• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vote
ବିଶାଖାପାଟଣାରେ ଭୋଟ ଦେଲେ ପ୍ରବାସୀ ଓଡ଼ିଆ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ରାଜ୍ୟର ୨୫ ଟି ଲୋକସଭା ଆସନ ପାଇଁ ମୋଟ ୩୧୯ ଜଣ ପ୍ରାଥୀ ମୈଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ମୋଟ ୨ହଜାର ୧୧୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୩ ଜିଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୁଲିଂ […]

modi biopic
ଆସନ୍ତାକାଲି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍

ନୂଆଦିଲ୍ଲୀ : ପୁଣି ବଲିଉଡ ମୁଭି ‘ପିଏମ୍ ନରେନ୍ଦ୍ର ମୋଦି’କୁ ଝଟକା। ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଏହା ଫଳରେ ଆସନ୍ତାକାଲି ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦି ହଲ୍‌ରେ ପ୍ରଦର୍ଶିତ ହେବନାହିଁ। ସେହିଭଳି ଏନଟିଆର ଲକ୍ଷ୍ମୀ, ଉଦ୍ୟମ ସିମହାର ରିଲିଜ୍ ଉପରେ ବି କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ […]

salman
ବଢ଼ିପାରେ ସଲମାନ୍‌ଙ୍କ ସମସ୍ୟା!

ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍‌ ଭାଇଜାନ୍ ସଲମାନ୍‌ ଖାନ୍‌ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍‌ ଦେଉନାହିଁ। କାରଣ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍‌ଙ୍କ ବଦଳି ହୋଇଛି। ଯୋଧପୁର ସେସନ୍ସ କୋର୍ଟର ଜଜ୍‌ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍‌ ଅଭିନେତାଙ୍କ ଜାମିନ୍‌ ଉପରେ ଆଜି ଶୁଣାଣି କରିଥାନ୍ତେ, ରାଜସ୍ଥାନ ହାଇକୋର୍ଟ ତାଙ୍କୁ ବଦଳି କରିଛନ୍ତି। ଫଳରେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍‌ରେ ଥିବା ସଲମାନଙ୍କୁ ଆଉ କିଛି ଦିନ କାଟିବାକୁ ପଡିପାରେ […]

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ […]

air
୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ […]

salman -1
ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ  ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ […]

salt-1
ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? ଆୟୁଷ ହାନି ହୋଇପାରେ...

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ  ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। […]

bjp-0
ବିଜେପିକୁ ଭୋଟ୍ ଦେବାକୁ ୯ଶହ କଳାକାରଙ୍କ ଅପିଲ୍

ନୂଆଦିଲ୍ଲୀ :  ବିଜେପିକୁ ଭୋଟ୍ ଦେବାକୁ କଳାକାରଙ୍କ ଅପିଲ୍। ଜଣେ କି ଦୁଇଜଣ ନୁହେଁ, ଦେଶର ୯ ଶହ କଳାକାର ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି। ଦେଶକୁ ମଜବୁର ନୁହେଁ, ମଜଭୁତ ସରକାର ଦରକାର ବୋଲି କହିଛନ୍ତି ଦେଶର ପ୍ରତିଷ୍ଠିତ ପ୍ରାୟ ୯ ଶହ କଳାକାର। ଏମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ଅନୁରାଧା ପୋଡ଼ୱାଲ ପ୍ରମୁଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦେଶ ସୁଶାସନ […]

chunu
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି […]