ଟିଥିଲେ। ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ। ସେପଟେ ପଞ୍ଜାବର ଓ୍ୱାଘା ବର୍ଡରରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ମିଠା ଖୁଆଇଥିଲେ। ଭାରତୀୟ ଜବାନ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଠା ବାଣ୍ଟିଥିଲେ। […]
ନୂଆଦିଲ୍ଲୀ: ଭାରତର ଦୁଇଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି। ପାକ୍ ସୀମା ଭିତରକୁ ପଶି ଯାଇଥିବା ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ଖସାଇ ଦିଆଯାଇଥିବା ପାକିସ୍ତାନ ସେନାର ଇଣ୍ଟର୍ ସର୍ଭିସେସ୍ ପବ୍ଲିକ ରିଲେସନ୍ସ୍ ଡିଜି ମେଜର୍ ଜେନେରାଲ୍ ଏ. ଗଫୁର୍ ସୂଚନା ଦେଇଛନ୍ତି। ପାକ୍ ସେନାର ଆକ୍ରମଣ ପରେ ଗୋଟିଏ ବିମାନ ଆଜାଦ କାଶ୍ମୀରରେ ପଡ଼ିଥିବା ବେଳେ ଆଉ ଏକ ବିମାନ ଭାରତ ପଟର କାଶ୍ମୀରରେ ପଡ଼ିଥିବା ପାକିସ୍ତାନ ଦାବି କରିଛି। ଏଥିସହ […]
ଇସ୍ଲାମାବାଦ : ବାଲାକୋଟ୍ରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଜି ପାକିସ୍ତାନ ସଂସଦର ଜରୁରୀକାଳୀନ ମିଳିତ ଅଧିବେଶନ ଡକାଯାଇଛି। ଏଲ୍ଓସି ଉଲ୍ଲଂଘନ କରିଥିବା ଭାରତର ଆଚରଣକୁ ଉଚିତ୍ ଜବାବ୍ ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ୍ କ୍ୟୁରେସି କହିଛନ୍ତି। ଏମିତିକି ଭାରତ ବିରୋଧରେ ଜାତିସଂଘରେ ଫେରାଦ୍ ହେବାକୁ ମଧ୍ୟ ଇସ୍ଲାମାବାଦ ସଜବାଜ ହେଉଛି। ପାକିସ୍ତାନ ସେନା ମୁଖ୍ୟ, ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କ […]
ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ୯୦ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ। ୩୨୫ରନ୍ର ଟାର୍ଗେଟ ଦେଇଥିବା ଭାରତ ନ୍ୟୁଜିଲାଣ୍ଡକୁ ୨୩୪ରେ ଅଲଆଉଟ କରିଛି। ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ବଡ଼ ଟାର୍ଗେଟକୁ ପିଛା କରୁଥିବା କିଓ୍ୱି ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ପୁଣି ଥରେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କ ସ୍ପିନ ଜାଲରେ ଫସିଥିଲେ କିଓ୍ୱି […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ପାହାନ୍ତାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମିରାଜ୍-୨୦୦୦ ବ୍ୟବହାର ହୋଇଥିଲା। ଫ୍ରାନ୍ସର ଦାସଲ୍ଟ ଆଭିଏସନ୍ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନ୍ଟକିସ୍ ଲିମିଟେଡ୍-ହାଲ୍ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଥିଲା। ହଜାରେ କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ପିଓକେରେ ପଶି ଧ୍ୱଂସଲୀଳା ରଚିଥିଲା। ଭାରତ ପାଖରେ ସୁଖୋଇ SU-30MKI, MiG 29 ତେଜସ୍ ଭଳି ଏୟାରକ୍ରାଫ୍ଟ ଥିବାବେଳେ ମିରାଜ୍-୨୦୦୦ ମାଧ୍ୟମରେ ବାୟୁସେନା ଏହି ଆକ୍ରମଣ କରି ସଫଳ […]
ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ । ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଏବଂ ଡି. ପ୍ରକାଶ ରାଓ ମନୋନୀତ ହୋଇଥିବାବେଳେ, କୃଷିକ୍ଷେତ୍ରରେ ଅବଦାନ ପାଇଁ କମଳା ପୁଝାରୀଙ୍କୁ ମିଳିବ ପଦ୍ମଶ୍ରୀ। ସେହିପରି ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ […]
ନୂଆଦିଲ୍ଲୀ : ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ। ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା। ଲେଥପୁରା ଅଞ୍ଚଳରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ବୀରତ୍ୱର ସହ ଲଢ଼ି ସେ ଦେଶ ପାଇଁ ସହିଦ ହୋଇଥିଲେ। ପ୍ରଦୀପଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଲିପଲୋଇ ଗାଁରେ। […]