ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ୍ ଏଡିଜିଙ୍କ ଝିଅଙ୍କୁ ମାଡ଼ ଅଭିଯୋଗ। ଏଜି ଛକରେ ଜଣେ ଟ୍ରାଫିକ୍ କନଷ୍ଟେବଲ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଏକ ଗାଡ଼ିରେ ରାଜମହଲ ଛକରୁ ଏଜି ଛକ ଅାଡକୁ ଅାସୁଥିଲେ। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଏଜି ଛକରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଲଙ୍କ […]
ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଖି ଆଗରେ ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ […]
ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଇଟାଲିକୁ ଟପି ଭାରତ ଏବେ ୫ମ ସ୍ଥାନରେ ଅଛି। କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ୱେବସାଇଟ୍ ୱାର୍ଲ୍ଡୋମିଟର କହିବା ଅନୁଯାୟୀ, ଭାରତରେ ୬୩,୧୭୦ଟି ଆକ୍ଟିଭ କେସ୍ ରହିଛି। ଇଟାଲୀ ଅପେକ୍ଷା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି। ସୂଚନାଥାଉ କି, ଇଟାଲୀ ହେଉଛି ସେହି ଦେଶ ଯେଉଁଠାରେ ଚୀନ ଅପେକ୍ଷା କରୋନା ଭାଇରସ ଶୀଘ୍ର ବିସ୍ତାର କରିଥିଲା। ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ରେ ୩୨,୩୩୦ ଲୋକଙ୍କର […]
ନୂଆଦଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଲୋକମାନେ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଚିତାବାଘ ଓ ଝିଙ୍କଙ୍କ ମଧ୍ୟରେ ଯୁଦ୍ଧ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ରମେଶ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]
ୱାଶିଂଟନ୍: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବ୍ଲେଟ୍ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା […]
ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]
ସୋଲାପୁର: ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଉଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜକୁ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ପୁଣି ଏକ ବସ ଦୁର୍ଘଟଣାର ଶିକାର ହୋଇଛି। ବସ୍ଟିରେ ଝାଡ଼ଖଣ୍ଡର […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]
ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଓପୋ ମୋବାଇଲ୍ ଫୋନ୍ କମ୍ପାନୀର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାଟି ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଥଲା ।ରିପୋର୍ଟ ଆସିବା ପରେ କାରଖାନାକୁ ବନ୍ଦ କରି ଦିଆଯାଇଛି। କମ୍ପାନୀର କର୍ମଚାରୀମାନେ କହିଛନ୍ତି ଯେ, ସେମାନଙ୍କୁ ନୋଟିସ୍ ନହେବା ପର୍ଯ୍ୟନ୍ତ କାମକୁ ଆସିପାରିବେ ନାହିଁ। ଲକ୍ଡାଉନ୍ ପରେ କମ୍ପାନୀକୁ ବନ୍ଦ କରାଯାଇଥିଲା। ମେ’ ୮ରେ କମ୍ପାନୀ ଖୋଲାଯାଇ କାମ ଆରମ୍ଭ ହୋଇଥିଲା। […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହାଦ୍ୱାରା ଘରେ ଲୋକମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖାଯାଇଛି। ରାସ୍ତାରେ ହାତୀ, ବାଘ ଓ ସିଂହ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସେହିପରି ହାଇଦ୍ରାବାଦରେ ଏକ ଚିତାବାଘ ରାସ୍ତାରେ ବୁଲି ଆତଙ୍କ ସୃଷ୍ଟି କରି ଲୋକଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Leopard vs Dogs. […]
ରାଞ୍ଚି: କରୋନା ଭାଇରସ ଯୋଗୁ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହି ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ। ଭାରତରେ ବି ଏହି ମହାମାରୀ ନିଜର କାୟାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। କିପରି ଏହି ମହାମାରୀଠୁ ରକ୍ଷା ପାଇବେ, ସେନେଇ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏଭଳି ସମୟରେ ଭାରତର ଏକ ବଡ ସହର ଏହି ମହାମାରୀକୁ ପରାସ୍ତ କରିବାରେ ସଫଳ ହୋଇଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚି ଦେଶ ମଧ୍ୟରେ ଏକ ନମ୍ୱର ସ୍ଥାନରେ ଥିବା ଜଣାପଡିଛି। […]
ଲକ୍ଷ୍ନୌ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଏକ ବସ୍ ଉତ୍ତରପ୍ରଦେଶର ହମିରପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ବସ୍ଟି ନୋଏଡା ଠାରୁ ମହୋବା ଅଞ୍ଚଳକୁ ଯାଉଥିଲା। ବାଟରେ ବସ୍ ଡ୍ରାଇଭରଙ୍କ […]
ମୁମ୍ୱାଇ: ଟିଭି ଅଭିନେତା ସଚିନ କୁମାରଙ୍କ ମୃତ୍ୟୁ ଏବଂ କିଛି ମାସ ପୂର୍ବରୁ ଟିଭି ଅଭିନେତା କୁଶଲ ପଞ୍ଜାବୀଙ୍କ ଆତ୍ମହତ୍ୟା ପରେ ମୁମ୍ବାଇର ଟିଭି ଜଗତରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅନେକ ସିରିଏଲରେ ପଞ୍ଜାବୀ ଓ ଶିଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନମିତ୍ ଗ୍ରୁଏଲ ଆତ୍ମହତ୍ୟା କରିଛନ୍ତି। SAB ଟିଭିର ‘ଆଦତ୍ ସେ ମଜବୁର୍’ ସିରିଏଲରେ ସେ ଅଭିନୟ କରୁଥିଲେ। ସେ ଆର୍ଥିକ ସଙ୍କଟ କାରଣରୁ ଏପରି କରିଥିବା ସନ୍ଦେହ କରାଯାଉଛ। […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍ଡାଉନ୍ର ନିୟମକୁ ମାନୁନଥିବା ଜଣାପଡିଛି। ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ […]