ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍ ଓ ଟେକ୍ନିସିଆନ୍ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍ଲାଇନ୍ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି। ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି […]
ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ। ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଗୃହମନ୍ତ୍ରୀ। ଅାସାମ ସରକାରଙ୍କ ସହମତିରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଭେଦଭାବ ଗ୍ରହଣ କରାଯାଇନାହିଁ। ଯାହାର ନାଁ ଏହି ତାଲିକାରେ ସାମିଲ କରାଯାଇନାହିଁ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍ଷ୍ଟିଚ୍ୟୁଟ୍ରେ ଏକ କ୍ୱାରେଣ୍ଟିନ୍ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା […]
ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି ରଖନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମାଟିହାଣ୍ଡି କଙ୍କଡ଼ା। ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା […]
ସୁବର୍ଣ୍ଣପୁର : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]
ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଲକ୍ଡାଉନ୍ ସମୟରେ ନିଜ ଫ୍ୟାନ୍ସମାନଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଥାନ୍ତି। ଏବେ ଭାରତୀ ଏକ ନୂଆ ଭିଡିଓକୁ ସେୟାର କରିଛନ୍ତି। ଭିଡିଓଟିରେ ଭାରତୀ ଖାଇଥିବା ବିସ୍କୁଟକୁ କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ ମନୋରଞ୍ଜନ କରିବା ସହିତ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। View this post on […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। କରୋନା ରୋଗୀମାନଙ୍କୁ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ନିଜେ ମଧ୍ୟ ସେହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜର ସୁରକ୍ଷା ନିମନ୍ତେ ପିପିଇ(PPE) କିଟ୍କୁ ବ୍ୟବହାର କରିଥାନ୍ତି। କିନ୍ତୁ ଖରାଦିନରେ ତାପମାତ୍ରା ବଢ଼ିଥାଏ। ଏହି ସମୟରେ କରୋନା ଯୋଦ୍ଧା […]
ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ। ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ପରେ ଏହା ଯୋଗାଣ ବିଭାଗକୁ ଫେରା ଯାଇଥାନ୍ତା। ତେବେ ଚାଉଳ ଖରାପ ହେବା ପରେ ଏହାକୁ ଠିକ୍ ଭାବରେ ନଷ୍ଟ କରାନଯାଇ ଏଭଳି […]
ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏହାପରେ ମାସେ କି କି ଦୁଇମାସ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହେବାର ସୂଚନା ମିଳୁଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିମାନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡଲାଇନ୍ ଜାରି କରିଛି। ଯେଉଁଥିରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିବା ବାଧ୍ୟତାମୂଳକ କରାଯାଇଛି। Ministry of Health and Family […]
ବୁରହାନପୁର: କରୋନାକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଫେରୁଥିବା ଜଣେ ୩୨ ବର୍ଷର ଗର୍ଭବତୀ ପ୍ରସବ ଯନ୍ତ୍ରଣା ହେତୁ ଶୁକ୍ରବାର ରାତିରେ ଉତ୍ତରପ୍ରେଦଶର ବୁରହାନପୁର ଠାରେ ଅଟକିଥିଲେ। ପରେ ସ୍ଥାନୀୟ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକ ଶିଶୁଟିର ନାଁ ଲକ୍ଡାଉନ୍ ଯାଦବ ରଖିଥିଲେ। ନବଜାତ ଶିଶୁଟିର ପିତା ଉଦୟଭାନ୍ […]
ନାନ୍ଦେଡ: ମହାରାଷ୍ଟ୍ରର ପାଲ୍ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ। ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି। ଖବର ଅନୁଯାୟୀ, ଗତକାଲି […]
(ରୋଜାଲିନ୍ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ ଦୁର୍ବ୍ୟବହାର। ନାବାଳିକା ବି ବାଦ୍ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ […]
ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର […]
ସୁଲତାନପୁର: କରୋନାକୁ ନେଇ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ପ୍ରଥମେ କିଛିଦିନ କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶର ସୁଲତାନପୁରରେ ବାହାରୁ ଆସିଥିବା ଦୁଇଭାଇ ନିଜ ପାଇଁ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଦୁହେଁ ଗାଁରେ ଏକ ମଞ୍ଚା ନିର୍ମାଣ କରିଛନ୍ତି। ମଞ୍ଚାଟିକୁ କ୍ୱାରେଣ୍ଟିନ୍ କେନ୍ଦ୍ର କରି ଦୁଇଭାଇ ସେଠାରେ ତଳ ଉପର […]
ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି। ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଜନବସତି ଭିତରେ ହଠାତ୍ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ […]